ଉଚିତ ମୂଲ୍ୟ ପାଇବା ଆଶଙ୍କାରେ ଚାଷୀ

ଗୋପାଳ ଚନ୍ଦ୍ର ସାହୁ
ବାଲିଆପାଳ,୧୪।୧୧: ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକର ସୁବର୍ଣ୍ଣରେଖା ଅବବାହିକାରେ ଚଳିତବର୍ଷ ନଳିତା ଚାଷ କରିଥିବା ଚାଷୀଙ୍କ ଘରେ ଗଦା ହୋଇରହିଛି କୁଇଣ୍ଟାଲ କୁଇଣ୍ଟାଲ ଝୋଟ। ବଜାରରେ ଝୋଟ ଦର କମ୍‌ ଥିବାରୁ କ୍ଷତି ହେବା ଆଶଙ୍କା କରି ଚାଷୀମାନେ ବିକ୍ରୀ କରିବାକୁ ମନ ବଳାଉନାହନ୍ତି। ଆଗକୁ ଦର ବଢ଼ିବ କି ନାହିଁ ସେହି ଚିନ୍ତାରେ ଚାଷୀମାନେ ଦିନ ଗଣୁଛନ୍ତି।
ଝୋଟ ଚାଷ ପାଇଁ ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକର ସ୍ବତନ୍ତ୍ର ପରିଚୟ ରହିଛି। ଗତବର୍ଷ ଝୋଟ ଚାଷରୁ ଚାଷୀ ଖୁବ୍‌ ଲାଭ ପାଇଥିଲେ। ଏ ଅଞ୍ଚଳର ଚାଷୀ କୁଇଣ୍ଟାଲ ପିଛା ସାଢ଼େ ୫ହଜାରରୁ ଛଅ ହଜାର ଟଙ୍କା ମଧ୍ୟରେ ଝୋଟ ବିକ୍ରି କରିଥିଲେ। ସେତେବେଳେ କମ୍‌ ପରିମାଣର ଚାଷ ହୋଇଥିବା ବେଳେ ପଡ଼ୋଶୀ ପଶ୍ଚିମବଙ୍ଗର ଦଲାଲ ଅଧିକ ସଂଖ୍ୟାରେ ଝୋଟ କିଣିବାକୁ ଆସିଥିବାରୁ ଦର ଅଧିକ ଥିଲା। ପ୍ରଚୁର ପରିମାଣରେ ଲାଭବାନ ହୋଇଥିଲେ ଚାଷୀ। ଏହାକୁ ନଜରରେ ରଖି ଚଳିତବର୍ଷ ଶ୍ରୀରାମପୁର, କୁମ୍ଭାରୀ, ନିଖିରା, ଦେଭୋଗ, ମଧୁପୁରା, ବିଷ୍ଣୁପୁର, ଜାମକୁଣ୍ଡା, ଘଣ୍ଟୁଆ, ଅସ୍ତି, ବାଲିଆପାଳ ଆଦି ପଞ୍ଚାୟତରେ ପ୍ରଚୁର ପରିମାଣରେ ଚାଷୀ ନଳିତା ଚାଷ କରିଥିଲେ। ଚାଷୀ ଏକର ପିଛା ୧୫ହଜାର ଟଙ୍କା ଖର୍ଚ୍ଚ କରିଛନ୍ତି। ମେ’ ମାସରୁ ଆରମ୍ଭ ହୋଇ ସେପ୍ଟେମ୍ବର ମଧ୍ୟଭାଗ ପର୍ଯ୍ୟନ୍ତ ଝୋଟ ଅମଳ ଆରମ୍ଭ ହୋଇଥାଏ। ଏବେ ପାଖାପାଖି ୮୦ ପ୍ରତିଶତ ଝୋଟ ଅମଳ ସରିଛି। ଅଧିକ ପରିମାଣର ଝୋଟ ଉତ୍ପାଦିତ ହୋଇଥିଲେ ମଧ୍ୟ ବାଲିଆପାଳ ଅଞ୍ଚଳରେ କୌଣସି ସରକାରୀ ଝୋଟ କର୍ପୋରେସନ ନ ଥିବାରୁ ଚାଷୀ ଦଲାଲଙ୍କୁ ମାଛ ଶାଗ ଦରରେ ଝୋଟ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ବିଗତ ଦିନରେ ବାଲିଆପାଳରେ ଏକ କର୍ପୋରେସନ ଥିଲା, ତାହା ଦୀର୍ଘଦିନ ହେବ ସରକାର ବନ୍ଦ କରି ଦେଇଛନ୍ତି। ବିକ୍ରି ପାଇଁ ଅଦ୍ୟାବଧି କୌଣସି ସୁବିଧା ସରକାରଙ୍କ ପକ୍ଷରୁ ହୋଇନାହିଁ ବୋଲି ଶ୍ରୀରାମପୁର ଗ୍ରାମର ଧ୍ରୁବଚରଣ ଜେନା ପ୍ରକାଶ କରିଛନ୍ତି। ତେବେ ଝୋଟର ଉଚିତ୍‌ ମୂଲ୍ୟ ମିଳୁ ନ ଥିବାରୁ ଚାଷୀ ନଳିତା ଚାଷରୁ ମୁହଁ ଫେରାଉଛନ୍ତି। ଓଡ଼ିଶାର ଚାଷୀଙ୍କ ପାଇଁ ପଶ୍ଚିମବଙ୍ଗର ଝୋଟ କଳ ମାଲିକ ଭଲ ଲାଭ ଉଠାଉଛନ୍ତି। ସରକାର ଏଥିପ୍ରତି ଦୃଷ୍ଟି ନ ଦେବାରୁ ଶହ ଶହ ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି, ସରକାରୀ ସ୍ତରରେ ଝୋଟ କିଣିବା ପାଇଁ ଖୁବ ଶୀଘ୍ର ପଦକ୍ଷେପ ନେବାକୁ ଚାଷୀ ଦାବି କରିଛନ୍ତି। ପ୍ଲାଷ୍ଟିକ ଓ ପଲିଥିନ ନିଷିଦ୍ଧ ହେବା ପରେ ଝୋଟ ସାମଗ୍ରୀର ଚାହିଦା ଦିନକୁ ଦିନ ବଢ଼ୁଥିବାରୁ ରାଜ୍ୟ ସରକାର ପ୍ରୋତ୍ସାହନ ଦେବା ଆବଶ୍ୟକ। ବାଲିଆପାଳରେ ପୁଣି ଏକ ଝୋଟ କର୍ପୋରେସନ ସ୍ଥାପନ କରିବାକୁ ଚାଷୀମାନେ ଦାବି କରିଛନ୍ତି।
ଏନେଇ ବାଲିଆପାଳ ବ୍ଲକ କୃଷି ଅଧିକାରିଣୀ ଶ୍ରଦ୍ଧା ହୋତା କହିଛନ୍ତି, ବାଲିଆପାଳରେ ଥିବା ଝୋଟ କର୍ପୋରେସନ ବନ୍ଦ ହୋଇଯିବା ପରେ ସରକାରୀସ୍ତରରେ ଝୋଟ ବିକ୍ରି ପାଇଁ କିଛି ବ୍ୟବସ୍ଥା ହୋଇନାହିଁ। ଏହା ବ୍ୟତୀତ ଅଞ୍ଚଳର ଚାଷୀ ଭଲମାନର ଝୋଟ ପ୍ରସ୍ତୁତ କରି ପାରୁନାହାନ୍ତି। ଯାହାକି ସରକାରୀସ୍ତରରେ ବିକ୍ରି କରିବାରେ ଅସୁବିଧା ହେଉଛି। ତେଣୁ ଲୋକେ ସ୍ଥାନୀୟ ବେପାରୀଙ୍କୁ ଝୋଟ ବିକ୍ରି କରୁଛନ୍ତି। ତେବେ ନଳିତା ଚାଷ ହେଉଥିବା ପଞ୍ଚାୟତରେ ମୁଖ୍ୟମନ୍ତ୍ରୀଙ୍କ କୃଷି ଉଦ୍ୟୋଗ ଯୋଜନାରେ ଝୋଟ ପ୍ରସେସିଂ ୟୁନିଟ କରିବା ପାଇଁ କିଛି ମହିଳା ସୟଂସହାୟକ ଗୋଷ୍ଠୀର ସଦସ୍ୟାଙ୍କ ସହିତ ଯୋଗାଯୋଗ କରିଛି। ଯଦି ପ୍ରସେସିଂ ୟୁନିଟ ହୋଇଯାଏ, ତାହେଲେ ଚାଷୀ ଝୋଟ ବିକ୍ରି କରିବାରେ ଅସୁବିଧାର ସମ୍ମୁଖୀନ ହେବେନାହିଁ। ଏହି ଉଦ୍ୟୋଗ ସ୍ଥାପନ ପାଇଁ ଅନୁସୂଚୀତ ଜାତି,ଜନଜାତି ଏବଂ ମହିଳା ବର୍ଗର ଲୋକଙ୍କ ପାଇଁ ସରକାର ୫୦ ପ୍ରତିଶତ ରିହାତି ବ୍ୟବସ୍ଥା ରଖିଛନ୍ତି। ବର୍ତ୍ତମାନ ସରକାରୀସ୍ତରରେ ଝୋଟ କିଲୋ ପ୍ରତି ୪୭.୫୦ ପଇସା ରହିଥିବା ବେଳେ ସ୍ଥାନୀୟ ବେପାରୀ କିଲୋ ପ୍ରତି ୨୫ ଟଙ୍କା ଦରରେ ଚାଷୀଙ୍କଠାରୁ ଝୋଟ କିଣୁଥିବା ବ୍ଲକ କୃଷି ଅଧିକାରିଣୀ ହୋତା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?