ମୋରମ ଲୁଟ୍‌ ମାମଲାରେ ୨୧ ଲକ୍ଷ ଟଙ୍କା ଜରିମାନା

କଳିଙ୍ଗନଗର,୪ା୭(ଶୁଭାଶିଷ ରାଉତ): ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳର ମାଣତିରା ମୌଜାରେ ଟାଟା ରେଳପଥଠାରୁ ନ୍ୟୁ ଭିସ୍ତା ସିମେଣ୍ଟ କାରଖାନା ପର୍ଯ୍ୟନ୍ତ ନୂତନ ରେଳପଥ ସଂଯୋଗ କାର୍ଯ୍ୟ ଜାରି ରହିଛି । ଏହି ରେଳ ପଥରୁ ବାହାରୁଥିବା ମୋରମକୁ ଯୋଜନାବଦ୍ଧ ଭାବେ ଲୁଟ୍‌ କରାଯାଉଥିବା ଅଭିଯୋଗ ହେବା ପରେ ଦାନଗଦୀ ତହସିଲ ପକ୍ଷରୁ ଲୁଟ ସମ୍ପର୍କରେ ଅନୁସନ୍ଧାନ ପାଇଁ ତତ୍ପରତା ପ୍ରକାଶ ପାଇଥିଲା । ମୋରମ ଖନନ କରୁଥିବା ଠିକା ସଂସ୍ଥା ପିକାସୋନା ଏଣ୍ଟରପ୍ରାଇଜର୍ସ ବେଆଇନ ଭାବେ ୧୦୪୦ କ୍ୟୁବିକ ମିଟର ମୋରମ ଲୁଟ କରିଥିବା ରାଜସ୍ବ ବିଭାଗର ସରଜମିନ ତଦନ୍ତ ବେଳେ ଜଣାପଡିଥିଲା । ଏକ ରାସ୍ତା ନିର୍ମାଣ ପାଇଁ ଲୁଟ ମୋରମର ବ୍ୟବହାର ହୋଇଥିଲା । ରାସ୍ତାରେ ପଡିଥିବା ମୋରମର ଆକଳନ କରାଯାଇ ତହସିଲ କାର୍ଯ୍ୟାଳୟ ପକ୍ଷରୁ ସମ୍ପୃକ୍ତ ସଂସ୍ଥାକୁ ଗତ ୧ା୭ା୨୩ରେ ଚିଠି ନମ୍ବର-୧୬୦୪ରେ ମୋଟ ୨୦ ଲକ୍ଷ ୯୩ ହଜାର ୫୪୦ଟଙ୍କା ଜରିମାନା କରାଯାଇଛି ।
ଅଭିଯୋଗ ମୁତାବକ ଦାନଗଦୀ ତହସିଲର କେତେଜଣ ଅସାଧୁ କର୍ମଚାରୀ, ସ୍ଥାନୀୟ ରାଜସ୍ବ କାର୍ଯ୍ୟାଳୟ ଓ ପୋଲିସ ସହଯୋଗରେ ଗଚ୍ଛିତ ଥିବା ମୋରମରୁ ନିୟମିତ ଭାବେ ଲୁଟ ଚାଲିଥିଲା । ରେଳପଥରୁ ମୋରମ ଆସି ଗଚ୍ଛିତ ରହୁଥିବା ସ୍ଥାନରୁ ଅତି ଗୋପନରେ ଲୁଟ୍‌ କରାଯାଉଥିଲା । ଏହି କାରବାରରେ ମୋଟା ଅଙ୍କର ବଟି କାରବାର ହେଉଥିବା ଅଭିଯୋଗ ହୋଇ ଆସୁଥିଲା । ବ୍ୟବସାୟୀ ଗୋଷ୍ଠୀ ପ୍ରଶାସନର ବାହୁଛାୟା ତଳେ ରହି ମୋରମ ଚୋରା ଚାଲାଣ କରୁଥିବା ବେଳେ ସେଠାରେ ଏକ ବାଇପାସ୍‌ ସଡ଼କ ନିର୍ମାଣରେ ଚୋରା ମୋରମ ବ୍ୟବହାର କରିବା ପରେ ମୋରମ ଲୁଟର ଖିଅ ପଦାକୁ ଆସିଥିଲା । ଏ ସମ୍ପର୍କରେ ନ୍ୟୁଭିସ୍ତା ସିମେଣ୍ଟ କାରଖାନାର ଜଣେ ଅଧିକାରୀଙ୍କୁ ପଚାରିବାରେ ତାଙ୍କ ସଂସ୍ଥାର ଏହି ଘଟଣା ଓ ଜରିମାନାରେ କୌଣସି ସମ୍ପୃକ୍ତି ନ ଥିବା କହିଛନ୍ତି । ଜରିମାନା ସମ୍ପର୍କରେ ଦାନଗଦୀ ତହସିଲଦାର ଦାୟିତ୍ୱରେ ଥିବା ନାରାୟଣ ଚନ୍ଦ୍ର ଦୀକ୍ଷିତଙ୍କୁ ପଚାରିବାରୁ ରାସ୍ତା ପାଇଁ ମୋରମ ବ୍ୟବହାର କରିଥିବା ପିକାସୋନାକୁ ଜରିମାନା କରାଯାଇଛି । ଜରିମାନା ପୈଠ କରା ନ ଗଲେ ସମ୍ପୃକ୍ତ ସଂସ୍ଥା ଉପରେ ଆଇନଗତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?