ଯଥାରୀତି ପାଳନ ହେବ ପ୍ରସିଦ୍ଧ ବଳିଯାତ୍ରା

ସୋନପୁର,୧୭।୯(ନି.ପ୍ର.): ସୁବର୍ଣ୍ଣପୁରର ପ୍ରସିଦ୍ଧ ମହାବଳୀ ଯାତ୍ରା ଓ ଦଶହରା ପୂଜା ପାଇଁ ଏକ ପ୍ରସ୍ତୁତି ବୈଠକ ଅତିରିକ୍ତ ଜିଲାପାଳ ସୂର୍ଯ୍ୟନାରାୟଣ ଦାଶଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ସୋନପୁର ଉପଜିଲାପାଳ ତଥା ଦେବୋତ୍ତର ଅଧିକାରୀ ଡକ୍ଟର ଇପ୍ସିତା ପ୍ରିୟଦର୍ଶନୀ ମିଶ୍ରଙ୍କ ଆବାହକତ୍ୱରେ ଜିଲା ଯୋଜନା ଓ ସମନ୍ବୟ ବିଭାଗର କାର୍ଯ୍ୟାଳୟ ସଭାଗୃହରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଚଳିତବର୍ଷ ଦଶହରା ପୂଜା ଓ ମହାବଳୀ ଯାତ୍ରାର ବିଭିନ୍ନ ପୂଜା ଏବଂ ବଳି ପର୍ବ ପରମ୍ପରା ଅନୁଯାୟୀ ଯଥାରୀତି ପାଳନ ପାଇଁ ନିଷ୍ପତ୍ତି ହୋଇଛି। ସହରର ବିଭିନ୍ନ ଦେବୀ ମନ୍ଦିରରେ ପୂଜା ଓ ନିର୍ଦ୍ଦିଷ୍ଟ ସମୟ ନିର୍ଘଣ୍ଟ ଉପରେ ବିଶଦ ଆଲୋଚନା ହୋଇଥିଲା। ବଳି ଯାତ୍ରାର ମୁଖ୍ୟ ବରୁଆ ବିକାର ନେଗୀଙ୍କ ପରଲୋକ ହୋଇଥିବାରୁ ତାଙ୍କ ବିୟୋଗରେ ଶୋକ ସଭା ଅନୁଷ୍ଠିତ ହୋଇଥିଲା। ସୁବାଷ ନେଗୀ ଚଳିତ ବର୍ଷ ମୁଖ୍ୟ ବରୁଆ ଦାୟିତ୍ୱ ନିର୍ବାହ କରିବେ ବୋଲି ସ୍ଥିର ହୋଇଥିଲା । ବୈଠକରେ ଅଧିକାରୀ, ସେବାୟତ ଓ ଯାତ୍ରା ସହିତ ଜଡିତ ସହରର ବିଶିଷ୍ଟ ବ୍ୟକ୍ତିମାନେ ଏହି ଯୋଗଦାନ କରିଥିଲେ। ନିରବିଚ୍ଛିନ୍ନ ବିଦ୍ୟୁତ୍‌ ଯୋଗାଣ, ମନ୍ଦିର ଗୁଡିକୁ ସମୟ ପୂର୍ବରୁ ରଙ୍ଗ ଲଗାଇବା, ମନ୍ଦିର ପରିବେଶ ସଫାସୁତୁରା, ଶାନ୍ତି ଶୃଙ୍ଖଳା ରକ୍ଷା ଓ ସେବା ପୂଜା ଉପରେ ଆଲୋଚନା ହୋଇଥିଲା। ରାଜପୁରୋହିତ ଦୀପକ କୁମାର ପୁରୋହିତ ବଳିଯାତ୍ରା ସମ୍ପର୍କରେ ସୂଚନା ଦେଇଥିଲେ। ସେପ୍ଟେମ୍ବର ୨୫ ତାରିଖ ଅମାବାସ୍ୟା ତିଥି ଅପରାହ୍ନରେ ବାହୁତି ବିଜୟ ଛତ୍ର ସୁରେଶ୍ୱରୀ ମନ୍ଦିର ଠାରୁ ବାହାରି ସମଲେଶ୍ୱର ମନ୍ଦିରକୁ ଯିବ। ରାତିରେ ଜିଲାର ଇଷ୍ଟଦେବୀ ମା ସୁରେଶ୍ୱର, ସମଲେଶ୍ୱରୀ ଓ ବୁଢାରାଜାଙ୍କ ପୀଠରେ ପୂଜା ଓ ବଳି, ୨୬ ତାରିଖରୁ ୯ ଦିନ ବ୍ୟାପୀ ପୂଜାରମ୍ଭ ଓ ସମଲେଶ୍ୱରୀ ପୀଠରେ ପୂଜା ବଳି ହେବ। ୨୭ ତାରିଖରେ ଦ୍ୱିତୀୟା ପୂଜା ବଳି। ସେହିପରି ୨୯ ତାରିଖ ବିଳମ୍ବିତ ରାତିରେ ସୁରେଶ୍ୱରୀଙ୍କ ପୀଠରେ ଖଉଳ ବଳି, ୩୦ ତାରିଖରେ ଦୁର୍ଗାଦେବୀଙ୍କର ସମଲେଶ୍ୱରୀ ମଣ୍ଡପରେ ଷୋଡଷ ଉପଚାରରେ ପୂଜା, ଅକ୍ଟୋବର ୩ ତାରିଖରେ ମହାଷ୍ଟମୀ ପୂଜା ଓ ଅଷ୍ଟଚଣ୍ଡୀ ପୀଠରେ ମହାଖଳା ପୂଜା, ଡାଙ୍ଗୁଆ ବଳି ଓ ଭୋରରେ ମହାବଳି ଯାତ୍ରା ଏବଂ ସମସ୍ତ ଶକ୍ତିପୀଠରେ ଦଶହରା ପୂଜା ଆୟୋଜନ ସମ୍ପର୍କରେ ବିଶଦ ଆଲୋଚନା ହୋଇଥିଲା। ସୋନପୁର ଏସଡିପିଓ ପୁଷ୍ପାଞ୍ଜଳି ନିଙ୍ଗି, ତହସିଲଦାର ନବୀନ କିଶୋର ପାଢୀ, ସୋନପୁର ଆଇଆଇସି କୃଷ୍ଣଚନ୍ଦ୍ର ମେହେର, ଡାକ୍ତର ରମେଶ ଚନ୍ଦ୍ର ସ୍ବାଇଁ, ଦେବୋତ୍ତର ପରିଚାଳକ ମେଘନାଦ ମନହିରା, ନୀଳାମ୍ବର ଶତପଥୀ, ସାମାଜିକକର୍ମୀ ଶ୍ରୀବତ୍ସ ମଲ୍ଳିକ, ଦେବୋତ୍ତର ଉପଦେଷ୍ଟା କମିଟିର ସଭ୍ୟାସଭ୍ୟ ବୈଠକରେ ଯୋଗଦାନ କରି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri