ପଦ୍ମପୁର ଉପନିର୍ବାଚନ: ଆଜି ଭାଜପାର ପ୍ରାର୍ଥିପତ୍ର ଦାଖଲ, ବିଜେଡିର ପ୍ରାର୍ଥିତ୍ୱକୁ ନେଇ ଅଙ୍କକଷା

ବରଗଡ଼ ଅଫିସ୍‌,୧୪।୧୧: ବରଗଡ଼ ଜିଲା ପଦ୍ମପୁର ଉପନିର୍ବାଚନ ନିର୍ବାଚନ ଯେତିକି ପାଖେଇ ଆସୁଛି, ଏହାକୁ ନେଇ ଦଳୀୟ ନେତା, କର୍ମୀଙ୍କଠାରୁ ମତଦାତାଙ୍କ ମଧ୍ୟରେ ସେଭଳି ଉତ୍କଣ୍ଠା ବଢ଼ିବାରେ ଲାଗିଛି। ଭାଜପା, କଂଗ୍ରେସ ଇତିମଧ୍ୟରେ ଦଳୀୟ ପ୍ରାର୍ଥୀ ଘୋଷଣା କରିସାରିଥିବାବେଳେ ବିଜେଡ଼ି ପ୍ରାର୍ଥିତ୍ୱ ରୋଚକ ସ୍ଥିତିରେ ପହଞ୍ଚତ୍ଛି। ଗତ ସାଧାରଣ ନିର୍ବାଚନରେ ନିର୍ବାଚନୀ ମଇଦାନକୁ ଓହ୍ଲାଇଥିବା ଭାଜପା ପ୍ରାର୍ଥୀ ପ୍ରଦୀପ ପୁରୋହିତ ଏବଂ କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁଙ୍କୁ ଦଳ ଏଥର ଉପନିର୍ବାଚନରେ ପୁଣି ସୁଯୋଗ ଦେଇଛି। ସୋମବାର ଭାଜପା ପ୍ରାର୍ଥିପତ୍ର ଦାଖଲ କରିବାର କାର୍ଯ୍ୟକ୍ରମ ରଖିଛି । କିନ୍ତୁ ଗତ ସାଧାରଣ ନିର୍ବାଚନରେ ଏହି ନିର୍ବାଚନ ମଣ୍ଡଳୀ ନିଜ ଅକ୍ତିଆରରେ କରିଥିବା ବିଜେଡି ଏବେ ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଦେହାନ୍ତ ପରେ କାହାକୁ ନିର୍ବାଚନୀ ମଇଦାନକୁ ଛାଡ଼ିବ, ତାକୁ ନେଇ ଦ୍ୱନ୍ଦ୍ୱରେ ରହିଛି। ଫଳରେ ବିଜେଡ଼ିର ପ୍ରାର୍ଥୀ ଘୋଷଣାରେ ବିଳମ୍ବ ହେଉଥିବା ଆଲୋଚନା ହେଉଛି। ଅନ୍ୟପଟେ ନିକଟ ଅତୀତରେ ସରିଥିବା ଧାମନଗର ଉପନିର୍ବାଚନରେ ଦଳର ବିଫଳତା ଯୋଗୁ ପଦ୍ମପୁରରେ ଯେଭଳି ତାର ପୁନରାବୃତ୍ତି ନ ହେବ, ସେଥିପ୍ରତି ଦୃଷ୍ଟି ଦେବା ସହିତ ସବୁ ଦିଗକୁ ମାପଚୁପ୍‌ କରି ବିଜେଡ଼ି ପ୍ରାର୍ଥୀ ଚୟନକୁ ଗୁରୁତ୍ୱ ଦେଉଥିବା ଜଣାପଡ଼ିଛି ।
ବିଜୟ ରଞ୍ଜନ ସିଂ ବରିହା ଜୀବିତ ଥିବାବେଳେ ଦଳ ମଧ୍ୟରେ ଅନେକ ଆଶାୟୀ ଥିବା ସତ୍ତ୍ବେ ଦଳ ତାଙ୍କ ଉପରେ ହିଁ ଭରସା କରିଥିଲା। ୧୯୯୦ ଓ ୧୯୯୫ ନିର୍ବାଚନରେ ଜନତା ଦଳ ପ୍ରାର୍ଥୀ ହୋଇ ସେ ବିଜୟୀ ହୋଇଥିଲେ। ବିଜୁ ବାବୁଙ୍କ ଦେହାନ୍ତ ପରେ ବିଜେଡ଼ି ଗଠନ ହୋଇଥିଲା ଏବଂ ଦଳ ତାଙ୍କୁ ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ କରିଆସୁଥିଲା। ଏହି କ୍ରମରେ ସେ ୨୦୦୦, ୨୦୦୯ ଏବଂ ୨୦୧୯ ସାଧାରଣ ନିର୍ବାଚନରେ ବିଜୟ ଲାଭ କରିଥିଲେ। ବରିହାଙ୍କ ଦେହାନ୍ତ ପରେ ଉପନିର୍ବାଚନରେ ପ୍ରାର୍ଥୀ ଖୋଜା ବିଜେଡ଼ିର ଚିନ୍ତା ବଢ଼ାଇ ଦେଇଛି ।
ଉପନିର୍ବାଚନରେ ବିଜେଡ଼ି ପ୍ରାର୍ଥୀ ହେବା ପାଇଁ ଅନେକ ଆଶାୟୀ ରହିଛନ୍ତି। ଏହି ଦୌଡ଼ରେ ସ୍ବର୍ଗତ ବରିହାଙ୍କ ପରିବାର ଆଗରେ ରହିଛନ୍ତି। ପୂର୍ବରୁ ସ୍ବର୍ଗତ ବରିହାଙ୍କ ପୁଅ ଭୋଜରାଜଙ୍କ ନାମ ଚର୍ଚ୍ଚାକୁ ଆସିଥିଲା। ମାତ୍ର ଏଥିରେ ବୟସ ବାଧକ ସାଜିଥିଲା। ଏହାପରେ ସ୍ବର୍ଗତ ବରିହାଙ୍କ ସ୍ତ୍ରୀ ତିଳୋତ୍ତମା ଏବଂ ଝିଅ ବର୍ଷାରାଣୀଙ୍କୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ସୁଯୋଗ ମିଳିଲେ ସ୍ବାମୀଙ୍କ ଅଧୁରା ସ୍ବପ୍ନକୁ ସାକାର କରିବେ ବୋଲି ସ୍ବର୍ଗତ ବରିହାଙ୍କ ସ୍ତ୍ରୀ ତିଳୋତ୍ତମା କହିଛନ୍ତି। ଫଳରେ ସ୍ବର୍ଗତ ବରିହାଙ୍କ ପରିବାର ଦଳୀୟ ଟିକେଟ୍‌ ଦୌଡ଼ରେ ରହିଥିବା ସ୍ପଷ୍ଟ ହୋଇଛି। ତେବେ ସ୍ବର୍ଗତ ବରିହାଙ୍କ ସ୍ତ୍ରୀ ତିଳୋତ୍ତମା ନା ଝିଅ ବର୍ଷାଙ୍କୁ ପ୍ରାର୍ଥୀ କରାଗଲେ ଦଳକୁ ଅଧିକ ଫାଇଦା ମିଳିବ, ତାକୁ ନେଇ ବିଜେଡ଼ି ନେତୃବୃନ୍ଦ ଅଙ୍କ କଷୁଥିବା ସୂଚନା ମିଳିଛି। ଅପରପକ୍ଷେ ଏହି ଦୌଡ଼ରେ ମହେନ୍ଦ୍ର ବଢ଼େଇ ମଧ୍ୟ ପଛରେ ପଡ଼ିନାହାନ୍ତି। ବଢ଼େଇ ଗତ କିଛିବର୍ଷ ହେଲା ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ନିଜର ଜନସମ୍ପର୍କ ବୃଦ୍ଧି କରିଛନ୍ତି। ଏବେ ସେ ବିଜେଡ଼ି ପ୍ରାର୍ଥୀ ଦୌଡ଼ରେ ଥିବା ତାଙ୍କର ବିଭିନ୍ନ କାର୍ଯ୍ୟକ୍ରମରୁ ସ୍ପଷ୍ଟ ହୋଇଛି। ଏ ସମ୍ପର୍କରେ ବିଜେଡ଼ିର ରାଜ୍ୟ ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟଙ୍କୁ ପଚାରିବାରୁ ସେ କହିଥିଲେ, ଆସନ୍ତା ୧୭ତାରିଖ ପ୍ରାର୍ଥିପତ୍ର ଦାଖଲର ଶେଷ ଦିବସ। ପ୍ରାର୍ଥୀ ଘୋଷଣା ବିଳମ୍ବ ହୋଇନାହିଁ ଏବଂ ଦଳ ଅତିଶୀଘ୍ର ପ୍ରାର୍ଥୀ ଘୋଷଣା କରିବ।

ପ୍ରେମାନନ୍ଦ ଖମାରୀ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?