ଭୀମକୁଣ୍ଡରେ ୬୦ ହଜାରରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ
ପାଟଣା/ଠାକୁରମୁଣ୍ଡା,୨୧ା୧(ସ୍ବ.ପ୍ର./ଡି.ଏନ.ଏ.): କେନ୍ଦୁଝର ଜିଲା ପାଟଣା ବ୍ଲକ୍ ଡୁମୁରିଆ ପଞ୍ଚାୟତ ବାଲିଯୋଡ଼ି ମୌଜାସ୍ଥିତ ପ୍ରାଚୀନ ପର୍ଯ୍ୟଟନସ୍ଥଳ ଭୀମକୁଣ୍ଡଠାରେ ସାନ୍ତାଳୀ ସମ୍ପ୍ରଦାୟର ଦାମୋଦର ମେଳା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କେନ୍ଦୁଝର ଜିଲା ପାଟଣା ତହସିଲ ଓ ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକ୍ ଅଧୀନ…
୯୮ ବର୍ଷରେ କପିଳ ମୁନି ମହୋତ୍ସବ
ପଦ୍ମପୁର,୨୧ା୧(ଡି.ଏନ.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ୍ ବିଦେଇପୁର ପଞ୍ଚାୟତର କପିଳ ମୁନି ପଡ଼ିଆରେ ପାଳନ ହେଉଥିବା କପିଳମୁନି ମହୋତ୍ସବ ୯୮ ବର୍ଷରେ ପଦାର୍ପଣ କରିଛି। ଚଳିତ ବର୍ଷ ଗତ ୧୩ ତାରିଖରୁ ନବରାତ୍ର ନାମଯଜ୍ଞ ଆରମ୍ଭ ହୋଇ କଳସ ଶୋଭାଯାତ୍ରା, ଅଧିବାସ,…
୨ ଡାକ୍ତରଖାନା ଦାୟିତ୍ୱରେ ଜଣେ ଅଧିକାରୀ
କେନ୍ଦୁଝର,୨୧ା୧(ସ୍ବ.ପ୍ର.): କର୍ମଚାରୀ ଅଭାବ ଆଳରେ କେନ୍ଦୁଝର ଜିଲାର ପଦ୍ମପୁର ଓ ବାଂଶପାଳ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଦାୟିତ୍ୱରେ ଜଣେ ଡାକ୍ତର(ଅଧିକାରୀ)ଙ୍କୁ ନିଯୁକ୍ତ କରାଯାଇଛି। ଫଳରେ ରୋଗୀଙ୍କୁ ଠିକ୍ ଭାବରେ ସ୍ବାସ୍ଥ୍ୟସେବା ମିଳିପାରୁନାହିଁ। ଉକ୍ତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନରେ ଥିବା ପ୍ରାଥମିକ…
ସାକ୍ଷୀଙ୍କୁ ଧମକ, ଅଭିଯୁକ୍ତ ଗିରଫ
ବ୍ରହ୍ମପୁର ଅଫିସ,୨୦ା୧-ଏକ ହତ୍ୟା ଉଦ୍ୟମ ମାମଲାର ସାକ୍ଷୀଙ୍କୁ ଧମକ ଦେବା ଅଭିଯୋଗରେ ନିମଖଣ୍ଡି ଥାନା ପୋଲିସ ଜଣଙ୍କୁ ଗିରଫ କରିଛି। ସେ ହେଲେ ଜଗଦଳପୁରର ହେମନ୍ତ ଡାକୁଆ(୨୪)। ଶୁକ୍ରବାର ମାମଲା ନଂ.୧୪/୨୩ ରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। ଘର କାନ୍ଥକୁ…
୨ ହତ୍ୟାକାରୀଙ୍କୁ ଆଜୀବନ ଜେଲ
ବାରିପଦା ଅଫିସ,୨୦ା୧: ମୟୂରଭଞ୍ଜ ଅତିରିକ୍ତ ଜିଲା ଓ ଦୌରା ଜଜ(୨) କୋର୍ଟରେ ଶୁକ୍ରବାର ଏକ ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି। ଜଜ ଡ. ଦୀପକ ରଞ୍ଜନ ସାହୁ ଏହାର ବିଚାର କରି ୨ ଦୋଷୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।…
ବାପାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା
କରଞ୍ଜିଆ,୨୦ା୧- ମୟୂରଭଞ୍ଜ ଜିଲା କରଞ୍ଜିଆ ଥାନା ଅଧୀନ ଧୋକଟା ଗଁାରେ ଶୁକ୍ରବାର ବାପାଙ୍କୁ ଟାଙ୍ଗିଆରେ ହାଣି ପୁଅ ହତ୍ୟା କରିଥିବା ଚର୍ଚ୍ଚାର ବିଷୟ ହୋଇଛି। ମୃତକ ହେଲେ ପଞ୍ଚାନନ ନାଏକ। ହତ୍ୟାକାଣ୍ଡ ପରେ ପୁଅ ବିକାଶ ଚଢେଇଭୋଳ ଫାଣ୍ଡିରେ ଆତ୍ମସମର୍ପଣ କରିଥିବା…
ପିଇବା ପାଣି ଅଭାବ: ବିଡିଓଙ୍କୁ ଜଣାଇଲେ ବସ୍ତିବାସୀ
ଧରାକୋଟ,୨୦ା୧(ଡି.ଏନ୍.ଏ.): ଧରାକୋଟ ବ୍ଲକ ଅନ୍ତର୍ଗତ ମୁଣ୍ଡମରାଇ ଗ୍ରାମ ଋଷିକୁଲ୍ୟା କେନାଲ ପାର୍ଶ୍ୱରେ ଥିବା କିଶୋରବିହାର ବସ୍ତିରେ ପିଇବା ପାଣିର ଅଭାବ ଦେଖାଦେଇଛି। କିଶୋର ବିହାର ଅଞ୍ଚଳରେ ଗ୍ରାମ୍ୟ ଜଳଯୋଗାଣ ବିଭାଗ ତରଫରୁ ପିଇବା ପାଣି ଯୋଗାଣ ଲାଗି ପାଇପ ବିଛା ଯାଇନାହିଁ…
୨ ସ୍କୁଟି ମୁହାଁମୁହିଁ
ଝାରସୁଗୁଡ଼ା ଅଫିସ,୨୦ା୧: ଝାରସୁଗୁଡ଼ା ଟାଉନ ଥାନା ଅଧୀନ ବମ୍ବେଛକ ନିକଟ କାପୁମାଲ ରାସ୍ତାରେ ୨ସ୍କୁଟି ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୩ଜଣ ଆହତ ହୋଇଛନ୍ତି। ସେମାନେ ହେଲେ ସରବେର୍ଣ୍ଣା ଗ୍ରାମ ଓରାପଡାର ବିନୋଦ ମିଞ୍ଜ(୩୫), ବୁଡିପଦର ଗ୍ରାମର ଅମିତ ଓରାମ(୨୨)…
ଓଲଟିଲା ଯାତ୍ରୀବାହୀ ବସ୍: ୨ ମୃତ, ୫ରୁ ଊର୍ଦ୍ଧ୍ୱ ଆହତ
ପାତ୍ରପୁର,୨୦।୧(ଡି.ଏନ୍.ଏ.): ଯାତ୍ରୀବାହୀ ମିନି ବସ୍ ଓଲଟି ୨ ମୃତ ଓ ୫ରୁ ଅଧିକ ଆହତ ହୋଇଛନ୍ତି। ଏଭଳି ଅଘଟଣ ଘଟିଛି ଗଞ୍ଜାମ ଜିଲା ସୀମାନ୍ତ କାନକଟା ଘାଟିରେ । ଆହତ ବ୍ୟକ୍ତିମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକ ହେଲେ ସରସ୍ବତୀ…
ଟିପିଏସ୍ଓଡିଏଲ୍ ମହିଳା କର୍ମଚାରୀଙ୍କୁ ଯୌନ ନିର୍ଯାତନା: କୋର୍ଟରେ ପୀଡ଼ିତାଙ୍କ ବୟାନ ରେକର୍ଡ
ବ୍ରହ୍ମପୁର ଅଫିସ,୨୦।୧: ବ୍ରହ୍ମପୁର ଟିପିଏସ୍ଓଡିଏଲ୍ ମୁଖ୍ୟ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା ଜଣେ ଆଉଟସୋର୍ସିଂ ମହିଳା କର୍ମଚାରୀଙ୍କୁ ଟାଟାପାୱାରର ଜଣେ ଅଧିକାରୀ ଅସଦାଚରଣ ସହ ଯୌନ ନିର୍ଯାତନା ଦେଉଥିବା ନେଇ ସଙ୍ଗିନ ଅଭିଯୋଗ ହୋଇଛି। ପୋଲିସ ଏହି ସଂକ୍ରାନ୍ତରେ ଏକ ମାମଲା ରୁଜୁ…
ବେରୋଜଗାର ନେଲା ଜୀବନ
ପାରଳାଖେମୁଣ୍ଡି,୨୦।୧: ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ମକ୍କାତୋଟାଆମ୍ମା ମନ୍ଦିର ପଛ ପାର୍ଶ୍ୱରେ ଥିବା ସାହିରେ ଶୁକ୍ରବାର ଜଣେ ଯୁବକ ବେକରେ ଶାଢିବାନ୍ଧି ପଙ୍ଖାରେ ଓହଳି ଆତ୍ମହତ୍ୟା କରିଥିବା ଜଣାପଡିଛି। ମୃତକ ହେଲେ ଶ୍ରୀପତି ଚନ୍ଦ୍ରହାସନ(୨୨)। ଆତ୍ମହତ୍ୟାର କାରଣ ସ୍ପଷ୍ଟ…
୪୦୦ ଗ୍ରାମ ବ୍ରାଉନସୁଗାର ଜବତ, ୨ ଗିରଫ
ଖୋର୍ଦ୍ଧା ଅଫିସ,୨୧।୧: ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ୪୦୦ ଗ୍ରାମ ବ୍ରାଉନସୁଗାର, ନଗଦ ୨୬ ହଜାର ଟଙ୍କା ସହ ୨ଜଣଙ୍କୁ ପୋଲିସ ଗିରଫ କରିଛି। ପୋଲିସ ତାଙ୍କଠାରୁ ଏକ ବୋଲେରୋ ଗାଡ଼ି ମଧ୍ୟ ଜବତ କରିଛି।…

