ଆମ ଜିଲା ଖବର

କାର୍‌ରୁ ମିଳିଲା କ୍ୱିଣ୍ଟାଲରୁ ଊର୍ଦ୍ଧ୍ୱ ଗଞ୍ଜେଇ, ୨ କୋର୍ଟ ଚାଲାଣ

ବ୍ରହ୍ମପୁର ଅଫିସ,୬ା୩: ଗଞ୍ଜେଇ ଚୋରା ଚାଲାଣର ଭୂସ୍ବର୍ଗ ପାଲଟିଛି ବ୍ରହ୍ମପୁର। ଗଜପତି ଓ କନ୍ଧମାଳରୁ ଗଞ୍ଜେଇ ବେଆଇନ ଭାବେ ଅଣାଯାଇ ବ୍ରହ୍ମପୁର ଦେଇ ବାହାର ରାଜ୍ୟବକୁ ଚାଲାଣ ହେଉଛି। ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ଗଞ୍ଜେଇ ଧରପଗଡ଼ ଅଭିଯାନ ଜୋରଦାର କରାଯାଇଛି।…

ବଜାରରେ ଦେଶୀ ରଙ୍ଗ କମ୍‌, କେମିକାଲ ବେଶି

ରାଉରକେଲା ଅଫିସ, ୬।୩:ଆସନ୍ତା ୮ତାରିଖରେ ଲୋକେ ଧୁମ୍‌ଧାମ୍‌ରେ ହୋଲି ପର୍ବ ପାଳନ କରିବେ। ଏହାକୁ ନେଇ ରାଉରକେଲା ସହର ଚଳଚଞ୍ଚଳ ହୋଇପଡିଛି। ହୋଲିରେ ସହରର ଶତାଧିକ ଛୋଟବଡ ଅନୁଷ୍ଠାନ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଯୋଜନା କରିଛନ୍ତି। ଏହା ଭିତରେ…

ମା’ବାପାଙ୍କଠାରୁ ତଥ୍ୟ ସଂଗ୍ରହ କଲା ପୋଲିସ

ସମ୍ବଲପୁର,୬ା୩(ବ୍ୟୁରୋ):ସମ୍ବଲପୁର ଜିଲା ବୁର୍ଲା ଥାନା ପିସି ବ୍ରିଜ ପାୱାର ଚ୍ୟାନେଲକୁ ଡେଇଁ ଭିସୁଟ୍‌ ପୁରାତନ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁଙ୍କ ମୃତ୍ୟୁ ଘଟଣା ୬ଦିନ ପରେ ବି ରହସ୍ୟାବୃତ୍ତ ହୋଇରହିଛି। ହତ୍ୟା ଅଭିଯୋଗ ଆଣିଥିବା ଚିନ୍ମୟୀଙ୍କ ବାପା ଡାକ୍ତର ବନମାଳୀ ସାହୁ…

ଓଲଟିଲା କାର୍‌, ୨ ଗୁରୁତର

ବଲାଙ୍ଗୀର ଅଫିସ,୬ା୩: ବଲାଙ୍ଗୀର-ସୋନପୁର ୫୭ ନମ୍ବର ରାଜ୍ୟ ରାଜପଥର ସାତମାଇଲଛକଠାରେ ସୋମବାର ଭୋର୍‌ରୁ ଏକ ସଡ଼କ ଦୁର୍ଘଟଣା ଘଟିଛି। କାର୍‌ଟି ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ୨ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସ୍ଥାନୀୟ ଲୋକେ ଦୁର୍ଘଟଣା ବିଷୟରେ…

ପ୍ରବେଶିକା ପରୀକ୍ଷାରୁ ଛାତ୍ରୀ ବଞ୍ଚିତ

ଭୁବନ, ୬।୩(ଡି.ଏନ.ଏ.):ଶିକ୍ଷା ବିଭାଗର ତ୍ରୁଟି କାରଣରୁ ଜଣେ ଛାତ୍ରୀ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷାରୁ ବଞ୍ଚତ୍ତ ହୋଇଛନ୍ତି। ଢେଙ୍କାନାଳ ଜିଲା କାଙ୍କଡ଼ପାଳ ସିମିଳିଆ ଗ୍ରାମ ସରସ୍ବତୀ ବିଦ୍ୟାମନ୍ଦିରର ୫ମ ଶ୍ରେଣୀ ଛାତ୍ରୀ ତଥା ପ୍ରଦୀପ କୁମାର ସାହୁଙ୍କ ଝିଅ ଶୁଭଶ୍ରୀଙ୍କ…

ରାସ୍ତା କାମ ଫଳକରେ ସୀମିତ: ଆନ୍ଦୋଳନ ଚେତାବନୀ

ନୟାଗଡ଼ ଅଫିସ,୬ା୩:ନୟାଗଡ଼ ଜିଲା ଦେଇ ଯାଇଥିବା ୨୧ ନଂ. ରାଜ୍ୟ ରାଜପଥର ନୟାଗଡ଼ ଲେମ୍ବୁ ବିକ୍ରି ଛକଠାରୁ ଲେଙ୍କୁଡ଼ିପଡ଼ା ଛକ ପର୍ଯ୍ୟନ୍ତ ରାସ୍ତାରେ ଖଲଖମା ଯୋଗୁ ଦୁର୍ଘଟଣା ବଢୁଛି। ତେବେ ରାସ୍ତାର ପୁନରୁଧାର ନଁାରେ ଫଳକ ରାସ୍ତାକଡ଼ରେ ଝୁଲି ଅଯଥା ରାଜନୀତି…

ମୁଖ୍ୟ ଅଭିଯୁକ୍ତଙ୍କୁ ନେଇ କ୍ରାଇମ୍‌ ସିନ୍‌ ରିକ୍ରିଏଶନ୍‌

ବ୍ରହ୍ମପୁର ଅଫିସ,୬ା୩:ବ୍ରହ୍ମପୁର ହିଲ୍‌ପାଟଣା ଅଞ୍ଚଳର କ୍ଷୀର ବ୍ୟବସାୟୀ ଲମ୍ବୋଦର ମୁନି ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଶଙ୍କର ମୁନଙ୍କୁ ଗୋଷାଣୀନୂଆଗଁା ଥାନା ପୋଲିସ ଗତ ୩ତାରିଖରୁ ୪ଦିନିଆ ରିମାଣ୍ଡରେ ଆଣି ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ବିତ କରିଛି। ରବିବାର ଅଭିଯୁକ୍ତଙ୍କୁ ଘଟଣାସ୍ଥଳକୁ ନିଆଯାଇ…

ଆସନ୍ନ ବିପଦକୁ ନେଇ ବଢ଼ିଲା ଯାତ୍ରୀଙ୍କ ଚିନ୍ତା

ଖଇରା,୬।୩(ଡି.ଏନ.ଏ.):ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ମହତୀପୁର- ଗୋଳିହା ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତାର କଣ୍ଟାବଣିଆଠାରୁ ପତିରାଜପୁର ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ନିକଟରେ ଶେଷ ହୋଇଛି। ହେଲେ ପତିରାଜପୁର ଦୋଳ ମେଳନକୁ ଦୃଷ୍ଟିରେ ନ ରଖି ବେପରୁଆ ଭାବେ ଅଣଓସାରିଆ ରାସ୍ତା…

ଶ୍ରୀମନ୍ଦିରରେ ଦୀପ ନିଆଁ ଲାଗି ମହିଳା ଭକ୍ତ ଗୁରୁତର

ପୁରୀ ଅଫିସ,୬।୩: ଶ୍ରୀମନ୍ଦିର ଭିତରେ ଦୀପରୁ ନିଆଁ ଲାଗି ଜଣେ ମହିଳା ଭକ୍ତ ଗୁରୁତର ହୋଇଛନ୍ତି। ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ସମ୍ପୃକ୍ତ ମହିଳା ଜଣକ ହେଲେ ଭୁବନେଶ୍ୱର ପଟିଆ ଅଞ୍ଚଳର ଅରୁଣା ମିଶ୍ର (୬୫)। ସେ ମହାପ୍ରଭୁଙ୍କ ଦର୍ଶନ ପାଇଁ…

ଗୋପବନ୍ଧୁଙ୍କ ନାତୁଣୀବୋହୂଙ୍କୁ ଅସମ୍ମାନ ଅଭିଯୋଗ

ସାକ୍ଷୀଗୋପାଳ,୬ା୩(ସ୍ବ.ପ୍ର./ଡି.ଏନ୍‌.ଏ.): ସୁଆଣ୍ଡୋରେ ଗତ ୨୩ରେ ଉତ୍କଳମଣି ଗୋପବନ୍ଧୁଙ୍କ ବିଭିନ୍ନ ପ୍ରକଳ୍ପ ଲୋକାର୍ପଣ ଉତ୍ସବରେ ତାଙ୍କ ନାତୁଣୀବୋହୂ ଲୀଳାବତୀ ମିଶ୍ରଙ୍କୁ ଅସମ୍ମାନ କରାଯାଇଥିବା ନେଇ ରବିବାର ସତ୍ୟବାଦୀ ଥାନାରେ ଅଭିଯୋଗ ହୋଇଛି। ପ୍ରକଳ୍ପ ଲୋକାର୍ପଣ ଉତ୍ସବରେ ରାଜ୍ୟ ସରକାର ଗୋପବନ୍ଧୁଙ୍କ ପରିବାରର ସଦସ୍ୟଙ୍କୁ…

୬ ଜଣଙ୍କୁ ଅପହରଣ କରି ଜଣଙ୍କୁ ହତ୍ୟା କଲେ ମାଓବାଦୀ

ମାଲକାନଗିରି,୬ା୩(ଡି.ଏନ.ଏ.):ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ରେ ଶନିବାର ରାତିରେ ମାଓବାଦୀମାନେ ୬ ଜଣଙ୍କୁ ଅପହରଣ କରି ନେଇ ସେମାନଙ୍କ ମଧ୍ୟରୁ ଜଣଙ୍କୁ ହତ୍ୟା କରିଛନ୍ତି। ମୃତ ବ୍ୟକ୍ତିଙ୍କ ନାମ ବାରହା ମାସି ବୋଲି ଜଣାପଡ଼ିଛି। ଛତିଶଗଡ଼ର କୋଣ୍ଡାଗାଓଁ ଜିଲାର ପୁଗରପାଲ ଥାନା ତୁମସିପାରା…

ଟିମନପୁର ଅଞ୍ଚଳରେ ମାଓବାଦୀ ଲିଫ୍‌ଲେଟ୍‌

ରାଇଘର,୬ା୩(ଡି.ଏନ୍‌.ଏ.):ନବରଙ୍ଗପୁର ଜିଲା ରାଇଘର ବ୍ଲକରେ କିଛିଦିନର ବ୍ୟବଧାନ ପରେ ମାଓବାଦୀମାନେ ପୁଣି ଉପସ୍ଥିତି ଜାହିର କରିଛନ୍ତି। ବ୍ଲକର ଟିମନପୁର ଅଞ୍ଚଳରେ ମାଓବାଦୀ ଲିଫ୍‌ଲେଟ୍‌ ପଡିଥିବା ଦେଖିବାକୁ ମିଳିଛି। ଉଦନ୍ତୀ ଏରିଆ ମାଓବାଦୀ କମିଟି ଲେଖାଥିବା ଏହି ଲିଫ୍‌ଲେଟ୍‌ରେ ବର୍ତ୍ତମାନ ଆଦିବାସୀମାନଙ୍କ ଜମିକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?