ରେଳ ଡିଭିଜନ କାର୍ଯ୍ୟ ପାଇଁ ହଟିବ ବସ୍ତି

ରାୟଗଡ଼ା,୧୫।୨(ସ୍ବ.ପ୍ର.): ରାୟଗଡ଼ା ରେଳ ଡିଭିଜନର ଉନ୍ନତିକରଣ ଏବଂ ନିର୍ମାଣ କାର୍ଯ୍ୟ ତ୍ୱରାନ୍ବିତ ପାଇଁ ରେଳ ବିଭାଗ ଜମିରେ ଗଢ଼ି ଉଠିଥିବା ବସ୍ତିର ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ରେଲ୍‌ଓ୍ବେ ଅଧୀନସ୍ଥ ଜମିରେ ଗଢ଼ି ଉଠିଥିବା କୋଇଲାପଡ଼ା ବସ୍ତିବାସିନ୍ଦାଙ୍କୁ ଚଳିତ ମାସ ୨୨ ତାରିଖ ସୁଦ୍ଧା ସ୍ଥାନ ଖାଲି କରିବାକୁ ନିର୍ଦେଶ ଦିଆଯାଇଛି। ଏହାପରେ ଯଦି ସେମାନେ ଖାଲି ନ କରନ୍ତି ତେବେ ରେଲ୍‌ଓ୍ବେ କର୍ତ୍ତୃପକ୍ଷ ବାଧ୍ୟହୋଇ ଜବରଦଖଲ ଉଚ୍ଛେଦ କରିବେ ବୋଲି ଚେତାବନି ଦେଇଛନ୍ତି। ଏହି ନିର୍ଦ୍ଦେଶନାମା ୱାଲଟିୟର ଡିଭିଜନ ଇଷ୍ଟେଟ ଅଫିସରୁ ଆସିଛି। ମଙ୍ଗଳବାର ରେଲ୍‌ଓ୍ବେର ୫ କର୍ମଚାରୀ ଆସି ଖାଲି ପଡ଼ିଥିବା ୩ ଘରକୁ ଭାଙ୍ଗିଦେଇଛନ୍ତି। ଉଚ୍ଛେଦ ହୋଇଥିବା ଘର ଗୁଡ଼ିକ ନାରସାମ୍ମା, ସନିଆ ଶବର ଓ ମାଣିକ ନାଗଙ୍କର ବୋଲି ଜଣାପଡ଼ିଛି। ଏଥିସହ ଆଗାମୀ ୨୨ ସୁଦ୍ଧା ସେଠାରେ ବସବାସ କରୁଥିବା ସମସ୍ତ ବାସିନ୍ଦାଙ୍କୁ ଘର ଖାଲି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାଯୋଗ୍ୟ, ରାୟଗଡ଼ା ରେଳ ଡିଭିଜନ ରୂପେ ଘୋଷଣା ହୋଇଥିଲେ ମଧ୍ୟ ବସ୍ତିବାସିନ୍ଦାଙ୍କ ଥଇଥାନକୁ ନେଇ କାର୍ଯ୍ୟ ମନ୍ଥର ଗତିରେ ଚାଲିଛି। ରେଳବାଇ ଅଧୀନସ୍ଥ ବହୁ ଜମିରେ ବେଆଇନ ବସ୍ତି ଗଢ଼ି ଉଠିଛି ା ପ୍ରାୟ ୨୫ ରୁ ୩୦ ବର୍ଷ ଧରି ଲୋକ ସେଠାରେ ବସବାସ କରୁଛନ୍ତି। ତେବେ ସେମାନଙ୍କୁ ପୂର୍ବରୁ ସ୍ଥାନ ଖାଲି କରିବା ପାଇଁ ସମୟ ପ୍ରଦାନ ସହ ବହୁବାର ନୋଟିସ ଜାରି କରିଥିଲେ। ହେଲେ ଅଦ୍ୟାବଧି ତାହା ଖାଲି ହୋଇନାହିଁ। ଅପରପକ୍ଷେ ଉକ୍ତ ସ୍ଥାନ ରେଲ୍‌ଓ୍ବେର ହୋଇଥିବା ବେଳେ ରାଜ୍ୟ ସରକାର ସେମାନଙ୍କୁ ଜାଗା ମିଶନ ଯୋଜନାରେ କିଭଳି ପ୍ରମାଣ ପତ୍ର ପ୍ରଦାନ କଲେ ତାହା ତଦନ୍ତ ସାପେକ୍ଷ। ଉକ୍ତ କୋଇଲାପଡ଼ା ବସ୍ତି ରେଳ ବିଭାଗ ଜମିରେ ଗଢ଼ି ଉଠିଥିବା ବେଳେ ସେଠାରେ ୧୨୬ ଘର ରହିଛି। ସେମାନଙ୍କୁ ପାନୀୟ ଜଳ ଓ ବିଦ୍ୟୁତ୍‌ ସଂଯୋଗ ସହ ଅନ୍ୟ ସରକାରୀ ସୁବିଧା ମଧ୍ୟ ଯୋଗାଇ ଦିଆଯାଇଛି। କେଉଁଠି ନଗର ବିଭାଗ ତ କେଉଁଠି ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇଛି। ହେଲେ ଏବେ ସେଠାରୁ ନିଜର ଛୋଟ ଛୋଟ ପିଲାଙ୍କୁ ନେଇ ବସ୍ତିବାସିନ୍ଦା କେଉଁଆଡ଼େ ଯିବେ ସେ ଚିନ୍ତାରେ ଦିନ କାଟୁଛନ୍ତି। ତେବେ ସେମାନଙ୍କୁ ଉକ୍ତ ସ୍ଥାନ ଛାଡ଼ି ଅନ୍ୟତ୍ର ସ୍ଥାନାନ୍ତର ପାଇଁ ବହୁବାର ନୋଟିସ ଦିଆଯାଇଥିଲେ ମଧ୍ୟ ଜିଲା ପ୍ରଶାସନ ପକ୍ଷରୁ ସେମାନଙ୍କୁ ସ୍ଥାନାନ୍ତର ପାଇଁ ଜାଗା ଚିହ୍ନଟ କରାଯାଇ ନ ଥିବାରୁ ସେମାନେ ସ୍ଥାନ ଛାଡ଼ି ଯାଇ ନ ଥିବା ବସ୍ତିବାସିନ୍ଦା ପ୍ରକାଶ କରିଛନ୍ତି। ଏ ନେଇ ରାୟଗଡ଼ା ତହସିଲଦାର ତାପସ ରାଉତଙ୍କୁ ପଚାରିବାରୁ ସେମାନଙ୍କ ପାଇଁ ଜମି ଚିହ୍ନଟ ପ୍ରକ୍ରିୟା ଚାଲିଛି ବୋଲି କହିଛନ୍ତି। ଯୋଗ୍ୟ ହିତାଧିକାରୀଙ୍କୁ ସରକାରୀ ଜାଗାରେ ଥଇଥାନର ବ୍ୟବସ୍ଥା କରାଯିବ ବୋଲି ତହସିଲଦାର ରାଉତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀ ଷ୍ଟେଶନରେ ବଡ଼ ଅଘଟଣ: ଭୁଶୁଡିଲା ନିର୍ମାଣାଧୀନ କୋଠା, ଶ୍ରମିକ ଫସି ରହିଥିବା ଆଶଙ୍କା

ପୁରୀ,୨୮।୪: ପୁରୀ ରେଲୱେ ଷ୍ଟେସନରେ ଘଟିଯାଇଛି ବଡ଼ ଅଘଟଣ। ନିର୍ମାଣାଧୀନ କୋଠାର ଛାତ ଭୁଶୁଡି ୪ ଜଣ ଶ୍ରମିକ ଆହତ ହୋଇଛନ୍ତି। ଆହତମାନଙ୍କୁ ପୁରୀ ଜିଲା...

ରାସେଶ୍ୱରୀଙ୍କୁ ଭେଟିଲେ ଧର୍ମେନ୍ଦ୍ର, ଟିକେଟ ନ ମିଳିବାରୁ ଅସନ୍ତୁଷ୍ଟ ହୋଇ ବିଜେଡି ଛାଡିଥିଲେ ରାସେଶ୍ୱରୀ

ସମ୍ବଲପୁର,୨୮ା୪: ଓଡ଼ିଶା ରାଜନୀତିରେ ସମ୍ବଲପୁର ଏବେ ସବୁଠୁ ଚର୍ଚ୍ଚାରେ ରହିଛି। ଏହାରି ମଧ୍ୟରେ ରବିବାର ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କୁ ଭେଟିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା...

ବାଇକ୍‌କୁ ପଛରୁ ଧକ୍କା ଦେଲା ବୋଲେରୋ: ମା’ଙ୍କ ଜୀବନ ଗଲା, ପୁଅ ଗୁରୁତର

ପାଟଣା,୨୮ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବାଉଁଶୁଳି ଉଖୁଣ୍ଡା ରାସ୍ତାର ବାଉଁଶୁଳି ହନୁମାନ ଛକ ନିକଟରେ ଶନିବାର ରାତିରେ ଦୁର୍ଘଟଣାରେ ମା’ଙ୍କର ମୃତ୍ୟୁ ହୋଇଥିବା...

ତପ୍ତପାଣି ଘାଟିରେ ଓଲଟିଲା ନଳକୂପ ଖନନ ଗାଡି, ୧୨ ଶ୍ରମିକ ଆହତ

ଗଞ୍ଜାମ,୨୮।୪: ଗଞ୍ଜାମ ଜିଲା ତପ୍ତପାଣି ଘାଟିରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା। ଏକ ନଳକୂପ ଖନନ ଗାଡ଼ି ଭାରସାମ୍ୟ ହରାଇ ଓଲଟି ପଡିବାରୁ ୧୨ ଜଣ...

‘ଓଡ଼ିଶାର ନେତା ଓଡ଼ିଆ ଲୋକ ହେବା ଦରକାର’

ଅନୁଗୋଳ,୨୮ା୪(ଅମିତ କୁମାର ସାମଲ)ଓଡ଼ିଆ ଭାଷା, ସଂସ୍କୃତି ଏବଂ ଓଡ଼ିଆ ଲୋକଙ୍କ ଭବିଷ୍ୟତ ଆଜି ଅନ୍ଧାରରେ। ଓଡ଼ିଶାର ନେତା ଓଡ଼ିଆ ଲୋକ ହେବା ଦରକାର। ଓଡ଼ିଶାରେ ଭ୍ରଷ୍ଟ,...

ଅରିନ୍ଦମ୍‌ଙ୍କୁ ଗ୍ରହଣ କରିପାରୁନାହାନ୍ତି ଦଳୀୟ କର୍ମୀ

ସାଲେପୁର,୨୮।୪(ଅରବିନ୍ଦ ଭୂୟାଁ)ବହୁ କଳ୍ପନାଜଳ୍ପନା ପରେ ଶେଷରେ ସାଲେପୁର ବିଧାନସଭା ଆସନର ଭାଜପା ପ୍ରାର୍ଥୀଭାବେ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ତଥା କଟକର ଯୁବନେତା ଅରିନ୍ଦମ ରାୟଙ୍କ ନାମ...

ଏଥର ଯୋଡ଼ା ପଦ୍ମ ଫୁଟିବ: ଜଗଦ୍ଦେବ

ଖୋର୍ଦ୍ଧା,୨୮ା୪(ପ୍ରଭାତ ପାଣିଗ୍ରାହୀ)ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଶନିବାର ବିଧାନସଭା ଆସନ ପାଇଁ ଅଷ୍ଟମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ୩ ଆସନ ମଧ୍ୟରୁ...

ମହାନଦୀକୁ ନେଇ ଭାଜପା-ବିଜେଡି ଦୋଷ ଲଦାଲଦି

ସମ୍ବଲପୁର,୨୮ା୪ (ଭବାନୀ ଶଙ୍କର ଭୋଇ/ପ୍ରମୋଦ ବହିଦାର)ଗ୍ରୀଷ୍ମଋତୁର ସୂର୍ଯ୍ୟ ତାପଠୁଁ ବଳିଗଲାଣି ସମ୍ବଲପୁରର ରାଜନୈତିକ ତାତି। ପ୍ରମୁଖ ରାଜନୈତିକ ଦଳ ବିଜେଡି ଓ ଭାଜପା ମଧ୍ୟରେ ଆରୋପ-ପ୍ରତ୍ୟାରୋପ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri