ନକଲି ସାର୍ଟିଫିକେଟରେ ୬ ଆବେଦନକାରୀ, ବଲାଙ୍ଗୀର ଲିଙ୍କ୍‌ ସନ୍ଦେହ

ସମ୍ବଲପୁର,୮ା୪(ବ୍ୟୁରୋ): ସମ୍ବଲପୁର ଜିଲାରେ ନକଲି ସାର୍ଟିଫିକେଟ ଦେଇ ପୋଷ୍ଟାଲ ବିଭାଗରେ ଚାକିରି କରିବା ପାଇଁ ଆବେଦନ କରି ୬ଜଣ ଧରାପଡ଼ିଛନ୍ତି। ସେମାନଙ୍କ ନାମରେ ଟାଉନ ଥାନାରେ ମାମଲା ରୁଜୁ ହୋଇଛି। ସେମାନେ ହେଲେ ଭଦ୍ରକ ଜିଲା ଭଣ୍ଡାରୀପୋଖରୀର ସୋନାଲି ସ୍ବାଇଁ, ଜଗତସିଂହପୁର ଜିଲା ଅନୈଙ୍କା ଗ୍ରାମର ଜ୍ୟୋତିକାନ୍ତ ମହାନ୍ତି, ବରଗଡ଼ ଜିଲା ଭଲପାଲି ଗ୍ରାମର ରୁଦ୍ରାଣି ପ୍ରଧାନ, ଗଣେଶନଗରର ଜୟଶ୍ରୀ ସାହା, କଳାହାଣ୍ଡି ଜିଲା କେସିଙ୍ଗା ଥାନା କୁଣ୍ଡାବନ୍ଧ ଗ୍ରାମର ସୁରମଣି ମିଶ୍ର ଓ ଦେବଗଡ଼ ଜିଲା ତିଲେଇବଣି ଥାନା ପ୍ରଭାଶୁନି ଗ୍ରାମର ଝିଲି ସାହୁ। ସମ୍ବଲପୁର ଡାକ ମଣ୍ଡଳ ପକ୍ଷରୁ ଏ ନେଇ ଗତ ୨୫ତାରିଖରେ ଅଭିଯୋଗ କରାଯାଇଥିବା ବେଳେ ପୋଲିସ ଏପ୍ରିଲ ୭ରେ ଥାନାରେ ମାମଲା ରୁଜୁ କରିଛି। ପୋଲିସ ୩ଟି ଟିମ୍‌ ଗଠନ କରି ଅଭିଯୁକ୍ତ ଆବେଦନକାରୀଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି। ଏଥିରେ ବଲାଙ୍ଗୀର ଜିଲା ନକଲି ସାର୍ଟିଫିକେଟ ଗ୍ୟାଙ୍ଗର ଲିଙ୍କ୍‌ ଥିବା ସନ୍ଦେହ କରାଯାଉଛି। ଲିଙ୍କ୍‌ ଥିବା ଜଣାପଡ଼ିିଲେ ଏହି ମାମଲା କ୍ରାଇମବ୍ରାଞ୍ଚ ତଦନ୍ତ କରିପାରେ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।

ମିଳିଥିବା ସୂଚନାନୁସାରେ, ସମ୍ବଲପୁର ଡାକ ଡିଭିଜନର ମୋଟ ୯୬ଟି ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ମାର୍ଚ୍ଚ ୨୦ ଓ ୨୧ରେ ସାର୍ଟିଫିକେଟ ଯାଞ୍ଚ ସମୟରେ ଉପରୋକ୍ତ ୬ଜଣଙ୍କ ପ୍ରମାଣପତ୍ର ସନ୍ଦେହ ଘେରକୁ ଆସିଥିଲା। ଆବେଦନ କରିଥିବା ଏହି ୬ଜଣ ଆଶାୟୀଙ୍କ ସାର୍ଟିଫିକେଟ ଉତ୍ତରପ୍ରଦେଶ ବୋର୍ଡର ରହିଛି। ଓଡ଼ିଆର କୌଣସି ବିଷୟ ନ ଥିବାବେଳେ ସମସ୍ତଙ୍କ ମାର୍କ ପ୍ରାୟ ସମାନ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ନଅ ଫୁଟ୍‌ ଲମ୍ବର ଅଜଗର ଉଦ୍ଧାର:ଚାଷ କାମ କରୁଥିବା ସମୟରେ…

କେସିଙ୍ଗା, ୧୪।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନସ୍ଥ ପଥର୍ଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାହାଦୁରପଦର ଗାଁ ନିକଟ ତେଲନଦୀ ପାର୍ଶ୍ୱରୁ ଶୁକ୍ରବାର ଅପରାହ୍ନ…

ବିଭାଜନ ବିଭୀଷିକା ସ୍ମୃତି ଦିବସରେ କ୍ୟାଣ୍ଡଲ ଶୋଭାଯାତ୍ରା

ଛତ୍ରପୁର,୧୪ା୮ (ଦିଲ୍ଲୀପି ସାମଲ): ବିଭାଜନ ବିଭୀଷିକା ସ୍ମୃତି ଦିବସରେ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଶୁକ୍ରବାର କ୍ୟାଣ୍ଡଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି। ଏଥିରେ ଛତ୍ରପୁର ବିଧାୟକ କୃଷ୍ଣ…

ଛାତ୍ର କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକଙ୍କୁ ଆକ୍ରମଣ ଅଭିଯୋଗ

ଛତ୍ରପୁର, ୧୪ା୮ (ଦିଲ୍ଲୀପ ସାମଲ): ଛାତ୍ର କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକ ଚକ୍ରପାଣି ପୋଲାଇଙ୍କୁ ଆକ୍ରମଣର ଧମକ ମିଳିଥିବା ଅଭିଯୋଗ ହୋଇଛି। ଏନେଇ ଚକ୍ରମଣିଙ୍କ କହିବା ଅନୁସାରେ,…

ନିଜ ଝିଅ ବୟସର ଯୁବତୀଙ୍କୁ ଧରି ବୁଲୁଛନ୍ତି ଗୋବିନ୍ଦା, ସ୍ତ୍ରୀ କହିଲେ-ଲଜ୍ଜା ଲାଗିବା କଥା

ମୁମ୍ବାଇ: ଦିନ ଥିଲା ବଲିଉଡ ଅଭିନେତା ଗୋବିନ୍ଦା ନିଜର ଫିଲ୍ମକୁ ନେଇ ବେଶ ଚର୍ଚ୍ଚାରେ ରହୁଥିଲେ। ହେଲେ ଆଜିକାଲି ସିନେମାକୁ ନେଇ କମ୍‌ ହେଲେ ବ୍ୟକ୍ତିଗତ ଜୀବନକୁ…

ଯୁବକଙ୍କୁ ଠେଙ୍ଗାରେ ଆକ୍ରମଣ, ଗୁରୁତର ଯୁବକଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ

କୋକସରା,୧୪ା୮ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ ବଡ଼ପୋଡ଼ାଗୁଡ଼ା ଗ୍ରାମରେ ଠେଙ୍ଗା ଆକ୍ରମଣରେ ଗୁରୁତର ଯୁବକଙ୍କ ଶୁକ୍ରବାର ମୃତ୍ୟୁ ଘଟିଛି। ମୃତକ ହେଲେ…

ଘରେ ପଶି ମହିଳାଙ୍କୁ ଅସଦାଚରଣ ମାମଲା: ଅଭିଯୁକ୍ତଙ୍କୁ ଏମିତି ରାୟ ଶୁଣାଇଲେ….

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ସିଭିଲ କୋର୍ଟ ସିନିୟର ଡିଭିଜନ କୋର୍ଟରେ ଏକ ମାମଲାର ଚୂଡାନ୍ତ ଶୁଣାଣି ହୋଇଛି। ଗତ ୨ ବର୍ଷ…

କାର ବାଇକ୍ ମୁହାମୁହିଁ ଧକ୍କା,ଦୁଇ ଗୁରୁତର

ଗୁଣପୁର,୧୪।୮( ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ବ୍ଲକ ଜଗନ୍ନାଥପୁର ରୋଡ ଠାରେ ବାଇକ୍ କାର ମୁହାଁ ମୁହିଁ ଯୋଗୁଁ ଦୁଇ ବାଇକ୍ ଆରୋହୀ ଗୁରୁତର ହୋଇ…

୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ମୋହନା,୧୪ା୮(ମନ୍ମଥ ମିଶ୍ର): ଗୋପଟିମା ଓ କୁଟିଗୁଡ଼ା ଗାଁ ମଧ୍ୟରେ ଥିବା ଜଙ୍ଗଲରୁ ମୋହନା ପୋଲିସ ୩ କୁଇଣ୍ଟାଲରୁ ଊର୍ଦ୍ଧ୍ୱ (୩୦୩ କିଲୋ ୬୦୦ ଗ୍ରାମ) ଗଞ୍ଜେଇ ଜବତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri