୯ ବର୍ଷରେ ୧୧୪ ଅଙ୍ଗନୱାଡି ଗୃହ ଅସମ୍ପୂର୍ଣ୍ଣ
ଖଇରା,୨୯।୧୦ ଉତ୍କଳବନ୍ଧୁ ପଣ୍ଡା: ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନରେ ବିଭିନ୍ନ ସମସ୍ୟା ଯୋଗୁ ୯ବର୍ଷ ମଧ୍ୟରେ ୧୧୪ ନୂତନ ଅଙ୍ଗନୱାଡି କେନ୍ଦ୍ର ଗୃହ ଅସମ୍ପୂର୍ଣ୍ଣ ରହିଛି। ଆବଶ୍ୟକ ସରକାରୀ ଜାଗା ଉପଲବ୍ଧ ନ ହେବା, କାର୍ଯ୍ୟଗ୍ରାହୀମାନେ ଯଥା ସମୟରେ ବିଲ୍…
କ୍ୟୁଆର୍ କୋଡ୍ ନ ଥିଲେ ଖାଦ୍ୟ ସାମଗ୍ରୀ ବିକ୍ରି ମନା
କଟକ ଅଫିସ, ୨୯ା୧୦: ବିଭିନ୍ନ ପ୍ଲାଷ୍ଟିକ, ଟିଣ ଓ ମାଟିରେ ମିଶୁ ନ ଥିବା ଖାଦ୍ୟ ସାମଗ୍ରୀ ପ୍ୟାକିଂରେ କ୍ୟୁଆର୍ କୋର୍ଡ ଲାଗିବ। ଜନସାଧାରଣ ଉକ୍ତ ସାମଗ୍ରୀକୁ ଧାର୍ଯ୍ୟ ମୂଲ୍ୟଠାରୁ ଅଧିକ ୫ ଟଙ୍କା ଦେଇ କିଣିବେ। ଉକ୍ତ ସାମଗ୍ରୀକୁ ନିର୍ଦ୍ଦିଷ୍ଟ…
ଝୁମର ନୃତ୍ୟ ତାଳରେ ନାଚିଲେ ବିଧାୟିକା
ଚମ୍ପୁଆ,୨୯ା୧୦(ଡି.ଏନ.ଏ): କେନ୍ଦୁଝର ଜିଲା ଚମ୍ପୁଆ ବ୍ଲକ୍ ଅନ୍ତର୍ଗତ ମହେଶ୍ୱରପୁର ଗ୍ରାମରେ କୁଡୁମୀ ମହାନ୍ତ ସମ୍ପ୍ରଦାୟର ମୁଖ୍ୟ ପର୍ବ ବାନ୍ଦନା ପରବ ପାଳିତ ହୋଇଯାଇଛି। ୩ ଦିନ ଧରି ଅନୁଷ୍ଠିତ ଉକ୍ତ ପର୍ବର ପ୍ରଥମ ଦିନରେ ଗୋଠାଣି ପୂଜା, ବଳଦମାନଙ୍କୁ ନେଇ ଅଣ୍ଡା…
ସହରରେ ପାହାଡ଼ି ପରିବା ଚାହିଦା
କେନ୍ଦୁଝର,୨୯ା୧୦ ନରେଶ ଚନ୍ଦ୍ର ପଟ୍ଟନାୟକ: ଦୁଇ ବର୍ଷ କୋଭିଡ୍ କଟକଣା ପରେ ବନବାସୀମାନେ ବଣପାହାଡ଼ରୁ ପନିପରିବା ଆଣି କେନ୍ଦୁଝର ସହରରେ ବିକ୍ରି କରୁଛନ୍ତି। ସମ୍ପ୍ରତି କେନ୍ଦୁଝର ବଜାରରେ ପରିବା ଦର ଆକାଶଛୁଆଁ ଥିବା ବେଳେ ପାହାଡ଼ି ପରିବାର ଚାହିଦା ବଢ଼ୁଥିବା ଦେଖିବାକୁ…
୧୦ କେ.ଜି. ବ୍ରାଉନ୍ସୁଗାର ଜବତ
ବାଲେଶ୍ୱର ଅଫିସ,୨୯ା୧୦: ବାଲେଶ୍ୱର ସହରର ଫୁଲାଡ଼ିସ୍ଥିତ କାସିମପୁର ପଡ଼ିଆରେ ବ୍ରାଉନ୍ସୁଗାର କାରବାର ବେଳେ ସହଦେବଖୁଣ୍ଟା ମଡେଲ ଥାନା ପୋଲିସ ଚଢ଼ାଉ କରି ୬ ବେପାରୀଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ୧୦କେ.ଜି. ବ୍ରାଉନସୁଗାର ଜବତ ହୋଇଛି। ଏହାର ମୂଲ୍ୟ ୧୧ କୋଟି ଟଙ୍କା…
୫-ଟି ରୂପାନ୍ତରିତ ସ୍କୁଲ୍ ଛାତରୁ ଖସିଲା ପ୍ଲାଷ୍ଟର
କେନ୍ଦୁଝର/ଢେଙ୍କିକୋଟ, ୨୯ା୧୦(ସ୍ବ.ପ୍ର./ଡି.ଏନ୍.ଏ): କେନ୍ଦୁଝର ଜିଲା ଘଟଗାଁ ବ୍ଲକ୍ ଅନ୍ତର୍ଗତ ଢେଙ୍କିକୋଟସ୍ଥିତ ସତ୍ୟ ନାରାୟଣ(ଏସ୍ଏନ୍) ବିଦ୍ୟାପୀଠ ହାଇସ୍କୁଲର ଷ୍ଟାଫ୍ କମନରୁମ୍ (କର୍ମଚାରୀ ସାଧାରଣ ପ୍ରକୋଷ୍ଠ)ର ସିଲିଂ ପ୍ଲାଷ୍ଟର ଖସି ପଡ଼ିଛି। ସେଠାରେ ବସିଥିବା ଶିକ୍ଷକ ଅଳ୍ପକେ ବର୍ତ୍ତିଯାଇଛନ୍ତି। ସିଲିଂ ପଡ଼ିବା ଶବ୍ଦ ଶୁଣି…
ବେଆଇନ ମଣ୍ଡପ ସିଲ୍
ବାରିପଦା ଅଫିସ,୨୯।୧୦: ମୟୂରଭଞ୍ଜ ଜିଲା ବାରିପଦା ପୌରପାଳିକାର ବିନା ଅନୁମତିରେ ବେଆଇନ ଭାବେ ଚାଲିଥିବା ଦୁଇଟି କଲ୍ୟାଣ ମଣ୍ଡପ ଓ ଗୋଟିଏ ନିର୍ମାଣାଧୀନ କୋଠାକୁ ଶୁକ୍ରବାର ପ୍ରଶାସନ ସିଲ୍ କରିଛି। ମ୍ୟୁନିସିପାଲିଟିର ନିର୍ବାହୀ ଅଧିକାରୀ ତଥା ଉପଜିଲାପାଳ ଅନ୍ୟା ଦାସଙ୍କ ସହ…
ଅଭିଯୁକ୍ତଙ୍କୁ ଫାଶୀ ଦେବାକୁ ଅନୁରୋଧ କଲେ ମମିତାଙ୍କ ମାଆ
ବଲାଙ୍ଗୀର ଅଫିସ/ କଣ୍ଟାବାଞ୍ଜି, ୨୯ା୧୦ (ଡି.ଏନ୍.ଏ.): ବହୁଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାର ଶୁଣାଣି ପ୍ରକ୍ରିୟାରେ ଶୁକ୍ରବାର କଣ୍ଟାବାଞ୍ଜି ଏଡିଜେ କୋର୍ଟରେ ମୃତା ମମିତା ମେହେରଙ୍କ ମା’ ତୁଳସୀ ମେହେର ଏବଂ ଜଣେ ସମ୍ପର୍କୀୟଙ୍କ ବୟାନ ରେକର୍ଡ କରାଯାଇଥିବା ଜଣାପଡିଛି। କୋର୍ଟକୁ…
ମାଈ ହାତୀର ମୃତଦେହ ଠାବ
ବଇଣ୍ଡା/ ମାଧପୁର, ୨୯ା୧୦ (ଡି.ଏନ.ଏ.): ଅନୁଗୋଳ ଜିଲା ଆଠମଲ୍ଲିକ ବନଖଣ୍ଡ ବାମୁର ରେଞ୍ଜ ଶାନ୍ତିପୁର ଜଙ୍ଗଲରୁ ଶୁକ୍ରବାର ଏକ ମାଈ ହାତୀର ମୃତଦେହ ବନ ବିଭାଗ ଠାବ କରିଛି। ମୃତ ହାତୀର ବୟସ ୩୦ ବର୍ଷ ହେବ ବୋଲି ବିଭାଗ ଆକଳନ…
ଅଙ୍ଗନୱାଡି କେନ୍ଦ୍ରରେ ଉତ୍ତେଜନା
ରୂପସା,୨୯।୧୦(ଡି.ଏନ.ଏ.): ବାଲେଶ୍ୱର ଜିଲା ରୂପ୍ସା ଥାନା ଗଡ଼ପଦା ପଞ୍ଚାୟତ ଅଧୀନ ଜାମୁନିଆ ଅଙ୍ଗନୱାଡିି କେନ୍ଦ୍ରରେ ଶୁକ୍ରବାର ଉତ୍ତେଜନା ଦେଖାଦେଇଛି। ସକାଳେ ଏହି କେନ୍ଦ୍ରର ତାଲା ଖୋଲି ପିଲାଙ୍କ ଖାଦ୍ୟ ସାମଗ୍ରୀ, କାଠ ପଟା ଆଦି ଚୋରି କରାଯାଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।…
ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲା ହାତୀ ପ୍ରେମା
ବାରଙ୍ଗ,୨୯ା୧୦(ଡି.ଏନ୍.ଏ.): ପ୍ରାଣୀ ଉଦ୍ୟାନ ନନ୍ଦନକାନନର ଅନ୍ୟତମ ଆକର୍ଷକ ସାଜିଥିବା ମାଈ ହାତୀ ପ୍ରେମା ଶୁକ୍ରବାର ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛି। ନନ୍ଦନକାନନ କର୍ତ୍ତୃପକ୍ଷ ଓ ଡାକ୍ତରମାନଙ୍କ ଦ୍ୱାରା ଚାଲିଥିବା ଚିକିତ୍ସା କ୍ଷେତ୍ରରେ ସବୁପ୍ରକାର ଉଦ୍ୟମ କରାଯାଇଥିଲେ ମଧ୍ୟ ପ୍ରେମାକୁ ବଞ୍ଚାଇବାରେ ସକ୍ଷମ…
ମଧୁରଝୋଳ ଗାଁ ଶୂନ୍ଶାନ
କବିସୂର୍ଯ୍ୟନଗର,୨୯ା୧୦(ଡି.ଏନ.ଏ.): ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଥାନା କନିଆରୀ ପଞ୍ଚାୟତ ମଧୁରଝୋଳ ଗ୍ରାମରେ ଗୁଣିଗାରେଡିକୁ କେନ୍ଦ୍ରକରି ଗତ ବୁଧବାର ଜଣେ ମହିଳାଙ୍କୁ ହତ୍ୟା ସହ ୩ ପରିବାରକୁ ଆକ୍ରମଣ କରାଯାଇଥିଲା। ଏହି ଘଟଣାରେ ପୋଲିସ ଗୁରୁବାର ୩୩ ଜଣଙ୍କୁ ଗିରଫ କରଛି। ଏବେ…
Archives


