ଦଧିବାମନ ଜୀଉଙ୍କ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଦେବସ୍ନାନ ପୂର୍ଣ୍ଣିମା ନୀତି ସମ୍ପନ୍ନ

ପାଟଣା, ୨୯।୬ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ରାଜନଗରସ୍ଥିତ ପ୍ରାଚୀନ ଶ୍ରୀଶ୍ରୀ ଦଧିବାମନ ଜୀଉ ମନ୍ଦିରରେ ସୋମବାର ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ମହୋତ୍ସବ ଭକ୍ତିଭାବ ଓ ପାରମ୍ପରିକ ରୀତିନୀତି ଅନୁଯାୟୀ ଅନୁଷ୍ଠିତ ହୋଇଯାଇଛି। ମନ୍ଦିର ପରିସରସ୍ଥ ସ୍ନାନବେଦୀରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଦିବ୍ୟ ସ୍ନାନ ନୀତି ସମ୍ପନ୍ନ ହୋଇଥିଲା।

ଏହି ଅବସରରେ ମନ୍ଦିର ପରିସରରେ ଥିବା ପବିତ୍ର କୂଅରୁ ସଂଗୃହୀତ ୧୦୮ ପୂର୍ଣ୍ଣକୁମ୍ଭ ଜଳରେ ମହାପ୍ରଭୁଙ୍କ ମହାସ୍ନାନ ନୀତି ସମ୍ପନ୍ନ କରାଯାଇଥିଲା। ସମସ୍ତ ନୀତିକାନ୍ତି ଶାସ୍ତ୍ରବିଧି ଅନୁଯାୟୀ ମନ୍ଦିରର ସେବାୟତମାନେ ନିଷ୍ଠାର ସହ ସମ୍ପାଦନ କରିଥିଲେ।

ଦେବସ୍ନାନ ନୀତିରେ ବ୍ରହ୍ମା ଭାବେ ପ୍ରଦୀପ କୁମାର ମିଶ୍ର, ପରିଛା ଦୁର୍ଯ୍ୟୋଧନ ମିଶ୍ର, ଠାକୁରଙ୍କ ପହଣ୍ଡିଆ ବ୍ରାହ୍ମଣ ସତ୍ୟନାରାୟଣ ମିଶ୍ର, ମନରଞ୍ଜନ ମିଶ୍ର, ଅକ୍ଷୟ ନାରାୟଣ ମିଶ୍ର, ମୃତ୍ୟୁଞ୍ଜୟ ପାଣି, ଘନଶ୍ୟାମ ମିଶ୍ର, ଜଗନ୍ନାଥ ପଣ୍ଡା, ଶଶୀରଞ୍ଜନ ମିଶ୍ର, ସେବାୟତ ଗୋପୀନାଥ ପଣ୍ଡା, ମାଳି ସେବକ ପର୍ଶୁରାମ ରଣା, ତନ୍ତୀ ସେବକ ମଦନମୋହନ ବେହେରା, ରଜକ ସେବକ ପ୍ରଫୁଲ୍ଲ ସେଠୀ, ଛତ୍ରଧାରୀ ହେମରଞ୍ଜନ ନାୟକ ଓ ଅର୍ଜୁନଚରଣ ବେହେରା ପ୍ରମୁଖ ବିଭିନ୍ନ ସେବାରେ ନିୟୋଜିତ ଥିଲେ। ଏହାସହ ୨୨ ନିଯୋଗର ସେବାୟତମାନେ ମଧ୍ୟ ଠାକୁରଙ୍କ ସମସ୍ତ ନୀତିକାନ୍ତିରେ ସହଯୋଗ କରିଥିଲେ।

ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ସ୍ନାନମଣ୍ଡପରେ ବିରାଜମାନ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଦର୍ଶନ ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ଭକ୍ତମାନେ ମହାପ୍ରଭୁଙ୍କ ଦିବ୍ୟ ସ୍ନାନ ଦର୍ଶନ କରି ଆଶୀର୍ବାଦ ଲାଭ କରିବା ସହ ଧନ୍ୟ ଅନୁଭବ କରିଥିଲେ।

କୀର୍ତ୍ତନ, ଘଣ୍ଟ, ଶଙ୍ଖଧ୍ୱନି, ହୁଳହୁଳି ଓ ବିଭିନ୍ନ ବାଦ୍ୟର ଧ୍ୱନିରେ ସମଗ୍ର ମନ୍ଦିର ପରିସର ଭକ୍ତିମୟ ପରିବେଶରେ ଉଛୁଳି ଉଠିଥିଲା। ଶେଷରେ ଉପସ୍ଥିତ ଶ୍ରଦ୍ଧାଳୁମାନଙ୍କୁ ଶୀତଳ ଭୋଗ ବଣ୍ଟନ କରାଯାଇଥିଲା। ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଉତ୍ସବକୁ ନେଇ ସମଗ୍ର ରାଜନଗର ଅଞ୍ଚଳ ଭକ୍ତି ଓ ଉତ୍ସବର ପରିବେଶରେ ମୁଖରିତ ହୋଇଉଠିଥିଲା।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଧାନ ମଣ୍ଡି ନିକଟରୁ ମିଳିଲା ରକ୍ତାକ୍ତ ମୃତଦେହ, ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ

କୋକସରା,୨୯ା୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଡାଲଗୁମା ଗ୍ରାମ ଧାନ ମଣ୍ଡି ନିକଟରୁ ଜଣେ ବ୍ୟକ୍ତିଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ପୋଲିସ ଜବତ କରିଛି।…

ଥୁଆମୂଳ ରାମପୁରରେ ଜିଲାପାଳଙ୍କ ଅଭିଯୋଗ ଶୁଣାଣି: ୭୮ଟି ଆବେଦନ ଗ୍ରହଣ, ସମାଧାାନକୁ ନେଇ ଉଠିଲା ପ୍ରଶ୍ନ

ଥୁଆମୂଳ ରାମପୁର, ୨୯/୬ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ଥୁଆମୂଳ ରାମପୁର ବ୍ଲକ ପଞ୍ଚାୟତ ସମିତି ସଭାଗୃହରେ ସୋମବାର ବ୍ଲକସ୍ତରୀୟ ସଂଯୁକ୍ତ ଜନଅଭିଯୋଗ ଶୁଣାଣି ଓ ସମାଧାନ…

ସରକାର ନେଲେ ବଡ଼ ନିଷ୍ପତ୍ତି; ୧ ଜୁଲାଇରୁ ପେଟ୍ରୋଲ-ଡିଜେଲ…

ନୂଆଦିଲ୍ଲୀ,୨୯।୬: ୧ ଜୁଲାଇରୁ ପେଟ୍ରୋଲ ଏବଂ ଡିଜେଲ କିଣିବାକୁ ନେଇ ସରକାର ଏକ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ସରକାର ପ୍ରତି ବ୍ୟକ୍ତି ଏବଂ ପ୍ରତି ଗାଡ଼ି…

ସୁନା ବ୍ୟବସାୟୀଙ୍କ ଘରୁ ଲୁଟ୍‌: ୫ ବର୍ଷ ପରେ ତାମିଲନାଡୁରୁ ଗିରଫ ହେଲେ ଦମ୍ପତି

ମାଲକାନଗିରି,୨୯ା୬(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସଦର ମହକୁମାର ଏକ ସୁନା ବ୍ୟବସାୟୀଙ୍କ ଘରୁ ଅଳଙ୍କାର ଚୋରି ମାମଲାରେ ତାମିଲନାଡୁର ଏକ ଦମ୍ପତି ଗିରଫ ହୋଇଛନ୍ତି।ଏନେଇ ମାଲକାନଗିରି ଏସ୍‌ପି ବିନୋଦ…

ଭାଜପା ଯୁବମୋର୍ଚ୍ଚା କର୍ମକର୍ତ୍ତା ଘୋଷଣା: ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ

ଭଞ୍ଜନଗର,୨୯।୬(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭାଜପା ଭଞ୍ଜନଗର ସାଂଗଠନିକ ଜିଲାର ନୁତନ ଯୁବ ମୋର୍ଚ୍ଚା କର୍ମକର୍ତ୍ତାଙ୍କ ନାମ ସୋମବାର ଘୋଷଣା ହୋଇଛି। ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି…

ଗୋଟିଏ ବୟାନରେ ଦୋହଲିଗଲା ଢାକାରୁ ନୂଆଦିଲ୍ଲୀ! ବାଂଲାଦେଶ ଫେରିବାକୁ କାହିଁକି ଜିଦ୍‌ ଧରିଛନ୍ତି ଶେଖ ହାସିନା?

ନୂଆଦିଲ୍ଲୀ,୨୯।୬: ଶେଖ ହାସିନାଙ୍କ ‘ଏହି ବର୍ଷ ହିଁ ବାଂଲାଦେଶ ଫେରିବି’ ବୋଲି ବୟାନ ନୂଆଦିଲ୍ଲୀରୁ ଢାକା ପର୍ଯ୍ୟନ୍ତ ରାଜନୈତିକ ହଲଚଲ୍ ବଢ଼ାଇ ଦେଇଛି। ୨୨ ମାସ ପରେ…

ହଠାତ୍‌ ଭାବପ୍ରବଣ ହେଲେ ସୂର୍ଯ୍ୟକୁମାର: ଲେଖୁ ଲେଖୁ ଲେଖିଦେଲେ ଏମିତି କଥା

ନୂଆଦିଲ୍ଲୀ,୨୯।୬: ଭାରତୀୟ ଦଳ ନିକଟରେ ଆୟର୍ଲାଣ୍ଡ ବିପକ୍ଷରେ ଦୁଇ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ହାରିଛି। ନୂତନ ଟି-୨୦ ଅଧିନାୟକ ଶ୍ରେୟସ ଆୟରଙ୍କ ନେତୃତ୍ୱରେ ଏହା କୌଣସି…

ପୋଲିସ ମାଡ଼ରେ ଯୁବକଙ୍କ ମୃତ୍ୟୁ, ପରିବାର ଲୋକେ ଆଣିଲେ ଅଭିଯୋଗ

ଭୁବନେଶ୍ୱର,୨୯।୬: ଖୋର୍ଦ୍ଧା ଜିଲା ବାଣପୁର ପୋଲିସ ମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ମୁତାବକ, ଏକ ଗଣ୍ଡଗୋଳ ମାମଲାରେ ବାଣପୁର ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri