ଆମ ଜିଲା ଖବର

ସମାଲୋଚନା କଲେ ଶଙ୍କରାଚାର୍ଯ୍ୟ

ପୁରୀ ଅଫିସ,୨୮ା୧୦: ଗତ ମଙ୍ଗଳବାର ସୂର୍ଯ୍ୟୋପରାଗ ସମୟରେ ହେତୁବାଦୀମାନେ ଆମିଷ ଖାଦ୍ୟ ଗ୍ରହଣ କରିଥିଲେ। ହେତୁବାଦୀମାନଙ୍କର ଏହି କାର୍ଯ୍ୟକଳାପକୁ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ ସମାଲୋଚନା କରିଛନ୍ତି। ଜଗଦ୍‌ଗୁରୁ କହିଛନ୍ତି, ଶାସ୍ତ୍ର ସମ୍ପର୍କରେ ଜ୍ଞାନ ନ ଥିବା ଲୋକେ ଏଭଳି କରିଛନ୍ତି।…

ବିନୋଦ କୁମାରଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି

କଟକ ଅଫିସ,୨୮ା୧୦:ଓଡ଼ିଶା ରୁରାଲ ହାଉସିଂ ଡେଭ୍‌ଲପମେଣ୍ଟ କର୍ପୋରେଶନ (ଓଆର୍‌ଏଚ୍‌ଡିସି) ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ପୂର୍ବତନ ଆଇଏଏସ୍‌ ବିନୋଦ କୁମାରଙ୍କୁ ଗୁରୁବାର ହାଇକୋର୍ଟରୁ ଆଶ୍ୱସ୍ତି ମିଳିଛି। ଭୁବନେଶ୍ୱର ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତ ପ୍ରଦାନ କରିଥିବା ଦଣ୍ଡାଦେଶ ବିରୋଧରେ ବିନୋଦ କୁମାରଙ୍କ ପକ୍ଷରୁ…

ଗୁଣି ସନ୍ଦେହରେ ମହିଳାଙ୍କୁ ହତ୍ୟା

କବିସୂର୍ଯ୍ୟନଗର, ୨୮ା୧୦(ଡି.ଏନ.ଏ.): ଅନ୍ଧବିଶ୍ୱାସକୁ ନେଇ ଅଶାନ୍ତ ହୋଇଉଠିଛି ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଥାନା କନିଆରୀ ପଞ୍ଚାୟତର ମଧୁରଝୋଳ ଗଁା। ଗୁଣିଗାରେଡ଼ି ସନ୍ଦେହରେ ଗ୍ରାମବାସୀ ମିଳିତ ଭାବେ ୩ ପରିବାରର ଘରେ ପଶି ମରଣାନ୍ତକ ଆକ୍ରମଣ କରିଛନ୍ତି। ଏଥିରେ ଜଣେ ମହିଳାଙ୍କ ମୃତ୍ୟୁ…

ବଦଳିଲା ନିଷ୍ପତ୍ତି, ୨୫ରୁ ଧାନକିଣା

ବରଗଡ଼ ଅଫିସ୍‌,୨୭।୧୦: ବରଗଡ଼ ଜିଲାରେ ଆସନ୍ତା ଡିସେମ୍ବର ୧ତାରିଖରୁ ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ ବୋଲି ପୂର୍ବରୁ ପ୍ରଶାସନ ନିଷ୍ପତ୍ତି ନେଇଥିଲା । ଗତ ୨୧ ତାରିଖ ଜିଲାପାଳଙ୍କ ଅଫିସ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଜିଲାସ୍ତରୀୟ ଧାନ ସଂଗ୍ରହ…

୩ ଇଞ୍ଜେକ୍ସନ ଦେବାରୁ ୨ ମାସର ଶିଶୁ ମୃତ

ଦଶମନ୍ତପୁର, ୨୭।୧୦(ଡି.ଏନ.ଏ.): ଏକା ସାଙ୍ଗରେ ୩ଟି ଇଞ୍ଜେକ୍ସନ ଦେବାରୁ ଏକ ୨ ମାସର ଶିଶୁପୁତ୍ରର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ଆଣିଛନ୍ତି ପରିବାର ଲୋକେ। କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଏ. ମାଲକାନଗିରି ପଞ୍ଚାୟତର କେ. ମାଳିଗୁଡା…

ଭିଜିଲାନ୍ସ ଜାଲରେ କିରାଣି, ଡାଟାଏଣ୍ଟ୍ରି ଅପରେଟର

ବ୍ରହ୍ମପୁର ଅଫିସ,୨୭ା୧୦: ଔଷଧ ଦୋକାନ ସ୍ଥାନାନ୍ତର ପାଇଁ ବ୍ରହ୍ମପୁରରେ ଥିବା ଗଞ୍ଜାମ ରେଞ୍ଜ-୧ ଡ୍ରଗ୍ସ ଇନ୍ସପେକ୍ଟରଙ୍କ କାର୍ଯ୍ୟାଳୟ କନିଷ୍ଠ କିରାଣି ଓ ଡାଟା ଏଣ୍ଟ୍ରି ଅପରେଟର ୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଗୁରୁବାର ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ସେମାନେ…

ଭଦ୍ରକାଳୀଙ୍କ ସିଂହବାହିନୀ ବେଶ

ଭଦ୍ରକ ଅଫିସ,୨୭।୧୦: ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀ ସପ୍ତମାତୃକା ବେଶର ୪ର୍ଥ ଦିନ ଗୁରୁବାର ସିଂହବାହିନୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ମା’ଙ୍କ ଏହି ବେଶ ଦର୍ଶନ ପାଇଁ ପୀଠରେ ଦିନତମାମ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିରହିଥିଲା। ମା’ଙ୍କ ବାହନ ସିଂହ…

ସ୍ତ୍ରୀଙ୍କୁ ନିର୍ଯାତନା ଅଭିଯୋଗରେ ସ୍ବାମୀ ଗିରଫ

ଜୟପୁର, ୨୭।୧୦ (ନି.ପ୍ର.): ସ୍ତ୍ରୀଙ୍କୁ ନିର୍ଯାତନା ଦେବା ଅଭିଯୋଗରେ ଜୟପୁର ପୋଲିସ ତାଙ୍କ ସ୍ବାମୀଙ୍କୁ ଗିରଫ କରିଛି। ଅଭିଯୁକ୍ତ ହେଲେ ପଡୁଆ ଥାନା ଅଧୀନ ଭେଜାଗ୍ରାମର ରଞ୍ଜନ ମାଟମ। ପୋଲିସ ସୂଚନା ଅନୁଯାୟୀ, ୮ ବର୍ଷ ତଳେ ରଞ୍ଜନ ମାଟମଙ୍କୁ ମହିଳା…

ଖସୁଛି ପାରଦ, ବଢୁଛି ଶୀତ

ଦାରିଙ୍ଗବାଡି,୨୭।୧୦(ଡି.ଏନ.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡିରେ ପାରଦ ତଳମୁଁହା। ସହରରେ ସର୍ବନିମ୍ମ ତାପମାତ୍ରା ୧୬ଡିଗ୍ରୀ ରହିଥିବା ବେଳେ ସର୍ବାଧିକ ୧୯ ଡିଗ୍ରୀ ରହୁଥିବା ଜଣାପଡିଛି। ଶୀତଯୋଗୁଁ ଏବେ ଲୋକଙ୍କୁ ବିନା ଶୀତ ବସ୍ତ୍ର ଯାତାୟାତ କରିବା କଷ୍ଟ ହେଉଛି। ସନ୍ଧ୍ୟା ସମୟରେ ଶୀତ…

ପ୍ରଚାର ମଇଦାନକୁ ଓହ୍ଲାଇଲେ ପିସିସି ସଭାପତି

ଭଦ୍ରକ ଅଫିସ,୨୭।୧୦: ଧାମନଗର ଉପନିର୍ବାଚନ ଯେତିକି ପାଖେଇ ଆସୁଛି ନିର୍ବାଚନୀ ମାହୋଲ ସେତେ ସରଗରମ୍‌ ହେବାରେ ଲାଗିଛି। କଂଗ୍ରେସ ଗତ ଦୁଇଦିନ ହେଲା ନିର୍ବାଚନୀ ପ୍ରଚାରକୁ ଜୋର୍‌ଦାର କରିଛି। ଦଳୀୟ ପ୍ରାର୍ଥୀ ହରେକୃଷ୍ଣ ସେଠୀ ଘରକୁ ଘର ବୁଲି ପ୍ରଚାର କରୁଥିବା…

ଗାଁକୁ ଯାଇଥିବା ବେଳେ ଦୁର୍ବୃତ୍ତ ନେଇଗଲେ ସୁନା ଅଳଙ୍କାର, ନଗଦ ଟଙ୍କା

ଛତ୍ରପୁର,୨୭ା୧୦(ଡି.ଏନ୍‌.ଏ.): ଛତ୍ରପୁର ୧୨ନମ୍ବର ୱାର୍ଡ ଚନ୍ଦ୍ରଶେଖରନଗର ଅଞ୍ଚଳ ଏକ ଘରୁ ଚୋରି ହୋଇଛି। ଚନ୍ଦ୍ରଶେଖର ନଗରରେ ଭଡାରେ ରହୁଥିବା ଗୋପୀନାଥ ଦାସ ଘର ତାଲା ପକାଇ ଗାଁକୁ ଯାଇଥିଲେ। ବୁଧବାର କେତେଜଣ ଦୁର୍ବୃତ୍ତ ତାଲା ଭାଙ୍ଗି ଘରେ ପଶି ୩ଟି ସୁନା…

ଦ୍ୱିତୀୟ ଦିନରେ ପୌର କାର୍ଯ୍ୟାଳୟରେ ତାଲା, ଛିଡ଼ା ହୋଇ ଫେରିଗଲେ ଅଧିକାରୀ

ଆନନ୍ଦପୁର,୨୭।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା କାର୍ଯ୍ୟାଳୟରେ ୨ଦିନ ହେଲା ତାଲା ଝୁଲୁଛି। ବୁଧବାର ଅପରାହ୍ନରୁ ଉପନଗରପାଳଙ୍କ ସମେତ ସମସ୍ତ କାଉନସିଲର ପୌର କାର୍ଯ୍ୟାଳୟରେ ତାଲା ପକାଇ ଧାରଣାରେ ବସିଛନ୍ତି। ଫଳରେ ପୌର ଅଧିକାରୀଙ୍କ ସମେତ କର୍ମଚାରୀ ଦ୍ୱିତୀୟ ଦିନରେ କାର୍ଯ୍ୟାଳୟକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?