ଆମ ଜିଲା ଖବର

ପର୍ଯ୍ୟଟନରେ ପୂର୍ଣ୍ଣଚ୍ଛେଦ

ଢେଙ୍କାନାଳ ଅଫିସ, ୫।୩: ସାତକୋଶିଆ ବ୍ୟାଘ୍ର କରିଡରରେ ସାମିଲ କରାଯିବା ପରେ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ‘ନନ୍ଦିନିଆ’ ପର୍ଯ୍ୟଟନସ୍ଥଳୀ ମାନ୍ୟତାରୁ ବାଦ୍‌ ପଡ଼ିଛି। ବିବିଧ ବନ୍ୟଜୀବନରେ ଭରପୂର ଏହି ଜଙ୍ଗଲରେ ପର୍ଯ୍ୟଟକଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି। ଫଲରେ ‘ନନ୍ଦିନିଆ’ରେ…

ଫୁଲଝାଡ଼ୁ ଚାଷ ଦେଇଛି ରୋଜଗାର

ଦାରିଙ୍ଗବାଡ, ୫।୩(ଡି.ଏନ୍‌.ଏ): ସବୁ ଘରେ ରାତି ପାହିଲେ ଖୋଜା ପଡେ ଝାଡୁ। ପ୍ଲାଷ୍ଟିକ ଯୁଗରେ ଏବେ ବି ଫୁଲଝାଡୁର ଚାହିଦା ରହିଛି। ସେହିପରି ରାଜ୍ୟରେ ବିଭିନ୍ନ ଜିଲାରେ ବିଭିନ୍ନ ପ୍ରକାର ଝାଡୁ ତଥା ତାଳପତ୍ର ସମେତ ଖଜୁରି ଝାଡୁ, ନଡ଼ିଆ ଗଛରୁ…

ଅଳିଆଗଦାରେ ଶତାଧିକ ସ୍ବାସ୍ଥ୍ୟକାର୍ଡ

ପାରଳାଖେମୁଣ୍ଡି, ୫।୩ (ଡି.ଏନ୍‌.ଏ.): ପାରଳାଖେମୁଣ୍ଡି ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସର ଅଳିଆଗଦାରେ ଶତାଧିକ ସ୍ବାସ୍ଥ୍ୟକାର୍ଡ ପଡ଼ିଥିବା ଦେଖିବାକୁ ମିଳିଛି। ଯଦିଓ କାର୍ଡଗୁଡ଼ିକ ରାଷ୍ଟ୍ରୀୟ ସ୍ବାସ୍ଥ୍ୟବୀମା ଅର୍ନ୍ତଭୁକ୍ତ, କିନ୍ତୁ ଏତେସଂଖ୍ୟକ କାର୍ଡ ଅଳିଆ ଗଦାରେ ପଡ଼ିବା ନିଶ୍ଚିତ ଦୁର୍ଭାଗ୍ୟଜନକ। କିଏ…

ପୈତୃକ ଗ୍ରାମରେ ବିଜୁବାବୁଙ୍କ ନାଁରେ ମ୍ୟୁଜିୟମ୍‌ ଦାବି

ଭଞ୍ଜନଗର,୫।୩(ଡି.ଏନ.ଏ): ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ମାର୍ଚ୍ଚ ୫ରେ ସାରା ରାଜ୍ୟବ୍ୟାପୀ ପାଳନ ହେଉଥିବା ବେଳେ ତାଙ୍କ ପୈତୃକ ଗ୍ରାମ ଗଞ୍ଜାମ ଜିଲା ଭଞ୍ଜନଗର ସହରଠାରୁ ମାତ୍ର ୩ କିମି ଦୂର ଘୁମୁସର ନୂଆଁଗାସ୍ଥିତ ବାସଭବନରେ ମଧ୍ୟ ଜୟନ୍ତୀ…

ବାସହରା ବନ୍ୟଜନ୍ତୁ ଜନବସତିମୁହାଁ

କେନ୍ଦୁଝର,୫।୩ (ସ୍ବ.ପ୍ର.): ଏକଦା ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ ଥିବା କେନ୍ଦୁଝରର ବଣପାହାଡ଼ ଏବେ ଗଛଶୂନ୍ୟ ହୋଇପଡିଛି। ଫଳରେ ବନ୍ୟଜନ୍ତୁଙ୍କ ସୁରକ୍ଷିତ ଆଶ୍ରୟସ୍ଥଳ ପଦା ହେବାକୁ ବସିଥିବାରୁ ବନ୍ୟଜନ୍ତୁ ଏବେ ବାସହରା ହୋଇ ଜନବସତିମୁହଁା ହେଉଛନ୍ତି। ଜଙ୍ଗଲରେ ଖାଦ୍ୟାଭାବ ଯୋଗୁ ହାତୀପଲ ସହରମୁହଁା…

ଶ୍ରମିକଙ୍କ ପାଇଁ ଦିନ ୧୧ରୁ ୩ କାର୍ଯ୍ୟ ବନ୍ଦ

ଭଦ୍ରକ ଅଫିସ,୫।୩: ସମ୍ଭାବ୍ୟ ଅଂଶୁଘାତ ମୁକାବିଲା ପାଇଁ ଭଦ୍ରକ ଜିଲା ପ୍ରଶାସନ ପକ୍ଷରୁ ଜିଲା ଜରୁରୀକାଳୀନ ବିଭାଗ ସଂଯୋଜନାରେ ଜିଲାସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଏଥିରେ ଅଧ୍ୟକ୍ଷତା କରିଥିଲେ। ଜିଲାରେ ପାନୀୟ ଜଳ ଯୋଗାଣ…

ରାସ୍ତା ଅବସ୍ଥାକୁ ନେଇ ବଢୁଛି ଅସନ୍ତୋଷ

ବାଲେଶ୍ୱର ଅଫିସ,୫।୩: ବାଲେଶ୍ୱର ପୌରପରିଷଦର ନିର୍ବାଚନକୁ ବର୍ଷେ ବିତିଛି। ବିଜେଡିର ଅଧିକ ସଂଖ୍ୟକ କାଉନସିଲରଙ୍କ ସହ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ ବିଜୟ ଲାଭ କରିଛନ୍ତି। ହେଲେ ସେମାନଙ୍କ ଭିତରେ ଥିବା ଗୋଷ୍ଠୀକନ୍ଦଳ ଯୋଗୁ ଆଜିଯାଏ ପୌରାଞ୍ଚଳର ବିଭିନ୍ନ ୱାର୍ଡ଼ରେ କାମ ଅଟକି ରହିବା…

ଗଞ୍ଜାମରୁ ଆରମ୍ଭ ବିଜୁଙ୍କ ରାଜନୀତି

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଗଞ୍ଜାମରୁ ଆରମ୍ଭ କରିଥିଲେ ଭୋଟ ରାଜନୀତି। ଜିଲାରୁ ଲଗାତର ଦୁଇଥର କଂଗ୍ରେସ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ସ୍ବାଧୀନତା ପରବର୍ତ୍ତୀ ୧୯୫୧-୫୨ ସାଧାରଣ ନିର୍ବାଚନରେ ତତ୍କାଳୀନ ଜଗନ୍ନାଥପ୍ରସାଦ ନିର୍ବାଚନମଣ୍ଡଳୀରୁ ଏବଂ ୧୯୫୭ ନିର୍ବାଚନରେ ସୋରଡ଼ା ନିର୍ବାଚନମଣ୍ଡଳୀରୁ…

୨ ମହିଳାଙ୍କୁ ସ୍ବଚ୍ଛ ସୁଜଳ ଶକ୍ତି ସମ୍ମାନ

ଯାଜପୁର ଟାଉନ,୫।୩ (ଡି.ଏନ୍‌.ଏ.):  ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ଅବସରରେ ଯାଜପୁର ଜିଲାର ୨ ମହିଳା ଜିଲା ଓ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ରାଜ୍ୟର ପ୍ରଥମ ଭାବେ ଯାଜପୁର ଜିଲା ଦଶରଥପୁର ବ୍ଲକ୍‌ ଅଧୀନ ଅକରପଡ଼ା ପଞ୍ଚାୟତର ମହିଳା ସ୍ବୟଂ…

ବାଣଫୁଟି ଯୁବକଙ୍କ ପାପୁଲି ଛିଡ଼ିଲା

ବାଲିପାଟଣା,୫।୩(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ବାଲିପାଟଣାର ପ୍ରସିଦ୍ଧ ଦୋପଟି ମେଳଣର ଜମାଣ ବେଳେ ବାଣ ଫୁଟି ଜଣେ ଯୁବକଙ୍କ ହାତ ପାପୁଲି ଛିଡ଼ିଯାଇଛି। ତାଙ୍କୁ ଗୁରୁତର ଅବସ୍ଥାରେ କଟକ ମେଡିକାଲରେ ଭର୍ତ୍ତି କରାଯାଇଛି। ଅନ୍ୟପଟେ ଆହତ ଯୁବକଙ୍କ ପରିଚୟ ମିଳିପାରି ନାହିଁ। ସୂଚନା…

ମହାପ୍ରଭୁଙ୍କ ବେଣ୍ଟ ନୀତି ସମ୍ପନ୍ନ

ପୁରୀ ଅଫିସ,୫।୩:  ଫାଲଗୁନ ଶୁକ୍ଳ ଦ୍ୱାଦଶୀ ତିଥି ଶନିବାର ଅବସରରେ ଶ୍ରୀମନ୍ଦିର ସ୍ବତ୍ୱଲିପି ଅନୁଯାୟୀ ମହାପ୍ରଭୁଙ୍କ ଚତୁର୍ଥ ବେଣ୍ଟ ନୀତି ଶ୍ରଜଗନ୍ନାଥ ବଲ୍ଲଭ ପରିସରରେ ଥିବା ବେଣ୍ଟ ପୋଖରୀରେ ସମ୍ପନ୍ନ ହୋଇଛି। ଶନିବାର ଶ୍ରୀବିଗହମାନଙ୍କର ମଙ୍ଗଳ ଆଳତି ସରିବା ପରେ ମହାଜନ…

ଜଳୁଛି ଶିମିଳିପାଳ

ବାରିପଦା ଅଫିସ, ୫।୩: ସବୁଜ ବନାନୀରେ ଆଚ୍ଛାଦିତ ପ୍ରକୃତି ସୁନ୍ଦରୀ ଶିମିଳିପାଳ ଏବେ ନିଆଁ କବଳରେ। କ୍ରମାଗତ ମାସେ ହେଲା ଅଭୟାରଣ୍ୟର ବିଭିନ୍ନ ସ୍ଥାନରେ ନିଅଁା ଲାଗୁଥିବା ଦେଖିବାକୁ ମିଳୁଛି। ଶନିବାର ଫରେଷ୍ଟ ସର୍ଭେ ଅଫ୍‌ ଇଣ୍ଡିଆ ପକ୍ଷରୁ ମିଳିଥିବା ସାଟେଲାଇଟ ତଥ୍ୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri