ପ୍ରତି ଘରେ ପିଇବା ପାଣି ପହଞ୍ଚାଇବାକୁ ଗୁରୁତ୍ୱ

ଦାରିଙ୍ଗବାଡି,୩୧।୫(ଡି.ଏନ.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସଭାଗୃହଠାରେ ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଷଷ୍ଠତମ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ମୁଖ୍ୟ ଅତିଥିଭାବେ ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ଯୋଗଦେଇଥିବା ବେଳେ ବିଡିଓ ଗଦାଧର ପାତ୍ର, ୧୦ନଂ ଜିଲା ପରିଷଦ ସଦସ୍ୟ ରଞ୍ଜନ କୁମାର ପ୍ରଧାନ, ୧୧ନଂ ଜିଲା ପରିଷଦ ସଦସ୍ୟ ଦୀପିକା ମୁଠାମାଝି, ଏମ୍‌ପି ପ୍ରତିନିଧି ଅକ୍ଷୟ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ବୈଠକରେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ବିରଜ ସାହୁ ଗତ ବୈଠକର ବିବରଣୀ ପଠନ କରିଥିଲେ। ବିଧାୟକ କହିଥିଲେ ଯେ, ରାଜ୍ୟ ସରକାର ଘରେ ଘରେ ଶୁଦ୍ଧ ପାନୀୟଜଳ ଯୋଗାଇ ଦେଉଛନ୍ତି, ଏବେ ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ପ୍ରତି ଘରେ ଘରେ ସମସ୍ତେ ଯେମିତି ପାଣି ପାଇବେ ସେନେଇ କାର୍ଯ୍ୟ କରନ୍ତୁ ବୋଲି କହିଛନ୍ତି। ସେହିପରି ଦାରିଙ୍ଗବାଡିର ଦୁର୍ଗମ ଅଞ୍ଚଳରେ ସାଧାରଣ ବଣ୍ଟନ ଚାଉଳ, କିରୋସିନ ଆଦି ସମବାୟ ସମିତି ପକ୍ଷରୁ ବଣ୍ଟନ କରାଯାଇଛି। ତେଣୁ ଏହାକୁ ସରଳ କରିବା ପାଇଁ ସମସ୍ତ ପଞ୍ଚାୟତ ବଣ୍ଟନ ଦାୟିତ୍ୱ ନେଲେ ସାଧାରଣ ବଣ୍ଟନ ସାମଗ୍ରୀ ହିତାଧିକାରୀ ସହଜରେ ପାଇପାରିବେ ବୋଲି ବିଧାୟକ କହିଥିଲେ। ସେହିପରି ସ୍ବାସ୍ଥ୍ୟ ସେବା ସମ୍ପର୍କିତ ଆଲୋଚନା ହୋଇଥିଲା। ସେହିପରି ଉପସ୍ବାସ୍ଥ୍ୟ କେନ୍ଦ୍ର ମାଧ୍ୟମରେ ରୋଗୀ ପ୍ରାଥମିକ ଓ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଭଳି ବିଭିନ୍ନ ପ୍ରକାର ରୋଗ ପରୀକ୍ଷା କରାଇବା ବ୍ୟବସ୍ଥା କରାଯାଇଛି। ବ୍ରାହ୍ମଣୀ ଗାଁକୁ ୧୦୮ ଆମ୍ବୁଲାନ୍ସ ଯୋଗାଇ ଦିଆଯାଇଛି ବୋଲି କୁହାଯାଇଥିଲା। ସ୍ବାସ୍ଥ୍ୟକେନ୍ଦ୍ରରେ ୧୧ ଜଣ ଡାକ୍ତର ରହିଥିବା ବେଳେ ମେଡିକାଲରେ ଡାକ୍ତରମାନେ ପାଳି କରି ଡିୟୁଟି କରୁଥିବା ବିଧାୟକ ଏବଂ ଦାରିଙ୍ଗବାଡି ସମିତିସଭ୍ୟ କାଳିପ୍ରସାଦ ମଲିକ ମଧ୍ୟ ଅଭିଯୋଗ କରିଥିଲେ। ଏହାକୁ ମେଡିକାଲ ଅଫିସର ସ୍ବୀକାର କରିଥିଲେ। ସେହିପରି ରୋଗୀ କଲ୍ୟାଣ ସମିତି ବୈଠକ କୋଭିଡ ସମୟରେ କରାଯାଇଥିବା ବେଳେ ସେବେଠାରୁ ଆଜି ପର୍ଯ୍ୟନ୍ତ ଏହି ବୈଠକ କରାଯାଇ ନ ଥିବା ଯୋଗୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅବ୍ୟବସ୍ଥାରେ ଚାଲିଥିବା ବୈଠକରେ ଅଭିଯୋଗ ହୋଇଥିଲା। ସେହିପରି ଦାରିଙ୍ଗବାଡି ବଜାରରେ ଗତ ୮ ମାସ ହେଲା ପାଇପ ଯୋଗେ ଜଳଯୋଗାଣ ହେଉ ନ ଥିବା ଅଭିଯୋଗ ହୋଇଥିଲା। ଏଥିରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଜ୍ୟୋତିରଞ୍ଜନ ଦାସ ଉତ୍ତରରେ କହିଥିଲେ ଯେ, ଦାରିଙ୍ଗବାଡିଠାରୁ ବ୍ରାହ୍ମଣୀ ଗାଁ ରାସ୍ତା ସମ୍ପ୍ରସାରଣ ଯୋଗୁ ପାଇପଗୁଡିକ ନଷ୍ଟ ହୋଇଯାଇଛି, ଫଳରେ ଏବେ ଟ୍ୟାଙ୍କର ଯୋଗେ ଜଳ ଯୋଗାଣ କରାଯାଉଥିବା କହିଛନ୍ତି। ବୈଠକରେ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା ହେବା ସହ ବିଭିନ୍ନ ପଞ୍ଚାୟତରେ ସଫଳତାର ସହ କାର୍ଯ୍ୟ କରିଥିବା ପଞ୍ଚାୟତ ନିର୍ବାହୀ ଅଧିକାରୀ, ଗ୍ରାମ ରୋଜଗାର ସେବକ, କନିଷ୍ଠ ଯନ୍ତ୍ରୀ ଓ ଅନ୍ୟ କର୍ମଚାରୀଙ୍କୁ ଅତିଥିମାନଙ୍କ ଦ୍ୱାରା ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri