ଆମ ଜିଲା ଖବର

ଇଚ୍ଛାମୃତ୍ୟୁ ପାଇଁ ରାଷ୍ଟ୍ରପତିଙ୍କୁ ନିବେଦନ

ଯାଜପୁର ଟାଉନ,୨ା୬(ଡି.ଏନ.ଏ.): ଇଚ୍ଛାମୃତ୍ୟୁ ପାଇଁ ରାଷ୍ଟ୍ରପତିଙ୍କୁ ନିବେଦନ କରିଛନ୍ତି ଉତ୍କଳ ଗୃହରକ୍ଷୀ ମହାସଂଘର ରାଜ୍ୟ ସଭାପତି ରଞ୍ଜନ କୁମାର ମଲ୍ଲିକ। ମାର୍ଚ୍ଚରେ ୯୦ ଦିନ ମଧ୍ୟରେ ବର୍ଦ୍ଧିତ ଦରମା ଦେବାକୁ ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ସମୟସୀମା ସରିବାକୁ…

୨ ଡଙ୍ଗା ବୁଡ଼ି, ୨ ନିଖୋଜ

ମାଲକାନଗିରି,୨ା୬(ଡି.ଏନ୍‌.ଏ.): ମାଲକାନଗିରି ଜିଲାରେ ଗୁରୁବାର ଅପରାହ୍ନରେ ହଠାତ୍‌ କାଳବୈଶାଖୀରେ ପ୍ରବଳ ବେଗରେ ପବନ ବହିବାରୁ ସତୀଗୁଡ଼ା ଜଳଭଣ୍ଡାରରେ ୨ଟି ଡଙ୍ଗା ବୁଡ଼ିଯାଇଛି। ଏଥିରେ ମଞ୍ଜୁସା ଗ୍ରାମର ତୁଳୁସା ମାଢ଼ୀ ଓ ଏମ୍‌ଭି ୧୧୧ ଗ୍ରାମର ଗୋବିନ୍ଦ ସର୍ଦ୍ଦାର ନିଖୋଜ ଅଛନ୍ତି। ପ୍ରକାଶ…

ଭୁଶୁଡ଼ିଲା ଏୟାରଷ୍ଟ୍ରିପ୍‌ ପାଚେରି, ୨ ଶ୍ରମିକ ମୃତ

ମାଲକାନଗିରି,୨ା୬(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସଦର ମହକୁମାରେ ଗୁରୁବାର ଅପରାହ୍ନ ପ୍ରାୟ ୪ଟାରେ କାଳବୈଶାଖୀ ଯୋଗୁ ୨୦ମିନିଟ୍‌ ଧରି ପ୍ରବଳ ବେଗରେ ପବନ ବହିବା ସହ ବଜ୍ରପାତ ହୋଇଥିଲା। ଫଳରେ ରାସ୍ତା ଉପରେ ବଡ଼ ବଡ ଗଛ ଉପୁଡି ପଡିବା ସହ ବିଦ୍ୟୁତ୍‌…

ବିଦ୍ୟୁତ ଆଘାତରେ ମାଈହାତୀ ମୃତ

ଢେଙ୍କାନାଳ ଅଫିସ,୧।୬: ଢେଙ୍କାନାଳ ଜିଲା ସଦର ଥାନା ଗୋବିନ୍ଦପୁର ଫାଣ୍ଡି ସଦର ରେଞ୍ଜ ବୋରାପଦା ଖମାର ନିକଟସ୍ଥ ଏକ ଇଟାଭାଟି ନିକଟରେ ଥିବା କାଜୁ ବଗିଚା ପରିସରରେ ଗୁରୁବାର ଏକ ମାଈହାତୀର ମୃତଦେହ ପଡିଥିବା ଦେଖାଯାଇଛି। ବିଦ୍ୟୁତ ଆଘାତରେ ହାତୀଟିର ମୃତ୍ୟୁ…

ପାର୍ଟ ଟାଇମ ଜବ ଅଫର ଲୋଭ ଦେଖାଇ ଲୁଟିନେଲେ ଲକ୍ଷାଧିକ ଟଙ୍କା

ହିଞ୍ଜିଳିକାଟୁ,୧।୬(ଡି.ଏନ.ଏ): ପାର୍ଟ ଟାଇମ କାମ କରିବା ପଡିଲା ମହଙ୍ଗା। ହିଞ୍ଜିଳି ଥାନା ଦୁର୍ବନ୍ଧ ଗ୍ରାମର ଦାମୋଦର ମହାନ୍ତି ଅନ୍‌ଲାଇନରେ ପାର୍ଟ ଟାଇମ କାମ କରିବା ଲୋଭରେ ୨ ଲକ୍ଷ ଟଙ୍କ ହରାଇଛନ୍ତି। ଏଥି ନେଇ ଦାମୋଦର ବୁଧବାର ଥାନାରେ ଅଭିଯୋଗ କରିଛନ୍ତି।…

କାଳବୈଶାଖୀ ପ୍ରଭାବ: ଉଡିଲା ଛପର, ଭାଙ୍ଗିଲା ଗଛ

କୋରୁକୋଣ୍ଡା,୧।୬(ଡି.ଏନ.ଏ.): ମାଲକାନଗିରି ଜିଲା ସଦର କୋରୁକୋଣ୍ଡା ପଞ୍ଚାୟତ ଅନ୍ତର୍ଗତ ବୁଦୁଗୁଡ଼ା, ବୁଦୁଗୁଡ଼ା କଲୋନୀ, ଜାମୁଗୁଡ଼ା, ଦୁରୁମାଗୁଡ଼ା ଏବଂ ଡୁଡ଼ାମେଟା ପଞ୍ଚାୟତ ଅନ୍ତର୍ଗତ ବାଲାକାଟି, ବେଣ୍ଡାଗୁଡ଼ା, ଏମ୍‌ଭି ୨୩ ଆଦି ଗ୍ରାମରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି। ପ୍ରାୟ ପାଖା ପାଖି ୨୫-୩୦…

୧୦ କେଜି ଗଞ୍ଜେଇ ସହ ଧରାପଡ଼ିଲେ ୩ ଅଭିଯୁକ୍ତ

ପାଇକମାଳ,୧।୬(ଡି.ଏନ.ଏ.): ବରବଡ଼ ଜିଲା ପଦ୍ମପୁର ଉପଖଣ୍ଡର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗ ଚଢ଼ାଉ କରି ୧୦ କେଜି ଗଞ୍ଜେଇ ଜବତ କରିଛି। ଘଟଣାରେ ସମ୍ପୃକ୍ତ ୩ ଅଭିଯୁକ୍ତଙ୍କୁ ଅବକାରୀ ଗିରଫ କରିଛି। ବରଗଡ଼ ଅବକାରୀ ଅଧିକ୍ଷକ ଶୋଭନ ନାୟକଙ୍କ ନିର୍ଦ୍ଦେଶ କ୍ରମେ…

ହାଣ୍ଡି, ମାଠିଆ ଧରି ରାସ୍ତାରୋକ

ପାରଳାଖେମୁଣ୍ଡି,୧ା୬(ଡି.ଏନ୍‌.ଏ): ଗଜପତି ଜିଲା ପାରଳାଖେମୁଣ୍ଡି ନିକଟସ୍ଥ ସିଦ୍ଧମାଡଙ୍ଗ ଗ୍ରାମରେ ପିଇବା ପାଣିର ଅଭାବକୁ ନେଇ ଶତାଧିକ ମହିଳା ଓ ପୁରୁଷ ହାଣ୍ଡି, ମାଠିଆ ଧରି ରାୟଗଡ଼ା ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ବହୁ ଗାଡି ଅଟକି…

ଦେଢ ଲକ୍ଷ ଟଙ୍କାର ମୃତ୍ୟୁ ସଞ୍ଜିବନୀ ସୁରା ଜବତ, ବନ୍ଧା ହେଲେ ଅଭିଯୁକ୍ତ

ଧାମନଗର,୧।୬(ଡି.ଏନ.ଏ): ଭଦ୍ରକ ଜିଲା ଧାମନଗର ବ୍ଲକର ବିଭିନ୍ନ ଅଞ୍ଚଳରେ ଚୋରା ଦେଶୀ ଓ ବିଦେଶୀ ମଦ ସାଙ୍ଗକୁ ଧଳାଜହର କାରବାର ବଢ଼ିବାରେ ଲାଗିଛି। ଏପରିକି ଗ୍ରାମାଞ୍ଚଳରେ ବିଦେଶୀ, ଦେଶୀ ମଦ ଓ ମୃତ୍ୟୁ ସଞ୍ଜିବନୀ ସୁରା ବେଆଇନ ଭାବେ ବିକ୍ରି ବଢ଼ି…

୮ ଘଣ୍ଟା ପରେ ସମୁଦ୍ରରୁ ମିଳିଲା ନିଖୋଜ ଛାତ୍ରୀଙ୍କ ମୃତଦେହ

ଛତ୍ରପୁର,୧।୬(ଡି.ଏନ୍‌.ଏ. ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଆର୍ଯ୍ୟପଲ୍ଲୀ ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ସମୁଦ୍ରରେ ଗାଧୋଇବା ବେଳେ ଦୁଇ ଛାତ୍ରୀ ଭାସିଯାଇଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ସକାଳେ ମିଳିଥିବା ବେଳେ ଆଉ ଜଣେ ନିଖୋଜ ଥିଲେ।…

ବିଦ୍ୟୁତ୍‌ ଅଫିସ ଘେରିଲେ ଅଞ୍ଚଳବାସୀ

ମୋରଡା,୧।୬(ଡି.ଏନ୍‌.ଏ.): ଅସହ୍ୟ ତାତିରେ ସାରା ରାଜ୍ୟ ସିଝୁଥିବା ବେଳେ ମୟୁରଭଞ୍ଜ ଜିଲା ମୋରଡା ବ୍ଲକ ଅଞ୍ଚଳରେ ଅଘୋଷିତ ବିଦ୍ୟୁତ୍‌ କାଟ ଯୋଗୁ ଅଞ୍ଚଳବାସୀ ନାହିଁ ନ ଥିବାର ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି l ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ୍‌ କାଟ୍‌ ହେଉଥିବାରୁ…

ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅମଲାଙ୍କ ଧାରଣା: ସରକାରୀ କାର୍ଯ୍ୟ ଠପ୍‌

କୋରାପୁଟ,୧।୬(ସ୍ବ.ପ୍ର): ଯୋଗ୍ୟତା ଭିତ୍ତିରେ ଦରମା ହାର ୪୨୦୦/- ଗ୍ରେଡ ପେ ପ୍ରଦାନ ଦାବିରେ ଗୁରବାର କୋରାପୁଟ ମିଳିତ ଅମଲାମଞ୍ଚ ପକ୍ଷରୁ ଶୋଭାଯାତ୍ରା ସହ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି। ରାଜ୍ୟ ସରକାର ତୁରନ୍ତ ଦାବି ପୁରଣ ନ କଲେ ଆନ୍ଦୋଳନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?