ଆମ ଜିଲା ଖବର

୧୬ ବର୍ଷ ହେବ ବନ୍ଦ ରହିଛି ଚିଙ୍ଗୁଡ଼ି ପ୍ରଜନନ କେନ୍ଦ୍ର

ପାରାଦୀପ,୮ା୧୦(ସ୍ବ.ପ୍ର.): ପାରାଦୀପର ନେହେରୁବଙ୍ଗଳାଠାରେ ରାଜ୍ୟର ଏକମାତ୍ର କ୍ଷାରଜଳ ପ୍ରଶିକ୍ଷଣ କେନ୍ଦ୍ର ରହିଛି। ସେହି ସ୍ଥାନରେ ପ୍ରତିବର୍ଷ ପାରମ୍ପରିକ ମତ୍ସ୍ୟଜୀବୀ, ନବନିଯୁକ୍ତି ପାଇଥିବା ମତ୍ସ୍ୟବିଭାଗର ଚୁକ୍ତିଭିତ୍ତିକ କର୍ମଚାରୀ, ଛାତ୍ରୀଛାତ୍ରଙ୍କୁ ଲବଣ ଜଳର ମାଛ ଚାଷ, ସରକାରୀ ଯୋଜନାରେ ମାଛ ଚାଷ କରି କିପରି…

ଦିବ୍ୟାଙ୍ଗ, ବୟସ୍କ ଭୋଟରଙ୍କ ପାଇଁ ଡାକଭୋଟ ବ୍ୟବସ୍ଥା

ଭଦ୍ରକ ଅଫିସ,୮।୧୦: ଭଦ୍ରକ ଜିଲା ଧାମନଗର ଉପନିର୍ବାଚନ କାର୍ଯ୍ୟ ପରିଚାଳନା ନେଇ ଶୁକ୍ରବାର ଜିଲା ପ୍ରଶାସନ ପକ୍ଷରୁ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ଅଧ୍ୟକ୍ଷତାରେ ସଦ୍‌ଭାବନା ସଭାଗୃହରେ ଅନୁଷ୍ଠିତ ଏହି ବୈଠକରେ ଅତିରିକ୍ତ ଜିଲାପାଳ ଶାନ୍ତନୁ…

ମୁଖ୍ୟ ଫାଟକରେ ନାମ ବଦଳିଲା ନାହିଁ

ରସୁଲପୁର,୮ା୧୦(ଡି.ଏନ୍‌.ଏ.): ଯାଜପୁର ଜିଲା ରସୁଲପୁର ବ୍ଲକ ମଧୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନୂତନ କୋଠାକୁ ସ୍ଥାନାନ୍ତର ହେବାକୁ ୮ଦିନ ବିତିଲାଣି। ହେଲେ ଡାକ୍ତରଖାନାର ନାମ ଏବେ ବି ବଦଳି ନାହିଁ। ଏଥିପ୍ରତି ଡାକ୍ତରଖାନା କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ଜୋରଧରିଛି। ଡାକ୍ତରଖାନା…

ଅପେକ୍ଷାରେ ୨ ଦଶନ୍ଧି

ଯାଜପୁର ଅଫିସ,୮ା୧୦: ଯାଜପୁର ଜିଲା ଦେଇ ପ୍ରବାହିତ ବୈତରଣୀ ନଦୀରେ ପ୍ରାୟ ପ୍ରତିବର୍ଷ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି। ଏହାକୁ ନିୟନ୍ତ୍ରଣ କରିବାକୁ ନଦୀର ଉପରମୁଣ୍ଡ ଆନନ୍ଦପୁର ଏବଂ କାନପୁରଠାରେ ୨ଟି ସମନ୍ବିତ ଜଳ ସେଚନ ପ୍ରକଳ୍ପ ନିର୍ମାଣାଧୀନ ରହିଛି। ଏହି…

ଗୋସାଣି ଯାତ୍ରାରେ ଦୁଲୁକିଲା ଶ୍ରୀକ୍ଷେତ୍ର

ପୁରୀ ଅଫିସ, ୮ା୧୦: ଚଳିତ ବର୍ଷ ଲଗାଣ ବର୍ଷା କାରଣରୁ ଗୁରୁବାର ଏକାଦଶୀ ତିଥିରେ ଗୋାସାଣି ଭସାଣି ଓ ଦେବସଭାକୁ ପ୍ରଶାସନ ପକ୍ଷରୁ ସ୍ଥଗିତ ରଖାଯାଇଥିଲା। ଶୁକ୍ରବାର ଦ୍ୱାଦଶୀ ତିଥିରେ ଅନୁକୂଳ ପାଗ ହେବାରୁ ଗୋସାଣି ଭସାଣି ଓ ଦେବସଭା ଅନୁଷ୍ଠିତ…

ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ମୁରିବାହାଲ ଏପିଓ

ବଲାଙ୍ଗୀର ଅଫିସ/ ମୁରିବାହାଲ,୮ା୧୦(ଡି.ଏନ.ଏ.): ବଲାଙ୍ଗୀର ଜିଲା ମୁରିବାହାଲ ବ୍ଲକ ଆଡିସନାଲ ପ୍ରୋଗ୍ରାମ ଅଫିସର (ଏପିଓ) ସୁଶାନ୍ତ କୁମାର ଦାସ ଶୁକ୍ରବାର ଜଣେ ଗଁା ସାଥୀଙ୍କ ଠାରୁ ୪୫ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ଜାଲରେ ପଡିଛନ୍ତି। ମହାତ୍ମାଗାନ୍ଧୀ ଜାତୀୟ…

ଟାମ୍ପରଗଡ଼ ଶକ୍ତିପୀଠ ଜରାଜୀର୍ଣ୍ଣ

ସମ୍ବଲପୁର,୮ା୧୦(ବ୍ୟୁରୋ): ସମ୍ବଲପୁର ଜିଲାରେ ଅନେକ ଐତିହ୍ୟସମ୍ପନ୍ନ ପ୍ରାଚୀନ କୀର୍ତ୍ତିରାଜି ରହିଛି। ତନ୍ମଧ୍ୟରେ ଆଦିବାସୀ ବହୁଳ ଯୁଯୁମୁରା ବ୍ଲକର ଟାମ୍ପରଗଡ଼ ଗ୍ରାମରେ ଥିବା ମା’ ଦକ୍ଷିଣକାଳୀଙ୍କ ଶକ୍ତିପୀଠ ଅନ୍ୟତମ। ପ୍ରାୟ ୩ଶହ ବର୍ଷ ପୁରାତନ ଏହି ପୀଠ ରକ୍ଷଣାବେକ୍ଷଣ ଅଭାବରୁ ଜରାଜୀର୍ଣ୍ଣ ହୋଇ…

ଜଳିବାକୁ ଅମଙ୍ଗ ରାବଣ; କର୍ମଚାରୀ ଦଣ୍ଡିତ

ରାୟପୁର,୮।୧୦: ବେଶ୍‌ ଆନନ୍ଦ ଉଲ୍ଲାସରେ ଦେଶବ୍ୟାପୀ ଦଶହରା ପର୍ବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ରାବଣପୋଡ଼ି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ, ଯେଉଁଥିରେ ଲଙ୍କେଶ୍ୱରଙ୍କ ଦଶ ମୁଣ୍ଡ ବିଶିଷ୍ଟ କୁଶ ପୁତ୍ତଳିକାରେ ଅଗ୍ନି ସଂଯୋଗ କରାଯାଏ। କିନ୍ତୁ ଚଳିତବର୍ଷ ଛତିଶଗଡ଼ର ଧାମତରିରେ ଏହି…

ଧିମେଇଛି ଗଜ ସୁରକ୍ଷା ପ୍ରକଳ୍ପ

ରତନ ନାୟାର ଢେଙ୍କାନାଳ ଅଫିସ୍‌, ୮।୧୦: ସାଇରନ୍‌ ବଜାଇ ବୁଲୁଛି ‘ଐରାବତ’। ନିଯୁକ୍ତ ହୋଇଛନ୍ତି ‘ଗଜବନ୍ଧୁ’। ଅଭୟାରଣ୍ୟ ନିକଟବର୍ତ୍ତୀ ଗ୍ରାମରେ କରାଯାଇଛି ‘ସୋଲାର ଫ୍ୟାନ୍ସିଂ’ ବ୍ୟବସ୍ଥା। ଆରମ୍ଭ ହୋଇଛି ‘ରି-ହାବ୍‌’ (ରିଡ୍ୟୁସିଂ ଏଲିଫ୍ୟାଣ୍ଟ-ହ୍ୟୁମାନ ଆଟାକ୍ସ ୟୁଜିଂ ବିଇଜ୍‌) । ଜାତୀୟ ରାଜପଥରେ…

ରାସ୍ତାକୁ କେନ୍ଦ୍ର କରି ଗଣ୍ଡଗୋଳ

କୁଆମରା,୭।୧୦ (ଡି.ଏନ.ଏ.): ମୟୂରଭଞ୍ଜ ଜିଲା ଖୁଣ୍ଟା ଥାନା ଅନ୍ତର୍ଗତ କୁଆମରା ଗ୍ରାମର ରାସ୍ତା ଓ ପାଣି ଯାତାୟାତକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଛି। ଥାନାରେ ଉଭୟ ପକ୍ଷଙ୍କ ଅଭିଯୋଗ ଆଧାରେ ପୋଲିସ ପୃଥକ ମାମଲା ରୁଜୁ କରିଛି।…

ବାଲିଆପାଳରେ ପିଲାଚୋର ଆତଙ୍କ

ଲଙ୍ଗଳେଶ୍ୱର,୬।୧୦(ଡି.ଏନ.ଏ.)- ବାଲେଶ୍ୱର ଜିଲା ଦକ୍ଷିଣ ବାଲିଆପାଳ ଅଞ୍ଚଳରେ ଗତ କିଛିଦିନ ହେବ ପିଲାଚୋର ଆତଙ୍କ ଦେଖାଦେଇଛି। ବିଶେଷକରି ୩ବର୍ଷରୁ ୧୧ବର୍ଷ ବୟସ୍କ ପିଲାମାନଙ୍କୁ ଚୋରମାନେ ଟାର୍ଗେଟ କରୁଥିବା ବେଶ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନା ଅନୁଯୟୀ, ବର୍ତ୍ତମାନ ପାର୍ବଣ ଋତୁ ଚାଲୁଥିବାରୁ…

ଚେକ୍‌ ବାଉନ୍ସ ମାମଲା ଅଭିଯୁକ୍ତ ଯୁବକ ଜେଲ ଗଲେ

ରୂପସା, ୭।୧୦(ଡି.ଏନ.ଏ.): ବାଲେଶ୍ୱର ଜିଲା ବସ୍ତା ଥାନା କୁଶଡ଼ିହା ଗ୍ରାମର ରବୀନ୍ଦ୍ର ସେନାପତିଙ୍କୁ ଚେକ୍‌ ବାଉନ୍ସ ମାମଲାରେ ବସ୍ତା ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କୁ ଗୁରୁବାର କୋର୍ଟଚାଲାଣ କରାଯାଇଛି। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?