‘ଆଇଟିସି ଓଡ଼ିଶାର ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରକୁ ସୁଦୃଢ଼ କରିବ’

ଖୋର୍ଦ୍ଧା ଅଫିସ,୨୩ା୫: ଖୋର୍ଦ୍ଧା ଶିଳ୍ପାଞ୍ଚଳଠାରେ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଇଟିସିର ଅତ୍ୟାଧୁନିକ ଇଣ୍ଟିଗ୍ରେଟେଡ ଗ୍ରାହକ ସାମଗ୍ରୀ ଉପତ୍ାଦନ ଏବଂ ଲଜିଷ୍ଟିକ(ଆଇସିଏମଏଲ) ସୁବିଧା କେନ୍ଦ୍ର ଉଦ୍‌ଘାଟନ କରିଛନ୍ତି। ୩୫ ଏକର ପରିମିତ ଅଞ୍ଚଳରେ ନିର୍ମିତ ଏହି କେନ୍ଦ୍ରରେ ନୂତନ କୃଷି ମୂଲ୍ୟବୋଧ ଶୃଙ୍ଖଳା ଏବଂ ଜୀବିକା ଉପଲବ୍ଧ ହେବ। ପର୍ଯ୍ୟାୟକ୍ରମେ ଆଇଟିସିର ବିଶ୍ୱସ୍ତରୀୟ ଖାଦ୍ୟ ବ୍ରାଣ୍ଡ ଉପତ୍ାଦନ କରାଯିବ ବୋଲି ଆଇଟିସି ଲିମିଟେଡର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସଞ୍ଜୀବ ପୁରୀ କହିଛନ୍ତି। ଓଡ଼ିଶାକୁ ଦେଶର ପରବର୍ତ୍ତୀ ଇଣ୍ଡଷ୍ଟ୍ରିଆଲ ହବ୍‌ କରାଯିବ। ଯାହା ନିବେଶକମାନଙ୍କୁ ନିରନ୍ତର ବ୍ୟବସାୟ ଅଭିବୃଦ୍ଧି ତଥା ଲୋକଙ୍କ ସାମାଜିକ ଅର୍ଥନୈତିକ ବିକାଶ ପାଇଁ ସୁଯୋଗ ପ୍ରଦାନ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଖୋର୍ଦ୍ଧାରେ ବିଶ୍ୱସ୍ତରୀୟ ଖାଦ୍ୟ ପ୍ରକ୍ରିୟାକରଣ ସୁବିଧା ଉପଲବ୍ଧ କରାଇବା କ୍ଷେତ୍ରରେ ଆଇଟିସିର ନିବେଶ ରାଜ୍ୟର ଉପତ୍ାଦନ କ୍ଷେତ୍ରକୁ ମୂଲ୍ୟଯୁକ୍ତ ସୁବିଧା ଯୋଗାଇବା ସହ କୃଷି ଉପତ୍ାଦର ମୂଲ୍ୟ ବଢ଼ିବ। ପରିବେଶ ସନ୍ତୁଳନ ଲାଗି ଗୁରୁତ୍ୱ ଦିଆଯାଇଛି। ନୂତନ ଅତ୍ୟାଧୁନିକ କାରଖାନା ଏକ ମେଗାଓ୍ବାଟ ସବୁଜ ଶକ୍ତି ଦ୍ୱାରା ଚାଳିତ ହେବ। ବୈଜ୍ଞାନିକ ଭାବରେ ପରିକଳ୍ପିତ ରେନ ୱାଟର ହାର୍ଭେଷ୍ଟିଙ୍ଗ ବ୍ୟବସ୍ଥା କରାଯାଇଛି। ଭବିଷ୍ୟତ ପ୍ରସ୍ତୁତ ୟୁନିଟ ଅତ୍ୟାଧୁନିକ ଯନ୍ତ୍ରପାତି, ଡିଜିଟାଲ ଭିତ୍ତିଭୂମି ସହିତ ଚାଳିତ ହେବ। ଏଠାରେ ୫୫% ମହିଳା ନିୟୋଜିତ ହେବେ। ନିକଟରେ ଓଡ଼ିଶାରେ ବିଶ୍ୱସ୍ତରରେ ଏଗ୍ରୋ ଫରେଷ୍ଟି ଇନିସିଏଟିଭକୁ ବିସ୍ତାର କରିଛି। ୬ହଜାରରୁ ଊର୍ଦ୍ଧ୍ୱ ଜମିରେ କ୍ଷେତ ଫସଲ ସହିତ ବୃକ୍ଷରୋପଣ ମାଧ୍ୟମରେ କ୍ଷୁଦ୍ର ଚାଷୀଙ୍କ ପାଇଁ ଅତିରିକ୍ତ ଜୀବିକା ନିର୍ବାହର ଲକ୍ଷ୍ୟ ରହିଛି। ରାଜ୍ୟର ପର୍ଯ୍ୟଟନ କ୍ଷେତ୍ରରେ ଆଇଟିସିର ଏକ ପ୍ରମୁଖ ଯୋଗଦାନ ରହିଛି। ଆଇଟିସିର ଏଫ୍‌ଏମ୍‌ସିଜି ଉପତ୍ାଦ ଗୁଡିକ ଓଡ଼ିଶାର ୨.୫ ଲକ୍ଷରୁ ଅଧିକ ଖୁଚୁରା ଆଉଟଲେଟରେ ଉପଲବ୍ଧ। ୧୦ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବିକା ନିର୍ବାହ ଏହା ଦ୍ୱାରା ସମ୍ଭବ ହୋଇପାରିଛି। ରପତ୍ାନି ପାଇଁ ରାଜ୍ୟରୁ ମକା, ଚାଉଳ ଏବଂ ଚିଙ୍ଗୁଡି ଯୋଗାଣ ପାଇଁ ଆଇଟିସିର ଏଗ୍ରି- ବିଜିନେସ ଓଡ଼ିଶାର କୃଷକଙ୍କ ସହ ଘନିଷ୍ଠ ଭାବରେ କାର୍ଯ୍ୟ କରୁଛି। ଜଳବାୟୁ ପରିବର୍ତ୍ତନ ବିପଦରୁ ରାଜ୍ୟର କୃଷକଙ୍କ ସ୍ଥିରତା ଆଣିବାରେ ପ୍ରୟାସ କରୁଛି। ନୀତି ଆୟୋଗ ସହିତ ସହଭାଗିତାରେ କମ୍ପାନୀ ୧ଲକ୍ଷରୁ ଊର୍ଦ୍ଧ୍ୱ ଚାଷୀଙ୍କୁ ସ୍ଥାୟୀ କୃଷି ଅଭ୍ୟାସରେ ତାଲିମ ଦେଇଛି। ଗ୍ରାମାଞ୍ଚଳରେ ଜଳ ନିରାପତ୍ତାକୁ ଦୃଷ୍ଟିରେ ରଖି ଆଇଟିସି ଓଡ଼ିଶାରେ ୭୯ଶହ ଏକର ପରିମିତ ଅଞ୍ଚଳରେ ଜଳସେଚନ ବିକାଶ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରୁଛି। ଏକ ଦଶନ୍ଧି ଧରି ଓଡ଼ିଶା ଗ୍ରାମୀଣ ବିକାଶ ଏବଂ ମାର୍କେଟିଂ ସୋସାଇଟି ସହ ସହଭାଗିତାରେ ଧୂପବତୀ ଉପତ୍ାଦନରେ ନିୟୋଜିତ ଗ୍ରାମୀଣ ମହିଳାଙ୍କ ଜୀବିକା ଯୋଗାଇବା ପାଇଁ କାର୍ଯ୍ୟ କରୁଛି। ଏହି କାର୍ଯ୍ୟକ୍ରମରେ ରାଜ୍ୟରେ ୨୨ହଜାରତ୍‌ରୁ ଅଧିକ ହିତାଧିକାରୀ ଅନ୍ତର୍ଭୁକ୍ତ ରହିଛନ୍ତି। ଏଥିସହିତ ପରିବେଶ ଦୀର୍ଘସ୍ଥାୟୀ କାର୍ଯ୍ୟକ୍ରମ ଅନ୍ତର୍ଗତ ଶ୍ରୀମନ୍ଦିର କାର୍ଯ୍ୟାଳୟ ସହିତ ମିଳିତ ଭାବରେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ୩ଟି କମ୍ପୋଷ୍ଟର ମେଶିନ ସ୍ଥାପନ କରିଛି। ମହିଳା ସଶକ୍ତୀକରଣ, ଦକ୍ଷତା, ପ୍ରାଥମିକ ଶିକ୍ଷା, ପରିମଳ ଏବଂ କଠିନ ବର୍ଜ୍ୟବସ୍ତୁ ପରିଚାଳନା ସମେତ ଆଇଟିସି ରାଜ୍ୟରେ ଏହାର ସିଲଏସଆର ପଦକ୍ଷେପକୁ ବୃଦ୍ଧି କରିଛି। ଅନ୍ୟମାନଙ୍କ ମଧ୍ୟରେ ୫-ଟି ସଚିବ ଭି.କେ. ପାଣ୍ଡିଆନ, ଖୋର୍ଦ୍ଧା ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର, ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?