ଶରଧାପୁରରେ ପଶିଲା ପିଟିସି ଗୁଳି

ଅନୁଗୋଳ ଅଫିସ,୨୬।୨: ଅନୁଗୋଳ ପୋଲିସ ଟ୍ରେନିଂ କଲେଜ (ପିଟିସି)ର ଫାୟାରିଂ ରେଞ୍ଜରେ କ୍ୟାଡେଟ୍‌ମାନେ ଶନିବାର ବନ୍ଧୁକ ଚାଳନା ଅଭ୍ୟାସ ବେଳେ ଘଟିଛି ଅଘଟଣ। ନିକଟରେ ଥିବା ଶରଧାପୁର ଗାଁ ମଣ୍ଡାପାଳ ସାହିର ଜଣେ ଯୁବକଙ୍କ ଗୋଡ଼ରେ ବାଜିଛି କ୍ୟାଡେଟ୍‌ଙ୍କ ଗୁଳି। ତେବେ ଏଥିରେ ସମ୍ପୃକ୍ତ ଯୁବକ ଆହତ ହୋଇ ନ ଥିଲେ ହେଁ ଗତ ୬ ବର୍ଷରେ ୩ଥର ଏପରି ଘଟଣା ଘଟିଥିବାରୁ ଗ୍ରାମବାସୀ ଭୟଭୀତ ହୋଇପଡ଼ିଛନ୍ତି।
ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଶରଧାପୁର ଗାଁର ସୁବାସ ସାହୁ ଛାତ ଉପରେ ସିମେଣ୍ଟ କାମ କରୁଥିଲେ। ହଠାତ ତାଙ୍କ ଜଂଘରେ ଗୁଳି ବାଜି ତଳେ ଖସି ପଡ଼ିଥିଲା। ଏହାକୁ ନେଇ ଗାଁରେ ଭୟର ବାତାବରଣ ଖେଳିଯାଇଥିବା ବେଳେ ପିଟିସି ଫାୟାରିଂ ରେଞ୍ଜକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ସେମାନେ ଦାବି କରିଛନ୍ତି। ଏଭଳି ଘଟଣା ବାରମ୍ବାର ହେଉଥିଲେ ମଧ୍ୟ ପୋଲିସ ବିଭାଗ ପକ୍ଷରୁ କୌଣସି ଆଗୁଆ ସୂଚନା ସ୍ଥାନୀୟ ଲୋକଙ୍କୁ ପ୍ରଦାନ କରାଯାଉନାହିଁ। ପୂର୍ବରୁ ବନ୍ଧୁକ ଚାଳନା ଅଭ୍ୟାସ କରିବାର ଦୁଇ ଦିନ ଆଗରୁ ଗ୍ରାମରେ ଡାକବାଜି ଯନ୍ତ୍ରରେ ଘୋଷଣା କରାଯାଉଥିଲା। ହେଲେ ଏବେ ତାହା ବନ୍ଦ ହୋଇଯାଇଥିବା ଗ୍ରାମବାସୀ କହିଛନ୍ତି। ଘଟଣା ଜାଣିବା ପରେ ସଦର ପୋଲିସ ଘଟଣା ସ୍ଥଳକୁ ଯାଇ ତଦନ୍ତ କରିଛି। ଏ ସମ୍ପର୍କରେ ଅନୁଗୋଳ ଏସ୍‌ପି ସୁଧାଂଶୁ ଶେଖର ମିଶ୍ର କହିଛନ୍ତି, ଦୀର୍ଘବର୍ଷ ହେବ ପିଟିସିରେ ଫାୟାରିଂ ରେଞ୍ଜ ରହିଛି। ଏହାକୁ ସ୍ଥାନାନ୍ତର ପାଇଁ ହେଉଥିବା ଦାବିକୁ ଅନୁଧ୍ୟାନ କରାଯିବ। ଏଥିସହ ସେଠାରେ ଲୋକଙ୍କ ବସବାସ ସରକାରୀ ଭାବେ ବୈଧ କି ନାହିଁ ତାହାର ତଦନ୍ତ କରାଯିବ।

 

୨୦୧୮ ଜୁଲାଇ ୪ରେ ଶରଧାପୁର ଗ୍ରାମର ବଦନୀ ମିଶ୍ର(୮୯)ଙ୍କ ଛାତିରେ ବାଜିଥିଲା ପିଟିସି କ୍ୟାଡେଟ୍‌ଙ୍କ ଗୁଳି। ସକାଳ ପ୍ରାୟ ସାଢ଼େ ୬ଟା ବେଳେ ଏହି ଘଟଣା ଘଟିଥିଲା। ସକାଳ ୬ଟା ୨୩ରେ ସିଆଇଏସ୍‌ଏଫ୍‌ ଯବାନମାନେ ବନ୍ଧୁକ ଚାଳନା ଅଭ୍ୟାସ ଆରମ୍ଭ କରିବାର ମାତ୍ର ୭ ମିନିଟ ପରେ ମଣ୍ଡାପାଳ ସାହିର ବୃଦ୍ଧା ବଦନୀଙ୍କ ଦେହରେ ଗୁଳି ବାଜିଥିଲା। ସେ ଘର ବାରଣ୍ଡାରେ ବସି ଦାନ୍ତ ଘଷୁଥିବା ବେଳେ ଚିତ୍କାର କରି ପଡ଼ିଯାଇଥିଲେ। କାନ୍ଥ ଓ ତାଙ୍କ ଛାତିରେ କ୍ଷତ ଚିହ୍ନ ଥିଲା। ତୁରନ୍ତ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସା ପରେ ସେ ସୁସ୍ଥ ହୋଇଥିଲେ। ଏହି ଘଟଣା ପରେ ବନ୍ଧୁକ ଚାଳନା ଅଭ୍ୟାସ ଅଧାରୁ ବନ୍ଦ ରଖାଯାଇଥିଲା। ଅନୁଗୋଳ ପୋଲିସ ଘଟଣାର ଛାନ୍‌ଭିନ୍‌ ଆରମ୍ଭ କରିଥିଲା। ଫାୟାରିଂ ରେଞ୍ଜସ୍ଥଳକୁ ଯାଇ ସିଆଇଏସ୍‌ଏଫ୍‌ ଅଧିକାରୀଙ୍କ ସହ ଆଲୋଚନା କରିଥିଲା। ପାହାଡ଼ ଡେଇଁ କିପରି ଏତେବାଟ ଗୁଳି ଗଲା ସେ ନେଇ ପଚରାଉଚରା କରିଥିଲା। ତତ୍‌କାଳୀନ ଏସ୍‌ପି କହିଥିଲେ, ଆଗାମୀ ଦିନରେ ଏପରି ଅଘଟଣ ଯେପରି ନ ଘଟିବ ସେଥିପାଇଁ ପଦକ୍ଷେପ ନିଆଯିବ ଓ ବରିଷ୍ଠ ଅଧିକାରୀମାନଙ୍କ ଉପସ୍ଥିତିରେ ବନ୍ଧୁକ ଚାଳନା ଅଭ୍ୟାସ କରାଯିବ। ଅଭ୍ୟାସ ବେଳେ ରେଞ୍ଜ ମଧ୍ୟରେ ଯେପରି କେହି ନ ରହିବେ ସେ ନେଇ ଗଁା ଲୋକଙ୍କୁ ସଚେତନ କରାଯିବ। ସେହିପରି ୨୦୨୦ରେ ଅନ୍ୟଜଣେ ମହିଳାଙ୍କ ହାତରେ ଗୁଳି ବାଜିଥିବା ଅଭିଯୋଗ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri