ବିବାଦ ଯୋଗୁ ଲାଗିପାରୁନି ନୂତନ ସିସି କ୍ୟାମେରା

ରାୟଗଡ଼ା,୧୫।୨(ସ୍ବ.ପ୍ର.): ରାୟଗଡ଼ା ଜିଲା ସଦର ମହକୁମାରେ ଚୋରି, ଲୁଟ ଏବଂ ଡକାୟତି ବଢୁଛି। ଏହାକୁ ନିୟନ୍ତ୍ରଣ କରିବା ଏବଂ ଲୋକଙ୍କୁ ସୁରକ୍ଷା ଯୋଗାଇବା ଏବେ ପୋଲିସ ପାଇଁ ମଧ୍ୟ କାଠିକର ପାଠ ହେଇଛି। ସହରରେ ଦିନକୁ ଦିନ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଉଥିବା ବେଳେ ସହରରେ ଅପରାଧିଙ୍କୁ ଜଗିବାକୁ ସିସି କ୍ୟାମେରାର ଆବଶକତା ରହିଛି। ପୂର୍ବରୁ ଲାଗିଥିବା ସିସିଟିଭି କ୍ୟାମେରା ଗୁଡ଼ିକ ସମ୍ପୂର୍ଣ୍ଣ ଭାବେ ଅଚଳ ପଡ଼ିଥିଲେ ମଧ୍ୟ ପ୍ରଶାସନିକ ଇଚ୍ଛାଶକ୍ତିର ଅଭାବ ଯୋଗୁ ନୂତନ ସିସି କ୍ୟାମେରା ଲାଗିପାରୁନି। ଏଥିପାଇଁ ଟେଣ୍ଡର ପ୍ରକ୍ର୍ରିୟା ସରି ୩ ମାସ ବିତିଯାଇଥିଲେ ମଧ୍ୟ କୌଣସି ସ୍ଥାନରେ ନୂତନ କ୍ୟାମେରା ଲାଗିନାହିଁ। ସହରର ୩ ପ୍ରବେଶ ପଥ ସମେତ ସମସ୍ତ ୱାର୍ଡ଼କୁ ସିସିଟିଭି ନଜରରେ ରଖିବା ପାଇଁ ଜିଲା ପୋଲିସ ମୁଖ୍ୟାଳୟ ପକ୍ଷରୁ ନୂଆ ଯୋଜନା ହୋଇଛି। ଏ ନେଇ ଦ୍ୱିତୀୟ ଥର ଏସ୍‌ପି ବିବେକାନନ୍ଦ ଶର୍ମା କ୍ୟାମେରା ସ୍ଥାନ ନିରୂପଣ ପାଇଁ ସର୍ଭେ କରିବା ପରେ ଏକ ବେସରକାରୀ ସଂସ୍ଥାକୁ ସହରର ଜନଗହଳିପୂର୍ଣ୍ଣ ସ୍ଥାନ, ବଜାର, ରାଜପଥ, ବାଇପାସ୍‌ ରୋଡ଼ ଏବଂ ସମସ୍ତ ୱାର୍ଡ଼କୁ ଦୁଇ ଭାଗରେ ବିଭକ୍ତ କରି ୩୧ ଟି ସ୍ଥାନରେ ୧୨୦ କ୍ୟାମେରା ଖଞ୍ଜିବା ପାଇଁ ଟେଣ୍ଡର ଦିଆଯାଇଛି। ତେବେ ଏ ନେଇ ପୁଲିସ ବିଭାଗ ଓ ପୌର ପରିଷଦ ମଧ୍ୟରେ ବିବାଦ ଲାଗି ରହିଛି। ୧୨୦ଟି ସ୍ଥାନରେ ସିସି କ୍ୟାମେରା ଲଗାଇବାକୁ ପୋଲିସ ପକ୍ଷରୁ ଦାବି ହେଉଥିବାବେଳେ ପୌର ପରିଷଦ ୮୯ ଟି ସ୍ଥାନରେ କ୍ୟାମେରା ଲଗାଇବା ପାଇଁ କହୁଛି। ଫଳରେ ଏହି କାମ ଆଗେଇ ପାରିନି।
ଅପରାଧିକ କାର୍ଯ୍ୟକଳାପ ରୋକିବାକୁ ସହରରେ ୫ଟି ପାୱାର କ୍ୟାମେରା ଲଗାଇବା ପାଇଁ ମଧ୍ୟ ଯୋଜନା ରହିଛି। ସିରିଗୁଡ଼ାରୁ ଓଏମ୍‌ପି, ନୂଆସାହି, ଗଜପତି ଛକ, ରେଳ ଷ୍ଟେଶନ, ବୁଦ୍ରାୱାଲସା ଛକ, ହୋଟେଲ ସାଇ ଇଣ୍ଟରନ୍ୟାଶନାଲ ଓ ସାରଳା ଛକ, ରୟତ କଲୋନୀ, ଏସ୍‌ବିଆଇ ମୁଖ୍ୟ ଶାଖା, ମଝିଘରିଆଣୀ ମନ୍ଦିର, ବାମସୀ କ୍ରିଷ୍ଣା କଲ୍ୟାଣ ମଣ୍ଡପ, ଜ୍ୟୋତି ମହଲ, ପିଏସ୍‌ଆର ସିନେମା ହଲ, ଗାନ୍ଧୀ ନଗର, ସିଆରପିଏଫ୍‌ କ୍ୟାମ୍ପ ଓ କତୁରୁ ଆଦି ଛକଗୁଡ଼ିକରେ ସିସି କ୍ୟାମେରା ଲଗାଇବା ପାଇଁ ସର୍ଭେ ହୋଇଛି। ପ୍ରକାଶଯୋଗ୍ୟ, ୨୦୧୪ରେ ରାୟଗଡ଼ା ସହରର ପ୍ରମୁଖ ସ୍ଥାନରେ ସିସି କ୍ୟାମେରା ଲଗାଇବା ପାଇଁ ଜିଲା ଯୋଜନା ବୋର୍ଡ଼ ବୈଠକରେ ନିଷ୍ପତ୍ତି ହୋଇଥିଲା। ୨୦୧୭ ପର୍ଯ୍ୟନ୍ତ ପୌରପାଳିକା ଏ ନେଇ କୌଣସିି ପଦକ୍ଷେପ ନ ନେବାରୁ ୨୦୧୭ ମେରେ ଆଇଟିଡିଏ ଟେଣ୍ଡର ଡାକି ମୁମ୍ବାଇର ସ୍ବାତୀ ନାମକ ଏକ କମ୍ପାନିକୁ ସର୍ଭେ ଦାୟିତ୍ୱ ଦେଇଥିଲା। ସର୍ଭେ ପରେ ଉକ୍ତ କମ୍ପାନି ୧ କୋଟି ୯୦ ଲକ୍ଷ ଟଙ୍କାର ପ୍ରସ୍ତାବ ଦେବା ପରେ ୩ ଟି ପର୍ଯ୍ୟାୟରେ କ୍ୟାମେରା ଖଞ୍ଜିବା ପାଇଁ ନିଷ୍ପତ୍ତି ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ୩୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ସହରର ତିନି ପ୍ରବେଶ ପଥ, କୋରାପୁଟ ରାସ୍ତାରେ ଦୁଇଟି, ଫରେଷ୍ଟ ଚେକ୍‌ଗେଟରେ ଗୋଟିଏ, ଟାଉନ ଥାନା ନିକଟରେ ୨ଟି, ଶାସ୍ତ୍ରୀ ନଗରରେ ୨ଟି, ମଝିଘରିଆଣୀ ମନ୍ଦିର ନିକଟରେ ୨ଟି, ପିତାମହଲରେ ୨ଟି, ସିରିଗୁଡ଼ାରେ ୨ଟି, କୋତାପେଟାରେ ଗୋଟିଏ ଏବଂ ରଥ ଛକ ରୋଡ଼ରେ ୨ଟି କ୍ୟାମେରା ଲଗାଯିବା ସହ ୩ ଟି ୱାଚ ଟାୱାର ନିର୍ମାଣ ହୋଇଥିଲା। ୨୦୧୮ ମେ ୯ରେ ସିସି କ୍ୟାମେରା କାର୍ଯ୍ୟକ୍ଷମ ହେବା ସହ ଏହାର ନିୟନ୍ତ୍ରଣ ବ୍ୟବସ୍ଥା ରାୟଗଡ଼ା ଟାଉନ ଥାନାରେ ରହିଥିଲା। ତେବେ ୨୦୧୮ରେ ହୋଇଥିବା ତିତ୍‌ଲି ବାତ୍ୟାରେ ସମସ୍ତ ସିସି କ୍ୟାମେରା ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହେବା ପରେ ମରାମତି ନ ହୋଇ ଅଚଳ ଅବସ୍ଥାରେ ପଡ଼ିରହିଛି। ପରିତାପର ବିଷୟ ହେଲା ଶିଳ୍ପ ସମୃଦ୍ଧ ରାୟଗଡ଼ା ସହରରେ ଅନୁଦାନର ଅଭାବ ବୋଲି ଅଧିକାରୀମାନେ କହିଛନ୍ତି। ଜିଲା ଖଣିଜ ପାଣ୍ଠିକୁ କୋଟି କୋଟି ଟଙ୍କା ରାଜସ୍ବ ଆସୁଥିଲେ ମଧ୍ୟ ସଦର ମହୁକମାରେ ସୁରକ୍ଷା ବ୍ୟବସ୍ଥା ପାଇଁ ସିସିଟିଭି କ୍ୟାମେରା ଲାଗିପାରୁନାହିଁ। ଏ ନେଇ ପୌର ନିର୍ବାହୀ ଅଧିକାରୀ ୟାଶିର୍‌ ବିଲାଲ ଅହମ୍ମଦଙ୍କୁ ପଚାରିବାରୁ ଥାନାରେ କଣ୍ଟ୍ରୋଲ ରୁମ ମରାମତି ଚାଲିଥିବା କହିଛନ୍ତି। ଏହା ସମ୍ପୂର୍ଣ୍ଣ ହେବା ପରେ ସିସି କ୍ୟାମେରା କାର୍ଯ୍ୟକ୍ଷମ ହେବ ବୋଲି କହିଛନ୍ତି। ତେବେ ସହରର ସୁରକ୍ଷା ବ୍ୟବସ୍ଥା କଥା କିଏ ବୁଝିବ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ରମଣ ମାମଲା: ବାପ-ପୁଅଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଖଜୁରୀପଦା ଗ୍ରାମର ରବୀନ୍ଦ୍ର ସାହୁଙ୍କୁ ଆକ୍ରମଣ ଘଟଣାରେ ପାଟପୁର ପୋଲିସ ସୋମବାର ଅଭିଯୁକ୍ତ ବାବୁ ସାହୁ…

ଗୁଡାରି ଏନଏସିକୁ ମିଳିବ ୨ କୋଟି ଟଙ୍କାର ପୁରସ୍କାର

ଗୁଡାରି,୨୪/୮(ପ୍ରମୋଦ କୁମାର ପତି): ଆସନ୍ତା ଅଗଷ୍ଟ ୩୧ ତାରିଖରେ ସ୍ବାୟତ୍ତ ଶାସନ ଦିବସ ପାଳନ ସମାରୋହରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(OUAT), ଭୁବନେଶ୍ୱରର ‘କୃଷି ଶିକ୍ଷା…

ନିଖୋଜ ନାବାଳିକା ଉଦ୍ଧାର: ସିଡ଼ବ୍ଲ୍ୟୁସିରେ ହାଜର କଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଜଣେ ୧୫ ବର୍ଷୀୟା ନାବାଳିକା ଗତ ଜୁଲାଇ ୪ ତାରିଖରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିଲେ।…

ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ ମଙ୍ଗଳ: ୪ ରାଶିର କ୍ୟାରିୟରରେ ହେବ ବଡ଼ ଉନ୍ନତି, ବ୍ୟବସାୟରେ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆସନ୍ତା ୨୪ ସେପ୍ଟେମ୍ବର ୨୦୨୬, ଗୁରୁବାର ସକାଳ ୫ଟା ୫୦ ମିନିଟରେ ମଙ୍ଗଳ ଗ୍ରହ ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ। ଶନିଙ୍କ ନକ୍ଷତ୍ର…

ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଲେ ସଇତାନ ପୁଅ! କୁମ୍ଭାରପଡ଼ାରେ ହଇଚଇ

ପୁରୀ,୨୪।୮(ଅଜିତ କୁମାର ମହାନ୍ତି): ପୁରୀ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜ ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଇଛନ୍ତି ଜଣେ ସଇତାନ ପୁଅ! ପୁରୀ କୁମ୍ଭାରପଡ଼ାରେ…

ଆରକ୍ଷଣକୁ ନେଇ ଅଭିଜିତ ଦୀପକେଙ୍କ ବଡ଼ ବୟାନ, କହିଲେ- ‘ମୁଁ ଦଳିତ ପରିବାରରୁ ଆସିଛି, ମୋ ବାପା …’

ନୂଆଦିଲ୍ଲୀ,୨୪।୮: ଦେଶର ବିଭିନ୍ନ ସ୍ଥାନରେ ଏବେ ଆରକ୍ଷଣ ବ୍ୟବସ୍ଥା ଏବଂ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC)ର ଇକ୍ୱିଟି ନିୟମକୁ ନେଇ ପ୍ରଦର୍ଶନ ଚାଲିଛି। ପ୍ରଦର୍ଶନକାରୀମାନେ ଜାତିଭିତ୍ତିକ ଆରକ୍ଷଣ…

ଛାତ୍ରୀ ନିବାସକୁ ନାହିଁ ରାସ୍ତା: ସମସ୍ୟା ଭୋଗୁଛନ୍ତି ୨୩୦ ଆଦିବାସୀ ଛାତ୍ରୀ

ମୋହନା,୨୪।୮(ମନ୍ମଥ ମିଶ୍ର): ଛାତ୍ରୀ ନିବାସ ଅଛି। ଛାତ୍ରୀ ଅଛନ୍ତି। ପାଠପଢ଼ା ପାଇଁ ସବୁ ବ୍ୟବସ୍ଥା ଅଛି। ହେଲେ ବିଦ୍ୟାଳୟରେ ପହଞ୍ଚିବା ପାଇଁ ନାହିଁ ଭଲ ରାସ୍ତା। ଫଳରେ…

ବିବାଦରେ ଫସିଲେ କ୍ରିତି ସାନନ, ସୋସିଆଲ ମିଡିଆରେ ଉଠିଲା ଝଡ଼

ମୁମ୍ବାଇ: ଗୋଟିଏ ପର୍ବ, ଦାମୀ ବିଜ୍ଞାପନ, ବଲିଉଟର ଜଣେ ବଡ଼ ଚେହେରା ଏବଂ ସୋସିଆଲ ମିଡିଆରେ ବିବାଦ। ରକ୍ଷାବନ୍ଧନ ପାଇଁ ତିଆରି ହୋଇଥିବା ଏକ ଜୁଏଲାରୀ ବିଜ୍ଞାପନକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri