ଆମ ଜିଲା ଖବର

ଲକ୍ଷାଧିକ ଟଙ୍କାର ପାଇପ୍‌ ପୋଡ଼ି ପାଉଁଶ

ସମ୍ବଲପୁର,୨୩ା୫(ବ୍ୟୁରୋ): ସମ୍ବଲପୁର ଜିଲା ମାନେଶ୍ୱର ବ୍ଲକରେ ପାନୀୟ ଜଳ ପ୍ରକଳ୍ପ ନିର୍ମାଣକାରୀ ସଂସ୍ଥାର ଗୁଣ୍ଡେରପୁରସ୍ଥିତ ଷ୍ଟକ୍‌ୟାର୍ଡରେ ସୋମବାର ବଡ ଧରଣର ଅଗ୍ନିକାଣ୍ଡ ଘଟିଛି। ଏଥିରେ ଲକ୍ଷାଧିକ ଟଙ୍କାର ପାଇପ୍‌ ପୋଡ଼ି ପାଉଁଶ ହୋଇଯାଇଛି। ସକାଳ ପ୍ରାୟ ୧୦ଟା ସମୟରେ ଏହି ଅଗ୍ନିକାଣ୍ଡ…

ଅନୁମତି ନ ନେଇ ପରିବାର ନିୟୋଜନ ଅସ୍ତ୍ରୋପଚାର

କେନ୍ଦୁଝର,୨୩ା୫(ସ୍ବ.ପ୍ର.): କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନାର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଜଣେ ମହିଳାଙ୍କ ବିନା ଅନୁମତିରେ ପରିବାର ନିୟୋଜନ ଅସ୍ତ୍ରୋପଚାର କରାଯାଇଛି। ଏହି ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ମହିଳାଙ୍କ ସ୍ବାମୀ ଏ ନେଇ ଟାଉନ ଥାନାରେ…

ସୁଶାନ୍ତଙ୍କୁ ଅବହେଳା କଲେ ଦଳ କ୍ଷତି ସହିବ: ପ୍ରଦ୍ୟୁମ୍ନ

ବରଗଡ଼ ଅଫିସ୍‌,୨୩।୫: ରାଜ୍ୟ ମନ୍ତ୍ରିମଣ୍ଡଳ ପୁନର୍ଗଠନରେ ବରଗଡ଼ ଜିଲା ଭଟଲି ବିଧାୟକ ସୁଶାନ୍ତ ସିଂଙ୍କୁ ମନ୍ତ୍ରୀପଦ ନ ମିଳିବାରୁ ତାଙ୍କ ସମର୍ଥକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଏ ନେଇ ଜିଲା ଯୁବ ବିଜେଡି ସଭାପତି ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ ନିଜ…

‘ଆଇଟିସି ଓଡ଼ିଶାର ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରକୁ ସୁଦୃଢ଼ କରିବ’

ଖୋର୍ଦ୍ଧା ଅଫିସ,୨୩ା୫: ଖୋର୍ଦ୍ଧା ଶିଳ୍ପାଞ୍ଚଳଠାରେ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଇଟିସିର ଅତ୍ୟାଧୁନିକ ଇଣ୍ଟିଗ୍ରେଟେଡ ଗ୍ରାହକ ସାମଗ୍ରୀ ଉପତ୍ାଦନ ଏବଂ ଲଜିଷ୍ଟିକ(ଆଇସିଏମଏଲ) ସୁବିଧା କେନ୍ଦ୍ର ଉଦ୍‌ଘାଟନ କରିଛନ୍ତି। ୩୫ ଏକର ପରିମିତ ଅଞ୍ଚଳରେ ନିର୍ମିତ ଏହି କେନ୍ଦ୍ରରେ ନୂତନ କୃଷି ମୂଲ୍ୟବୋଧ…

ମନ୍ତ୍ରୀଙ୍କ ପୁଅଙ୍କ ଅନ୍ତରଙ୍ଗ ମୁହୂର୍ତ୍ତ ଭିଡିଓ ଭାଇରାଲ

ସମ୍ବଲପୁର,୨୩ା୫(ବ୍ୟୁରୋ): ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ମନ୍ତ୍ରୀ ଓ ନେତାମାନଙ୍କ ନାମରେ ଅନେକ ଅଭିଯୋଗ ହୋଇଆସୁଛି। ଆପରାଧିକ ମାମଲାରେ ପରୋକ୍ଷ ଓ ପ୍ରତ୍ୟକ୍ଷ ସମ୍ପୃକ୍ତ ଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି। ଏପରି କି ନେତା ଓ ମନ୍ତ୍ରୀଙ୍କ ନାମରେ ନିଜ…

ମାଣ୍ଡିଆ ହେରଫେର କରି ଭାରପ୍ରାପ୍ତ କ୍ଷେତ୍ର ଅଧିକାରୀ ଗିରଫ

ମାଲକାନଗିରି,୨୩ା୫(ଡି.ଏନ୍‌.ଏ.): ଆଦିବାସୀମାନେ ନିଜ ଅଞ୍ଚଳର ଜଙ୍ଗଲଜାତ ଏବଂ କୃଷିଜାତ ଦ୍ରବ୍ୟକୁ କିପରି ସୁଲଭ ମୂଲ୍ୟରେ ବିକ୍ରିକରି ସ୍ବାବଲମ୍ବୀ ହୋଇପାରିବେ ସେନେଇ ଆଦିବାସୀ ଉନ୍ନୟନ ସମବାୟ ନିଗମ ଓଡ଼ିଶା ଲିମିଟେଡ୍‌ (ଟିଡିସିସି) ଗଠନ ହୋଇଛି। ଏହି ସଂସ୍ଥା ଜିଲାର ବିଭିନ୍ନ ଅଞ୍ଚଳରେ ମିଳୁଥିବା…

ଶିକାରୀ ଗୁଳିରେ ଫରେଷ୍ଟଗାର୍ଡ ମୃତ

ବାରିପଦା ଅଫିସ, ୨୩।୫: ମୟୂରଭଞ୍ଜ ଜିଲା ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଦକ୍ଷିଣ ବନ୍ୟପ୍ରାଣୀ ବନଖଣ୍ଡର ବାଙ୍ଗରିପୋଷି ରେଞ୍ଜ ବାଉଁଶଖାଳ ବିଟ୍‌ ଅଞ୍ଚଳରେ ସୋମବାର ସନ୍ଧ୍ୟାରେ ଜଣେ ଶିକାରୀଙ୍କ ଗୁଳିରେ କାର୍ଯ୍ୟରତ ଫରେଷ୍ଟ ଗାର୍ଡଙ୍କ ମୃତ୍ୟୁ ଘଟିଛି। ମୃତ ଫରେଷ୍ଟଗାର୍ଡ ହେଲେ…

ତୃତୀୟ ଦିନରେ ମହାନଦୀ ଟ୍ରିବ୍ୟୁନାଲର ୨ ଜିଲା ଗସ୍ତ

ସମ୍ବଲପୁର/ସୁନ୍ଦରଗଡ଼,୨୩ା୫(ବ୍ୟୁରୋ/ଡି.ଏନ.ଏ.): ମହାନଦୀ ଜଳ ବିବାଦକୁ ନେଇ ଗଠିତ ହୋଇଥିବା ଟ୍ରିବ୍ୟୁନାଲ ଟିମ୍‌ ସୋମବାର ତୃତୀୟ ଦିନରେ ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲା ଗସ୍ତ କରିଛନ୍ତି। ସକାଳେ ଟିମ୍‌୍‌ ସଦସ୍ୟ ବୁର୍ଲା ଆଶୋକ ନିବାସରୁ ବହାରି ପ୍ରଥମେ ଝାରସୁଗୁଡ଼ା ଓପିଜିସିର ଇନ୍‌ଟେକ ପଏଣ୍ଟ…

ପୋଲିସ-ମାଓବାଦୀ ଗୁଳି ବିନିମୟ

ମାଲକାନଗିରି,୨୨ା୫(ଡି.ଏନ.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ବିଜାପୁରରେ ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ୨ଜଣ ଯବାନ ଆହତ ହୋଇଛନ୍ତି। ଗଙ୍ଗାଲୁର ଥାନା ଅଞ୍ଚଳର ପୁସନାର ଏବଂ ହିରୋଲି ମଧ୍ୟରେ ମାଓବାଦୀଙ୍କ ଉପସ୍ଥିତି ନେଇ ଖବର ପାଇ ପୋଲିସ ପକ୍ଷରୁ କୋମ୍ବିଂ…

ଚମ୍ପଟ ମାରିଥିବା ଅଭିଯୁକ୍ତଙ୍କୁ ୩ ଦିନ ପରେ ଧରିଲା ପୋଲିସ

ନାକଟିଦେଉଳ,୨୨ା୫(ଡି.ଏନ.ଏ.): ନାକଟିଦେଉଳ ପୋଲିସ ହେପାଜତରୁ ଚମ୍ପଟ ମାରିଥିବା ଅଭିଯୁକ୍ତ ୩ଦିନ ପରେ ସୋମବାର ଗିରଫ ହୋଇଛନ୍ତି। ସେ ହେଲେ ବୌଦ୍ଧ ଜିଲା ବଘିଆପଡ଼ା ଗ୍ରାମର ସନୁଜ ବେହେରା (୨୦)। ମିଳିଥିବା ସୂଚନା ମୁତାବକ, ସନୁଜଙ୍କ ନାମରେ ନାକଟିଦେଉଳ ଥାନାରେ ଏକ ଚୋରି…

ଉଦ୍ଧାର ପାଇଁ ଦାଦନ ଶ୍ରମିକଙ୍କ ଆକୁଳ ନିବେଦନ

ନୂଆପଡ଼ା ଅଫିସ,୨୨।୫: ନୂଆପଡ଼ା ଜିଲା ବୋଡେନ ଓ କୋମନା ବ୍ଲକର ୪୫ଜଣ ଦାଦନ ଶ୍ରମିକଙ୍କୁ ଆନ୍ଧ୍ରପ୍ରଦେଶର ବିଜେୱାଡା ଗୁଣ୍ଡୁର ନିକଟସ୍ଥ ଏକ ଇଟାଭାଟିରେ ଜୋରଜବରଦସ୍ତ କାମ କରାଯାଉଛି। ମନା କଲେ ଇଟାଭାଟି ମାଲିକ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନ ଦେଉଛନ୍ତି।…

ଶ୍ମଶାନ ନିକଟରେ ରାସ୍ତାପାର ହେଉଥିଲା ସାପ: ଭୟରେ ଗଛରେ ପିଟିଦେଲେ ବାଇକ୍‌

ଦିଗପହଣ୍ଡି,୨୨।୫(ଡି.ଏନ୍‌.ଏ.) ରାସ୍ତା ମଝିରେ ଏକ ସାପକୁ ଦେଖି ଭୟଭୀତ ହୋଇ ଜଣେ ବାଇକ୍‌ ଚାଳକ ଦୁର୍ଘଟଣାର ଶିକାର ହୋଇଛନ୍ତି। ଘଟଣାସ୍ଥଳରୁ ଯୁବକଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସା ପରେ ତାଙ୍କୁ ଛାଡି ଦିଆଯାଇଛି। ଯୁବକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?