ଆମ ଜିଲା ଖବର

୨୦ ଘଣ୍ଟା ପରେ ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ଚିତ୍ରକୋଣ୍ଡା,୧୫।୨(ଡି.ଏନ.ଏ.): ବାଲିମେଳା ଜଳଭଣ୍ଡାରରୁ ୨୦ ଘଣ୍ଟା ବ୍ୟବଧାନ ପରେ ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସୂଚନାନୁଯାୟୀ,ମଙ୍ଗଳବାର ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ଚିତ୍ରକୋଣ୍ଡା ବାଲିମେଳା ଜଳଭଣ୍ଡାରରେ ମାଛ ଧରିବାକୁ ଯାଇ ସ୍ପିଲବାଇ ଗ୍ରାମର ଘାସି ଖିଲ(୬୦) ନିକୋଜ ହୋଇଯାଇଥିଲେ।…

ଜିଲାପାଳଙ୍କ ଅଫିସ ଘେରାଉ କଲା ଭାଜପା

ଛତ୍ରପୁର,୧୫।୨(ଡି.ଏନ.ଏ.): ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରି ଗଞ୍ଜାମ ଜିଲା ଓ ଘୁମୁସର ଜିଲା ଭାଜପା ପକ୍ଷରୁ ବୁଧବାର ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି। ରାଜ୍ୟରେ ଦୁର୍ନୀତି ଓ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ, ବରିଷ୍ଠ ମନ୍ତ୍ରୀଙ୍କ ହତ୍ୟା, ରାଜ୍ୟରେ ଅରାଜକତା ଓ ଜନସାଧାରଣଙ୍କ…

ନଦୀରେ ଭାସିଯାଇ ଜଣେ ବ୍ୟକ୍ତି ନିଖୋଜ

ଚିତ୍ରକୋଣ୍ଡା,୧୫।୨(ଡି.ଏନ.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଥାନା ଅନର୍ଗତ ଚିତ୍ରକୋଣ୍ଡା ବାଲିମେଳା ଜଳଭଣ୍ଡାରରେ ମାଛ ଧରିବାକୁ ଯାଇ ଜଣେ ନିଖୋଜ। ସେ ହେଲେ ସ୍ପିଲବାଇ ଗ୍ରାମର ଘାସି ଖିଲ(୬୦)। ମଙ୍ଗଳବାର ମାଛ ମାରୁଥିବା ସମୟରେ ଘାସି ଜଳଭଣ୍ଡାର ଭିତରକୁ ଖସି ପଡ଼ିଥିବା ଜଣାପଡିଛି।…

ଟୋଲ୍‌ଗେଟ ହଟାଇବାକୁ ଦାବିକଲା ଭାଜପା

ଅମରପାଲି,୧୫।୨(ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ନିର୍ବାଚନ ମଣ୍ଡଳୀ ଅଧୀନ ବୀରମହାରାଜପୁର, ଉଲୁଣ୍ଡା ଓ ବିନିକା ବ୍ଲକର ବିଭିନ୍ନ ସ୍ଥାନରେ ଥିବା ଟୋଲଗେଟ ହଟାଇବା ଦାବି କରିଛି ଭାଜପା। ମଙ୍ଗଳବାର ବୀରମହାରାଜପୁର ଭାଜପା ତରଫରୁ ଉପଜିଲାପାଳ ଅଶୋକ କୁମାର ଭୋଇଙ୍କୁ ଏକ ଦାବିପତ୍ର…

ନାରୀ ଶିକ୍ଷିତା ହେଲେ ଦୁର୍ନୀତି ହଟିବ

ସୋନପୁର,୧୫।୧୧(ନି.ପ୍ର.): ସୋନପୁର ବ୍ଲକ ନାରାୟଣପୁର ଗ୍ରାମ୍ୟ ପାଠାଗାର ପରିସରରେ ନାରୀ ଶିକ୍ଷାକୁ ନେଇ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ପାଠାଗାର ପକ୍ଷରୁ ଆୟୋଜିତ ଏହି ଆଲୋଚନାଚକ୍ରରେ କବୟିତ୍ରୀ ଚନ୍ଦ୍ରାବତୀ ପାଣ୍ଡେ ଆଲୋଚକଭାବେ ଯୋଗଦାନ କରି ନାରୀ ଶିକ୍ଷାର ପ୍ରସାର ଓ ଏହାର…

ରେଳ ଡିଭିଜନ କାର୍ଯ୍ୟ ପାଇଁ ହଟିବ ବସ୍ତି

ରାୟଗଡ଼ା,୧୫।୨(ସ୍ବ.ପ୍ର.): ରାୟଗଡ଼ା ରେଳ ଡିଭିଜନର ଉନ୍ନତିକରଣ ଏବଂ ନିର୍ମାଣ କାର୍ଯ୍ୟ ତ୍ୱରାନ୍ବିତ ପାଇଁ ରେଳ ବିଭାଗ ଜମିରେ ଗଢ଼ି ଉଠିଥିବା ବସ୍ତିର ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ରେଲ୍‌ଓ୍ବେ ଅଧୀନସ୍ଥ ଜମିରେ ଗଢ଼ି ଉଠିଥିବା କୋଇଲାପଡ଼ା ବସ୍ତିବାସିନ୍ଦାଙ୍କୁ ଚଳିତ ମାସ ୨୨…

ବିବାଦ ଯୋଗୁ ଲାଗିପାରୁନି ନୂତନ ସିସି କ୍ୟାମେରା

ରାୟଗଡ଼ା,୧୫।୨(ସ୍ବ.ପ୍ର.): ରାୟଗଡ଼ା ଜିଲା ସଦର ମହକୁମାରେ ଚୋରି, ଲୁଟ ଏବଂ ଡକାୟତି ବଢୁଛି। ଏହାକୁ ନିୟନ୍ତ୍ରଣ କରିବା ଏବଂ ଲୋକଙ୍କୁ ସୁରକ୍ଷା ଯୋଗାଇବା ଏବେ ପୋଲିସ ପାଇଁ ମଧ୍ୟ କାଠିକର ପାଠ ହେଇଛି। ସହରରେ ଦିନକୁ ଦିନ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି…

ଆଦିବାସୀ ମାନ୍ୟତା ଦାବିନେଇ ଦୋରା ସମ୍ପ୍ରଦାୟର ଶୋଭାଯାତ୍ରା

ପଟ୍ଟାଙ୍ଗି,୧୫।୨(ଡି.ଏନ.ଏ): କୋରାପୁଟ ଜିଲାର ଦୋରା ସମ୍ପ୍ରଦାୟ ଆଦିବାସୀ ମାନ୍ୟତା ଦାବି ଉଠାଇ ପୁଣି ଆନ୍ଦୋଳନ ଆରମ୍ଭ କରିଛନ୍ତି। ଏନେଇ ମଙ୍ଗଳବର ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି। ଜିଲାର ବିଭିନ୍ନ ବ୍ଲକରେ ବସବାସ କରୁଥିବା ଦୋରା ସମ୍ପ୍ରଦାୟ ବିଭିନ୍ନ ସରକାରୀ ଯୋଜନାରୁ ବଞ୍ଚିତ…

କନ୍ୟାଯାତ୍ରୀଙ୍କ ଉପରେ ମାଡିଗଲା ସ୍କର୍ପିଓ: ୩ ମୃତ,୧୨ ଆହତ

ଗୋପାଳପୁର,୧୫।୨(ଡି.ଏନ.ଏ.): ଗଞ୍ଜାମ ଜିଲା ଗୋପାଳପୁର ଥାନା ଅଧୀନ ମାଣ୍ଡିଆପଲ୍ଲୀ ଗ୍ରାମରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ରୁ ଅଧିକ ଆହତ ହୋଇଛନ୍ତି । ମୃତକମାନେ ହେଲେ ବ୍ରହ୍ମପୁର ମହାନଗର ଅଞ୍ଚଳର ଲାଞ୍ଜିପଲ୍ଲୀ କେଶବ ନଗରର…

ବଢ଼ୁଛି ଜଙ୍ଗଲ ନିଆଁ, ନଷ୍ଟ ହେଉଛି ପରିବେଶ

ନବରଙ୍ଗପୁର,୧୫।୨(ବି.ପ୍ର.): ଜଙ୍ଗଲରେ ଲାଗୁଛି ନିଆଁ। ପରିବେଶ ପ୍ରଦୂଷଣ ସହ ମୂଲ୍ୟବାନ୍‌ ଔଷଧୀୟ ଗଛ ସବୁ ନଷ୍ଟ ହୋଇ ଜଙ୍ଗଲ କ୍ଷୟ ହେଉଛି। ବିଭିନ୍ନ କାରଣରୁ ଲୋକେ ନିଆଁ ଲଗାଉଛନ୍ତି। ତାହା ବ୍ୟାପି ଜଙ୍ଗଲ ଭିତରେ ପଶୁଛି। ପରିବେଶକୁ ନେଇ ସଚେତନ ଅଭାବ…

ବିଦ୍ୟାଳୟରେ ତାଲା ପକାଇଲେ ଗ୍ରାମବାସୀ

ବଇଣ୍ଡା,୧୫।୨ (ଡି.ଏନ.ଏ.): ଅନୁଗୋଳ ଜିଲା କିଶୋରନଗର ବ୍ଲକର ଅନେକ ବିଦ୍ୟାଳୟରେ ଶିକ୍ଷକ ପଦବୀ ଖାଲି ପଡିଛି। ବିଶେଷକରି ଶିକ୍ଷା ବିଭାଗ ପକ୍ଷରୁ ଖାଲି ପଡିଥିବା ଶିକ୍ଷକ ପଦବୀ ପୂରଣ କରାଯାଉ ନ ଥିବା ଯୋଗୁ ଅସନ୍ତୋଷ ବୃଦ୍ଧି ପାଉଛି। ନାକିଚି ମାହେଶରୀ…

ସ୍ବକାଷ୍ଟିଂ ସଚଳ ନେଇ ପ୍ରଶ୍ନବାଚୀ

ବଅଁରପାଳ, ୧୫।୨: ନବରତ୍ନପ୍ରାପ୍ତ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନାଲ୍‌କୋର ଅନୁଗୋଳସ୍ଥିତ ସ୍ମେଲଟର ପ୍ଲାଣ୍ଟ କାଷ୍ଟହାଉସ ବି ପରିସରରେ ୨୦୧୩ ମସିହାରେ ସ୍ଥାପନ ହୋଇଥିଲା ଡାଇରେକ୍ଟ ସ୍ବକାଷ୍ଟିଂ ପ୍ଲାଣ୍ଟ। ନାଲ୍‌କୋର ତତ୍କାଳୀନ ପରିଚାଳନା ନିର୍ଦ୍ଦେଶକ (ସିଏମ୍‌ଡି) ଅଂଶୁମାନ ଦାସଙ୍କ ଦ୍ୱାରା ଏହା ଉଦ୍‌ଘାଟିତ ହୋଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?