Advertisement

ବିରଳ ପ୍ରଜାତିର ମାଛ ନିଲାମ

ଭୋଗରାଇ,୧୪।୧୧(ଡି.ଏନ.ଏ.): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ସୀମାନ୍ତ ପଶ୍ଚିମବଙ୍ଗର ଦୀଘା ମୁହାଣ ମାଛ ମାର୍କେଟ୍‌କୁ ରବିବାର ଏକ ବିରଳ ପ୍ରଜାତିର ମାଛ ନିଲାମ ପାଇଁ ଆସିଥିଲା। ଏହି ମାଛଟି ଓଡ଼ିଶାର ପାରାଦୀପ ଅଞ୍ଚଳ ଗଭୀର ସମୁଦ୍ରରୁ ମତ୍ସ୍ୟଜୀବୀମାନେ ଧରି ଟ୍ରଲର ଯୋଗେ ଦୀଘା ମାଛ ମାର୍କେଟ୍‌କୁ ଆଣିଥିଲେ। ମାଛଟିର ଲମ୍ବ ୧୨ ଫୁଟ୍‌ ରହିଥିବା ବେଳେ ଏହାର ଓଜନ ସାଢ଼େ ୫ କୁଇଣ୍ଟାଲ। ଏହା ମଗର ମାଛ ଭଳି ଚେପ୍‌ଟା, ମୁହଁ ଲମ୍ବା ଦୁଇ ଧାରରେ ଶକ୍ତ ମୁନିଆ କଣ୍ଟା ରହିଛି। ମାଛକୁ ବଙ୍ଗଳା ଭାଷାରେ ଚିରୁଣୀଫାଳ ଏବଂ ଓଡ଼ିଆରେ ପାନିଆ ଫାଳ ବୋଲି ମତ୍ସ୍ୟଜୀବୀମାନେ କହିଛନ୍ତି। ମାଛଟି ଜୀବନ ରକ୍ଷାକାରୀ ଔଷଧୀୟ କାର୍ଯ୍ୟରେ ବ୍ୟବହୃତ ହେଉଥିବାରୁ କୋଲକାତାର ଏକ କମ୍ପାନୀ ୩୦ହଜାର ଟଙ୍କାରେ କିଣି ନେଇଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଭିନ୍ନ ସ୍କୁଲ ପରିଦର୍ଶନ କଲେ ‘ମୋ ସ୍କୁଲ ଅଭିଯାନ’ ଅଧ୍ୟକ୍ଷା: ‘ପାଠପଢ଼ା ସହ ସାମାଜିକ କାର୍ଯ୍ୟରେ ବ୍ରତୀ ହୁଅ’

ବାଲେଶ୍ୱର ଅଫିସ/ସଜନାଗଡ଼, ୮।୧୧(ଡି.ଏନ.ଏ.)-‘ମୋ ସ୍କୁଲ ଅଭିଯାନ’ର ଅଧ୍ୟକ୍ଷା ସୁସ୍ମିତା ବାଗ୍‌ଚୀ ଗୁରୁବାର ବାଲେଶ୍ୱର ଜିଲାର ବିଭିନ୍ନ ସ୍କୁଲ ପରିଦର୍ଶନ କରି ଛାତ୍ରୀଛାତ୍ରମାନଙ୍କର ପାଠପଢ଼ା ସମ୍ପର୍କରେ ବୁଝିଛନ୍ତି।...

୨୫ ଗ୍ରାମ୍‌ ବ୍ରାଉନସୁଗାର ଜବତ, ୫ ଗିରଫ

ରେମୁଣା, ୬।୧୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖନ୍ତାପଡା ଥାନା ଶେରଗଡ ଟୋଲଗେଟ୍‌ଠାରେ ପୋଲିସ ଏକ କାର୍‌ ତନଖି କରି ସେଥିରୁ ୨୫ ଗ୍ରାମ୍‌ ବ୍ରାଉନସୁଗାର ଜବତ କରାଯାଇଛି। କାର୍‌ରେ...

ଲୁଚାଛପାରେ ଚାଲୁଥିଲା ଦୋକାନ: ସାଦାପୋଷାକରେ ଗ୍ରାହକ ଭାବେ ପହଞ୍ଚି ବାନ୍ଧିଲା ପୋଲିସ

ଆସିକା,୨୬।୩(ଡି.ଏନ୍‌.ଏ.): କରୋନା ଭୟାବହତାକୁ ଦୃଷ୍ଟିରେ ରଖି ଏହାର ମୁକାବିଲା ଲାଗି ସରକାରଙ୍କ ପକ୍ଷରୁ ସମଗ୍ର ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହି ନିୟମକୁ ଉଲ୍ଲଂଘନକରି ଗଞ୍ଜାମ...

ଘାଟିରୁ ୧୦୦ ଫୁଟ୍‌ ତଳକୁ ଖସିଲା ହିଟାଚି ବୋଝେଇ ଟ୍ରଲର: ଚାଳକ, ମେଶିନ ଅପରେଟର ଗୁରୁତର

କେନ୍ଦୁଝର,୧୩।୬(ସ୍ବ.ପ୍ର.)-ନରଣପୁରରୁ ହରିଚନ୍ଦନପୁର ଦେଇ ଡୁବୁରୀ ଯାଇଥିବା ରାସ୍ତାର କୁଆଝରଣ ଘାଟିରେ ଶନିବାର ଭାରସାମ୍ୟ ହରାଇ ଏକ ଟ୍ରଲର ତଳକୁ ଖସିପଡ଼ିଛି। ଫଳରେ ଚାଳକଙ୍କ ସହ ଜଣେ...

୩୪ ଦିନରେ ୩୬ ଲକ୍ଷ ଜରିମାନା ଆଦାୟ

ବ୍ରହ୍ମପୁର ଅଫିସ୍‌,୫।୧: ବ୍ରହ୍ମପୁର ସହରର ଟ୍ରାଫିକ୍‌ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଗଠନ ହୋଇଛି ଟ୍ରାଫିକ ୟୁନିଟ୍‌। ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗ ବିଜ୍ଞପ୍ତି...

୬ଟି ଗାଁକୁ ନିର୍ମାଣ ହେବ ରାସ୍ତା

ଦଶମନ୍ତପୁର, ୬ା୮(ଡି.ଏନ.ଏ.) କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ବ୍ଲକ । ବଣ, ପାହାଡ, ପର୍ବତଘେରରେ ରହିଥିବା ବ୍ଲକର ଅନେକଗୁଡିଏ ଦୁର୍ଗମ ଅଞ୍ଚଳକୁ...

ପରିତ୍ୟକ୍ତ ଅବସ୍ଥାରେ ଗାନ୍ଧୀ ଉଦ୍ୟାନ

ଏରସମା,୨୩।୧୦(ସ୍ବ.ପ୍ର.): ଏରସମା ବ୍ଲକ ମୁଖ୍ୟାଳୟରେ ଶିଶୁମାନଙ୍କ ଉଦ୍ଦେଶ୍ୟରେ ନିର୍ମିତ ଗାନ୍ଧୀ ଉଦ୍ୟାନ ଏବେ ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି ା ବିଭିନ୍ନ ସଙ୍ଗଠନ ପକ୍ଷରୁ ଏହାର ପୁନରୁଦ୍ଧାର...

ପ୍ରସ୍ତାବରେ ଅଟକିଛି ଗ୍ରେଟର (ବୃହତ୍‌) ବ୍ରହ୍ମପୁର ଗଠନ: ୨୦୧୫ରୁ ପ୍ରସ୍ତୁତ ହୋଇଛି (ସିଡିପି) ମାଷ୍ଟର ପ୍ଲାନ

ବ୍ରହ୍ମପୁର ଅଫିସ,୩୦ା୮- ବ୍ରହ୍ମପୁର ମହାନଗର ନିଗମ ଏବଂ ଛତ୍ରପୁର ଓ ଗୋପାଳପୁର ଏନ୍‌ଏସି (ବିଜ୍ଞାପିତ ଅଞ୍ଚଳ ପରିଷଦ) ସହିତ ଏହି ୩ ସହରାଞ୍ଚଳ ପାର୍ଶ୍ୱବର୍ତ୍ତୀ ଗ୍ରାମାଞ୍ଚଳଗୁଡ଼ିକୁ...

Advertisement
Archives

Model This Week