ସୋଲଗଁାରେ ଖୋଲିବ ଏକଲବ୍ୟ ସ୍କୁଲ

ପରଜଙ୍ଗ, ୨୩।୪: (ଡି.ଏନ୍‌.ଏ.) ଢେଙ୍କାନାଳ ଜିଲାର ଆଦିବାସୀ ଅଧ୍ୟୁଷିତ କଙ୍କଡ଼ାହାଡ଼ ବ୍ଲକ ଅନ୍ତର୍ଗତ ସୋଲଗଁାରେ ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ ଖୋଲିବ। କେନ୍ଦ୍ର ଆଦିବାସୀ ବ୍ୟାପାର ଓ ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ଇଂ. ବିଶ୍ବେଶ୍ୱର ଟୁଡୁ ଶନିବାର ଏହାର ଭୂମିପୂଜନ କରିଛନ୍ତି। ଏ ସମ୍ପର୍କରେ ସୂଚନା ଦେଇ ମନ୍ତ୍ରୀ କହିଲେ, ଆଦିବାସୀ ପିଲାଙ୍କ ସ୍ବପ୍ନ ସାକାର କରିବା ଏବଂ ଶିକ୍ଷାର ବିକାଶ ପାଇଁ ସମ୍ପୂର୍ଣ୍ଣ ନବୋଦୟ ଢାଞ୍ଚାରେ ଏହି ଇଂଲିଶ ମାଧ୍ୟମ ମଡେଲ ରେସିଡେନ୍ସିଆଲ ସ୍କୁଲର ପରିକଳ୍ପନା କରାଯାଇଛି। ୧୩ ଏକର ଜମିରେ ନିର୍ମାଣ ହେବାକୁ ଥିବା ଏହି ସ୍କୁଲରେ ୪୮୦ ଆଦିବାସୀ ଛାତ୍ରୀଛାତ୍ର ନିଃଶୁଳ୍କ ଶିକ୍ଷାଲାଭ କରିପାରିବେ। ସେମାନଙ୍କ ଲାଗି ହଷ୍ଟେଲ ସୁବିଧା ମଧ୍ୟ ରହିବ। ଓଡ଼ିଶାରେ ୮୭ଟି ଏକଲବ୍ୟ ମଡେଲ ରେସିଡେନ୍ସିଆଲ ସ୍କୁଲର ପ୍ରାରମ୍ଭିକ ପରିକଳ୍ପନା କରାଯାଇଛି। ପ୍ରାୟ ୫୦ରୁ ଊଦ୍ଧର୍‌ବ ବିଦ୍ୟାଳୟ କାମ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଥିବା କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ପ୍ରକାଶ କରିଛନ୍ତି।
ଆୟୋଜିତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଏମ୍‌ପି ମହେଶ ସାହୁ, ପରଜଙ୍ଗ ବିଧାୟକ ଡା. ନୃସିଂହ ଚରଣ ସାହୁ, ବ୍ଲକ ଅଧ୍ୟକ୍ଷା ଚାରୁଲତା ମିଶ୍ର, ଉପାଧ୍ୟକ୍ଷା ଦୀପା ସାହୁ, ଅତିରିକ୍ତ ଜିଲାପାଳ ରମେଶ ଚନ୍ଦ୍ର ସେଠୀ, ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ ତନ୍ମୟ କୁମାର ଦରୱାନ, କାମାକ୍ଷାନଗର ଉପଜିଲାପାଳ ଜ୍ୟୋତିଶଙ୍କର ସାହୁ, ପୂର୍ବତନ ରାଜ୍ୟ ସଭା ସଦସ୍ୟ ରୁଦ୍ରନାରାୟଣ ପାଣି, ବ୍ଲକ ପ୍ରଶାସନର ଅଧିକାରୀ ଏବଂ ଜନପ୍ରତିନିଧି ଉପସ୍ଥିତ ଥିଲେ। କାମାକ୍ଷାନଗର ଏସ୍‌ଡିପିଓ ରଞ୍ଜନ କୁମାର ଦେଙ୍କ ନେତୃତ୍ୱରେ ଶାନ୍ତିଶୃଙ୍ଖଳା ରକ୍ଷାରେ ପୋଲିସ ମୁତୟନ ହୋଇଥିଲେ। ଏଥିପୂର୍ବରୁ ମନ୍ତ୍ରୀଙ୍କୁ ଆଦିବାସୀ ନୃତ୍ୟର ତାଳେତାଳେ ସଭାସ୍ଥଳକୁ ପାଛୋଟି ନିଆଯାଇଥିଲା। ବରିଷ୍ଠ ନେତା ବିଭୂତି ଭୂଷଣ ପ୍ରଧାନ, ଅଶୋକ ମହାନ୍ତି ପ୍ରମୁଖ ବହୁ ଭାଜପା ନେତା ଓ କର୍ମୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ମଣ୍ଡିରୁ ଆସିଲା ଚିନ୍ତାଜନକ ଚିତ୍ର: ବିକ୍ରି ଧାନରୁ ବାହାରିଲାଣି ଗଜା, ଚାଷୀଙ୍କୁ ମିଳିନି ପ୍ରାପ୍ୟ; କଟନୀ-ଛଟନୀ…

ବରଗଡ଼,୨।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ଗତମାସ ୩୦ତାରିଖରୁ ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ସରିଯାଇଛି। କିନ୍ତୁ ବିଭାଗୀୟ ଅବ୍ୟବସ୍ଥା ଯୋଗୁ ଏପର୍ଯ୍ୟନ୍ତ ଧାନ କିଣାବିକାରେ ଚାଷୀଙ୍କ ଦୁଃଖ…

ସିଂହ ରାଶିରେ ଶୁକ୍ରଙ୍କ ଗୋଚର: ଜୁଲାଇ ୪ରୁ ଚମକିବ ଏହି ୪ ରାଶିର ଭାଗ୍ୟ, ଧନଲାଭ ସହ ମିଳିବ ସୁଖ-ସମୃଦ୍ଧି

ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ର ଗ୍ରହଙ୍କୁ ସୁଖ, ସମୃଦ୍ଧି, ପ୍ରେମ, ସୌନ୍ଦର୍ଯ୍ୟ ଓ ଭୌତିକ ସୁଖ-ସୁବିଧାର କାରକ ବୋଲି କୁହାଯାଏ। ଯେତେବେଳେ ବି ଶୁକ୍ର ନିଜର ରାଶି ପରିବର୍ତ୍ତନ…

ଗଜପତି ଜିଲା ଭାରତୀୟ ଜନତା ପାର୍ଟି ଯୁବମୋର୍ଚ୍ଚାର ନୂଆ ଟିମ ଘୋଷିତ

ମୋହନା,୨।୭,( ମନ୍ମଥ ମିଶ୍ର ): ଭାରତୀୟ ଜନତା ପାର୍ଟିର ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡାଙ୍କ ସୁପାରିଶ ଓ ଗଜପତି ଜିଲା ସଭାପତି ନବ କିଶୋର…

ଜୁଆ ଖେଳୁଥିବା ସମୟରେ ବାଲାଜୀ ରାଇସ ମିଲରେ ପୋଲିସର ଚଢ଼ାଉ

ରିଷିଡା, ୨।୭,(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ଅନ୍ତର୍ଗତ ଗଜବାହଲ ପଞ୍ଚାୟତ ସ୍ଥିତ ବାଲାଜୀ ରାଇସ ମିଲ ଭିତରେ ଗୁରୁବାର କୌଣସି ସୂତ୍ରରୁ ଖବର ପାଇ…

ଘରେ ପାଠ ପଢିବାକୁ କହିବାରୁ ରାଜି ନ ହୋଇ ଚରମ ପଦକ୍ଷେପ ନେଲେ ନାବାଳିକା

ଦାରିଙ୍ଗବାଡି, ୨।୭, (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଘଟିଯାଇଛି ବଡ଼ ଅଘଟଣ ଜଣେ ଯୁକ୍ତ ୨ ପଢୁଥିବା ଛାତ୍ରୀ ପାଠ ପଢିବାକୁ…

ଜାତୀୟ ରାଜପଥର ଫୁଟ୍‌ପାଥରୁ ଲୁହା ରେଲିଂ କାଟି ନେଇଗଲେ ଦୁର୍ବୃତ୍ତ, ଠିକାସଂସ୍ଥାର ପ୍ରକଳ୍ପ ଅଧିକାରୀ କହିଲେ…

ଦାରିଙ୍ଗବାଡ଼ି,୨ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଦେଇ ଯାଇଥିବା ଗୋପାଳପୁରଠାରୁ ରାଇପୁର ରାସ୍ତାର ସିମନବାଡ଼ି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ନିକଟରେ ରାଜପଥର ଫୁଟ୍‌ପାଥରେ ଲାଗିଥିବା ଲୁହା ରେଲିଂଗୁଡିକୁ…

ଜାପାନ ପ୍ରଧାନମନ୍ତ୍ରୀ ସାନାଏ ତାକାଇଚିଙ୍କୁ ‘ସାନ ଭଉଣୀ’ ବୋଲି କାହିଁକି କହିଲେ ପ୍ରଧାନମନ୍ତ୍ରୀ ମୋଦି? ଜାଣନ୍ତୁ ସମ୍ପୂର୍ଣ୍ଣ କାହାଣୀ

ନୂଆଦିଲ୍ଲୀ,୨।୭: ଭାରତ ଏବଂ ଜାପାନ ମଧ୍ୟରେ ସମ୍ପର୍କକୁ ଗୁରୁବାର ଏକ ଗଭୀର ବ୍ୟକ୍ତିଗତ ଏବଂ ଭାବପ୍ରବଣ ମୁହୂର୍ତ୍ତ ଭାବରେ ଚିହ୍ନିତ କରିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇଥର…

ଅଙ୍ଗନଓ୍ବାଡ଼ି ପାଚିକାଙ୍କୁ ରୋଷେଇ କରିବାକୁ ବିରୋଧ, ଅଭିଯୋଗ ଆଣି କହିଲେ ମୋ’ ହାତରୁ…

ଝାରବନ୍ଧ,୨ା୭(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ଥାନା ଅନର୍ଗତ ଦଓ୍ବୋନପାଲି ଗ୍ରାମରେ ଜାତିବାଦକୁ ନେଇ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଅଭିଯୋଗ ଅନୁଯାୟୀ, ଦଓ୍ବୋନପାଲି ଗ୍ରାମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri