ଆମ ଜିଲା ଖବର

ରାସ୍ତା ନିର୍ମାଣ ଦାବିରେ ଧାନତଳି ରୋଇ ପ୍ରତିବାଦ

କୋକସରା,୨୧।୮(ଡି.ଏନ୍‌.ଏ.): ଗାଁକୁ ସଂଯୋଗ କରୁଥିବା ରାସ୍ତାରେ ଆଣ୍ଠୁଏ କାଦୁଅ। ରାସ୍ତା ନିର୍ମାଣ ନେଇ ୫ ବର୍ଷ ହେଲା ପ୍ରତିଶ୍ରୁତି ମିଳୁଛି। ହେଲେ ତାହା ପୂରଣ ହେଉନାହିଁ। ଫଳରେ ବର୍ଷାଦିନେ କାଦୁଅ ପଚପଚରେ ଯାତାୟାତ କରୁଛନ୍ତି ଗ୍ରାମବାସୀ। ଏଭଳି ଏକ ଅଭିଯୋଗ ଆସିଛି…

ସ୍ତ୍ରୀଙ୍କୁ ପାଇବା ପାଇଁ ଶାଳକଙ୍କୁ ଅପହରଣ

ଲୋଇସିଂହା,୨୧।୮(ଡି.ଏନ୍‌.ଏ.): ସ୍ବାମୀ ନିର୍ଯାତନା ସହି ନ ପାରି ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଆଗଲପୁର ବ୍ଲକ ବାଇଗଣଖାରି ଗ୍ରାମକୁ ଶିଶୁକନ୍ୟାକୁ ଧରି ଚାଲି ଆସିଥିଲେ ପୂର୍ଣ୍ଣିମା ନାଗ। ନିର୍ଯାତନା ବେଳକୁ ବେଳ ଏପରି ଅସହ୍ୟ ହେଲା ଯେ, ପୂର୍ଣ୍ଣିମା ଆଉ ସ୍ବାମୀଙ୍କ…

୪ ବାଲି ବୋଝେଇ ଟ୍ରକ୍‌ ଜବତ

ଗଞ୍ଜାମ,୨୧ା୮(ଡି.ଏନ୍‌.ଏ.): ଗଞ୍ଜାମ ତହସିଲ କାର୍ଯ୍ୟାଳୟ ପକ୍ଷରୁ ୪ଟି ବାଲି ବୋଝଇ ଟ୍ରକ୍‌ ଜବତ କରାଯାଇଥିବା ଜଣାପଡ଼ିଛି l ଜବତ ଟ୍ରକ୍‌ଗୁଡ଼ିକ ଗଞ୍ଜାମ ଥାନା ସମ୍ମୁଖରେ ଦୁଇ ଦିନ ହେବ ରହିଥିଲେ ମଧ୍ୟ ତହସିଲ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନି l ଉକ୍ତ…

କମୁଛି ବୈତରଣୀ ଜଳସ୍ତର

ଆନନ୍ଦପୁର,୨୧ା୮(ସ୍ବ.ପ୍ର.): ବଙ୍ଗୋପସାଗରରେ ଲଘୁଚାପକୁ ଆଧର କରି କେନ୍ଦୁଝର ଜିଲାକୁ ରେଡ ଓ୍ବାର୍ନିଂ ତାଲିକା ଭୁକ୍ତ କରାଯାଇଥିଲା। ଆନନ୍ଦପୁର ଠାରେ ବର୍ଷାର ପ୍ରଭାବ କମ୍‌ ରହିଥିଲେ ସୁଦ୍ଧା ଉପରମୁଣ୍ଡ ଚମ୍ପୁଆ ଠାରେ ୨୦ ତାରିଖରେ ୧୦୨ ମିଲିମିଟର ବର୍ଷା ଓ ଅନ୍ୟ ସ୍ଥାନରେ…

ମର୍ନିଂୱାକ ବେଳେ ଝାମ୍ପିନେଲେ ସୁନାଚେନ

ଉଦଳା,୨୧।୮(ଡି.ଏନ୍‌.ଏ.): ମର୍ନିଂଓ୍ବାକ ବେଳେ ଜଣେ ମହିଳା ଲୁଟ୍‌ର ଶିକାର ହୋଇଛନ୍ତି। ଦୁର୍ବୃତ୍ତମାନେ ତାଙ୍କ ବେକରୁ ସୁନାଚେନ୍‌ ଝାମ୍ପି ନେଇଛନ୍ତି। ରବିବାର ଏଭଳି ଏକ ଘଟଣା ଘଟିଛି ମୟୂରଭଞ୍ଜ ଜିଲା ଉଦଳା ଏନ୍‌ଏସି ଅଧୀନ ୩ ନମ୍ବର ୱାର୍ଡରେ। ୱାର୍ଡର ମିତାରାଣୀ ମଲ୍ଲିକ…

ମହାକାଳପଡ଼ା ଡଙ୍ଗା ଭାସିଯିବା ଘଟଣା: ଉଦ୍ଧାରକାରୀଙ୍କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର/ମହାକାଳପଡ଼ା,୨୧ା୮(ବ୍ୟୁରୋ/ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ାର ବାହାକୁଦ ଘାଟରେ ଭାସିଯାଇଥିବା ଯାତ୍ରୀବାହୀ ଡଙ୍ଗାରୁ ଲୋକମାନଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଧାରକାରୀଙ୍କୁ ଶୁଭେଚ୍ଛା ଓ ଧନ୍ୟବାଦ ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ଟୁଇଟ୍‌ କରି କହିଛନ୍ତି, ଅଗ୍ନିଶମ ବାହିନୀ, ବିଡିଓ, ତହସିଲଦାର, ମହାକାଳପଡ଼ା…

ମୋବାଇଲ ଚୋରି ଅଭିଯୋଗରେ ଯୁବକଙ୍କୁ ରଶିରେ ବାନ୍ଧି ୨ କିଲୋମିଟର ଚଲାଇଲେ

ବାରିପଦା ଅଫିସ,୨୧ା୮: ମୋବାଇଲ ଚୋରି ଅଭିଯୋଗରେ ଅଞ୍ଚଳବାସୀ ଯୁବକଙ୍କୁ ନିର୍ଧୂମ ଛେଚିବା ସହିତ ୨ହାତକୁ ଦୌଡ଼ିରେ ବାନ୍ଧି ୨ କିଲୋମିଟର ଚଳାଇବା ଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏଭଳି ଏକ ସଂଘାତିକ ଘଟଣା ଘଟିଛି ମୟୂରଭଞ୍ଜ ଜିଲା ବାରିପଦା…

ବାଲେଶ୍ୱର ଜିଲାପାଳଙ୍କୁ ଏସଆର୍‌ସି କ୍ଷମତା

ବାଲେଶ୍ୱର ଅଫିସ ୨୧।୮: ରାଜ୍ୟରେ ବନ୍ୟା ପରିଚାଳନା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରିଛନ୍ତି । ବାଲେଶ୍ୱର ଜିଲାପାଳଙ୍କୁ ମୁଖ୍ୟମନ୍ତ୍ରୀ ଏସଆର୍‌ସି କ୍ଷମତା ପ୍ରଦାନ କରିଛନ୍ତି। ଆଗକୁ ବାଲେଶ୍ବର ଜିଲାରେ ବଡ଼ ଧରଣର ବନ୍ୟା ହେବା ନେଇ…

ମରାମତି ଫୁଲୁଛି ବୈତରଣୀ: ଘାଇ ଉପରେ ବନ୍ୟାଜଳ

ଯାଜପୁର ଅଫିସ,୨୧।୮: ଯାଜପୁର ଜିଲା ଦେଇ ପ୍ରବାହିତ ହେଉଥିବା ବୈତରଣୀ ନଦୀ ରବିବାର ପୁଣି ଫୁଲି ଉଠିଛି । ଆଖୁଆପଦାରେ ବିପଦସଙ୍କେତ ୧୭.୮୩ ମିଟର ଥିବା ବେଳେ ସକାଳେ ୧୮.୮୪ ମିଟର ଉପରେ ବନ୍ୟାଜଳ ପ୍ରବାହିତ ହେଉଛି। ଗତ ୧୫ ତାରିଖରେ…

ଗର୍ଭବତୀ ସ୍ତ୍ରୀଙ୍କୁ ତଣ୍ଟିଚିପି ହତ୍ୟା

ସମ୍ବଲପୁର,୨୧।୮(ବ୍ୟୁରୋ): ସମ୍ବଲପୁର ଜିଲା ଯୁଯୁମୁରା ଥାନା ଗଇଲଗୁଡି ଗ୍ରାମର ମଙ୍ଗଳୁ ଶବର ନିଜ ଗର୍ଭବତୀ ସ୍ତ୍ରୀ ପଦ୍ମିନୀଙ୍କ ତଣ୍ଟି ଚିପି ହତ୍ୟା କରିଛନ୍ତି। ମାମଲାକୁ ଚପାଇଦେବାକୁ ଚେଷ୍ଟାକରି ସେ ଜଙ୍ଗଲ ଭିତରେ ପୋତି ଦେଇଥିବା ମୃତଦେହ ୪ଦିନ ପରେ ଜବତ ହୋଇଛି।…

ଛାତିଏ ପାଣିରେ ପଶି ମୃତଦେହକୁ ନେଲେ ଶ୍ମଶାନ

ଚନ୍ଦାହାଣ୍ଡି, ୨୧।୮(ଡି.ଏନ୍‌.ଏ.): ମଶାଣୀକୁ ଯିବାକୁ ନାହିଁ ରାସ୍ତା। ନାଳରେ କମ୍‌ ଉଚ୍ଚତା ପୋଲ। ତେଣୁ ଛାତିଏ ପାଣିରେ ପଶି ମୃତଦେହକୁ ସତ୍କାର ପାଇଁ ନେଇଛନ୍ତି ପରିବାର ଲୋକେ। ଏପରି ଦୃଶ୍ୟ ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ ଅନକାବେଡା ପଞ୍ଚାୟତ ଅଧୀନ ଚକାମାଲ…

ଅଶାନ୍ତ ଭୀମକୁଣ୍ଡ, ସେଲ୍‌ଫି ଉଠାଉଛନ୍ତି ଅମାନିଆ

ପାଟଣା,୨୧ା୮(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ତହସିଲ ଘାଟ ବାଲିଯୋଡ଼ି ଅନ୍ତର୍ଗତ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଲଘୁଚାପ ବର୍ଷା ଯୋଗୁ ଫୁଲୁଛି ବୈତରଣୀ ଆଉ ଭୀମକୁଣ୍ଡ ଏବେ ଅଶାନ୍ତ ହୋଇପଡ଼ିଛି । କିଛି ଦିନ ତଳେ ଭୀମକୁଣ୍ଡରେ ମାଛ ଧରିବାକୁ ଯାଇ ଜଣେ ଯୁବକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?