ଉଚିତ ମୂଲ୍ୟ ପାଇବା ଆଶଙ୍କାରେ ଚାଷୀ

ଗୋପାଳ ଚନ୍ଦ୍ର ସାହୁ
ବାଲିଆପାଳ,୧୪।୧୧: ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକର ସୁବର୍ଣ୍ଣରେଖା ଅବବାହିକାରେ ଚଳିତବର୍ଷ ନଳିତା ଚାଷ କରିଥିବା ଚାଷୀଙ୍କ ଘରେ ଗଦା ହୋଇରହିଛି କୁଇଣ୍ଟାଲ କୁଇଣ୍ଟାଲ ଝୋଟ। ବଜାରରେ ଝୋଟ ଦର କମ୍‌ ଥିବାରୁ କ୍ଷତି ହେବା ଆଶଙ୍କା କରି ଚାଷୀମାନେ ବିକ୍ରୀ କରିବାକୁ ମନ ବଳାଉନାହନ୍ତି। ଆଗକୁ ଦର ବଢ଼ିବ କି ନାହିଁ ସେହି ଚିନ୍ତାରେ ଚାଷୀମାନେ ଦିନ ଗଣୁଛନ୍ତି।
ଝୋଟ ଚାଷ ପାଇଁ ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକର ସ୍ବତନ୍ତ୍ର ପରିଚୟ ରହିଛି। ଗତବର୍ଷ ଝୋଟ ଚାଷରୁ ଚାଷୀ ଖୁବ୍‌ ଲାଭ ପାଇଥିଲେ। ଏ ଅଞ୍ଚଳର ଚାଷୀ କୁଇଣ୍ଟାଲ ପିଛା ସାଢ଼େ ୫ହଜାରରୁ ଛଅ ହଜାର ଟଙ୍କା ମଧ୍ୟରେ ଝୋଟ ବିକ୍ରି କରିଥିଲେ। ସେତେବେଳେ କମ୍‌ ପରିମାଣର ଚାଷ ହୋଇଥିବା ବେଳେ ପଡ଼ୋଶୀ ପଶ୍ଚିମବଙ୍ଗର ଦଲାଲ ଅଧିକ ସଂଖ୍ୟାରେ ଝୋଟ କିଣିବାକୁ ଆସିଥିବାରୁ ଦର ଅଧିକ ଥିଲା। ପ୍ରଚୁର ପରିମାଣରେ ଲାଭବାନ ହୋଇଥିଲେ ଚାଷୀ। ଏହାକୁ ନଜରରେ ରଖି ଚଳିତବର୍ଷ ଶ୍ରୀରାମପୁର, କୁମ୍ଭାରୀ, ନିଖିରା, ଦେଭୋଗ, ମଧୁପୁରା, ବିଷ୍ଣୁପୁର, ଜାମକୁଣ୍ଡା, ଘଣ୍ଟୁଆ, ଅସ୍ତି, ବାଲିଆପାଳ ଆଦି ପଞ୍ଚାୟତରେ ପ୍ରଚୁର ପରିମାଣରେ ଚାଷୀ ନଳିତା ଚାଷ କରିଥିଲେ। ଚାଷୀ ଏକର ପିଛା ୧୫ହଜାର ଟଙ୍କା ଖର୍ଚ୍ଚ କରିଛନ୍ତି। ମେ’ ମାସରୁ ଆରମ୍ଭ ହୋଇ ସେପ୍ଟେମ୍ବର ମଧ୍ୟଭାଗ ପର୍ଯ୍ୟନ୍ତ ଝୋଟ ଅମଳ ଆରମ୍ଭ ହୋଇଥାଏ। ଏବେ ପାଖାପାଖି ୮୦ ପ୍ରତିଶତ ଝୋଟ ଅମଳ ସରିଛି। ଅଧିକ ପରିମାଣର ଝୋଟ ଉତ୍ପାଦିତ ହୋଇଥିଲେ ମଧ୍ୟ ବାଲିଆପାଳ ଅଞ୍ଚଳରେ କୌଣସି ସରକାରୀ ଝୋଟ କର୍ପୋରେସନ ନ ଥିବାରୁ ଚାଷୀ ଦଲାଲଙ୍କୁ ମାଛ ଶାଗ ଦରରେ ଝୋଟ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ବିଗତ ଦିନରେ ବାଲିଆପାଳରେ ଏକ କର୍ପୋରେସନ ଥିଲା, ତାହା ଦୀର୍ଘଦିନ ହେବ ସରକାର ବନ୍ଦ କରି ଦେଇଛନ୍ତି। ବିକ୍ରି ପାଇଁ ଅଦ୍ୟାବଧି କୌଣସି ସୁବିଧା ସରକାରଙ୍କ ପକ୍ଷରୁ ହୋଇନାହିଁ ବୋଲି ଶ୍ରୀରାମପୁର ଗ୍ରାମର ଧ୍ରୁବଚରଣ ଜେନା ପ୍ରକାଶ କରିଛନ୍ତି। ତେବେ ଝୋଟର ଉଚିତ୍‌ ମୂଲ୍ୟ ମିଳୁ ନ ଥିବାରୁ ଚାଷୀ ନଳିତା ଚାଷରୁ ମୁହଁ ଫେରାଉଛନ୍ତି। ଓଡ଼ିଶାର ଚାଷୀଙ୍କ ପାଇଁ ପଶ୍ଚିମବଙ୍ଗର ଝୋଟ କଳ ମାଲିକ ଭଲ ଲାଭ ଉଠାଉଛନ୍ତି। ସରକାର ଏଥିପ୍ରତି ଦୃଷ୍ଟି ନ ଦେବାରୁ ଶହ ଶହ ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି, ସରକାରୀ ସ୍ତରରେ ଝୋଟ କିଣିବା ପାଇଁ ଖୁବ ଶୀଘ୍ର ପଦକ୍ଷେପ ନେବାକୁ ଚାଷୀ ଦାବି କରିଛନ୍ତି। ପ୍ଲାଷ୍ଟିକ ଓ ପଲିଥିନ ନିଷିଦ୍ଧ ହେବା ପରେ ଝୋଟ ସାମଗ୍ରୀର ଚାହିଦା ଦିନକୁ ଦିନ ବଢ଼ୁଥିବାରୁ ରାଜ୍ୟ ସରକାର ପ୍ରୋତ୍ସାହନ ଦେବା ଆବଶ୍ୟକ। ବାଲିଆପାଳରେ ପୁଣି ଏକ ଝୋଟ କର୍ପୋରେସନ ସ୍ଥାପନ କରିବାକୁ ଚାଷୀମାନେ ଦାବି କରିଛନ୍ତି।
ଏନେଇ ବାଲିଆପାଳ ବ୍ଲକ କୃଷି ଅଧିକାରିଣୀ ଶ୍ରଦ୍ଧା ହୋତା କହିଛନ୍ତି, ବାଲିଆପାଳରେ ଥିବା ଝୋଟ କର୍ପୋରେସନ ବନ୍ଦ ହୋଇଯିବା ପରେ ସରକାରୀସ୍ତରରେ ଝୋଟ ବିକ୍ରି ପାଇଁ କିଛି ବ୍ୟବସ୍ଥା ହୋଇନାହିଁ। ଏହା ବ୍ୟତୀତ ଅଞ୍ଚଳର ଚାଷୀ ଭଲମାନର ଝୋଟ ପ୍ରସ୍ତୁତ କରି ପାରୁନାହାନ୍ତି। ଯାହାକି ସରକାରୀସ୍ତରରେ ବିକ୍ରି କରିବାରେ ଅସୁବିଧା ହେଉଛି। ତେଣୁ ଲୋକେ ସ୍ଥାନୀୟ ବେପାରୀଙ୍କୁ ଝୋଟ ବିକ୍ରି କରୁଛନ୍ତି। ତେବେ ନଳିତା ଚାଷ ହେଉଥିବା ପଞ୍ଚାୟତରେ ମୁଖ୍ୟମନ୍ତ୍ରୀଙ୍କ କୃଷି ଉଦ୍ୟୋଗ ଯୋଜନାରେ ଝୋଟ ପ୍ରସେସିଂ ୟୁନିଟ କରିବା ପାଇଁ କିଛି ମହିଳା ସୟଂସହାୟକ ଗୋଷ୍ଠୀର ସଦସ୍ୟାଙ୍କ ସହିତ ଯୋଗାଯୋଗ କରିଛି। ଯଦି ପ୍ରସେସିଂ ୟୁନିଟ ହୋଇଯାଏ, ତାହେଲେ ଚାଷୀ ଝୋଟ ବିକ୍ରି କରିବାରେ ଅସୁବିଧାର ସମ୍ମୁଖୀନ ହେବେନାହିଁ। ଏହି ଉଦ୍ୟୋଗ ସ୍ଥାପନ ପାଇଁ ଅନୁସୂଚୀତ ଜାତି,ଜନଜାତି ଏବଂ ମହିଳା ବର୍ଗର ଲୋକଙ୍କ ପାଇଁ ସରକାର ୫୦ ପ୍ରତିଶତ ରିହାତି ବ୍ୟବସ୍ଥା ରଖିଛନ୍ତି। ବର୍ତ୍ତମାନ ସରକାରୀସ୍ତରରେ ଝୋଟ କିଲୋ ପ୍ରତି ୪୭.୫୦ ପଇସା ରହିଥିବା ବେଳେ ସ୍ଥାନୀୟ ବେପାରୀ କିଲୋ ପ୍ରତି ୨୫ ଟଙ୍କା ଦରରେ ଚାଷୀଙ୍କଠାରୁ ଝୋଟ କିଣୁଥିବା ବ୍ଲକ କୃଷି ଅଧିକାରିଣୀ ହୋତା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ନା ହଜାରେଙ୍କୁ ନେଇ ବିବାଦୀୟ ବୟାନ ଦେଲେ ‘କକ୍ରୋଚ ଜନତା ପାର୍ଟି’ର ଅଭିଜିତ ଦୀପକେ, ହେଲାଣି ରାଜନୈତିକ ଚର୍ଚ୍ଚା

ନୂଆଦିଲ୍ଲୀ,୭।୭: ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପାଇଁ ଆନ୍ଦୋଳନ କରୁଥିବା ‘କକ୍ରୋଚ ଜନତା ପାର୍ଟି’ (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଆନ୍ନା ହଜାରେଙ୍କ ବିଷୟରେ ବିବାଦୀୟ ମନ୍ତବ୍ୟ…

ଦାଦା ବଟି ଯୋଜନା ପଣ୍ଡ: ୨ ପିସ୍ତଲ ସହ ୪ ଗିରଫ

ଭଞ୍ଜନଗର,୭।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଏକ ବଡ଼ଧରଣର ଅପରାଧୀ ଗୋଷ୍ଠୀକୁ କାବୁ କରିବାରେ ସକ୍ଷମ ହୋଇଛି। ପୋଲିସ ଦାଦା ବଟି ମାଗିବା ଯୋଜନା କରିବା…

ଶିକ୍ଷୟିତ୍ରୀଙ୍କୁ ଅସଦାଚରଣ କରି ପ୍ରଧାନଶିକ୍ଷକ ଅଟକ

ଭଣ୍ଡାରିପୋଖରୀ,୭।୭: ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅଧୀନ ବାଲିପୋଖରୀ ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ବାଲିପୋଖରୀ ପଞ୍ଚାୟତ ଶୁକଦେବ ଜେନା ହାଇସ୍କୁଲର ପ୍ରଧାନ ଶିକ୍ଷକଙ୍କ…

ବନ୍ଦ ଘରୁ ମିଳିଲା ଆଉଟସୋର୍ସିଂ କର୍ମଚାରୀଙ୍କ ମୃତଦେହ, ଗନ୍ଧ ହେବାରୁ…

ବଲାଙ୍ଗୀର,୭।୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତୁଲସୀନଗରର ଏକ ଘର ଭିତରୁ ଜଣେ ଯୁବକଙ୍କ ମୃତଦେହ ମଙ୍ଗଳବାର ଉଦ୍ଧାର ହୋଇଛି । ମୃତ ଯୁବକ ଜଣକ କାର୍ତ୍ତିକ ମଛଖଣ୍ଡ…

ଦାମୀ ଗାଡ଼ିରେ ବ୍ରାଉନସୁଗାର ଚାଲାଣ: ବାପ–ପୁଅ ଗିରଫ

ଭୁବନେଶ୍ୱର, ୭।୭: ରାଜଧାନୀ ଭୁବନେଶ୍ୱରରେ ବ୍ରାଉନସୁଗାର କାରବାର ବିରୋଧରେ ଅବକାରୀ ବିଭାଗ ବଡ଼ ସଫଳତା ପାଇଛି। ଦାମୀ ଗାଡ଼ିରେ ବ୍ରାଉନସୁଗାର ଚାଲାଣ କରୁଥିବା ଅଭିଯୋଗରେ ବାପ–ପୁଅଙ୍କୁ ଗିରଫ…

ପରିବେଶ ସୁରକ୍ଷା ପ୍ରତି ଧ୍ୟାନ ଦେବା ଜରୁରୀ: ଏନଏସଏସ ସ୍ବେଚ୍ଛାସେବୀଙ୍କ ଦ୍ୱାରା ମେଗା ଚାରାରୋପଣ

ଭଞ୍ଜନଗର,୭।୭(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା କୋ ୟୁନିଟ ଏବଂ ମହିଳା ଶାଖା ପକ୍ଷରୁ ମଙ୍ଗଳବାର କଲେଜ ପରିସରରେ…

ଗଛରେ ଝୁଲୁଛି କଲରାପତରିଆ ବାଘର ମୃତଦେହ, ସ୍ଥାନୀୟ ଲୋକେ….

କବିସୂର୍ଯ୍ୟନଗର,୭।୭(କୃପାସିନ୍ଧୁ ସ୍ବାଇଁ):  ଗଞ୍ଜାମ କବିସୂର୍ଯ୍ୟନଗର ଜରଡ଼ ପାହଡ ନିକଟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । କଲରାପତରିଆ ବାଘକୁ ହତ୍ୟା ପରେ କେହି ନିମ୍ବ ଗଛରେ…

ପ୍ରତିରକ୍ଷା ଚୁକ୍ତି ଚୂଡ଼ାନ୍ତ: ଭାରତ ଯୋଗାଇବ ଇଣ୍ଡୋନେସିଆକୁ ସେହି ଅସ୍ତ୍ର, ଯାହା ପାକିସ୍ତାନକୁ ଥରାଇ ଦିଏ…

ନୂଆଦିଲ୍ଲୀ,୭।୭: ଭାରତ-ଇଣ୍ଡୋନେସିଆ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରତିରକ୍ଷା ଚୁକ୍ତି ଚୂଡ଼ାନ୍ତ ହୋଇଛି। ଭାରତ ମଙ୍ଗଳବାର ଇଣ୍ଡୋନେସିଆକୁ ବ୍ରହ୍ମୋସ କ୍ଷେପଣାସ୍ତ୍ର ଯୋଗାଇ ଦେବା ନେଇ ଚୁକ୍ତି ସ୍ବାକ୍ଷର କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri