ଅଙ୍ଗନଓ୍ବାଡି କର୍ମୀଙ୍କ ନାମରେ ଉଠିଛି ଟଙ୍କା

କେନ୍ଦୁଝର, ୨୩।୪: (ସ୍ବ.ପ୍ର.) କେନ୍ଦୁଝର ଜିଲା ହରିଚନ୍ଦନପୁର ବ୍ଲକ୍‌ ଜଙ୍ଘିରା ପଞ୍ଚାୟତରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ଅର୍ଥ ହେର୍‌ଫେର କରାଯାଇଥିବା ଅଭିଯୋଗ ହୋଇଛି। ବିଭିନ୍ନ ଉନ୍ନୟନମୂଳକ କାମରେ ଆସୁଥିବା ଅର୍ଥକୁ ରାଜନୈତିକ ନେତା ଓ କେତେଜଣ ସରକାରୀ କର୍ମଚାରୀ ମିଳିମିଶି ତୋଷରପାତ କରୁଛନ୍ତି। କାର୍ଯ୍ୟ ନ ହୋଇ ଟଙ୍କା ଉଠିଥିବା ବେଳେ ଅଙ୍ଗନଓ୍ବାଡ଼ି କର୍ମୀଙ୍କ ନାମରେ ମଧ୍ୟ ଟଙ୍କା ଉଠାଯାଇଛି। ଏହାର ତଦନ୍ତ ଦାବିକରି ପଞ୍ଚାୟତବାସୀ ଶୁକ୍ରବାର ଜିଲାପାଳଙ୍କ ନିକଟରେ ଲିଖିତ ଭାବେ ଜଣାଇଛନ୍ତି।
ଅଭିଯୋଗ ମୁତାବକ, ୨୦୧୯-୨୦ରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ପଡ଼ିଆ ଚତ୍ତୁପାର୍ଶ୍ୱ ଉନ୍ନତି କରଣ (ପ୍ଲିଲ୍ଡ ବେଣ୍ଟ) କାମ ହୋଇ ବିଲ୍‌ ହୋଇଥିଲା। ମାତ୍ର ୨୦୨୨-୨୩ରେ ସେହି କାର୍ଯ୍ୟକୁ ଦେଖାଇ ଉଭୟ ଆଇଟିଡିଏ ଓ ପଞ୍ଚାୟତ ଫାଇଲ ଖୋଲି ୬,୩୬,୩୫୬ ଓ ୩,୨୯,୬୭୦ ଟଙ୍କା ବିଲ୍‌ କରି ହେର୍‌ଫେର କରାଯାଇଛି। ସେହିପରି ୨୦୨୨-୨୩ରେ ହାତିବାରୀ ସାହିରେ ଫିଲ୍ଡ ବେଣ୍ଡ ନିର୍ମାଣ, ୨୦୨୦-୨୧ରେ ଆର୍‌ଆଇ ଅଫିସ୍‌ଠାରୁ ରାଧାରମଣ ମନ୍ଦିର ରାସ୍ତାର ଉନ୍ନତୀକରଣ ଓ ଜଙ୍ଘିରା ହାଟର ଆଭ୍ୟନ୍ତରିଣ ରାସ୍ତାକାମ ହୋଇଥିବା ଦର୍ଶାଇ ୩ ଲକ୍ଷ ୧୦ ହଜାର ଟଙ୍କା, ୩ ଲକ୍ଷ ୮୦ ହଜାର ୬୧୦ ଟଙ୍କା ଓ ୪ ଲକ୍ଷ ୩୮ ହଜାର ୮୯୪ ଟଙ୍କା ବିଲ୍‌ କରାଯାଇଛି। ବାସ୍ତବରେ କିନ୍ତୁ କାମ ହୋଇନାହିଁ। ଏହାଛଡ଼ା ପାଟୋଳିକୋଠା ଗ୍ରାମ ପୋଖରୀର ପଙ୍କ ଉଦ୍ଧାର କାମ ସ୍ଥାନୀୟ ଲୋକମାନେ ମିଳିମିଶି କରିଥିବା ବେଳେ ସେବାବଦକୁ ୧ଲକ୍ଷ ୨୪ ହଜାର ୯୮୬ ଟଙ୍କା ବିଲ୍‌ କରାଯାଇ ହେରଫେର କରାଯାଇଥିବା ସେମାନେ ଅଭିଯୋଗପତ୍ରରେ ଦର୍ଶାଇଛନ୍ତି। ପୂର୍ତ୍ତ ବିଭାଗ ରାସ୍ତାରୁ ଢିପାସାହି ରାସ୍ତାର ଉନ୍ନତୀକରଣ କାମକୁ ମୋ ପୋଖରୀ ଯୋଜନାରେ ଖନନ ହୋଇଥିବା, ୪୦-୫୦ ଟ୍ରିପ୍‌ ଟ୍ରାକ୍ଟରରେ ମାଟି ବୋହି ରାସ୍ତାରେ ପକାଇ ୩ ଲକ୍ଷ ୬ ହଜାର ୩୬୦ ଟଙ୍କା ହେରଫେର କରାଯାଇଛି। ରାସ୍ତା ଅଦ୍ୟାବଧି ସମ୍ପୂର୍ଣ୍ଣ ହୋଇ ନ ଥିବାରୁ ଯାତାୟାତରେ ସମସ୍ୟା ସୃଷ୍ଟି ହେଉଛି। ସେହିପରି ଆର୍‌ଡି ରାସ୍ତାରୁ କ୍ରଶର ରୋଡ୍‌ ରାସ୍ତା ନିର୍ମାଣ କରି ୩ ଲକ୍ଷ ୯୪ ହଜାର ୪୨୦ ଟଙ୍କା ଖର୍ଚ୍ଚ କରାଯାଇଛି। ତେବେ ଏକ ଘରୋଇ କ୍ରଶର ସଂସ୍ଥା ରାସ୍ତା ବାବଦରେ ଏହି ଅର୍ଥ ଖର୍ଚ୍ଚ ବେଆଇନ ଭାବେ କରି ହେରଫେର କରାଯାଇଥିବା ଅଭିଯୋଗ କରିଛନ୍ତି। ପାଟୋଳିକୋଠା ଗ୍ରାମର ଅଙ୍ଗନଓ୍ବାଡ଼ି କର୍ମୀଙ୍କ ନାମରେ କାମ କରାଯାଇ ଟଙ୍କା ଉଠାଣ ହୋଇଛି। ତେବେ ସେ କେତେବେଳେ ପିଲାଙ୍କୁ ପାଠ ପଢ଼ାଇଲେ ଓ କାମ କଲେ ତାହାର ତଦନ୍ତ କରାଗଲେ ସତ୍ୟାସତ୍ୟ ଜଣାପଡ଼ିବ ବୋଲି କହିଛନ୍ତି। ଏଭଳି ବହୁ ଦୃଷ୍ଟାନ୍ତ ରହିଥିବାରୁ ସବୁ କାମର ତଦନ୍ତ କରିବାକୁ ପୂର୍ଣ୍ଣମୀ ନାଏକ, ଶଶିଭୂଷଣ ବାରିକ, ବୈଲୋଚନ ପରିଡ଼ା ପ୍ରମୁଖ ଲିଖିତ ଦାବିପତ୍ର ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀକୁ ବେଆଇନ ମଦ ଚାଲାଣ ବେଳେ ମାଡ଼ିବସିଲା ରମ୍ଭା ପୋଲିସ: କାର ସହ ୪୦୦ ଲିଟର ମଦ ଜବତ, ୩ ଗିରଫ

ରମ୍ଭା,୨୯।୯(ବିଦ୍ୟାଧର ସାହୁ): ପୁରୀ ଜିଲାକୁ ବେଆଇନ ଭାବେ କାର୍‌ ଯୋଗେ ମଦ ଚାଲାଣ ହେଉଥିବା ବେଳେ ରମ୍ଭା ଥାନା ପୋଲିସ ହାତରେ ଧରାପଡ଼ିଛନ୍ତି ମଦ ଚାଲାଣକାରୀ। ପୋଲିସ…

ବେଲଘର ଜଙ୍ଗଲରୁ ଛେଳି ଗୋଠ ସହ ଚାଲିଆସିଲା ହରିଣ ଛୁଆ: ଉଦ୍ଧାର ପରେ ଜଙ୍ଗଲରେ ଛାଡ଼ିଲା ବନ ବିଭାଗ

ବାଲିଗୁଡ଼ା/ତୁମୁଡ଼ିବନ୍ଧ,୨୯।୯ (ସଞ୍ଜୟ କୁମାର ପାଣିଗ୍ରାହୀ/ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ବ୍ଲକ୍ ଅନ୍ତର୍ଗତ ବେଲଘର ବନାଞ୍ଚଳରୁ ମଙ୍ଗଳବାର ସକାଳୁ ଏକ ହରିଣ ଛୁଆକୁ ସୁରକ୍ଷିତ ଭାବେ…

ବୁଧଙ୍କ ଓଲଟା ଚାଲି: ଅକ୍ଟୋବରରେ ଏହି ୩ ରାଶିଙ୍କ ବଢ଼ିବ ଟେନସନ, ପାଖରୁ ପଳେଇବ ସବୁ ଟଙ୍କା!

ବୁଧଙ୍କ ରାଶି ପରିବର୍ତ୍ତନ ସହିତ ତାଙ୍କର ମାର୍ଗୀ ଏବଂ ବକ୍ରୀ ହେବା ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିକୋଣରୁ ବିଶେଷ ମହତ୍ତ୍ୱ ବହନ କରେ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ବୁଧଙ୍କ…

ବେଲଗୁଣ୍ଠା ଏନ୍‌ଏସିର ନୂଆ ଉପାଧ୍ୟକ୍ଷା ପ୍ରିୟମ୍ବଦା ସାମଲ: ନିର୍ବିରୋଧ ନିର୍ବାଚିତ, ୨ ବର୍ଷ ପରେ…

ବେଲଗୁଣ୍ଠା,୨୯।୯(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି)ର ଉପାଧ୍ୟକ୍ଷା ପଦବୀ ପାଇଁ ମଙ୍ଗଳବାର ଉପ-ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇଛି। ଏଥିରେ ୪ ନମ୍ବର…

କ୍ରେନ ତଳେ ଚାପି ହୋଇ ଗଞ୍ଜାମର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ଗଞ୍ଜାମ,୨୯।୯(ଅନାଥ ତରାଇ): ପେଟ ପାଇଁ ଆନ୍ଧ୍ରପ୍ରଦେଶର ତିରୁପତି ଯାଇଥିବା ଗଞ୍ଜାମ ଜିଲାର ଜଣେ ପ୍ରବାସୀ ଶ୍ରମିକଙ୍କର ଏକ ଅଭାବନୀୟ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ…

ଏସିଡ ଆକ୍ରମଣ ବିରୋଧରେ ସଚେତନତା ସଭା ଓ ପଥପ୍ରାନ୍ତ ନାଟକ, ଛାତ୍ରୀଛାତ୍ର ସମ୍ୱର୍ଦ୍ଧିତ

ଥୁଆମୂଳ ରାମପୁର, ୨୯।୯ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତାଲୁକ ଆଇନ ସେବା ସମିତି (T.L.S.C.) ଆନୁକୂଲ୍ୟରେ ମଙ୍ଗଳବାର କୋର୍ଟ ସାମ୍ନା ମଣ୍ଡପଠାରେ ଏସିଡ…

ହଜିଗଲା ମାନବିକତା: ଗଞ୍ଜାମରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଲା ନିରାଶ୍ରୟା ବୃଦ୍ଧାଙ୍କ ମୃତଦେହ

ଗଞ୍ଜାମ,୨୯।୯(ଅନାଥ ତରାଇ ): ଗଞ୍ଜାମ ସହରରୁ ଆସିଥିବା ଏକ ହୃଦୟବିଦାରକ ଦୃଶ୍ୟ ଆଜି ସମାଜର ମୁଖା ଖୋଲିଦେଇଛି। ବଜାରର ଭିଡ଼ ମଝିରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଥିଲା…

ବଦଳିବ ଭଞ୍ଜନଗର ପର୍ଯ୍ୟଟନର ଚେହେରା: ଗଠନ ହେବ ଉପଖଣ୍ଡ ସ୍ତରୀୟ କମିଟି, ବୋଟିଂ-ଭାସମାନ ରେଷ୍ଟୁରାଣ୍ଟ…

ଭଞ୍ଜନଗର,୨୯।୯(ବାବୁଲା ପ୍ରଧାନ): ଭଞ୍ଜନଗର ଉପଖଣ୍ଡରେ ପର୍ଯ୍ୟଟନର ସାମଗ୍ରିକ ବିକାଶ, ପ୍ରମୁଖ ପର୍ଯ୍ୟଟନ ସ୍ଥଳୀଗୁଡ଼ିକର ଭିତ୍ତିଭୂମି ସୁଦୃଢ଼ୀକରଣ ଏବଂ ପର୍ଯ୍ୟଟକମାନଙ୍କୁ ଉନ୍ନତ ସୁବିଧା ପ୍ରଦାନ ନେଇ ମଙ୍ଗଳବାର ଉପଜିଲାପାଳଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?