ଆମ ଜିଲା ଖବର

କାର୍ଯ୍ୟକ୍ଷମ ହେଉନି ମାର୍କେଟ କମ୍ପ୍ଲେକ୍ସ

ପାଲଲହଡ଼ା,୪ା୭(ଦିବ୍ୟଜ୍ୟୋତି ଦାଶ): ପାଲଲହଡ଼ା ସଦର ମହକୁମା ମୁଖ୍ୟ ବଜାର ମଧ୍ୟରେ ଚାଲୁଥିବା ଦୈନିକ ପରିବା ବଜାର ପାଇଁ ସୃଷ୍ଟି ହେଉଥିବା ଟ୍ରାଫିକ ଓ ପାର୍କିଂ ସମସ୍ୟାର ସମାଧାନ ନିମନ୍ତେ ବାଟ ବାହାର କରାଯାଇଥିଲା। ଏଥିପାଇଁ ଉପଖଣ୍ଡ ନିୟନ୍ତ୍ରିତ ବଜାର କମିଟି ଏବଂ…

ବଳାତ୍କାର ମାମଲା, ଫେରାର ଅଭିଯୁକ୍ତଙ୍କ ଘରେ ନୋଟିସ

ଗୋପାଳପୁର,୪ା୭(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅନ୍ତର୍ଗତ ନାବାଳିକା ଅପହରଣ ଓ ବଳାତ୍କାର ମାମଲାରେ କୋର୍ଟରୁ ଅଭିଯୁକ୍ତ ଜାମିନରେ ଆସି ଫେରାର ଥିବା ଗୋବିନ୍ଦନଗର ଗ୍ରାମରେ ଦେଉଳ ସାହିର ଦେବରାଜ ସାହୁଙ୍କ ଘର ଅଗରେ ଗୋଳନ୍ଥରା ପୋଲିସ ସୋମବାର ନୋଟିସ ଲଗାଇଛି।…

୩୦ ସୁଦ୍ଧା ବନ୍ଧୁକ ଫେରାଅ, ନ ହେଲେ କାର୍ଯ୍ୟାନୁଷ୍ଠାନ

ବାରିପଦା(ନୀଳାଦ୍ରି ବିହାରୀ ଦଣ୍ଡପାଟ)/ଠାକୁରମୁଣ୍ଡା(ତାରାକାନ୍ତ ପଟ୍ଟନାୟକ)୪ା୭: ଶିମିଳିପାଳ ଅଭୟାରଣ୍ୟରେ ଶିକାରୀ ଗୁଳିରେ ଦୁଇ ବନ କର୍ମଚାରୀ ନିହତ ହେବା ଘଟଣାରେ ମୟୂରଭଞ୍ଜ ଜିଲା ପୋଲିସ ପକ୍ଷରୁ ପ୍ରତିଦିନ ସର୍ଚ୍ଚ ଓ କୋମ୍ବିଂ ଅପରେଶନ ଜାରି ରହିଛି। ବନ କର୍ମଚାରୀ ଓ ପୋଲିସକୁ ନେଇ…

ବିପଦକୁ ଡାକୁଛି ସ୍କୁଲ ସମ୍ମୁଖ ଗର୍ତ୍ତ

କଟକ,୪ା୭(ସୁପ୍ରିୟା ପ୍ରିୟଦର୍ଶିନୀ): ଖାନ୍‌ନଗର ସରକାରୀ ଉଚ୍ଚ ବିଦ୍ୟାଳୟ ସମ୍ମୁଖ ରାସ୍ତା ଶୋଚନୀୟ ହୋଇପଡ଼ିଛି। ରାସ୍ତାରେ ଏକ ବଡ଼ ଗର୍ତ୍ତ ସୃଷ୍ଟି ହୋଇଛି। ଛାତ୍ରୀଛାତ୍ରଙ୍କଠାରୁ ଆରମ୍ଭକରି ଜନସାଧାରଣ ଏହି ରାସ୍ତା ଦେଇ ଯାତାୟତ କରୁଛନ୍ତି। ତେବେ ଗ୍ୟାସ୍‌ ପାଇପ ଲାଇନ ପାଇଁ ଖୋଳାଯାଇଥିବା…

୨୩ ଜିଲାରେ ୫୦ ପେପରଲେସ୍‌ କୋର୍ଟ ଆରମ୍ଭ

କଟକ,୪ା୭(କାର୍ତ୍ତିକ ସାହୁ): ରାଜ୍ୟର ୨୩ଟି ଜିଲାରେ ସୋମବାରଠାରୁ ୫୦ଟି ପେପରଲେସ୍‌ କୋର୍ଟ କାର୍ଯ୍ୟକ୍ଷମ ହୋଇଛି। ହାଇକୋର୍ଟ ମୁଖ୍ୟ ବିଚାରପତି ଡ. ଏସ୍‌. ମୁରଲୀଧର ଭର୍ଚୁଆଲ ମାଧ୍ୟମରେ ପେପରଲେସ୍‌ କୋର୍ଟଗୁଡ଼ିକୁ ଉଦ୍‌ଘାଟନ କରି କହିଲେ, ଦ୍ୱିତୀୟ ପର୍ଯ୍ୟାୟରେ ୫୦ଟି ପେପରଲେସ୍‌ କୋର୍ଟ ଆରମ୍ଭ…

ବଢୁଛି ପରିବା ଦର, ଚିନ୍ତାରେ ଖାଉଟି

ଖୋର୍ଦ୍ଧା,୪ା୭(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ବଜାରରେ ପରିବା ଦର ବଢିଚାଲିଛି। ଆଳୁ, ପିଆଜକୁ ଛାଡି ଦେଲେ ଅନ୍ୟ ପରିବା ଦର ୫୦ଟଙ୍କା ତଳକୁ ନାହିଁ। ଫଳରେ ଗ୍ରାହକ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଟମାଟୋ ଦର ଶହେ ତଳକୁ ଖସୁନି।…

ଅଦା ଦର ହୁ ହୁ ହୋଇ ବଢ଼ିଚାଲିଛି

କେନ୍ଦ୍ରାପଡ଼ା, ୪ା୭(ଜଗନ୍ନାଥ ଧଳ): ଖାଦ୍ୟ ପ୍ରସ୍ତୁତିରେ ପ୍ରମୁଖ ମସଲା ଭାବେ ବ୍ୟବହାର କରାଯାଉଥିବା ଅଦାର ବଜାର ଦର ହୁ ହୁ ହୋଇ ବଢ଼ିଚାଲିଛି। ଏହି କ୍ରମରେ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇରେ ମଧ୍ୟ ଏହାର ପ୍ରଭାବ ଅନୁଭୂତ ହେଉଛି। ବର୍ତ୍ତମାନ ପଟ୍ଟାମୁଣ୍ଡାଇ ବଜାରରେ…

ବୁଣା ଧାନ ଗଜାମରୁଡ଼ି ଆଶଙ୍କାରେ ଚାଷୀ

କେନ୍ଦ୍ରାପଡ଼ା, ୪ା୭ (ଜଗନ୍ନାଥ ଧଳ): ଓଡ଼ିଶାକୁ ମୌସୁମୀ ବର୍ଷା ଆସିଥିବା ପାଣିପାଗ ବିଶେଷଜ୍ଞ ସୂଚନା ଦେଇଛନ୍ତି। ମାତ୍ର ଉପକୂଳବର୍ତ୍ତୀ କେନ୍ଦ୍ରାପଡ଼ା ଜିଲାରେ ଏହାର ପ୍ରଭାବ ଆଦୌ ଜଣାପଡ଼ିନାହିଁ। ଗତ ମେ ଓ ଜୁନ୍‌ ମାସରେ ହୋଇଥିବା ସାମାନ୍ୟ ବର୍ଷାରେ ଚାଷୀ ଖରିଫ…

ସୁବର୍ଣ୍ଣପୁରରେ ପାଣ୍ଡିଆନଙ୍କ କାରକେଡ଼କୁ ଅଣ୍ଡାମାଡ଼

ସୋନପୁର,୪।୭(ମୃତ୍ୟୁଞ୍ଜୟ ଶତପଥୀ): ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭି. କେ. ପଣ୍ଡିଆନ ମଙ୍ଗଳବାର ଦିନିକିଆ ସୁବର୍ଣ୍ଣପୁର ଜିଲା ଗସ୍ତରେ ଆସିଛନ୍ତିl ପାଣ୍ଡିଆନ ଭୁବନେଶ୍ୱରରୁ ହେଲିକେପ୍ଟର ଯୋଗେ ଆସି ସକାଳେ ଉଲୁଣ୍ଡା ବ୍ଲକ କୋଟସମଲେଇସ୍ଥିତ ପାତାଳି ଶ୍ରୀକ୍ଷେତ୍ରରେ ପହଞ୍ଚିଥିଲେ। ସଚିବ…

ରାସ୍ତା କାମ ନ ସରୁଣୁ ଉଠିଗଲା ପିଚୁ

କର୍ଲାମୁଣ୍ଡା:୪।୭(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲମୁଣ୍ଡା ବ୍ଲକ ସ. ମାଲପଡ଼ା ପଞ୍ଚାୟତ ବାଗବୁରାଇ ତାରିଣୀ ଛକଠାରୁ ଭଟାପଲା କେନାଲ ଛକ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ କାର୍ଯ୍ୟରେ ଅନିୟମିତତା ତଥା ନିମ୍ନମାନର କାମ ହେଉଥିବା ସ୍ଥାନୀୟ ଲୋକେ…

ଖିଲାପି ଠିକାଦାରଙ୍କୁ ଘଣ୍ଟ ଘୋଡ଼ାଇବାକୁ ମସୁଧା

ଯାଜପୁର,୪ା୭(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ବଡଚଣା ବ୍ଲକ ବନ୍ଦାଲୋଠାରୁ ଏଣ୍ଡରପଦା ପୂର୍ତ୍ତ ବିଭାଗ ରାସ୍ତାର ଉନ୍ନତୀକରଣ ପ୍ରକଳ୍ପ ୫ ବର୍ଷ ହେଲା ଅଧାପନ୍ତରିଆ ହୋଇ ପଡ଼ିରହିଛି। ଏଥିଯୋଗୁ ସମ୍ପୃକ୍ତ ଅଞ୍ଚଳବାସୀ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଚାରଭାଟିଆ ପୂର୍ତ୍ତ…

ମୋରମ ଲୁଟ୍‌ ମାମଲାରେ ୨୧ ଲକ୍ଷ ଟଙ୍କା ଜରିମାନା

କଳିଙ୍ଗନଗର,୪ା୭(ଶୁଭାଶିଷ ରାଉତ): ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳର ମାଣତିରା ମୌଜାରେ ଟାଟା ରେଳପଥଠାରୁ ନ୍ୟୁ ଭିସ୍ତା ସିମେଣ୍ଟ କାରଖାନା ପର୍ଯ୍ୟନ୍ତ ନୂତନ ରେଳପଥ ସଂଯୋଗ କାର୍ଯ୍ୟ ଜାରି ରହିଛି । ଏହି ରେଳ ପଥରୁ ବାହାରୁଥିବା ମୋରମକୁ ଯୋଜନାବଦ୍ଧ ଭାବେ ଲୁଟ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?