କାଜୁ ୟୁନିଟ୍‌ ବାହାନାରେ ବ୍ୟାଙ୍କରୁ ୨୬ଲକ୍ଷ ଠକେଇ

ବ୍ରହ୍ମପୁର ଅଫିସ,୨୫ା୧୧: ଜଣେ ବ୍ୟକ୍ତି ମୁଦ୍ରା ଯୋଜନାରେ ଏକ କାଜୁ ପ୍ରକ୍ରିୟାକରଣ ୟୁନିଟ୍‌ ସ୍ଥାପନ କରିବାକୁ ଦର୍ଶାଇ ୟୁନିୟନ୍‌ ବ୍ୟାଙ୍କରୁ ଦୁଇଟି ପର୍ଯ୍ୟାୟରେ ୨୬ଲକ୍ଷର ଋଣ ଉଠାଇ ପରିଶୋଧ କରି ନ ଥିଲେ। ବ୍ୟାଙ୍କ ପକ୍ଷରୁ ଯାଞ୍ଚ କରିବାରୁ ସେ କୌଣସି ୟୁନିଟ୍‌ କରିନଥିବା ଜଣାପଡ଼ିଥିଲା। ଫଳରେ ବ୍ୟାଙ୍କ ମ୍ୟାନେଜର ସେହି ବ୍ୟକ୍ତିଙ୍କ ବିରୋଧରେ ବଡ଼ବଜାର ଥାନାରେ ଠକେଇ ଅଭିଯୋଗ କରିଛନ୍ତି। ପୋଲିସ ୩୨୧/୨୨ରେ ଏକ ମାମଲା ରୁଜୁ କରି ଘଟଣାର ଖୋଳତାଡ କରୁଛି। ୟୁନିୟନ୍‌ ବ୍ୟାଙ୍କ ଅଫ ଇଣ୍ଡିଆ, ବ୍ରହ୍ମପୁର ନୀଳକଣ୍ଠନଗର ଶାଖା ପରିଚାଳକ ରାମଚନ୍ଦ୍ର ଆଚାର୍ଯ୍ୟ ଥାନାରେ କରିଥିବା ଅଭିଯୋଗ ମୁତାବକ, ଇଞ୍ଜିନିୟରିଂ ସ୍କୁଲ ଛକ ନିକଟରେ ରହୁଥିବା ଶିବରାମ ବେହେରା ନାମକ ଜଣେ ବ୍ୟକ୍ତି କାଜୁ ପ୍ରକ୍ରିୟାକରଣ ୟୁନିଟ୍‌ ଖୋଲି ବ୍ୟବସାୟ କରିବା ପାଇଁ ବ୍ୟାଙ୍କରୁ ଋଣ ଆବେଦନ କରିଥିଲା। ୨୦୧୭ ମେ ୩୦ରେ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାରେ ବ୍ୟାଙ୍କ ତା’ଙ୍କୁ ୯ଲକ୍ଷ ଟଙ୍କାର ଋଣ ମଞ୍ଜୁର କରିଥିଲା। ୩୯ନଂ ୱାର୍ଡ଼ ଅନ୍ତର୍ଗତ ଅଳକାପୁରୀ ୮ମ ଗଳିରେ ତାଙ୍କ ପତ୍ନୀ ରଜନୀ ବେହେରାଙ୍କ ନାମରେ ଥିବା ଏକ ଘର ବନ୍ଧକ ରଖିଥିଲେ। ଏହାପରେ ପୁଣି ସେହିବର୍ଷ ସେପ୍ଟେମ୍ବର ୧୪ରେ ସେହିଘରକୁ ବନ୍ଧକ ରଖି ୧୭ଲକ୍ଷ ଟଙ୍କାର ଏକ ଗୃହ ଋଣ, କିନ୍ତୁ ଋଣ ଟଙ୍କା ଫେରାଇ ନ ଥିଲେ। ପ୍ରଥମେ ନେଇଥିବା ୧୭ଲକ୍ଷ ଟଙ୍କାରୁ ୧୦ଲକ୍ଷ ବିଭିନ୍ନ ଆକାଉଣ୍ଟକୁ ପଠାଇ(ଟ୍ରାନ୍ସଫର୍‌) ଅବଶିଷ୍ଟ ଉଠାଣ(ଉଇଥ୍ଡ୍ର) କରିଥିଲା। ଗୁପ୍ତେଶ୍ୱର ପଟ୍ଟନାୟକ ନାମକ ଜଣେ ବ୍ୟକ୍ତିଙ୍କ ନାମରେ ୪ଲକ୍ଷ ଟଙ୍କାର ଚେକ୍‌ ଉଠାଣ ହୋଇଥିଲା। ତେଣୁ ପ୍ରକଳ୍ପ ନାଁରେ ସେ ବ୍ୟାଙ୍କରୁ ୨୬ଲକ୍ଷ ଟଙ୍କା ଠକିଥିବା ଜଣାପଡ଼ିଥିଲା। ତେଣୁ ତାଙ୍କ ବିରୋଧରେ ବ୍ୟାଙ୍କ ମ୍ୟାନେଜର ଥାନାରେ ଏତଲା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri