ବର୍ଷାଦିନେ ଛତା ଧରି ପଢ଼ୁଛନ୍ତି ଅଷ୍ଟମ ଶ୍ରେଣୀ ପିଲା

ନବରଙ୍ଗପୁର,୨୭।୯(ବି.ପ୍ର.):ଶିକ୍ଷା ମାନବ ସମାଜର ଦର୍ପଣ। ହେଲେ ଭିତ୍ତିଭୂମିର ବିକାଶ ନ କରାଯାଇ ବିଦ୍ୟାଳୟଗୁଡ଼ିକୁ ପ୍ରାଥମିକରୁ ମାଧ୍ୟମିକ ବିଭାଗକୁ ଉନ୍ନୀତ କରି ଦିଆଯାଉଛି ା ଛାତ୍ରୀଛାତ୍ର ବସିବା ପାଇଁ କ୍ଲାସ୍‌ ରୁମ୍‌ ନାହିଁ। ଖେଳକୁଦ ପାଇଁ ମଧ୍ୟ ପଡ଼ିଆଟିଏ ନ ଥିବା ଦୃଶ୍ୟ ଦେଖିବାକୁ ମିଳୁଛି ନବରରଙ୍ଗପୁର ଜିଲା ନନ୍ଦାହାଣ୍ଡି ବ୍ଲକ ମେଣ୍ଟ୍ରି ବିଦ୍ୟାଳୟରେ।
୧୯୦୨ରେ ଏହି ବିଦ୍ୟାଳୟ ସ୍ଥାପିତ। ଏବେ ତାହା ଉନ୍ନୀତ କରାଯାଇ ୟୁଜି ହାଇସ୍କୁଲ ଭାବେ ପରିଚାଳିତ ହେଉଛି। ବିଦ୍ୟାଳୟରେ ୧ମରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ୪୧୦ ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ବିଦ୍ୟାଳୟର ସମସ୍ତ ଶ୍ରେଣୀଗୃହ ଆଜବେଷ୍ଟସ୍‌ ପଡ଼ିଛି। ଆଜ୍‌ବେଷ୍ଟସ୍‌ଗୁଡିକ ଫାଟିଯାଇଛି ା ଶ୍ରେଣୀଗୃହ ଅଭାବ ଯୋଗୁ ପ୍ରଥମ ଓ ଦ୍ୱୀତୀୟ ଶ୍ରେଣୀ ଛାତ୍ରୀଛାତ୍ର ଗୋଟିଏ କୋଠରିରେ ବସି ପାଠ ପଢୁଛନ୍ତି। ଅଷ୍ଟମ ଶ୍ରେଣୀ ପିଲାମାନେ ବସି ପଢ଼ୁଥିବା କୋଠାର ଆଜ୍‌ବେଷ୍ଟସ୍‌ ଫାଟିଯାଇଛି। ଫଳରେ ବର୍ଷାଦିନେ ପିଲାମାନେ ଶ୍ରେଣୀଗୃହରେ ଛତା ଧରି ବସି ପଢ଼ୁଥିବା ଦୃଶ୍ୟ ଦେଖିବାକୁ ମିଳୁଛି। ନବମ ଶ୍ରେଣୀରେ ୯୧ ଓ ୧୦ମରେ ୪୮ ଜଣ ଛାତ୍ରୀଛାତ୍ର ପଢୁଛନ୍ତି। ଗୋଟିଏ କୋଠରିରେ ନବମ ଶ୍ରେଣୀ ଛାତ୍ରୀଛାତ୍ର ଖୁନ୍ଦାଖୁନ୍ଦି ହୋଇ ବସୁଛନ୍ତି। କାର୍ଯ୍ୟାଳୟ ସମେତ ଦୁଇଟି କୋଠରିରେ ସ୍ବଳ୍ପ ବର୍ଷା ହେଲେ ପାଣି ଗଳୁଛି। ପିଲାମାନେ ବସି ପାଠ ପଢ଼ିବା କଷ୍ଟକର ହୋଇପଡୁଛି। ପିଲାମାନେ ଖେଳିବା ପାଇଁ ପଡ଼ିଆଟିଏ ମଧ୍ୟ ନାହିଁ। ଅତିରିକ୍ତ ଶ୍ରେଣୀଗୃହ ଓ ପାଚେରି ନିର୍ମାଣ ପାଇଁ ଅନେକ ଥର ଜିଲାପାଳ, ବିଧାୟକ ଓ ଏମ୍‌ପିଙ୍କୁ ଦର୍ଶାଯାଇଛି। ତଥାପି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ନଳକୂପ ରହିଛି। ପାଣି ପିଇବା ଉପଯୋଗୀ ହୋଇ ପାରୁନାହିଁ। ଗାଁକୁ ଯୋଗାଣ ହେଉଥିବା ପାଇପ ଯୋଗେ ପାଣି ବିଦ୍ୟାଳୟକୁ ଅଣାଯାଇଛି। ସେଥିରେ ମଧ୍ୟ ଠିକ୍‌ ଭାବେ ପାଣି ଆସୁ ନାହିଁ। ପିଲାମାନେ ପିଇବା ପାଣି ପାଇଁ ବହୁ ସମସ୍ୟାର ସମ୍ମୁ୍‌ଖୀନ ହେଉଛନ୍ତି। ମଧ୍ୟାହ୍ନଭୋଜନ ରୋଷେଇ ପାଇଁ ପାଣିର ଆବଶ୍ୟକ ରହୁଛି। ବିଦ୍ୟାଳୟରେ ଅତିରିକ୍ତ ଶ୍ରେଣୀଗୃହ, ପାଚେରି ଓ ପାଣିର ବ୍ୟବସ୍ଥା କରାଯାଉ ବୋଲି କହିଛନ୍ତି ଅଭିଭାବକ। ଏନେଇ ଜିଲା ଶିକ୍ଷାଧିକାରୀ ପ୍ରଦୀପ କୁମାର ନାଗଙ୍କୁ ପଚାରିବାରୁ ଶ୍ରେଣୀଗୃହ ନିର୍ମାଣ ପାଇଁ ପ୍ରସ୍ତାବ ରହିଛି । ବିଦ୍ୟାଳୟର ଉନ୍ନତୀକରଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାମାଙ୍କନ ପତ୍ର ଦାଖଲ କଲେ କୋରାପୁଟ ଲୋକ ସଭା ପ୍ରାର୍ଥୀ କୌଶଲ୍ୟା ହିକକା

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ଲୋକସଭା ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକା ମଙ୍ଗଳବାର ନାମାଙ୍କନ ଦାଖଲ କରିଛନ୍ତି। ଜିଲାପାଳ ଭି କୀର୍ତି ଭାସନଙ୍କ ଠାରେ ସେ ନାମାଙ୍କନ...

ନାମାଙ୍କନ ପତ୍ର ଦାଖଲ କଲେ ରଘୁରାମ ପଡାଲ

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ବିଧାନସଭା ଆସନ ନିମନ୍ତେ ବିଜେଡି ପାର୍ଥି ରଘୁରାମ ପଡାଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କୋରାପୁଟ ଉପଜିଲାପାଳ ବେଣୁଧର ଶବରଙ୍କୁ ମଙ୍ଗଳବାର...

କାହିଁକି କଟିଲା ସମୀର ଦାଶଙ୍କ ଟିକେଟ୍‌, ରାଜା ସ୍ବାଇଁଙ୍କ ଭିଡିଓ ଭାଇରାଲ

ପୁରୀ,୨୩।୪: ନିମାପଡାରେ ଦିଲ୍ଲୀପ ନାୟକଙ୍କୁ ବିଜେଡି ଟିକେଟ ଦେବା ପରେ ବିଧାୟକ ସମୀର ଦାଶ ସମର୍ଥକଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି । ଏହାରି ଭିତରେ...

ଆତଙ୍କ ଖେଳାଇଛି ଗୋଠଛଡ଼ା ଦନ୍ତା, ୩ ଦିନରେ ଭାଙ୍ଗିଲାଣି ୯ ଘର

ପାଟଣା,୨୩।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୩ ଦିନ ହେବ ଏକ ଗୋଠଛଡ଼ା ଦନ୍ତା ଆତଙ୍କ ଖେଳାଇଛି। ୯ରୁ ଉଦ୍ଧର୍‌ବ ଘର ଭାଙ୍ଗି...

ଆଦିଶକ୍ତି ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୨୩/୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦ୍‌ଯାପନ ହୋଇଛି। ମଙ୍ଗଳବାର ସାଙ୍ଗକୁ ପୂର୍ଣ୍ଣିମା ପଡିଥିବାରୁୁ ମା’ଙ୍କ...

ଆଗାମୀ ନିର୍ବାଚନରେ ଡବଲ ଇଞ୍ଜିନ ସରକାର ହେବ ଗଠନ:ସୀତାଂଶୁ

ଭଦ୍ରକ,୨୩।୪(ସନାତନ ରାଉତ)- ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଭାଜପା ତାର ସ୍ଥିତି ମଜଭୁତ କରୁଛି। ଯୁବ ଚେହରା ସୀତାଂଶୁ ଭାଜପା...

ହାଇୱାକୁ ଧକ୍କା ଦେଲା ବାଇକ୍‌: ଚାଲିଗଲା ଫାର୍ମାସିଷ୍ଟଙ୍କ ଜୀବନ

ତିହିଡି,୨୩।୪(ସଞ୍ଜିତ ବଳ): ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥର ଫତେପୁର ଛକ ନିକଟରେ ଏକ ହାଇୱାକୁ ବାଇକ ଧକ୍କା ଦେଇଛଇ। ଏଥିରେ ଜଣେ ଫାର୍ମାସିଷ୍ଟଙ୍କର ମୃତ୍ୟୁ ଘଟିଥିବା ବେଳେ...

ପାଚିଲା ଧାନ କ୍ଷେତରେ ହାତୀପଲଙ୍କ ଉପଦ୍ରବ:ଚାଷୀ ମୁଣ୍ଡରେ ଚଡକ

ରୂପସା,୨୩।୪(ବାଞ୍ଛାନିଧି ଦେ)ବାଲେଶ୍ବର ଜିଲା ବସ୍ତା ଥାନା ସଦାନନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ନାଇକୁଡି ଗ୍ରାମରେ ଝାଡଖଣ୍ତି ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି l ୫୦ରୁ ଊର୍ଦ୍ଧ ଝାଡଖଣ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri