ଛୁଟିରେ ଥାଇ ଦରମା ଆସୁଛି
ନବରଙ୍ଗପୁର,୭।୧୧(ବି.ପ୍ର.):ନିୟମ ଏଠି ବାଟବଣା। ବିନା ଦରଖାସ୍ତରେ ୬ ମାସ ଛୁଟିରେ ରହିଲେ ମଧ୍ୟ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ନବରଙ୍ଗପୁର ଜିଲାରେ ଦରମା ମିଳିଯାଉଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଙ୍କଠାରୁ ଆରମ୍ଭ କରି ଜିଲା ଶିକ୍ଷା ବିଭାଗର କେତେଜଣ କର୍ମଚାରୀ ଏଥିରେ ସାମିଲ ଥିବା ଅଭିଯୋଗ…
ଡ୍ୟାମ୍ ନିକଟ ପାହାଡ଼, ଗାର୍ଡଓ୍ବାଲରୁ ଚୋରି ହେଉଛି ପଥର
ତେନ୍ତୁଳିଖୁଣ୍ଟି, ୭।୧୧(ଡି.ଏନ୍.ଏ.):ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ କପୁର ବାରିଆଘାଟ, ଦେଓପାଲିରେ ବନ୍ଧ ରହିଛି। କୋରାପୁଟ ଜିଲାର ମୁରାନରେ ମଧ୍ୟ ଏକ ବନ୍ଧ ରହିଛି। ଚାରୋଟି ଯାକ ବନ୍ଧକୁ ଯିବା ରାସ୍ତାର ଉଭୟ ପାର୍ଶ୍ୱରେ ପାହାଡ଼ ଉପର ଝରଣା ଜଳ ତଥା ମାଟି…
ଗ୍ରାମାଞ୍ଚଳ ଉଦ୍ୟୋଗୀଙ୍କୁ ପ୍ରେରଣା ଯୋଗାଉଛି ‘ଉଦ୍ୟମୀ’
ଟିକିରି, ୭ା୧୧(ଡି.ଏନ୍.ଏ.):ରାୟଗଡ଼ା ଜିଲା କଶୀପୁର ବ୍ଲକ ଟିକିରିସ୍ଥିତ ଉତ୍କଳ ଆଲୁମିନା ଇଣ୍ଟରନ୍ୟାଶନାଲ ଲିମିଟେଡ(ୟୁଏଆଇଏଲ)ର ଉଦ୍ୟମୀ ପ୍ରକଳ୍ପ ଗ୍ରାମାଞ୍ଚଳର ଉଦ୍ୟୋଗୀଙ୍କ ପାଇଁ ପ୍ରେରଣା ସାଜିଛି। ଏହି ପ୍ରକଳ୍ପ ଅନେକଙ୍କ ଜୀବନରେ ପରିବର୍ତ୍ତନ ଆଣିଛି। ଜିଲାର ସୁରୁଗଞ୍ଜ ଗ୍ରାମର ସୁରେଶ ନାଏକ ପରିବାର ଚଳାଇବା…
ବନ୍ଧୁକରୁ ଗୁଳି ଫୁଟି ଯୁବକ ଗୁରୁତର
ଦାରିଙ୍ଗବାଡ଼ି,୭ା୧୧(ଡି.ଏନ୍.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନାଠାରୁ ମାତ୍ର ୨ଶହ ମିଟର ଦୂର ପଞ୍ଚାୟତ କାର୍ଯ୍ୟାଳୟଏବଂ ବ୍ଲକ କାର୍ଯ୍ୟାଳୟ ନିକଟରେ ବନ୍ଧୁକରୁ ଗୁଳି ଫୁଟି ଜଣେ ଯୁବକ ଗୁରୁତର ହୋଇଛନ୍ତି। ଯୁବକ ଜଣକ କୋଟଗଡ଼ ଥାନା ଅଞ୍ଚଳର ଏଲିଅ ସୁନାମାଝି ବୋଲି ପ୍ରାଥମିକ…
ରାଜପଥ ଅବରୋଧ, ଦୋକାନ ବଜାର ବନ୍ଦ
କୁଆଁରମୁଣ୍ଡା,୭।୧୧(ଡି.ଏନ୍.ଏ.): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁରଠାରେ ୧୪୩ ନମ୍ବର ଜାତୀୟ ରାଜପଥର ବୀରମିତ୍ରପୁର ତଲସରାଠାରୁ ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଫାଟକ ପର୍ଯ୍ୟନ୍ତ ରାଜପଥ ଖାଲଖମା ପୂର୍ଣ୍ଣ ହୋଇ ପଡ଼ିଛି। ବିଭାଗ ପକ୍ଷରୁ ଏହାକୁ ମରାମତି କରାଯାଉ ନ ଥିବାରୁ ବୀରମିତ୍ରପୁର ସହରବାସୀ ନାହିଁ ନ…
ଜଣେ ଝାଡାବାନ୍ତି ଆଉ ଜଣେ କିଡନୀ ରୋଗରେ ମୃତ
ରାୟଗଡା ଅଫିସ, ୭।୧୧: ରାୟଗଡା ବ୍ଲକ ପିତା ମହଲ ପଞ୍ଚାୟତ କନ୍ଧ ଖିଲମ ଗ୍ରାମରେ ୨ ଜଣ ମୃତ୍ୟୁ ଘଟିଛି। ଜଣେ ଝାଡ଼ାବାନ୍ତିରେ ଅନ୍ୟ ଜଣେ କିଡନୀ ଜନିତ ରୋଗରେ ମୃତବରଣ କରିଛନ୍ତି। ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି, ଗୋଷ୍ଟୀଉନୟନ ଅଧିକାରୀ…
ଖାକିରେ ଲାଗିଲା ଦାଗ: ହବିଷିଆଳିଙ୍କୁ ମାଡ ମାରି ମୁଣ୍ଡ ଫଟାଇଲା ପୋଲିସ
ପୁରୀ ଅଫିସ, ୭।୨୨: ଶ୍ରୀମନ୍ଦିର ମଧ୍ୟରେ ଜଣେ ମହିଳା ଭକ୍ତଙ୍କୁ ପୋଲିସ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଶ୍ରୀମନ୍ଦିର ଜଗମୋହନ ନିକଟରେ ମୁତୟନ ଥିବା ସୁରକ୍ଷା କର୍ମୀ ଜଣେ ହବିଷିଆଳିଙ୍କ ମୁଣ୍ଡକୁ ମାଡ ମାରିଛନ୍ତି। ଫଳରେ ମହିଳାଙ୍କ ମୁଣ୍ଡରେ ଗଭୀର ଆଘାତ…
ଧାମନଗର ପରେ ପଦ୍ମପୁର ଚିନ୍ତା
ବରଗଡ଼ ଅଫିସ:ଧାମନଗର ବିଧାନ ସଭା ନିର୍ବାଚନ ଫଳ ରବିବାର ପ୍ରକାଶ ପାଇଛି। ଦିବଂଗତ ଭାଜପା ବିଧାୟକ ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜ ଏହି ଆସନରୁ ବିଜୟୀ ହୋଇ ଦଳର ସମ୍ମାନ ରଖିଛନ୍ତି। ଏଥିରେ ଭାଜପା ଉଲ୍ଲସିତ ହୋଇପଡିଥିବା ବେଳେ ବିଜେଡ଼ି…
ନାଳ ପାଇଁ ସମସ୍ୟା ଭୋଗୁଛନ୍ତି ପଡ଼ାବାସୀ
ନୂଆପଡ଼ା ଅଫିସ,୭।୧୧:କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ଯୋଜନା କରିଛନ୍ତି। ଏହିସବୁ ଯୋଜନା ଲୋକଙ୍କ ପାଖରେ ପହଞ୍ଚଇବା ପାଇଁ ପଞ୍ଚାୟତରୁ ଜିଲାସ୍ତର ପର୍ଯ୍ୟନ୍ତ ଅଧିକାରୀ ଓ କର୍ମଚାରୀ ନିଯୁକ୍ତ ହୋଇଛନ୍ତି। ସେମାନଙ୍କ ଅବହେଳା ଯୋଗୁ ସବୁ ଯୋଜନା ଫେଲ ହୋଇଯାଉଛି। ଶିକ୍ଷା,…
ସହର ଉପକଣ୍ଠରେ ମାଟି ମାଫିଆ ସକ୍ରିୟ
ସମ୍ବଲପୁର,୭ା୧୧(ବ୍ୟୁରୋ):ସମ୍ବଲପୁର ସହର ଉପକଣ୍ଠ ମାନେଶ୍ୱର, ସଦର, ରେଙ୍ଗାଲି ଓ ଯୁଯୁମୁରା ତହସିଲ ଅଞ୍ଚଳରେ ମାଟି ମାଫିଆ ସକ୍ରିୟ ହୋଇଉଠିଛନ୍ତି। ସରକାରୀ, ଜଙ୍ଗଲ କିସମ ଓ ଘରୋଇ ଜମି ମାଲିକଙ୍କୁ ହାତ କରି ସେମାନେ ବିନା ଅନୁମତିରେ ମାଟି ଚୋରା ଚାଲାଣ କରୁଛନ୍ତି।…
ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୩ ମୃତ, ୨ ଗୁରୁତର ଆହତ
ବାଲେଶ୍ୱର ଅଫିସ,୭।୧୧: ବାଲେଶ୍ୱର ଜିଲାରେ ସୋମବାର ସକାଳୁ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଜଗନ୍ନାଥଙ୍କ ଦର୍ଶନ କରିବାକୁ ଯାଉଥିବାବେଳେ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହେବାସହ ୨ ଜଣ ମହିଳା ଆହତ ହୋଇଛନ୍ତି। ବାଲେଶ୍ୱର ଜିଲା ସୋର ସିମୁଳିଆ…
ମହାପ୍ରଭୁଙ୍କ ନୀତିକାନ୍ତିରେ ବାରମ୍ବାର ବିଳମ୍ବ ଘଟଣା: ଶ୍ରୀମନ୍ଦିର ପ୍ରଶାସନର ଉଦାସୀନତା ଦାୟୀ
ପୁରୀ ଅଫିସ, ୭ା୧୧:ପବିତ୍ର କାର୍ତ୍ତିକ ମାସରେ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ମହାପ୍ରସାଦ ସେବନ ନିମନ୍ତେ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ଭକ୍ତ ପୁରୀ ଆସୁଛନ୍ତି। ସେହିପରି ପୁରୀରେ ରହି ହବିଷିଆଳିମାନେ କାର୍ତ୍ତିକ ବ୍ରତ ପାଳନ କରୁଛନ୍ତି। ତେଣୁ ଶ୍ରୀକ୍ଷେତ୍ରରେ…
Archives


