ଆମ ଜିଲା ଖବର

ଡ୍ରୋନ କିଣା ଅର୍ଥ ଅନୁମୋଦନ ପାଇଁ ଚିଠି ଲେଖାଯାଇଛି

କଟକ ଅଫିସ, ୬ା୧୨:ଚିଲିକା ଓ ଭିତରକନିକାର ଆର୍ଦ୍ରଭୂମି ସୁରକ୍ଷା ମାମଲାର ଶୁଣାଣି ବେଳେ ହାଇକୋର୍ଟରେ ସୋମବାର କେନ୍ଦ୍ରାପଡ଼ା ଏବଂ ପୁରୀ ଜିଲାପାଳ ସତ୍ୟପାଠ ଦାଖଲ କରିଛନ୍ତି। ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ ପାଇଁ ଡ୍ରୋନ୍‌ କିଣିବାକୁ ଆବଶ୍ୟକ ଅର୍ଥରାଶି ଅନୁମୋଦନ ଲାଗି…

ପଶ୍ଚିମବଙ୍ଗକୁ ଚାଲାଣ ହେଉଥିଲା ଗୋମାଂସ, ଟୋଲଗେଟ୍‌ ଭାଙ୍ଗି ପଳାଉଥିବା ବେଳେ ଧରିଲେ ଲୋକେ

ବାହାନଗା,୫ା୧୨(ଡି.ଏନ.ଏ.): ପଶ୍ଚିମବଙ୍ଗକୁ ଚାଲାଣ ହେଉଥିବା ଗୋମାଂସ ବୋଝେଇ ଟ୍ରକ୍‌ ଶେରଗଡ ଟୋଲଗେଟ୍‌ ଭାଙ୍ଗି ପଳାଉଥିବା ବେଳେ ଲୋକେ ଗୋଡ଼ାଇ ଗୋଡ଼ାଇ ଧରିଛନ୍ତି। ଉକ୍ତ ଟ୍ରକ୍‌କୁ ବାଲେଶ୍ୱର ସଦର ଥାନା ନିକଟରୁ ବଜରଙ୍ଗ ଦଳର କର୍ମୀ ଓ କିଛି ସ୍ଥାନୀୟ ଲୋକେ ଅଟକାଇ…

ବୋମା ଖାଇ ବଳଦ ଆହତ ଘଟଣା: ଶିକାରୀ ଗିରଫ

କେନ୍ଦୁଝର, ୫ା୧୨(ସ୍ବ.ପ୍ର.): କେନ୍ଦୁଝର ସଦର ରେଞ୍ଜ ଜଙ୍ଗିରା ସେକ୍ସନ ଅନ୍ତର୍ଗତ ସୋମଗିରି ବାରବାଙ୍କ ସଂରକ୍ଷିତ ଜଙ୍ଗଲ ନିକଟରେ ଗତ ୩ ତାରିଖ ଦିନ ଏକ ବଳଦ ଅଜଣାତରେ ବୋମା ଖାଇ କ୍ଷତାକ୍ତ ହୋଇଥିଲା। ଏହି ଘଟଣାକୁ ନେଇ ତଦନ୍ତ ଚାଲିଥିବାବେଳେ ସୋମବାର…

ପଞ୍ଚାୟତ ଫାଟକରେ ତାଲା ପକାଇଲେ ମହିଳା ଗୋଷ୍ଠୀ

ବେଗୁନିଆପଡ଼ା,୫।୧୨(ଡି.ଏନ.ଏ): ରାଜ୍ୟ ସରକାର ମିଶନ ଶକ୍ତି ମାଧ୍ୟମରେ ମହିଳାମାନଙ୍କୁ ସ୍ବାବଲମ୍ବୀ କରିବା ପାଇଁ ବିଭିନ୍ନ ଯୋଜନା ହାତକୁ ନେଉଛନ୍ତି। ଏଥିପାଇଁ ମିଶନ ଶକ୍ତି ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। ବିଭିନ୍ନ ପଞ୍ଚାୟତରେ ମିଶନ ଶକ୍ତି ଗୃହ ନିର୍ମାଣ ମଧ୍ୟ…

ତିନି ମାସର ଶିଶୁ ଉପରେ ଖସିପଡିଲା ଫ୍ୟାନ୍‌

ଆନନ୍ଦପୁର,୫।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ଘସିପୁରା ଥାନା ଅନ୍ତର୍ଗତ ଯୁଗଳକିଶୋରପୁର ଗ୍ରାମରେ ଫ୍ୟାନ୍‌ ଖସି ତିନି ମାସର ଶିଶୁ ଗୁରୁତର ହୋଇଥିବା ସୂଚନା ମିଳିଛି। ଗୁରୁତର ଶିଶୁର ଚିକିତ୍ସା ପାଇଁ ଆନନ୍ଦପୁର ମୁଖ୍ୟ ଚିକିତ୍ସାୟକୁ ସ୍ଥାନାନ୍ତର କରାଯାଇଛି। ସୂଚନାଯୋଗ୍ୟ, ଗ୍ରାମର ରବିନ୍ଦ୍ର ସୋରେନଙ୍କ…

ଜାନୁୟାରୀ ୧ରୁ ନବନିର୍ମିତ କୋଠାରେ ଶୁଖୁଆ ହାଟ

ଛତ୍ରପୁର,୫ା୧୨(ଡି.ଏନ୍‌.ଏ.): ହୁମ୍ମାସ୍ଥିତ ନବନିର୍ମିତ ଅତ୍ୟାଧୁନିକ କୋଠାରେ ଜାନୁୟାରୀ ପହିଲାରୁ ଶୁଖୁଆ ହାଟ ଆରମ୍ଭ ହେବ। ଏହାଦ୍ୱାରା ପୂର୍ବରୁ ରାଜପଥ ପାର୍ଶ୍ୱରେ ଖୋଲାରେ, ଅସ୍ବଚ୍ଛ ପରିବେଶରେ ବର୍ଷସାରା ଶୁଖୁଆ ବିକ୍ରି କରୁଥିବା ବେପାରୀ ଓ ମହିଳା ଗୋଷ୍ଠୀ ଉପକୃତ ହୋଇପାରିବେ। ଅନ୍ୟପକ୍ଷେ ଗଞ୍ଜାମ…

କେବିସି ଲଟେରୀ ନାଁରେ ଠକେଇ : ୭ ଗିରଫ

ଦେବଗଡ଼ ୫।୧୨:( ଡି. ଏନ. ଏ.): ଲୋକଙ୍କୁ ଲୋଭ ଦେଖାଇ ଅନଲାଇନରେ ଲୁଟୁଛନ୍ତି ଲକ୍ଷ ଲକ୍ଷ ଟଙ୍କା। ଏଭଳି ଏକ ଗ୍ୟାଙ୍ଗର ପର୍ଦ୍ଦାଫାଶ କରିଛି ଦେବଗଡ଼ ପୋଲିସ। ଅନ୍‌ଲାଇନ ଲୁଟ୍‌ ଘଟଣାର ଛାନ୍‌ଭିନ୍‌ କରି ୭ ଜଣଙ୍କୁ ଗିରଫ କରିବା ନେଇ…

୨୪ ଘଣ୍ଟା ନ ପୁରୁଣୁ ପୁଣି ସିକନ୍ଦରାବାଦରେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ

କୋକସର,୫।୧୨,(ଡି.ଏନ୍‌.ଏ.): ୨୪ ଘଣ୍ଟା ନ ପୁରୁଣୁ ପୁଣି ଜଣେ ଦାଦନ ଶ୍ରମିକଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଛି। ସୋମବାର କଳାହାଣ୍ଡି ଜିଲା ଗମ୍ଭାରୀଗୁଡ଼ା ର୍ସିଲିଗୁଡା ଗାଁକୁ ଜଣେ ଦାଦନ ଶ୍ରମିକଙ୍କ ମୃତଦେହ ଫେରିଥିବା ବେଳେ ପୁଣି ଜଣେ ଶ୍ରମିକଙ୍କ ସିକନ୍ଦରାବାଦରେ ମୃତ୍ୟୁ…

କାଶୀନଗରରେ ହାତୀ ଉପଦ୍ରବ, ବଢୁଛି ଅସନ୍ତୋଷ

ପାରଳାଖେମୁଣ୍ଡି,୫ା୧୨(ଡି.ଏନ୍‌.ଏ.): ଗଜପତି ଜିଲା କାଶୀନଗର ବ୍ଲକର ଅଲଡା, କୋଲା, ହରିପୁର, କରଣିଭଦ୍ରା ଆଦି ଅଞ୍ଚଳରେ ହାତୀଙ୍କ ଉପଦ୍ରବ ବଢ଼ିବାରେ ଲାଗିଛି। ବର୍ତ୍ତମାନ ଧାନ ଅମଳ ସମୟ। ଏଭଳି ସ୍ଥତିରେ ଦୁଇଟି ହାତୀ ଚାଳିଆସି ପାଚିଲା ଧାନ ଖାଇବା ସହିତ ଦଳି ଚକଟି…

ପଦ୍ମପୁର ଉପନିର୍ବାଚନ: ସନ୍ଧ୍ୟା ୬ଟା ସୁଦ୍ଧା ୮୦.୫ ପ୍ରତିଶତ ମତଦାନ

ବରଗଡ ଅଫିସ, ୫।୧୨: ପଦ୍ମପୁର ଉପନିର୍ବାଚନ ପାଇଁ ସୋମବାର ୩୧୯ଟି ବୁଥ୍‌ରେ ଭୋଟ ଗ୍ରହଣ କରାଯାଉଛି। ତେବେ ସନ୍ଧ୍ୟା ୬ଟା ସୁଦ୍ଧା ୮୦.୫ ପ୍ରତିଶତ ମତଦାନ ହୋଇଥିବା ନେଇ ବରଗଡ ଜିଲାପାଳ ମନୀଷା ବାନାର୍ଜୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ବର୍ତ୍ତମାନ ଆଉ…

ବାର୍ଥଡେ ପାର୍ଟିରେ ଦୁଇଗୋଷ୍ଠୀ ମଧ୍ୟରେ ବଚସା: ଫୁଟିଲା ଗୁଳି

ଝାରସୁଗୁଡ଼ା ଅଫିସ,୫।୧୨: ଝାରସୁଗଡ଼ା ସହରରେ ଦିନକୁ ଦିନ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଇବା ସହ କଥା କଥାରେ ଗୁଳି ଫୁଟୁଛି। ଫଳରେ ସାଧାରଣ ଲୋକେ ଭୟଭିତ ଅବସ୍ଥାରେ ରହୁଛନ୍ତି। ଏଭଳି ସ୍ଥିତିରେ ରବିବାର ରାତିରେ କଳିଙ୍ଗବାରରେ ଏକ ବାର୍ଥଡେ ପାର୍ଟି ଚାଲିଥିବା…

ସୋରଡ଼ାରେ କାର୍ଯ୍ୟଭାର ଗ୍ରହଣ କଲେ ନୂଆ ବିଡିଓ

ସୋରଡ଼ା,୫ା୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସୋରଡ଼ା ବ୍ଲକ କାର୍ଯ୍ୟାଳୟରେ ସୋମବାର ଭାରତୀୟ ପ୍ରଶାସନିକ ସେବାର ଓଡ଼ିଶା କ୍ୟାଡର ୨୦୨୧ ବ୍ୟାଚ୍‌ର ମହିଳା ଆଇଏଏସ୍‌ ତଥା ଶିକ୍ଷାନବୀଶ ଦିନାହ ଦସ୍ତାଗିର ବିଡିଓ ଦାୟିତ୍ୱ ଗ୍ରହଣ କରିଛନ୍ତି। ପଞ୍ଚାୟତିରାଜ ବିଭାଗର ନିର୍ଦ୍ଦେଶ ୨୩୫୯/୦୩.୧୨.୨୦୨୨ ପ୍ରକାରେ ବିଡିଓ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri