ହୀରାକୁଦର ତଳିଆ ଅଞ୍ଚଳକୁ ସତର୍କ କରାଇଲେ ଜିଲାପାଳ
ସମ୍ବଲପୁର, ୧୨।୮(ବ୍ୟୁରୋ): ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ହୀରାକୁଦରେ ମୋଟ୍ ୨୦ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି। ଯାହା ଫଳରେ ତଳିଆ ଅଞ୍ଚଳକୁ ଜଳ ପ୍ରବାହ ତୀବ୍ର ରହିଥିବା ସହ ଅଞ୍ଚଳଗୁଡିକ ଜଳବନ୍ଦୀ ହେବାର ସମ୍ଭାବନା ରହିଛି। ଏହାକୁ ନେଇ…
ଖୋଲିଲା ଆଉ ୬ ଗେଟ୍
ସମ୍ବଲପୁର, ୧୨।୮(ବ୍ୟୁରୋ): ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ଶୁକ୍ରବାର ହୀରାକୁଦରେ ଆଉ ୬ଟି ଗେଟ୍ ଖୋଲାଯାଇଛି। ବର୍ତ୍ତମାନ ସୁଦ୍ଧା ଏହାକୁ ମିଶାଇ ୨୦ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି। ଜଳ ଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇବାରୁ ଗେଟ୍ ଖୋଲାଯାଇଛି।
ତ୍ରିରଙ୍ଗା ଶୋଭାଯାତ୍ରାରେ ୯ ଡାକଘରର କର୍ମଚାରୀ ସାମିଲ
ନିମାପଡ଼ା,୧୨ା୮(ଡି.ଏନ୍.ଏ.): ପୁରୀ ଜିଲା ନିମାପଡ଼ା ଉପ ଡାକମଣ୍ଡଳ ଅଧିନସ୍ଥ କୋଣାର୍କ ଉପ ଡାକଘର ପରିସରରୁ ଏକ ତ୍ରିରଙ୍ଗା ଶୋଭାଯାତ୍ରା ବାହାରି କୋଣାର୍କ ବଜାର ପରିକ୍ରମା କରି ସୂର୍ଯ୍ୟ ମନ୍ଦିର ପର୍ଯ୍ୟନ୍ତ ଯାଇଥିଲା। ଏହି ଶୋଭାଯାତ୍ରାରେ କୋଣାର୍କ ଉପଡାକଘର ତଥା ଏହା ଅଧୀନରେ…
ବୋଳଙ୍ଗ-ପାଉଁଶିଆ ରାସ୍ତା ବାହ୍ୟଜଗତରୁ ବିଚ୍ଛିନ୍ନ
ବାଲେଶ୍ୱର ଅଫିସ,୧୨ା୮: ଲଘୁଚାପ ଜନିତ ଲଗାଣ ବର୍ଷା ୭ ଦିନ ଧରି ହେବା ଫଳରେ ବାଲେଶ୍ୱର ଜିଲାର ବାଲିଆପାଳ ବ୍ଲକ ଅନ୍ତର୍ଗତ ବୋଳଙ୍ଗ ପଞ୍ଚାୟତରୁ ପାଉଁଶିଆ ରାସ୍ତାକୁ ସଂଯୋଗ କରୁଥିବା ଆର୍ଡି ରାସ୍ତା ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି। ଫଳରେ ଏହି ରାସ୍ତା…
ପୋଲ ପାର୍ଶ୍ୱରୁ ଧୋଇଗଲା ମାଟି
ନୂଆଗାଁ,୧୩।୮ (ଡି.ଏନ.ଏ.) ନୟାଗଡ଼ ଜିଲା ନୂଆଗାଁ ବ୍ଲକ ବାଲଣ୍ଡାଠାରୁ ବରକୋଳାକୁ ସଂଯୋଗ କରୁଥିବା ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ନିର୍ମାଣଧୀନ ପୋଲ ପାର୍ଶ୍ୱରୁ ମାଟି ଧୋଇ ହୋଇଯାଇଛି । ଏହାପରେ ଉକ୍ତ ରାସ୍ତାରେ ଯାନବାହନ ଯାତାୟତ ଏକ ପ୍ରକାର ବନ୍ଦ ହୋଇଯାଇଛି। କାଳେ…
ଆବାସ ଅପେକ୍ଷାର ହେଉନି ଅନ୍ତ
ଆଠମଲ୍ଲିକ,୧୨ା୮: ଦରିଦ୍ର ବୋଲି ଦୂରରୁ ଜଳ ଜଳ ଦିଶୁଛି। ମାଟି କାନ୍ଥ ଭାଙ୍ଗି ମାଟିରେ ଲୋଟୁଛି। ଭଙ୍ଗା ଛପର ଉପରେ ଜରିପାଲ ଭିଡ଼ାଯାଇଛି। ହେଲେ ଏପରି ଗରିବଙ୍କ ଆବାସ ଆବେଦନକୁ ବର୍ଷ ବର୍ଷ ଧରି ଦିଆଯାଉନି ଗୁରୁତ୍ୱ। ଦୂର କରାଯାଉନି ଦଦରା…
‘ଜଳ ଉତ୍ସ ଅଛି, ସଂରକ୍ଷଣ ପାଇଁ ଚିନ୍ତା ନାହିଁ’
ଜଳ ସଂରକ୍ଷଣ ବ୍ୟବସ୍ଥା ହେଉ କଣ୍ଟିଲୋ-ଭୁବନେଶ୍ୱର ରାଜପଥର କାଳିଗିରି ପୋଲଠାରୁ ମାତ୍ର ୨ କି.ମି. ଦୂର ଭାପୁର ବ୍ଲକ୍ ଅଧୀନ ମହାନଦୀ କୂଳରେ ରହିଛି ମଣିପୁର ଗାଁ। ମହାନଦୀରେ ସାମାନ୍ୟ ବନ୍ୟା ଆସିଲେ ମଣିପୁର ଗାଁ ପାଣି ଘେରରେ ରୁହେ। ଏହି…
ଚାଲାଣ ସମୟରେ କାଠ ସହ ସ୍କର୍ପିଓ ଜବତ
ପାଟଣା,୧୨ା୮(ସ୍ବ.ପ୍ର.): କେନ୍ଦୁଝର ଜିଲା ଦେଇ ଯାଇଥିବା ୨୦ ନମ୍ବର ଜାତୀୟ ରାଜପଥର ପିପିଳିଆ ନିକଟରୁ ଗୁରୁବାର ବିଳମ୍ବିତ ରାତିରେ ପାଟଣା ବନ ବିଭିଗ ଚଢ଼ାଉ କରି ଏକ ଶାଳ ଚୌକାଠ ବୋଝେଇ ସ୍କର୍ପିଓ ଜବତ କରିଛି। ସୂଚନାନୁଯାୟୀ କେନ୍ଦୁଝର ପାର୍ଶ୍ୱ ଘଟଗାଁ…
ପୋଲିସ ଇନ୍ଫର୍ମର ସନ୍ଦେହରେ ଗଳାକାଟି ହତ୍ୟା
ମାଲକାନଗିରି,୧୨ା୮(ଡି.ଏନ୍.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲାରେ ମାଓବାଦୀମାନେ ଜଣେ ଗ୍ରାମବାସୀଙ୍କ ଗଳାକାଟି ହତ୍ୟା କରିଛନ୍ତି। ବିଜାପୁର ଜିଲା କଭରଗାଓଁରେ ଗତ ଅଗଷ୍ଟ ୮ରେ କେତେଜଣ ସଶସ୍ତ୍ର ମାଓବାଦୀ ଗ୍ରାମରେ ପଶି ଗ୍ରାମର ଗୋପୀରାମ ମାଡକମଙ୍କୁ ଅପହରଣ କରି ନେଇଥିଲେ।…
ଧୋଇଗଲା ଫେୟାରୱେଦର ରାସ୍ତା
ବରଗଡ଼ ଅଫିସ୍,୧୨।୮:ବରଗଡ଼-ଅମ୍ବାପାଲି ମଧ୍ୟରେ ଜିରା ନଦୀ ବହିଯାଇଛି। ଅମ୍ବାପାଲିକୁ ସଂଯୋଗ କରିବା ପାଇଁ ବ୍ରିଟିଶ ଅମଳରୁ ଏକ ପୋଲ ରହିଥିଲା। ବିପଦଶଙ୍କୁଳ ଅବସ୍ଥା ଯୋଗୁ ତାକୁ ଭାଙ୍ଗି ଦିଆଯାଇ ସେଠାରେ ନୂତନ ପୋଲ ନିର୍ମାଣ ଚାଲିଛି । ୨୦୧୮ ମସିହାରୁ ପୋଲ…
ଚନ୍ଦଲି ଶକ୍ତିପୀଠକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦିଆଯାଉ
ଲେଫ୍ରିପଡ଼ା,୧୨।୮(ଡି.ଏନ୍.ଏ.):ସୁନ୍ଦରଗଡ଼ ଜିଲାର ଲେଫ୍ରିପଡ଼ା ବ୍ଲକ ଅନ୍ତର୍ଗତ ରାଏ ପଞ୍ଚାୟତ ଅନ୍ତର୍ଗତ ଉଜ୍ୱଲପୁର ଠାରୁ ଦର୍ଲିପାଲି ପିଡ଼ବ୍ଲ୍ୟୁଡ଼ି ରାସ୍ତା କଡ଼ ଏନଟିପିସି ପ୍ରକଳ୍ପ ନିକଟରେ ରହିଛି ପ୍ରସିଦ୍ଧ ଚନ୍ଦଳି ଶକ୍ତିପୀଠ। କେଉଁ ଆବାହମାନ କାଳରୁ ଏଠାରେ ମା’ ଚନ୍ଦଳି ପାଟ ପୂଜା ପାଇ…
ମହିଳାଙ୍କ ଆକାଉଣ୍ଟରୁ ୧.୯୧ଲକ୍ଷ ଗାଏବ
ବ୍ରହ୍ମପୁର ଅଫିସ,୧୨ା୮: ବ୍ରହ୍ମପୁର ସହରରେ ଦିନକୁ ଦିନ ସାଇବର ଅପରାଧ ବଢ଼ିବାରେ ଲାଗିଛି। ବିଭିନ୍ନ ଉପାୟରେ ଲୋକଙ୍କ ଧନସମ୍ପତ୍ତି କ୍ଷଣିକ ମଧ୍ୟରେ ଗାଏବ କରି ଦେଉଛନ୍ତି। ସହରରେ ପୁଣିଥରେ ଏଭଳି ଠକେଇର ଶିକାର ହୋଇଛନ୍ତି ଜଣେ ମହିଳା। ବକେୟା ବିଦ୍ୟୁତ୍ ବିଲ୍…

