ଘରେ ପଡ଼ିଛି ବୃଦ୍ଧଙ୍କ ମୃତଦେହ

ବେଲପଡା, ୨୩।୪: (ଡି.ଏନ.ଏ.) ବଲାଙ୍ଗୀର ଜିଲା ବେଲପଡା ବ୍ଳକ ନୁନହାଡ଼ ପଞ୍ଚାୟତ ଅନ୍ତର୍ଗତ ଡୁଙ୍ଗୁରିପାଲି କଲୋନୀ ପଡାର ଜଣେ ବୃଦ୍ଧଙ୍କ ମୃତଦେହ ୩୬ଘଣ୍ଟାରୁ ଉଦ୍ଧର୍‌ବ ସମୟ ହେଲା ତାଙ୍କ ଘରେ ପଡିରହିଛି। ହେଲେ ବୃଦ୍ଧଙ୍କ ପୁଅ ଓ ପରିବାର ଲୋକେ ଦାଦନ ଖଟି ଯାଇଥିବାରୁ ତାଙ୍କର ଅନ୍ତିମ ସତ୍କାର କରାଯାଇ ପାରୁନାହିଁ। ଖବର ପାଇ ତେଲଙ୍ଗାନାରେ ଦାଦନ ଖଟୁଥିବା ମୃତକଙ୍କ ପୁଅ ପରିବାରର ଅନ୍ୟ ସଦସ୍ୟଙ୍କୁ ସେଠାରେ ଛାଡି ବାପାଙ୍କ ସତ୍କାର ପାଇଁ ଗଁାକୁ ଆସୁଥିବା ଜଣାପଡିଛି। ଡୁଙ୍ଗୁରିପାଲି କଲୋନୀ ପଡାର କୁମରମଣୀ ଛତ୍ରିଆ (୮୦)। ଦୁଇବର୍ଷ ତଳେ କରୋନାରେ ଆକ୍ରାନ୍ତ ହେବା ପରେ ସ୍ତ୍ରୀ ହଂସ ଛତ୍ରିଆଙ୍କ ମୃତ୍ୟୁ ଘଟିଥିଲା। ଚଳିତ ବର୍ଷ ଦୁଇପୁଅ ଲାଲ ସାହେବ ଛତ୍ରିଆ ଓ ଗଣପତି ଛତ୍ରିଆ ସ୍ଥାନୀୟ ଜଣେ ଦଲାଲଙ୍କ ଜରିଆରେ ତେଲଙ୍ଗାନା ପ୍ରଦେଶ କଙ୍ଗରା ଜିଲା ଅନ୍ତର୍ଗତ ସାଇଗୁଡା ଅଞ୍ଚଳର ଏକ ଇଟାଭାଟିରେ କାମ କରିବାକୁ ଯିବା ପରେ କୁମରମଣୀ ଘରେ ଏକୁଟିଆ ରହୁଥିଲେ। ଦୁଇଦିନ ହେଲା କୁମାରମଣି ଘରୁ ବାହାରକୁ ବାହାରି ନ ଥିଲେ। ସନ୍ଦେହରେ ପଡୋଶୀ ଘର ଖୋଲିବା ପରେ ତାଙ୍କର ମୃତ୍ୟୁ ହୋଇଯାଇଥିବା ଦେଖିବାକୁ ପାଇଥିଲେ। ସାହି ପଡିଶା ଏନେଇ ତେଲଙ୍ଗାନାରେ ଥିବା ଦୁଇ ପୁଅଙ୍କୁ ଫୋନ ଯୋଗ ଜଣାଇଥିଲେ। ଏକଥା ପୁଅ ଗଣପତି ଭାଟି ମାଲିକ ଓ ସ୍ଥାନୀୟ ଦାଦନ ଦଲାଙ୍କୁ ଜଣାଇଥିଲେ। ହେଲେ ଭାଟି ମାଲିକ ପରିବାର ବର୍ଗଙ୍କୁ ଛାଡି ନ ଥିଲେ। ଶେଷରେ ଅନ୍ୟନୋପାୟ ହୋଇ ପରିବାର ବର୍ଗଙ୍କୁ ସେଠାରେ ଛାଡି ଗଣପତି ବାପାଙ୍କ ଦାହ ସଂସ୍କାର କରିବା ପାଇଁ ନିଜ ଗାଁକୁ ଆସୁଥିବା ଜଣାପଡିଛି। ସେଠାରେ ଅନ୍ୟ ସଦସ୍ୟଙ୍କୁ ଭାଟି ମାଲିକ ଜୋର ଜବରଦସ୍ତି କାମ କରାଉଥିବା ପରିବାର ବର୍ଗ ଫୋନରେ ଜଣାଇଛନ୍ତି। ବେଲପଡା ବିଡ଼ିଓ ଭିକ୍ଟୋର ସୋରେନଙ୍କୁ ଏ ନେଇ ଅବଗତ କଲା ପରେ ସ୍ଥାନୀୟ ସରପଞ୍ଚଙ୍କୁ କହି ହରିଶ୍ଚନ୍ଦ୍ର ଯୋଜନା ସହାୟତା ରାଶି ପ୍ରଦାନ କରାଯିବ ବୋଲି କହିଛନ୍ତି। ମୃତକଙ୍କ ପରିବାର ଲୋକେ ବାପାଙ୍କ ଶୁଦ୍ଧିକ୍ରିୟାରେ ଫେରିବା ପାଇଁ ଆକୁଳ ନିବେଦନ କରିଛନ୍ତି। ଏଥିପ୍ରତି ଜିଲା ପ୍ରଶାସନ, ଶ୍ରମ ବିଭାଗ, ଜିଲାପାଳ ଦୃଷ୍ଟି ଦେଇ ଦାଦନ ପରିବାରର ସଦସ୍ୟଙ୍କୁ ଉଦ୍ଧାର କରିବା ସହ ବିହିତ ପଦକ୍ଷେପ ନେବା ପାଇଁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀ, ଶାଳୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା ମାମଲା: ଦୋଷୀଙ୍କୁ ଆଜୀବନ ଜେଲ୍‌ଦଣ୍ଡ

ଭୁବନେଶ୍ୱର,୨୭ା୪(ସତ୍ୟଜିତ୍‌ ରାଉତ): ସ୍ତ୍ରୀ ଏବଂ ଶାଳୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୁକ୍ତଙ୍କୁ ଶନିବାର ଆଜୀବନ ଜେଲ୍‌ଦଣ୍ଡ ରାୟ ଶୁଣାଇଛନ୍ତି ଖୋର୍ଦ୍ଧା ଜିଲା ଦୌରା ଜଜ୍‌।...

ପୂର୍ବତନ ସମିତି ସଭ୍ୟଙ୍କ ଗଳାକାଟି ହତ୍ୟା, ମାଓବାଦୀଙ୍କ ହାତ ଥିବା ସନ୍ଦେହ

ମାଲକାନଗିରି,୨୭ା୪(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ରେ କଂଗ୍ରେସ ନେତା ତଥା ପୂର୍ବତନ ସମିତି ସଭ୍ୟଙ୍କୁ ଶନିବାର କେହି ଦୁର୍ବୃତ୍ତ ହତ୍ୟା କରିଛନ୍ତି। ଏଥିରେ ମାଓବାଦୀଙ୍କ ହାତ ଥିବା ସନ୍ଦେହ...

ବଜ୍ରପାତରେ ମା’-ପୁଅଙ୍କ ଜୀବନ ଗଲା

ଡେରାବିଶ,୨୭ା୪(ଅଜୟ ବେବର୍ତ୍ତା): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଖମୋଳ ପଞ୍ଚାୟତ ଅନ୍ତର୍ଗତ ଜହ୍ନିମୂଳ ଗ୍ରାମରେ ଶନିବାର ସନ୍ଧ୍ୟାରେ ବଜ୍ରପାତରେ ମା’ ଓ ପୁଅଙ୍କ ମୃତ୍ୟୁ ଘଟିଛି।...

କୋରେଇ, ଖଣ୍ଡପଡ଼ା, ନୀଳଗିରି ଆସନ ଝୁଲାଇ ରଖିଲା ବିଜେଡି

ଭୁବନେଶ୍ୱର,୨୭।୪: ବିଧାନସଭା ନିର୍ବାଚନ ପାଇଁ ବିଜୁ ଜନତା ଦଳ(ବିଜେଡି) ପକ୍ଷରୁ ଶନିବାର ଆଉ ତିନି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏହାକୁ ମିଶାଇ...

କଟକ-ବାରବାଟୀରୁ ଲଢ଼ିବେ ମୋକିମ୍‌ଙ୍କ ଝିଅ ସୋଫିଆ, ନାଁ ସୁପାରିସ କଲା କଂଗ୍ରେସ

କଟକ,୨୭ା୪: କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍‌ଙ୍କ ଝିଅ ସୋଫିଆ ଫିର୍ଦ୍ଦୋସ ରାଜନୀତିକୁ ଓହ୍ଲାଇବା ନେଇ ଖୁବ୍‌ ଚର୍ଚ୍ଚା ହେଉଛି। ତେବେ ସୋଫିଆଙ୍କୁ ବିଧାୟିକା ପ୍ରାର୍ଥୀ କରିବା...

ପ୍ରମୁଖ ଦଳର ଟିକେଟ୍‌ ଘୋଷଣା ପରେ ଆତସବାଜିରେ କମ୍ପିଲା ନିରାକାରପୁର

ନିରାକାରପୁର,୨୭ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଶନିବାର ଅପରାହ୍ନରେ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ପାଇଁ ଭାଜପା ପ୍ରଶାନ୍ତ କୁମାର ଜଗଦେବଙ୍କୁ ପ୍ରାର୍ଥୀ କରିଥିବା...

ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ କାର୍ତ୍ତିକ ପାଣ୍ଡିଆନ

କୋକସରା,୨୭ା୪(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାର ନିର୍ବାଚନୀ ପ୍ରଚାରରେ ଭି.କାର୍ତ୍ତିକ ପାଣ୍ଡିଆନ କଳାହାଣ୍ଡି ଗସ୍ତରେ ଆସିଥିଲେ। ପ୍ରଥମେ କଳାହାଣ୍ଡି ଜିଲା କୋକସରା ବ୍ଲକ ଦଣ୍ଡପାଟ ଅଞ୍ଚଳର ଗୋତମୁଣ୍ଡା...

ଖୋର୍ଦ୍ଧାରେ ପ୍ରଶାନ୍ତ-ରାଜେନ୍ଦ୍ର ଲଢ଼େଇ

ଖୋର୍ଦ୍ଧା,୨୭।୪: ସାଧାରଣ ନିର୍ବାଚନକୁ ନେଇ ପୂର୍ବତନ ବେଗୁନିଆ ବିଧାୟକ ତଥା ଚିଲିକାର ବର୍ତ୍ତମାନର ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଖୋର୍ଦ୍ଧା ବିଧାନସଭା ଆସନରୁ ଟିକେଟ ଦେଇଛି ଭାଜପା।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri