ଯଥାରୀତି ପାଳନ ହେବ ପ୍ରସିଦ୍ଧ ବଳିଯାତ୍ରା

ସୋନପୁର,୧୭।୯(ନି.ପ୍ର.): ସୁବର୍ଣ୍ଣପୁରର ପ୍ରସିଦ୍ଧ ମହାବଳୀ ଯାତ୍ରା ଓ ଦଶହରା ପୂଜା ପାଇଁ ଏକ ପ୍ରସ୍ତୁତି ବୈଠକ ଅତିରିକ୍ତ ଜିଲାପାଳ ସୂର୍ଯ୍ୟନାରାୟଣ ଦାଶଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ସୋନପୁର ଉପଜିଲାପାଳ ତଥା ଦେବୋତ୍ତର ଅଧିକାରୀ ଡକ୍ଟର ଇପ୍ସିତା ପ୍ରିୟଦର୍ଶନୀ ମିଶ୍ରଙ୍କ ଆବାହକତ୍ୱରେ ଜିଲା ଯୋଜନା ଓ ସମନ୍ବୟ ବିଭାଗର କାର୍ଯ୍ୟାଳୟ ସଭାଗୃହରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଚଳିତବର୍ଷ ଦଶହରା ପୂଜା ଓ ମହାବଳୀ ଯାତ୍ରାର ବିଭିନ୍ନ ପୂଜା ଏବଂ ବଳି ପର୍ବ ପରମ୍ପରା ଅନୁଯାୟୀ ଯଥାରୀତି ପାଳନ ପାଇଁ ନିଷ୍ପତ୍ତି ହୋଇଛି। ସହରର ବିଭିନ୍ନ ଦେବୀ ମନ୍ଦିରରେ ପୂଜା ଓ ନିର୍ଦ୍ଦିଷ୍ଟ ସମୟ ନିର୍ଘଣ୍ଟ ଉପରେ ବିଶଦ ଆଲୋଚନା ହୋଇଥିଲା। ବଳି ଯାତ୍ରାର ମୁଖ୍ୟ ବରୁଆ ବିକାର ନେଗୀଙ୍କ ପରଲୋକ ହୋଇଥିବାରୁ ତାଙ୍କ ବିୟୋଗରେ ଶୋକ ସଭା ଅନୁଷ୍ଠିତ ହୋଇଥିଲା। ସୁବାଷ ନେଗୀ ଚଳିତ ବର୍ଷ ମୁଖ୍ୟ ବରୁଆ ଦାୟିତ୍ୱ ନିର୍ବାହ କରିବେ ବୋଲି ସ୍ଥିର ହୋଇଥିଲା । ବୈଠକରେ ଅଧିକାରୀ, ସେବାୟତ ଓ ଯାତ୍ରା ସହିତ ଜଡିତ ସହରର ବିଶିଷ୍ଟ ବ୍ୟକ୍ତିମାନେ ଏହି ଯୋଗଦାନ କରିଥିଲେ। ନିରବିଚ୍ଛିନ୍ନ ବିଦ୍ୟୁତ୍‌ ଯୋଗାଣ, ମନ୍ଦିର ଗୁଡିକୁ ସମୟ ପୂର୍ବରୁ ରଙ୍ଗ ଲଗାଇବା, ମନ୍ଦିର ପରିବେଶ ସଫାସୁତୁରା, ଶାନ୍ତି ଶୃଙ୍ଖଳା ରକ୍ଷା ଓ ସେବା ପୂଜା ଉପରେ ଆଲୋଚନା ହୋଇଥିଲା। ରାଜପୁରୋହିତ ଦୀପକ କୁମାର ପୁରୋହିତ ବଳିଯାତ୍ରା ସମ୍ପର୍କରେ ସୂଚନା ଦେଇଥିଲେ। ସେପ୍ଟେମ୍ବର ୨୫ ତାରିଖ ଅମାବାସ୍ୟା ତିଥି ଅପରାହ୍ନରେ ବାହୁତି ବିଜୟ ଛତ୍ର ସୁରେଶ୍ୱରୀ ମନ୍ଦିର ଠାରୁ ବାହାରି ସମଲେଶ୍ୱର ମନ୍ଦିରକୁ ଯିବ। ରାତିରେ ଜିଲାର ଇଷ୍ଟଦେବୀ ମା ସୁରେଶ୍ୱର, ସମଲେଶ୍ୱରୀ ଓ ବୁଢାରାଜାଙ୍କ ପୀଠରେ ପୂଜା ଓ ବଳି, ୨୬ ତାରିଖରୁ ୯ ଦିନ ବ୍ୟାପୀ ପୂଜାରମ୍ଭ ଓ ସମଲେଶ୍ୱରୀ ପୀଠରେ ପୂଜା ବଳି ହେବ। ୨୭ ତାରିଖରେ ଦ୍ୱିତୀୟା ପୂଜା ବଳି। ସେହିପରି ୨୯ ତାରିଖ ବିଳମ୍ବିତ ରାତିରେ ସୁରେଶ୍ୱରୀଙ୍କ ପୀଠରେ ଖଉଳ ବଳି, ୩୦ ତାରିଖରେ ଦୁର୍ଗାଦେବୀଙ୍କର ସମଲେଶ୍ୱରୀ ମଣ୍ଡପରେ ଷୋଡଷ ଉପଚାରରେ ପୂଜା, ଅକ୍ଟୋବର ୩ ତାରିଖରେ ମହାଷ୍ଟମୀ ପୂଜା ଓ ଅଷ୍ଟଚଣ୍ଡୀ ପୀଠରେ ମହାଖଳା ପୂଜା, ଡାଙ୍ଗୁଆ ବଳି ଓ ଭୋରରେ ମହାବଳି ଯାତ୍ରା ଏବଂ ସମସ୍ତ ଶକ୍ତିପୀଠରେ ଦଶହରା ପୂଜା ଆୟୋଜନ ସମ୍ପର୍କରେ ବିଶଦ ଆଲୋଚନା ହୋଇଥିଲା। ସୋନପୁର ଏସଡିପିଓ ପୁଷ୍ପାଞ୍ଜଳି ନିଙ୍ଗି, ତହସିଲଦାର ନବୀନ କିଶୋର ପାଢୀ, ସୋନପୁର ଆଇଆଇସି କୃଷ୍ଣଚନ୍ଦ୍ର ମେହେର, ଡାକ୍ତର ରମେଶ ଚନ୍ଦ୍ର ସ୍ବାଇଁ, ଦେବୋତ୍ତର ପରିଚାଳକ ମେଘନାଦ ମନହିରା, ନୀଳାମ୍ବର ଶତପଥୀ, ସାମାଜିକକର୍ମୀ ଶ୍ରୀବତ୍ସ ମଲ୍ଳିକ, ଦେବୋତ୍ତର ଉପଦେଷ୍ଟା କମିଟିର ସଭ୍ୟାସଭ୍ୟ ବୈଠକରେ ଯୋଗଦାନ କରି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

କୋର୍ଟରେ ହୋଇ ନ ଥିଲେ ହାଜର, ୩ ୱାରେଣ୍ଟିଙ୍କୁ ବାନ୍ଧିଲା ପାଟପୁର ପୋଲିସ 

ଦିଗପହଣ୍ଡି,,୨୧।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ପୋଲିସ ବିଭିନ୍ନ ମାମଲାରେ ଫେରାର ଥିବା ୩ ଜଣ ଜାମିନବିହୀନ ୱାରେଣ୍ଟିଙ୍କୁ ଗିରଫ କରି…

ଜାଗିରି ସମ୍ପତ୍ତିକୁ ନେଇ ବିବାଦ, ଚାରି କୋର୍ଟ ଚାଲାଣ

ବାଲିପାଟଣା ୨୨।୭(ଅଭିମନ୍ୟୁ ନାୟକ): ବାଲିପାଟଣା ଥାନା ଅନ୍ତର୍ଗତ ଗାରେଡିପାଞ୍ଚଣ ଗ୍ରାମରେ ଏକ ଜାଗିରି ଜମି ଦଖଲକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଛି। ଯେଉଁଥିରେ ଜଣେ…

ଦିଗପହଣ୍ଡିରେ ଖେମୁଣ୍ଡି ଲୋକ ମହୋତ୍ସବ ଉଦଯାପିତ: ଜିଲାପାଳ କହିଲେ- ସହରରେ ନିର୍ମାଣ ହେବ ସଂସ୍କୃତି ଭବନ

ଦିଗପହଣ୍ଡି,୨୧।୭(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବଜାର ଗାନ୍ଧୀ ଛକଠାରେ ସୋମବାରଠାରୁ ଦୁଇ ଦିନ ଧରି ଚାଲିଥିବା ଖେମୁଣ୍ଡି ଲୋକ କଳା ମହୋତ୍ସବ ମଙ୍ଗଳବାର ରାତିରେ ସଫଳତାର ସହ…

ପୂଜା ସାରି ଫେରୁଥିବା ବେଳେ ମହିଳାଙ୍କୁ ମାଡ଼, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଥାନାରେ ମାମଲା

ଧାମନଗର,୨୧।୭(କାଳନ୍ଦି ବେହେରା): ଭଦ୍ରକ ଜିଲା ଧାମନଗର ଥାନା ଅନ୍ତର୍ଗତ ବରଗଡ଼ା ଗ୍ରାମରେ ପୂଜା ସାରି ଘରକୁ ଫେରୁଥିବା ଜଣେ ମହିଳାଙ୍କୁ ଆକ୍ରମଣ କରାଯିବା ଏବଂ ଚିକିତ୍ସାଧୀନ ଅବସ୍ଥାରେ…

ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଆଧାର ନିଷ୍କ୍ରିୟ; ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ…

ମୋହନା,୨୧।୭(ମନ୍ମଥ ମିଶ୍ର): ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଗଜପତି ଜିଲା ଆର୍. ଉଦୟଗିରି ବ୍ଲକ ରଣାଲଇ ଗ୍ରାମରେ ଦେଖିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri