ପ୍ରଥମ ଥର ଗଜାନନ ବେଶ ଧାରଣ କଲେ ଶ୍ରୀଜଗନ୍ନାଥ: ନୂତନ ସ୍ନାନମଣ୍ଡପ ପ୍ରତିଷ୍ଠା

ଦାରିଙ୍ଗବାଡି, ୨୯।୬ (ଅରୁଣ ସାହୁ): ପବିତ୍ର ସ୍ନାନଯାତ୍ରା ଅବସରରେ ଶ୍ରୀକ୍ଷେତ୍ର ପୁରୀ ସମେତ ସମଗ୍ର ରାଜ୍ୟରେ ଶ୍ରୀଜଗନ୍ନାଥଙ୍କ ସ୍ନାନଯାତ୍ରା ଭକ୍ତିଭାବର ସହ ପାଳିତ ହେଉଥିବା ବେଳେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ସିମନବାଡି ପତିତପାବନ ମନ୍ଦିରରେ ମଧ୍ୟ ବଡ଼ ଆଡ଼ମ୍ବରର ସହ ଶ୍ରୀଜଗନ୍ନାଥଙ୍କ ସ୍ନାନଯାତ୍ରା ଓ ଗଜାନନ ବେଶ ଅନୁଷ୍ଠିତ ହୋଇଯାଇଛି। ବିଶେଷ କଥା ହେଲା, ଏହି ମନ୍ଦିରରେ ପ୍ରଥମ ଥର ପାଇଁ ମହାପ୍ରଭୁ ଗଜାନନ ବେଶ ଧାରଣ କରିଥିବାରୁ ଭକ୍ତମାନଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା।

ଏହି ଅବସରରେ ମନ୍ଦିର ପରିସରରେ ନିର୍ମିତ ନୂତନ ସ୍ନାନମଣ୍ଡପର ମଧ୍ୟ ପ୍ରତିଷ୍ଠା କରାଯାଇଥିଲା। ସ୍ନାନଯାତ୍ରା ପୂର୍ବରୁ ପୂଜକ ସତ୍ୟନାରାୟଣ ପଣ୍ଡାଙ୍କ ଦ୍ୱାରା ବୈଦିକ ରୀତିନୀତି, ପୂଜାର୍ଚ୍ଚନା ଓ ହୋମଯଜ୍ଞ ସହ ସ୍ନାନମଣ୍ଡପ ପ୍ରତିଷ୍ଠା ସମ୍ପନ୍ନ ହୋଇଥିଲା। ଏହି ପବିତ୍ର କାର୍ଯ୍ୟରେ ବରୁଣ ପାତ୍ର କର୍ତ୍ତା ଭାବେ ଦାୟିତ୍ୱ ନିର୍ବାହ କରିଥିଲେ।

ମଣ୍ଡପ ପ୍ରତିଷ୍ଠା ପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସ୍ନାନମଣ୍ଡପକୁ ପାହାଣ୍ଡି କରାଯାଇ ସମସ୍ତ ବିଧିବିଧାନ ଅନୁଯାୟୀ ପୂଜାର୍ଚ୍ଚନା ଓ ପବିତ୍ର ସ୍ନାନ ବିଧି ସମ୍ପନ୍ନ କରାଯାଇଥିଲା। ପରବର୍ତ୍ତୀ ସମୟରେ ଦାରିଙ୍ଗବାଡିର ଯୁବ ଡିଜିଟାଲ କଳାକାର ନିହାର ରଞ୍ଜନ ସାହୁଙ୍କ ଦ୍ୱାରା ଅତ୍ୟନ୍ତ ସୁନ୍ଦର ଓ ନିଖୁଣ ଭାବେ ପ୍ରସ୍ତୁତ ଗଜାନନ ବେଶରେ ମହାପ୍ରଭୁଙ୍କୁ ସଜ୍ଜିତ କରାଯାଇଥିଲା। ଏହି ମନୋରମ ବେଶ ପ୍ରଥମ ଥର ପାଇଁ ସିମନବାଡି ପତିତପାବନ ମନ୍ଦିରରେ କରାଯାଇଥିବାରୁ ଏହା ଶ୍ରଦ୍ଧାଳୁଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା।

ଗଜାନନ ବେଶ ଦର୍ଶନ ପାଇଁ ସିମନବାଡି ସମେତ ଦାରିଙ୍ଗବାଡି, ଶ୍ରାନିକେତା, କିରିକୁଟି, ତିଲୋରୀ ଓ ଆଖପାଖ ଅଞ୍ଚଳରୁ ବହୁ ସଂଖ୍ୟାରେ ଭକ୍ତମାନେ ମନ୍ଦିରକୁ ଆସିଥିଲେ। ସେମାନେ ମହାପ୍ରଭୁଙ୍କ ଅଲୌକିକ ଗଜାନନ ବେଶ ଦର୍ଶନ କରି ଆଧ୍ୟାତ୍ମିକ ଆନନ୍ଦ ଲାଭ କରିବା ସହ ଏହି ସୁନ୍ଦର ବେଶ ପ୍ରସ୍ତୁତ କରିଥିବା ଯୁବ କଳାକାର ନିହାର ରଞ୍ଜନ ସାହୁଙ୍କୁ ଭୂୟସୀ ପ୍ରଶଂସା କରିଥିଲେ।

ସମଗ୍ର କାର୍ଯ୍ୟକ୍ରମକୁ ସିମନବାଡି ପତିତପାବନ ମନ୍ଦିର ଓ ରଥଯାତ୍ରା କମିଟିର ସଭାପତି ପ୍ରଦୀପ ସାହୁଙ୍କ ନେତୃତ୍ୱରେ ଆଶୁତୋଷ ସାହୁ, କେଦାରନାଥ ସାହୁ, ମହେଶ ସାହୁ, ଉତ୍ତମ ପୂଜାରୀ ଓ ଅନ୍ୟାନ୍ୟ କର୍ମକର୍ତ୍ତାମାନେ ସୁଚାରୁରୂପେ ପରିଚାଳନା କରିଥିଲେ। ଭକ୍ତମାନଙ୍କ ଭିଡ଼ ଏବଂ ଭକ୍ତିମୟ ପରିବେଶ ଯୋଗୁଁ ସମଗ୍ର ସିମନବାଡି ଅଞ୍ଚଳ ଉତ୍ସବମୁଖର ହୋଇଉଠିଥିଲା।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଆମେରିକାର ବଡ଼ ଅଭିଯୋଗ; ଚାଇନାକୁ ଟାରିଫ୍‌ରୁ ବଞ୍ଚାଉଛି ଭାରତ!

ଓ୍ବାଶିଂଟନ,୧୪।୮: ଆମେରିକା ପୁଣିଥରେ ଟାରିଫ୍‌ ପ୍ରସଙ୍ଗରେ ଭାରତକୁ ନେଇ ବଡ଼ ଅଭିଯୋଗ ଆଣିଛି। ଆମେରିକାର ଅଭିଯୋଗ ଅନୁସାରେ, ଭାରତ ସମେତ ୪୦ରୁ ଅଧିକ ଦେଶ କଥିତ ଭାବେ…

ଶନିଙ୍କ ନକ୍ଷତ୍ର ଗୋଚରରେ ଏହି ୪ ରାଶିଙ୍କ ଉପରେ ବଡ଼ ସଙ୍କଟ! ୯ ଅକ୍ଟୋବର ପର୍ଯ୍ୟନ୍ତ ରୁହନ୍ତୁ ସାବଧାନ, ନଚେତ୍‌…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶନି ଗ୍ରହ ଆସନ୍ତା ୨୦ ଅଗଷ୍ଟ ୨୦୨୬, ଗୁରୁବାର ସନ୍ଧ୍ୟା ୭ଟା ୪୫ ମିନିଟରେ ରେବତୀ ନକ୍ଷତ୍ରର ଦ୍ୱିତୀୟ ପଦରୁ ପ୍ରଥମ ପଦକୁ…

ଭାରତୀୟ ଖେଲାଳିଙ୍କୁ ଅଲ୍ଟିମେଟମ ଦେଲେ ଗମ୍ଭୀର: ଶେଷ ସୁଯୋଗ…

ଗାଲେ,୧୪।୮:୧୫ ଅଗଷ୍ଟରୁ ଆରମ୍ଭ ହେଉଥିବା ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ ପାଇଁ ପ୍ଲେଇଂ ଇଲେଭେନ ସମ୍ପର୍କରେ ଭାରତୀୟ ଦଳ ମଧ୍ୟରେ ବିଚାର ବିମର୍ଶ ଚାଲିଛି। ଅଧିନାୟକ ଶୁବମନ…

ରାଗରେ ସ୍ବାମୀଙ୍କୁ ମୁଣ୍ଡକୁ ଲୁହା ତାଓ୍ବାରେ ପିଟିଦେଲେ ସ୍ତ୍ରୀ: ଆଉ ତା’ପରେ ଯାହା ଘଟିଲା…

ଲକ୍ଷ୍ନୌ,୧୪।୮: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରୁ ସ୍ବାମୀ-ସ୍ତ୍ରୀଙ୍କ ସମ୍ପର୍କର ପବିତ୍ରତାକୁ ଭାଙ୍ଗି ଦେଉଥିବା ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜାନକୀପୁରମର ଆନନ୍ଦ ବିହାର କଲୋନୀରେ, ଜଣେ…

EPFO New Rules: ପେନସନ ଟଙ୍କା ଉଠାଣରେ ବଡ଼ ପରିବର୍ତ୍ତନ, ଏଣିକି ଅପେକ୍ଷା କରିବାକୁ ପଡ଼ିବ ଏତେ ଦିନ

ନୂଆଦିଲ୍ଲୀ, ୧୪।୮: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO) ପକ୍ଷରୁ PF ଓ ପେନସନ ଉଠାଣ ନିୟମରେ ବଡ଼ ପରିବର୍ତ୍ତନ କରାଯାଇଛି। ଏହାର ସିଧାସଳଖ ପ୍ରଭାବ ବେତନଭୋଗୀ…

ଫୁକେଟ-ଦିଲ୍ଲୀ ଏୟାର ଇଣ୍ଡିଆ ବିମାନ ଘଟଣା; ବ୍ଲାକ୍ ବକ୍ସରେ ବଡ଼ ଖୁଲାସା, ୪ ସେକେଣ୍ଡ ପାଇଁ ଫେଲ୍‌ ହୋଇଥିଲା…

ନୂଆଦିଲ୍ଲୀ,୧୪।୮: ଫୁକେଟ୍‌ରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆର ଏକ ବିମାନ (AI-2379) ହଠାତ୍ ୨୫୦ ଫୁଟ୍ ତଳକୁ ଖସିଯିବା ଏବଂ ଏକ ଭୟଙ୍କର ଟର୍ବୁଲେନ୍ସ (Turbulence) ସୃଷ୍ଟି…

ଅଧିକ ଲୁଣ ଖାଉଥିଲେ ସାବଧାନ! ଚେତାବନୀ ଦେଲା WHO, ପଢନ୍ତୁ ଦୌନିକ କେତେ ଖାଇବା ଉଚିତ୍‌

ନୂଆଦିଲ୍ଲୀ,୧୪।୮: ଖାଦ୍ୟର ସ୍ବାଦ ବଢ଼ାଇବା ପାଇଁ ଲୁଣ ଅତ୍ୟନ୍ତ ଜରୁରୀ। କିନ୍ତୁ ଲୁଣର ପରିମାଣ ଉପରେ ନଜର ରଖିବା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ। ପ୍ରତିଦିନ ଆବଶ୍ୟକତାଠାରୁ ଅଧିକ…

ଏଗ୍ରିଷ୍ଟାକ୍‌ ଉଚ୍ଛେଦ ନେଇ ଲିଖିତ ନିର୍ଦ୍ଦେଶ ଦିଅ: ସରକାରଙ୍କଠାରେ ସଂଯୁକ୍ତ କୃଷକ ସଙ୍ଗଠନର ଦାବି

ବରଗଡ଼,୧୪।୮(ପ୍ରେମାନନ୍ଦ ଖମାରୀ):ଧାନ ସଂଗ୍ରହ ପ୍ରକ୍ରିୟାରେ ରାଜ୍ୟ ସରକାର ପ୍ରତିବର୍ଷ ଗୋଟିଏ ପରେ ଗୋଟିଏ ନୂଆଁ କଟକଣା ଆଣୁଛନ୍ତି। ଧାନ କିଣାବିକାରେ ସ୍ବଚ୍ଛତା ଆଣିବା ଲକ୍ଷ୍ୟ ନେଇ ସେଭଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri