ବଳି ଭୟରେ ନାବାଳିକାଙ୍କ ସ୍କୁଲ ଯିବା ବନ୍ଦ

ରଘୁନାଥପୁର,୧୧।୩(ଡି.ଏନ୍‌.ଏ.): ଜଗତ୍‌ସିଂହପୁର ଜିଲା ରଘୁନାଥପୁର ଥାନା ଅନ୍ତର୍ଗତ ସାଦେଇପୁର ପଞ୍ଚାୟତ ରାଉତ ନୂଆଗାଁର ନାରାୟଣ ପାଣି ଶନିବାର ଏକ ଗୁରୁତର ଅଭିଯୋଗ ଆଣିଛନ୍ତି। ଗୁପ୍ତଧନ ପାଇବା ଆଶାରେ ତାଙ୍କ ନାବାଳିକା ଝିଅକୁ ବଳିଦେବା ଉଦ୍ଦେଶ୍ୟରେ ସନ୍ଦିଗ୍ଧ ବ୍ୟକ୍ତି ଟାର୍ଗେଟ କରିଥିବା ଅଭିଯୋଗରେ ଉଲ୍ଲେଖ କରିଛନ୍ତି। ନାରାୟଣଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ଘରେ ନାବାଳିକା ଝିଅ, ସ୍ତ୍ରୀ, ନାବାଳକ ପୁଅ ଏବଂ ୨ ଅବିବାହିତା ଭଉଣୀ ରୁହନ୍ତି। କିଛି ଦିନ ହେବ ଜଣେ ଅଜଣା ବ୍ୟକ୍ତି କଳା ପୋଷାକ ପିନ୍ଧି ରାତିରେ ଘର ସମ୍ମୁଖରେ ଠିଆ ହେବା ସହ ଗ୍ରୀଲ୍‌କୁ ବାଡ଼ାଉଛନ୍ତି। ଏନେଇ ପରିବାର ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ସ୍ଥାନୀୟ ଅଞ୍ଚଳର କେତେଜଣ ବ୍ୟକ୍ତି ସମ୍ପୃକ୍ତ ସନ୍ଦିଗ୍ଧଙ୍କୁ ଗୋଡ଼ାଇବାରୁ ସେ ଏକ ନମ୍ବର ବିହୀନ ବାଇକରେ ଫେରାର ହେଇଯାଇଛନ୍ତି। ଏହାର ପ୍ରଭାବ ନାରାୟଣଙ୍କ ନାବାଳିକା ଝିଅ ଉପରେ ପଡ଼ିଛି। ଭୟରେ ସେ ଏକ ସପ୍ତାହ ହେବ ସ୍କୁଲ୍‌ ଯିବା ବନ୍ଦ କରି ଦେଇଥିବା ନାରାୟଣ କହିଛନ୍ତି।
ଜଗତ୍‌ସିଂହପୁର ଥାନା ସମଙ୍ଗ ଗ୍ରାମର ମୃତ ନନ୍ଦାବ୍ରତ ନଦୀ ଉପରେ ଥିବା ଏକ ପରିତ୍ୟକ୍ତ ଜଙ୍ଗଲିଆ ସ୍ଥାନରେ ଉଇ ହୁଙ୍କା ରହିଛି। ସେଠାରୁ ଗୁପ୍ତଧନ ପାଇବା ଆଶାରେ କେତଜଣ ବ୍ୟକ୍ତି ରାତ୍ରିରେ ତନ୍ତ୍ରପୂଜା କରୁଛନ୍ତି। ଏଥିପାଇଁ କୁଆଡ଼େ ବ୍ରାହ୍ମଣ ପରିବାରର ଜଣେ ନାବାଳିକା ଆବଶ୍ୟକ ବୋଲି ଗୁଜବ ହେଉଛି। ଏନେଇ ନାରାୟଣଙ୍କ ପରିବାରକୁ ଭୟ ଘାରିଛି। ତୁରନ୍ତ ଏନେଇ କାର୍ଯ୍ୟାନୁଷ୍ଠାନ ସହ ପରିବାରକୁ ସୁରକ୍ଷା ଦେବାକୁ ନାରାୟଣ ଦାବି କରିଛନ୍ତି। ଏ ସମ୍ପର୍କରେ ଥାନା ଏସ୍‌ଆଇ ଅନୀଲ କୁମାର ସାହୁ କୁହନ୍ତି, ସନ୍ଧ୍ୟାରେ ଅଭିଯୋଗ ମିଳିଛି। ଖୁବ୍‌ଶୀଘ୍ର ଏନେଇ ତଦନ୍ତ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଶିକ୍ଷକ

ନୂଆପଡ଼ା ଅଫିସ,୨୫।୮: ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ ବାଦୀ ଆଦର୍ଶ ବିଦ୍ୟାଳୟର ପ୍ରିନ୍ସିପାଲ ସୁଜନ କୁମାର ସାହୁ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ନିଜ ସହକର୍ମୀ ଟିଜିଟି...

ସାପ କାମୁଡ଼ାରେ ମହିଳା ମୃତ

ଗଞ୍ଜାମ,୬ା୯(ଡି.ଏନ.ଏ.): ଗଞ୍ଜାମ ଏନ୍‌ଏସି ୱାର୍ଡ ନଂ. ୬ ଓଡ଼ିଆ ଢାମଣା ସାହିର ଜଣେ ମହିଳାଙ୍କ ଶୁକ୍ରବାର ସାପ କାମୁଡ଼ାରେ ମୃତ୍ୟୁ ଘଟିଛି। ସେ ହେଲେ ସୁବାସିନୀ...

୩ ବର୍ଷର ଶିଶୁକନ୍ୟାଙ୍କୁ ଚାପିଦେଲା ଜେସିବି

ଛେଣ୍ଡିପଦା,୨୫।୧୧(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ନୂଆଗାଁ ଗ୍ରାମର ଜଣେ ୩ ବର୍ଷର ଶିଶୁକନ୍ୟାଙ୍କୁ ଜେସିବି ଚାପିଦେବାରୁ ତାଙ୍କର ଜୀବନ ଚାଲିଯାଇଛି। ସୂଚନାଯୋଗ୍ୟ, ଜିଲା ଖଣିଜ...

ରବିଧାନର ଟାର୍ଗେଟ ହ୍ରାସ ନେଇ ତାତିଲେ ଚାଷୀ: ଜିଲା ଯୋଗାଣ ଅଧିକାରୀଙ୍କୁ ଫେରାଦ

ବଲାଙ୍ଗୀର ଅଫିସ, ୨ା୬: ବଲାଙ୍ଗୀର ଜିଲା ଆଗଲପୁର ବ୍ଳକ ଲୁହୁରାମୁଣ୍ଡା ପଞ୍ଚାୟତର ଲୁହୁରାମୁଣ୍ଡା ଓ ସାନଫାସଡର ଚାଷୀମାନେ ରବିଧାନର ଟାର୍ଗେଟ ଅବ୍ୟବସ୍ଥାକୁ ନେଇ ଅସନ୍ତୋଷ ପ୍ରକାଶ...

ଶିକ୍ଷାର ମୂଳଦୁଆ ସଜାଡୁଛି ‘ଥିଙ୍କ୍‌ ଜୋନ୍‌’

କଟକ ଅଫିସ,୧୭।୫: ରାଜ୍ୟରେ ପ୍ରାଥମିକ ଶିକ୍ଷାର ମୂଳଦୁଆ ସଜାଡ଼ିବା ପାଇଁ ଅଣ୍ଟା ଭିଡ଼ିଛନ୍ତି ଗୋଟିଏ ଯୁବଗୋଷ୍ଠୀ। ୧୨ ଜଣଙ୍କୁ ନେଇ ଗଠିତ ହୋଇଥିବା କଟକର ଏହି...

ଶିକ୍ଷକ ଅଭାବ ନେଇ ବିଦ୍ୟାଳୟରେ ତାଲା ପକାଇଲେ ଗ୍ରାମବାସୀ

ବାହାନଗା,୨୦।୧(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକ ପାଟିମୁଣ୍ଡା ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବ ନେଇ ସୋମବାର ଛାତ୍ରୀଛାତ୍ର ଓ ଅଭିଭାବକମାନେ ବିଦ୍ୟାଳୟରେ ତାଲା ପକାଇ ଧାରଣାରେ...

ପୋଖରୀରେ ଓଲଟିଲା ଟ୍ରାକ୍ଟର, ଗଲା ୪ ଜୀବନ

ଦନ୍ତେୱାଡା,୯।୮: ସୋମବାର ଥିଲା ବିଶ୍ୱ ଆଦିବାସୀ ଦିବସ। ଏଥିରେ ଭାଗ ନେବାକୁ ମାଲକାନଗିରି ଜିଲା ଟାଟୁମ ଗାଁର ପ୍ରାୟ ୩୦ଜଣ ଆଦିବାସୀ ଏକ ଟ୍ରାକ୍ଟର ଯୋଗେ...

ରାଜପଥ ଅବରୋଧ, ଯାତ୍ରୀ ହୀନସ୍ତା

ଢେଙ୍କାନାଳ ଅଫିସ,୨୯।୩ କେନ୍ଦ୍ରୀୟ ଟ୍ରେଡ୍‌ ୟୁନିୟନ ଆହ୍ବାନରେ ସୋମବାରଠାରୁ ଆରମ୍ଭ ହୋଇଥିବା ଦୁଇଦିନ ଧରି ଦେଶବ୍ୟାପୀ ଧର୍ମଘଟର ପ୍ରଭାବ ଢେଙ୍କାନାଳରେ ଦେଖାଯାଇଛି। ନିଖିଳ ଓଡିଶା ଅଙ୍ଗନୱାଡି...

Advertisement
Archives

Model This Week