ଗାଧୋଇ ଯିବାବେଳେ ଯୁବକଙ୍କୁ ପକାଇଥିଲେ କଟୁରି ଚୋଟ, ଆଜି ଜେଲ୍ ଗଲେ
ଦିଗପହଣ୍ଡି,୨୦ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ବଡ଼ସାହିର ଦୀପକ ସେଠୀଙ୍କ କଟୁରି ଚୋଟରେ ପଡ଼ୋଶୀ ଡି.ବିଜୟ(୪୫) ମଙ୍ଗଳବାର ସକାଳେ ଗୁରୁତର ହୋଇଥିଲେ। ପୂର୍ବାହ୍ନ ପ୍ରାୟ ସାଢେ ୧୦ ଟାରେ ବିଜୟ ଗ୍ରାମ ନିକଟ କୁଟି ପୋଖରୀକୁ ଗାଧୋଇବା…
୧୦ ଲକ୍ଷ ଟଙ୍କାର ତାର ଚୋରି କରି ୫ ବନ୍ଧାହେଲେ, ସୂଚନା ଦେଇ ଏସ୍ପି କହିଲେ…
କେସିଙ୍ଗା,୨୦ା୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ ବେଦାନ୍ତ ପମ୍ପ୍ ହାଉସ୍ରୁ ଗତ ୧୫ ତାରିଖରେ ତମ୍ବାତାର ଚୋରି ହୋଇଥିଲା। ଏ ନେଇ ବେଦାନ୍ତର ସାଇଟ୍ ଇନ୍ଚାର୍ଜ ଯଶୋବନ୍ତ ନନ୍ଦ କେସିଙ୍ଗା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହି ଅଭିଯୋଗକୁ ଭିତ୍ତିକରି କେସିଙ୍ଗା…
୬୦୦୦ ଟଙ୍କାରେ ଚାକିରି ଆରମ୍ଭ କରିଥିବା ଯନ୍ତ୍ରୀଙ୍କ ପାଖରେ ୨୦ କୋଟିରୁ ଅଧିକ ସମ୍ପତ୍ତି, ଗିରଫ କଲା ଭିଜିଲାନ୍ସ
ଭବାନୀପାଟଣା,୨୦।୫(ଉତ୍ତମ କୁମାର ଦାଶ): ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ବୁଧବାର କଳାହାଣ୍ଡି ଜିଲା ପିଡବ୍ଲୁଡି ଅଧୀନ ଧର୍ମଗଡ ରାସ୍ତା ଓ ଗୃହ ଉପ-ବିଭାଜନର ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ (ଏଇଇ) ଭୁବନେଶ୍ୱର ଶବରଙ୍କୁ ଭିଜିଲାନ୍ସ ଗିରଫ କରିଛି। ଭିଜିଲାନ୍ସ ଚଢ଼ାଉ…
ମର୍ମନ୍ତୁଦ ଦୁର୍ଘଟଣା: ବିଏଲ୍ଓ ସୁପରଭାଇଜରଙ୍କ ସମେତ ଚାଲିଗଲା ୨ ଜୀବନ
ଛତ୍ରପୁର,୨୦ା୫(ଦିଲ୍ଲୀପ ସାମଲ): ସଡ଼କ ଦୁର୍ଘଟଣାରେ ୨ ଜଣଙ୍କ ଜୀବନ ଯାଇଛି। ଗଞ୍ଜାମ ଥାନା ଅଧିନସ୍ଥ ବିରିପୁର ଗ୍ରାମ ନିକଟରେ ସ୍କୁଟି ସହିତ ବାଇକ୍ ମୁହାଁମୁହିଁ ହୋଇଥିଲା। ମୃତକମାନେ ହେଲେ ହଂସପୁର ଗ୍ରାମର ରଘୁନାଥ ପ୍ରଧାନ ଓ ହୁମ୍ବର ଗ୍ରାମର ଯୋଗେନ୍ଦ୍ର ଦାଶ।…
ପୋଲିସକୁ ଦେଖି ଡ୍ରାଇଭର ଛାନିଆ, ରାସ୍ତା ମଝିରେ ଗଞ୍ଜେଇ ଗାଡି ରଖି ଜଙ୍ଗଲକୁ ଦୌଡିଲେ, ଗାଡିରୁ ବାହାରିଲା ଏତେ ଟଙ୍କାର…
ମୋହନା, ୨୦।୫( ମନ୍ମଥ ମିଶ୍ର ): କିଛିଦିନ ହେଲା ଗଜପତି ଜିଲା ଗଞ୍ଜେଇ ମୁକ୍ତ ଅଭିଯାନରେ ଗଞ୍ଜେଇ ମାଫିଆଙ୍କ ନିଦ ହଜାଇ ଦେଇଥିବାବେଳେ ପୁଣି ଗଞ୍ଜେଇ ଥିବା ଗାଡିକୁ ମାଡି ବସିଛି ମୋହନା ପୋଲିସ । ପୋଲିସ ଗାଡିକୁ ଦେଖି ଗଞ୍ଜେଇ…
ଭାରସାମ୍ୟ ହରାଇ ଓଲଟି ପଡିଲା ଟ୍ରାକ୍ଟର, ତଳେ ଚାପି ହୋଇ ଡ୍ରାଇଭରଙ୍କ ମୃତ୍ୟୁ
ରାୟଗଡା,୨୦।୫( ସୁଜାତା ପାଢ଼ୀ): ରାୟଗଡା ଜିଲା ଚାନ୍ଦିଲି ଥାନା ଅନ୍ତର୍ଗତ ମୁନିସିଂ ଛକ ନିଟରେ ଟ୍ରାକ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ବିହାରର ହୋଇଥିବା ବେଳେ ତାଙ୍କ ପରିଚୟ ମିଳିପାରିନି। ବୁଧବାର ସକାଳେ ଜେକେପୁରରେ ଥିବା…
ଭୟାବହ ସଡ଼କ ଦୁର୍ଘଟଣା: ଜିଲା ବିଜେଡି ସଭାପତି ଗୁରୁତର
ଲୋଇସିଂହା,୨୦।୫(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ଥାନା ବଲାଙ୍ଗୀର-ବରଗଡ ୨୬ ନଂ ଜାତୀୟ ରାଜପଥର ସାଲେଭଟା ନିକଟରେ ଗତ ବିଳମ୍ବିତ ରାତିରେ ଘଟିଥିବା ଏକ ଭୟାବହ ସଡ଼କ ଦୁର୍ଘଟଣାରେ ସୁବର୍ଣ୍ଣପୁର ଜିଲା ବିଜେଡି ସଭାପତି ସରୋଜ କମ୍ପ ଗୁରୁତର ଆହତ ହୋଇଛନ୍ତି। ସେ…
ଦେଶବ୍ୟାପୀ ଔଷଧ ଦୋକାନ ବନ୍ଦ ଡାକରା: ଆନନ୍ଦପୁର ଉପଖଣ୍ଡରେ ବନ୍ଦର ପ୍ରଭାବ…
ବଞ୍ଚୋ (ପ୍ରଦୋଷ କୁମାର ବିଶ୍ୱାଳ ) ୨୦।୫: ଅନଲାଇନ ଔଷଧ ବିକ୍ରିକୁ ବିରୋଧ କରି ଦେଶବ୍ୟାପୀ ଔଷଧ ଦୋକାନ ବନ୍ଦ ଡାକରା ଦିଆଯାଇଛି। ଏହାର ପ୍ରଭାବ ଆଜି ଆନନ୍ଦପୁର ଉପଖଣ୍ଡର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି। ବିଶେଷ କରି ବଡପଦନା ଛକରେ…
ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉକୁ ସମର୍ଥନ ଦେବନାହିଁ: ବୈଠକରେ ଜିଲା ଆଦିବାସୀ କଲ୍ୟାଣ ସଂଘର ନିଷ୍ପତ୍ତି
ନୂଆପଡ଼ା,୨୦ା୫ (ମକାରୁ ବେମାଲ): ସ୍ଥାନୀୟ ସର୍କିଟ ହାଉସଠାରେ ଜିଲା ଆଦିବାସୀ କଲ୍ୟାଣ ସଂଘର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ମହାସଂଘ ରାଜ୍ୟ ସଂଯୋଜକ ଈଶ୍ୱର ଚନ୍ଦ୍ର ନାଏକ ଅଧ୍ୟକ୍ଷତା କରିଥିଲେ। ମହାସଂଘ ରାଜ୍ୟ ସଭାପତି ବାଳକୃଷ୍ଣ ଶବର, ସଂଘ ସଂରକ୍ଷକ…
ଜଳସେଚନରୁ ବଞ୍ଚତ୍ତ ୪ ଗ୍ରାମର ଚାଷଜମି ଅଧିକାରୀଙ୍କ ସହ ଆଲୋଚନା କଲେ ବିଧାୟକ
ଖଡ଼ିଆଳ,୨୦ା୫ (ସୁଜିତ କୁମାର ପ୍ରଧାନ): ଖଡ଼ିଆଳ ବ୍ଲକ ସାନମହେଶ୍ୱର ପଞ୍ଚାୟତର ଦେଓବାହାଲ ଓ ରଜାମୁଣ୍ଡା, ବରଗାଁ ପଞ୍ଚାୟତର ଡୁମେରବାହାଲ ଓ ବେନ୍ଦ୍ରାବାହାଲ ଆଦି ୪ ଗ୍ରାମର ଚାଷ ଜମି ତିଖାଲି ଡ୍ୟାମର ନାକ ତଳେ ଥିଲେ ମଧ୍ୟ ଜଳସେଚନରୁ ବଞ୍ଚତ୍ତ ରହୁଛି।…
ଜୁନାଗଡ଼ ପୋଲିସକୁ ବଡ଼ ସଫଳତା: ବିଭିନ୍ନ ଅଞ୍ଚଳରୁ ଚୋରି ହୋଇଥିବା ୪୪ ବାଇକ ଜବତ, ଧରାପଡିଲେ ୬ ଅଭିଯୁକ୍ତ
ଭବାନୀପାଟଣା,୨୦।୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ପୋଲିସକୁ ବଡ଼ ସଫଳତା ମିଳିଛି । ବୁଧବାର ଏକ ବାଇକ ଚୋରି ଗ୍ୟାଙ୍ଗର ପର୍ଦ୍ଦାଫାଶ କରି ୪୪ଟି ଚୋରି ବାଇକ ଜବତ କରିବା ସହ ଘଟଣାରେ ସମ୍ପୃକ୍ତ ଥିବା ୬ ଜଣକୁ ଅଭିଯୁକ୍ତଙ୍କୁ…
ମୁଖ୍ୟ କେନାଲ ପାଣି ବନ୍ଦ, ବଢ଼ିଲା ତାତିର ପ୍ରକୋପ: ଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି…
ବରଗଡ଼,୨୦।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ତାତି ଥମିବାର ନାଁ ନେଉ ନାହିଁ। ଗତ ୧୬ତାରିଖରୁ ବରଗଡ଼ ମୁଖ୍ୟ କେନାଲରେ ପାଣି ଯୋଗାଣ ବନ୍ଦ ହେବା ପରଠୁ ତାତିର ପ୍ରକୋପ ଅସମ୍ଭାଳ ହୋଇ ପଡ଼ିଛି। ସକାଳ ୯ଟାରୁ ତାତି ଅନୁଭୂତ ହେଉଛି। ପଦାକୁ…

