ଜଳସେଚନ ପାଇଁ କ୍ଷେତ ପୋଖରୀ, ଗଭୀର କୂଅ

ସୁନ୍ଦରଗଡ଼, ୨୩।୪: (ଡି.ଏନ.ଏ.) ଚାଷଜମିକୁ ଜଳ, ଚାଷୀଙ୍କୁ ବଳ। ଏହାକୁ ଦୃଷ୍ଟିରେ ରଖି ସୁନ୍ଦରଗଡ଼ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ) ପକ୍ଷରୁ ବିଶେଷ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଜନଜାତି ବର୍ଗର ଚାଷୀଙ୍କ ଜମିକୁ ଜଳସେଚନ ସୁବିଧା ଲାଗି କ୍ଷେତ ପୋଖରୀ ଏବଂ ଗଭୀର କୂଅ ଖୋଳିବା ଲାଗି ପ୍ରୋତ୍ସାହନ ଦିଆଯାଉଛି। ସୁନ୍ଦରଗଡ଼ ଜିଲାରେ ଭଲ ଫସଲ ଅମଳ ପାଇଁ ଜଳସେଚନର ଆବଶ୍ୟକତା ରହିଥିବାରୁ ଚାଷୀଙ୍କ ଜମିରେ କ୍ଷେତ ପୋଖରୀ ଏବଂ ଗଭୀର କୂଅ ଖୋଳାଯାଉଛି। ଏହା ସୁନ୍ଦରଗଡ଼ ଆଇଟିଡିଏ ଅଧୀନରେ ଥିବା ସମସ୍ତ ୯ଟି ବ୍ଳକରେ କାର୍ଯ୍ୟକାରୀ କରାଯାଉଛି। ଏହା ଦ୍ୱାରା ଚାଷ ଜମିକୁ ନିରନ୍ତର ଭାବେ ଜଳସେଚନର ସୁବିଧା ମିଳିପାରୁଛି। ‘ଆଦିବାସୀ ବର୍ଗର ଚାଷୀମାନଙ୍କ ସୁବିଧା ଲାଗି ଆଇଟିଡିଏ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ସେଥିମଧ୍ୟରୁ ଜଳସେଚନ ହେଉଛି ଏକ ପ୍ରମୁଖ କାର୍ଯ୍ୟକ୍ରମ। ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ହିତାଧିକାରୀମାନଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ଜମିରେ କ୍ଷେତ ପୋଖରୀ ଏବଂ ଗଭୀର କୂଅ ଖୋଳାଯାଉଛି। ଏଥିରେ ସ୍ଥାନୀୟ ଶ୍ରମଜୀବୀମାନଙ୍କୁ ଯୋଡ଼ି ସେମାନଙ୍କୁ ଜୀବିକା ଦିଆଯାଉଛି ବୋଲି ସୁନ୍ଦରଗଡ଼ ଆଇଟିଡିଏର ପ୍ରକଳ୍ପ ପ୍ରଶାସକ ରାମକୃଷ୍ଣ ଗଣ୍ଡ କହିଛନ୍ତି। ୨୦୨୦-୨୧ ବର୍ଷରୁ ୨୦୨୨-୨୩ ଭିତରେ ମୋଟ ୪୭ଟି କ୍ଷେତ ପୋଖରୀ ଖୋଳା ଯାଇଛି। ସେହିପରି ୮୫ଟି ଗଭୀର କୂଅ ଖୋଳାଯାଇଛି। ଏହି କ୍ଷେତ ପୋଖରୀ ଏବଂ ଗଭୀର କୂଅ ଖୋଳିବା ଲାଗି ଚାଷୀମାନେ ଗ୍ରାମସଭା ଜରିଆରେ ଆବେଦନ କରୁଛନ୍ତି। ଗ୍ରାମସଭାରେ ଏହା ପାରିତ ହେବା ପରେ ଆଇଟିଡିଏର ଅଧିକାରୀ କ୍ଷେତ୍ର ଅନୁଧ୍ୟାନ କରି ଯୋଗ୍ୟ ହିତାଧିକାରୀ ଚିହ୍ନଟ କରୁଛନ୍ତି।
‘ଆଗରୁ ଚାଷ କାମ ଲାଗି ବର୍ଷା ଜଳ ଏକମାତ୍ର ଭରସା ଥିଲା। ହେଲେ ଏବେ ମୋ’ ଜମିରେ କ୍ଷେତ ପୋଖରୀ ଖୋଳାଯାଇଛି। ଚାଷ କାମରେ ଆଉ ଅସୁବିଧା ହେଉନାହିଁ। ପୋଖରୀରୁ ପାଣି ଉଠାଇ ବିଭିନ୍ନ ପ୍ରକାରର ପନିପରିବା ଚାଷ କରୁଛି। ଅମଳ ହେଉଥିବା ପନିପରିବାକୁ ପାଖ ବଜାରରେ ବିକ୍ରି କରି ଭଲ ଦି’ପଇସା ରୋଜଗାର କରୁଛି ବୋଲି ଲେଫ୍ରିପଡ଼ା ବ୍ଲକ ମଗରକୁଣ୍ଡା ଗ୍ରାମର ଜଣେ ଚାଷୀ ଡିଲେଶ୍ୱର ପ୍ରଧାନ କହିଛନ୍ତି। ‘ଆଇଟିଡିଏର ପ୍ରୋତ୍ସାହନ ଫଳରେ ମୋ’ ଜମିରେ ଗୋଟିଏ କୂଅ ଖୋଳିଛି। ଏଥିରୁ ମୁଁ ମୋ’ ଚାଷଜମିକୁ ସୁବିଧାରେ ପାଣି ମଡ଼ାଇ ପାରୁଛି। ଜଳସେଚନ ଲାଗି ଆଗରୁ ଯେଉଁ ଅସୁବିଧା ଥିଲା ତାହା ଦୂର ହୋଇପାରିଛି ବୋଲି କହନ୍ତି ସବଡେଗା ବ୍ଲକ ଭଗପାଲି ଗ୍ରାମର ଜଣେ ମହିଳା ଚାଷୀ ଚୁମକି ନାଏକ। ଜିଲାର ଚାଷୀମାନଙ୍କ ଜୀବିକାକୁ ଏକ ନୂଆ ଦିଗ ଦେଖାଇବାରେ ଏହି ଜଳସେଚନ ପ୍ରକଳ୍ପ ପ୍ରମୁଖ ଭୂମିକା ଗ୍ରହଣ କରିଛି। ତା’ଛଡ଼ା ଭୂତଳ ଜଳସ୍ତର ହ୍ରାସକୁ ନିୟନ୍ତ୍ରଣ କରିବା ସହିତ ମୃତ୍ତିକା ସଂରକ୍ଷଣ ଆଦି ଦିଗରେ ମଧ୍ୟ ଏହା ବିଶେଷ ସହାୟକ ହେଉଛି। ସୁନ୍ଦରଗଡ଼ରେ କ୍ଷେତ ପୋଖରୀ ଏବଂ କୂଅ ଖୋଳାଯିବା ଫଳରେ ଚାଷଜମି ଆଉ ଆଗଭଳି ପଡ଼ିଆ ପଡୁନାହିଁ। ବର୍ଷ ସାରା ଜମିରେ ବିଭିନ୍ନ ପ୍ରକାରର ଫସଲ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

୨୧୦ କେଜି ଗଞ୍ଜେଇ ଜବତ, ୮ ଗିରଫ: କନ୍ଧମାଳରୁ ରାଜ୍ୟ ବାହାରକୁ ହେଉଥିଲା ଚାଲାଣ

ଭଞ୍ଜନଗର, ୨୫।୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଏକ ବଡ଼ ଧରଣର ଗଞ୍ଜେଇ ଚାଲାଣ ମାମଲା ଠାବ କରି ୨୧୦ କେଜି ଗଞ୍ଜେଇ ଜବତ କରିଛି।…

ଆଉ ୭ ଦିନ ପରେ ଘଟିବାକୁ ଯାଉଛି ଏମିତି: ୪ ରାଶିଙ୍କ ଜୀବନରେ ପୁଣି ଫେରିବ ପୁରୁଣା ପ୍ରେମ! ଶୁକ୍ର କରିବେ…

୨ ସେପ୍ଟେମ୍ବର ୨୦୨୬ରେ ଶୁକ୍ର ତୁଳା ରାଶିରେ ପ୍ରବେଶ କରିବେ। ପ୍ରେମ ଓ ସମ୍ପର୍କର କାରକ ଶୁକ୍ରଙ୍କ ନିଜ ରାଶିରେ ପ୍ରବେଶକୁ ଜ୍ୟୋତିଷ ଦୃଷ୍ଟିରୁ ବେଶ ବିଶେଷ…

ଜେଲ ଯିବେ ତରୁଣ ତେଜପାଲ, ସୁପ୍ରିମକୋର୍ଟରୁ ଲାଗିଲା ବଡ଼ ଝଟକା

ନୂଆଦିଲ୍ଲୀ,୨୫।୮: ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପୂର୍ବତନ ତେହେଲକା ସମ୍ପାଦକ ତରୁଣ ତେଜପାଲଙ୍କୁ ସୁପ୍ରିମକୋର୍ଟ ତୁରନ୍ତ ଆଶ୍ୱସ୍ତି ଦେବାକୁ ମନା କରିଦେଇଛନ୍ତି। କୋର୍ଟ ତାଙ୍କୁ ଦୁଇ…

ପାଣି ପକାଉଥିବା ବେଳେ ମାରିଲା କରେଣ୍ଟ, ଚାଲିଗଲା ବଳରାମଙ୍କ ଜୀବନ

ପୁରୁଷୋତ୍ତମପୁର,୨୫ା୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶିକୁଳା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ବିଦ୍ଯୁତ ଆଘାତରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ…

ପୁଟିନଙ୍କ ବଡ଼ ପ୍ରତିଶ୍ରୁତି: ସଙ୍କଟ ସମୟରେ ଭାରତକୁ ଯୋଗାଇବ…ବିଶ୍ୱରେ ହଇଚଇ

ନୂଆଦିଲ୍ଲୀ,୨୫।୮: ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ସୋମବାର ମସ୍କୋରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତ ସମୟରେ ଜୟଶଙ୍କର ରାଷ୍ଟ୍ରପତି ପୁଟିନଙ୍କୁ…

୧୫ ଦିନ ହେଲା ନିଖୋଜ ଥିଲେ ଯୁବକ, ପରିତ୍ୟକ୍ତକୁ ଘରୁ ମିଳିଲା…

କଟକ,୨୫।୮(ପ୍ରଭୁ କଲ୍ୟାଣ ପାଲ୍‌): ବାରଙ୍ଗ ଥାନା ଗୋଡ଼ିସାହିର ଏକ ପରିତ୍ୟକ୍ତ ଘରୁ ମଙ୍ଗଳବାର ପୋଲିସ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଜବତ କରିଛି। ଯୁବକ ଜଣକ ବାରଙ୍ଗ…

ରକ୍ଷାବନ୍ଧନ ପର୍ଯ୍ୟନ୍ତ ୩ ରାଶିଙ୍କୁ ବୁଧ ଦେବେ ଶୁଭ ଫଳ! ଅଚାନକ ଟଙ୍କା….

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୁଧ ଗ୍ରହକୁ ବୁଦ୍ଧି, ବାଣିଜ୍ୟ ଓ ଆର୍ଥିକ କାରବାରର କାରକ ଗ୍ରହ ବୋଲି ମନାଯାଏ । ବୁଧ ଏବେ କେତୁଙ୍କ ମଘା ନକ୍ଷତ୍ରରେ…

ଉଛୁଳୁଛି ସମୁଦ୍ର, ପୃଥିବୀ ଆଡକୁ ମାଡି ଆସୁଛି ବଡ଼ ‘ବିପର୍ଯ୍ୟୟ’? ବର୍ଷା-ବନ୍ୟା ଦେଉଛି ବିପଦର ବଡ଼ ସଙ୍କେତ

ନୂଆଦିଲ୍ଲୀ,୨୫।୮: ବିଶ୍ୱ ପାଣିପାଗ ଧାରାରେ ଦ୍ରୁତ ପରିବର୍ତ୍ତନ ହେଉଛି। କିଛି ଅଞ୍ଚଳ ପ୍ରବଳ ଗରମ ଅନୁଭବ କରୁଥିବା ବେଳେ, ଅନ୍ୟ ଅଞ୍ଚଳରେ ଅଳ୍ପ ସମୟ ମଧ୍ୟରେ ଏତେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri