ବିଦ୍ୟୁତ୍‌ ଦେଖିନାହାନ୍ତି ଶତାଧିକ ଜୁଆଙ୍ଗ ପରିବାର

କେନ୍ଦୁଝର,୨୨।୨: କେନ୍ଦୁଝର ଜିଲା ମୁଖ୍ୟାଳୟଠାରୁ ପ୍ରାୟ ୪୦ କି.ମି. ଦୂର କାଞ୍ଜିପାଣି ଘାଟି ଉପରେ ଟାଙ୍ଗରପଡ଼ା ଗ୍ରାମ ରହିଛି। ବଣପାହାଡ଼ ଘେରା ଅଞ୍ଚଳରେ ବହୁ ବର୍ଷ ଧରି ଗ୍ରାମରେ ଜୁଆଙ୍ଗ ଜନଜାତିମାନେ ବସବାସ କରି ଆସୁଛନ୍ତି। ଲୋକମାନଙ୍କ ଜମିଜମା ନ ଥିବା ବେଳେ ପାହାଡ଼ରେ ତଇଳା କାଟି ଚାଷକରି ପରିବାର ପ୍ରତିପୋଷଣ କରିଥାଆନ୍ତି। କେତେକ ବାହାରକୁ ଦାଦନ ଖଟିବାକୁ ଯାଇଥାଆନ୍ତି। ଆଜି ପର୍ଯ୍ୟନ୍ତ ଉକ୍ତ ଗ୍ରାମବାସୀ ବିଦ୍ୟୁତ୍‌ ଆଲୋକ, ପାନୀୟ ଜଳ ଓ ଶିକ୍ଷା ଭଳି ମୌଳିକ ଅଧିକାରରୁ ବଞ୍ଚତ୍ତ ରହିଛନ୍ତି। ଏନେଇ ପଞ୍ଚାୟତ, ବ୍ଲକ୍‌ସ୍ତରରେ ଅଭିଯୋଗ କଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ସ୍ଥାନୀୟ ବାସିନ୍ଦା କହିଛନ୍ତି।
ସୂଚନା ଅନୁଯାୟୀ, ଗ୍ରାମର ତିନୋଟି ସାହିରେ ୧୦୦ରୁ ଊର୍ଦ୍ଧ୍ୱ ଜୁଆଙ୍ଗ ପରିବାର ରହୁଥିତ୍ବା ବେଳେ ଅନେକ ଭଙ୍ଗା ଦଦରା ଛପର ଘରେ ରହୁଛନ୍ତି। ଆବାସ ଯୋଜନାରେ ଘର ଖଣ୍ଡେ ମିଳିନାହିଁ। ବୃଦ୍ଧା/ବୃଦ୍ଧ ତଥା ଦିବ୍ୟାଙ୍ଗ ଲୋକ ଭତ୍ତା ପାଉ ନ ଥିବାରୁ ଦୁର୍ଦ୍ଦଶାରେ ରହୁଥିବା ଗ୍ରାମର ହାଡ଼ିଆ ପ୍ରଧାନଙ୍କ ସମେତ ଅନ୍ୟମାନେ କହିଛନ୍ତି। ଅନ୍ୟପକ୍ଷରେ ସଚେତନତା ଅଭାବ ଏବଂ ଏକାଧିକ ସନ୍ତାନ କାରଣରୁ ପରିବାର ପ୍ରତିପୋଷଣ କରି ନ ପାରି ଦାରିଦ୍ର୍ୟ ମଧ୍ୟରେ କାଳାତିପାତ କରୁଛନ୍ତି। ଗ୍ରାମବାସୀ ଆଜି ପର୍ଯ୍ୟନ୍ତ ବିଦ୍ୟୁତ ଆଲୋକ ଦେଖିପାରି ନାହାନ୍ତି। ପ୍ରଶାସନ ପକ୍ଷରୁ ପ୍ରତି ସାହିରେ ସୋଲାର ଲାଇଟ ବ୍ୟବସ୍ଥା କରାଯାଇଥିଲେ ହେଁ ଅନେକ ଅଚଳ ହୋଇ ପଡ଼ିଥିବାରୁ ବହୁ ପରିବାର ଅନ୍ଧାରରେ ରାତି କାଟୁଛନ୍ତି। ବଣପାହାଡ଼ ଘେରା ଅଞ୍ଚଳ ହୋଇଥିବାରୁ ସବୁବେଳେ ଜୀବଜନ୍ତୁଙ୍କ ଭୟ ଲାଗିରହୁଛି। ଦୀର୍ଘ ବର୍ଷ ହେବ ନଳକୂପ ଅଚଳ ହୋଇ ପଡ଼ିଥିବା ବେଳେ ମରାମତି କରାଯାଉ ନାହିଁ। ଫଳରେ ପିଇବା ପାଣି ପାଇଁ ପାହାଡ଼ିଆ ନାଳ ଉପରେ ଗ୍ରାମବାସୀ ନିର୍ଭର କରନ୍ତି। ଦୀର୍ଘ ବର୍ଷ ହେଲା ଏକ ଜଳ ଯୋଗାଣ ପ୍ରକଳ୍ପ କାମ ଅଧାପନ୍ତରିଆ ଭାବେ ଛାଡ଼ି ଠିକା ସଂସ୍ଥା ପଳାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ପିଲାଙ୍କ ପାଠପଢ଼ା ପାଇଁ ପ୍ରାଥମିକ ବିଦ୍ୟାଳୟ ରହିଛି। ତିନି ଜଣ ଶିକ୍ଷକ ନିଯୁକ୍ତି ପାଇଛନ୍ତି। କିନ୍ତୁ ଶିକ୍ଷା ବିଭାଗର ତଦାରଖ ଅଭାବରୁ ସେମାନେ ନିୟମିତ ଆସୁ ନ ଥିବାରୁ ପିଲାମାନଙ୍କ ପାଠପଢ଼ାରେ ବ୍ୟାଘାତ ଘଟୁଛି। ଉକ୍ତ ଗ୍ରାମକୁ ଓମ୍‌ବାଡସି (ଓଡ଼ିଶା ମିନେରାଲ ବିୟରିଂ ଏରିୟା ଡେଭଲପ୍‌ମେଣ୍ଟ କର୍ପୋରେସନ) ଅର୍ଥରେ ରାସ୍ତା ନିର୍ମାଣ ହୋଇଥିଲେ ହେଁ ଉପଯୁକ୍ତ ତଦାରଖ ଅଭାବରୁ ସଠିକ ମାନର କାମ ହୋଇ ନ ଥିବାରୁ ନଷ୍ଟ ହେବାକୁ ବସିଛି। ରାଶନ ସାମଗ୍ରୀ ପାଇଁ ଦୁର୍ଗମ ଅଞ୍ଚଳ କୁଆଁର ଯିବାକୁ ପଡୁଥିବାରୁ ଦଶ ଟଙ୍କା ବଦଳରେ କୋଡିଏ ଟଙ୍କା ଖର୍ଚ୍ଚ ହେଉଛି। ଅଟୋ ଭଡ଼ାରେ ଚାଉଳ ମୂଲ୍ୟଠାରୁ ଅଧିକ ଖର୍ଚ୍ଚ ହେଉଛି ବୋଲି ରଞ୍ଜନ ଦେହୁରୀ ସମେତ ଅନ୍ୟମାନେ କହିଛନ୍ତି। ଏନେଇ ପ୍ରକଳ୍ପ ପ୍ରଶାସକ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାର ତପନ ନାୟକ କହିଛନ୍ତି, ସମସ୍ୟା ସମ୍ପର୍କରେ ତୁରନ୍ତ ପଦକ୍ଷେପ ନେବାକୁ ବିଡିଓ ଜଣାଇବେ। ନିଜେ ଯାଇ ଅନୁଧ୍ୟାନ କରି ଆବଶ୍ୟକ ପଦକ୍ଷେପ ନେବେ।

 

ନରେଶ ଚନ୍ଦ୍ର ପଟ୍ଟନାୟକ


Enter your email to get our daily news in your inbox.

All Right Reserved By Dharitri.Com

ପିଏମ ମୋଦିଙ୍କ ସ୍ବାଗତ ପୂର୍ବରୁ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀଙ୍କ ବଡ଼ ଘୋଷଣା: ସାରା ବିଶ୍ୱରେ ପଡିଗଲା ଚହଳ

ୱେଲିଂଟନ,୯।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ୩ଟି ଦେଶ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଏବେ ଅଷ୍ଟ୍ରେଲିଆରେ ପହଞ୍ଚିଛନ୍ତି। ଅଷ୍ଟ୍ରେଲିଆ ଗସ୍ତ ଶେଷ କରି ସେ ସେଠାରୁ ସିଧାସଳଖ…

ଜନ୍ମଦିନରେ ଘରକୁ ଫେରିଲା ଖେଳାଳିଙ୍କ ପାର୍ଥିବ ଶରୀର, କାନ୍ଦୁଛି ପୂରା ପରିବାର; ଆଖି ଭିଜାଇ ଦେବ ଏହି ଦୃଶ୍ୟ

କାବୁଲ: ଯେଉଁ ଦିନ ଜନ୍ମଦିନର ଖୁସି ମନାଯାଇଥାନ୍ତା, ସେହି ଦିନ ଘରକୁ ଫେରିଲା ପାର୍ଥିବ ଶରୀର। ଆଫଗାନିସ୍ତାନର ପୂର୍ବତନ ଦ୍ରୁତ ବୋଲର ଶାପୁର ଜାଦ୍ରନଙ୍କ ଦେହାନ୍ତ ପରେ…

ଇଟାର ଜବାବ ପଥରରେ ଦେବୁ: ଆମେରିକାକୁ ଚେତାବନୀ ଦେଲା ଇରାନ

ଓ୍ବାଶିଂଟନ୍‌,୯।୭: ଆମେରିକା ପୁଣିଥରେ ଇରାନର ଅନେକ ସ୍ଥାନକୁ ଟାର୍ଗେଟ କରିଛି। ଇରାନ ଜୋରଦାର ପ୍ରତିକ୍ରିୟା ଦେଇ ବାହାରିନ ଏବଂ କୁଏତରେ ଥିବା ସ୍ଥାନଗୁଡ଼ିକୁ ଆକ୍ରମଣ କରିଛି। ଏହା…

ପତ୍ନୀ ଗୌରୀଙ୍କୁ ଏଭଳି ଉପହାର ଦେଲେ ଆମିର, ଯାହାକୁ ୧୩୧ ଜଣ କାରିଗର ମିଶି ୨୫୬ ଘଣ୍ଟାରେ କରିଛନ୍ତି ପ୍ରସ୍ତୁତ

ମୁମ୍ବାଇ: ବଲିଉଡର ସୁପରଷ୍ଟାର ଆମିର ଖାନ ଏବଂ ଗୌରୀ ସ୍ପ୍ରାଟ୍‌ ପରସ୍ପର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ନିକଟରେ ବାନ୍ଦ୍ରାସ୍ଥିତ ନିଜ ବାସଭବନରେ ପରିବାର ଏବଂ କିଛି…

ଲୋୟର ସୁକ୍‌ତେଲ ଜଳଭଣ୍ଡାର: ବଢୁଛି ଜଳସ୍ତର, ଲୋକେ ଅଟଳ

ବଲାଙ୍ଗୀର,୯ା୭(ବୀରେନ୍ଦ୍ର କୁମାର ଝାଙ୍କର):ଗତ କିଛି ଦିନର ଲଗାଣ ବର୍ଷା ଫଳରେ ବଲାଙ୍ଗୀର ଜିଲାର ଲୋୟର ସୁକ୍‌ତେଲ ଡ୍ୟାମ୍‌ରେ କ୍ଷୀପ୍ର ଗତିରେ ଜଳସ୍ତର ବଢ଼ିବାରେ ଲାଗିଛି। ଜଳସ୍ତର ବଢ଼ିବା…

ମାଙ୍କଡ଼ କାମୁଡାରେ ୫ ଆହତ: ବନବିଭାଗକୁ ଚିଠି ଲେଖିଲେ ସମିତି ସଭ୍ୟ ଧ୍ରୁବ

ଗଞ୍ଜାମ,୯।୭(ବିଦ୍ୟାଧର ସାହୁ ): ହୁମା ଓ ଆଖପାଖ ଅଞ୍ଚଳରେ ପାତି ମାଙ୍କଡ଼ଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବୃଦ୍ଧି ପାଉଛି । ଘର ଉପକରଣ ପାଇଁ ଜଙ୍ଗଲ ସଫା…

ମଝି ଚିଲିକାରେ ଦୋହଲିଲା ଯାତ୍ରୀବାହୀ ଲଞ୍ଚ୍‌: ହୋହଲ୍ଲା ପରେ…

କୃଷ୍ଣପ୍ରସାଦ,୯।୭(କୈଳାଶ ଚନ୍ଦ୍ର ପଟ୍ଟନାୟକ):ଖୋର୍ଦ୍ଧା ଜିଲା ବାଲୁଗାଁଠାରୁ ପୁରୀ ଜିଲା କୃଷ୍ଣପ୍ରସାଦ ଗଡ଼ ଯାଏ ଓଡିଶା ବନ୍ଦର ଅନ୍ତରଦେଶୀୟ ଜଳପଥ ପରିବହନ ବିଭାଗ ତରଫରୁ ପ୍ରତିଦିନ ଯାତ୍ରୀବାହୀ ଲଞ୍ଚ…

ବିଦ୍ୟାଳୟର ନୂତନ ପରିଚାଳନା କମିଟି ଗଠନ: ସଭାପତି, ଉପସଭାନେତ୍ରୀ ଭାବେ ମନୋନୀତ ହେଲେ ଏମାନେ…

ଲାଞ୍ଜିଗଡ,୯।୭(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପରିଚାଳନା କମିଟି ଗଠନ ବୁଧବାର ଅନୁଷ୍ଠିତ ହୋଇଯାଇଛିI ବିଦ୍ୟାଳୟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri