୫ ପୋଷ୍ଟ ମାଷ୍ଟରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ବଲାଙ୍ଗୀର, ୧୧ା୭ (ବୀରେନ୍ଦ୍ର କୁମାର ଝାଙ୍କର): ଜାଲ ସାର୍ଟିଫିକେଟ ମାମଲାର ତଦନ୍ତ କରୁଥିବା କ୍ରାଇମ୍‌ବ୍ରାଞ୍ଚ ଟିମ୍‌ର ତଦନ୍ତରେ ଶିଥିଳତାକୁ ନେଇ ସାଧାରଣରେ ନାନା ପ୍ରଶ୍ନ ଉଙ୍କି ମାରୁଛି। କ୍ରାଇମ୍‌ବାଞ୍ଚ ଟିମ୍‌ ବଲାଙ୍ଗୀର ଆସି ତଦନ୍ତ କରୁଥିବାବେଳେ ଏହି ମାମଲାଟି ଅତ୍ୟନ୍ତ ସଙ୍ଗୀନ, ବ୍ୟାପକ ଏବଂ ସମ୍ବେଦନଶୀଳ ବୋଲି କହିଥିଲେ। ଜାଲ୍‌ ସାର୍ଟିଫିକେଟ କାରବାରର ଖୋଳତାଡ କରିବାକୁ ହେଲେ ଦୀର୍ଘ ସମୟ ଲାଗିବ ଏବଂ ଏଥିରେ ବହୁ ଲୋକଙ୍କ ସମ୍ପୃକ୍ତି ସନ୍ଦେହ କରିଥିଲେ। ବଲାଙ୍ଗୀର ପ୍ରଧାନ ଡାକଘରରୁ ଧରାପଡିଥିବା ଜାଲ୍‌ ସାର୍ଟିଫିକେଟ ମାମଲା ରାଜ୍ୟ ତଥା ସମଗ୍ର ଦେଶରେ ଏକ ଚର୍ଚ୍ଚାର ବିଷୟ ହୋଇଥିଲା। ବଲାଙ୍ଗୀର ଡାକ ମଣ୍ଡଳର ଡାକ ସେବକ ଏବଂ ପୋଷ୍ଟ ମାଷ୍ଟର ପଦବୀରେ ଜାଲ ସାର୍ଟିଫିକେଟ ଦେଇ ଚାକିରି ହାତେଇବା ଚେଷ୍ଟା କରିଥିବା ସନ୍ଦେହ କରି ତତ୍କାଳୀନ ବଲାଙ୍ଗୀର ଡାକ ମଣ୍ଡଳ ଅଧୀକ୍ଷକ ସ୍ଥାନୀୟ ଟାଉନ୍‌ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ତଦନ୍ତ ପରେ ୩୮ ଜଣ ପ୍ରାର୍ଥୀ ଜାଲ୍‌ ସାର୍ଟିଫିକେଟ ଦେଇଥିବା ସନ୍ଦେହ ହୋଇଥିଲା। ଏହାପରେ ତଦନ୍ତକୁ ତ୍ୱରାନ୍ବିତ କରାଯିବାରୁ ସ୍ଥାନୀୟ ରିଲାଏନ୍ସ କୋଚିଂ ସେଣ୍ଟର ଜାଲ ସାର୍ଟିଫିକେଟର ଆଡ୍ଡା ସ୍ଥଳୀ ଚିହ୍ନଟ କରି ପୋଲିସ ଚଢ଼ାଉ କରିଥିଲା। ସେଠାରୁ ୫ ହଜାର ଜାଲ ସାର୍ଟିଫିକେଟ ଜବତ କରାଯାଇଥିବା ବଲାଙ୍ଗୀର ଏସ୍‌ପି ସୂଚନା ଦେଇଥିଲେ। ଏହାପରେ ଏହି ମାମଲାର ତଦନ୍ତ ଦାୟିତ୍ୱ କ୍ରାଇମ ବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଥିଲା। ଏତିକିବେଳେ ଭୟଭୀତ ହୋଇ ଜିଲାର ବିଭିନ୍ନ ଡାକଘରେ ପୋଷ୍ଟ ମାଷ୍ଟର ଥିବା ୫ ଜଣ ଗିରଫ ଭୟରେ ଫେରାର ହୋଇଯାଇଥିଲେ। ସେହି ୫ ଜଣ ପୋଷ୍ଟ ମାଷ୍ଟରଙ୍କୁ ପ୍ରଥମେ ନିଲମ୍ବିତ କରାଯାଇଥିଲା ଓ ପରେ ଚାକିରିରୁ ବହିଷ୍କାର କରାଯାଇଥିବା ଜଣାପଡିଛି। ତେବେ ଏନେଇ ଡାକ ବିଭାଗ ଅଧୀକ୍ଷକଙ୍କ ମତାମତ ମିଳିନାହିଁ। ଜିଲାର ଜାଲ ସାର୍ଟିଫିକେଟ ମାମଲାରେ ୧୯ ଜଣ ଯୁବକଙ୍କୁ ଅଭିଯୁକ୍ତ ଦର୍ଶାଇ ପୋଲିସ ଗିରଫ କରିଥିଲା। ମିଳିଥିବା ସୂଚନା ମୁତାବକ ଏବେ ଯୋଗ୍ୟ ୩୮ ପ୍ରାର୍ଥୀ ଡାକ ମଣ୍ଡଳର ବିଧିବଦ୍ଧ ଭାବେ ଚାକିରି ପାଇଁ ମନୋନୀତ ହୋଇଥିବା ଜଣାପଡିଛି। ୧୯ ଜଣଙ୍କ ଗିରଫ ପରେ ୩୮ ଜଣ ଯୋଗ୍ୟ ପ୍ରାର୍ଥୀଙ୍କୁ ଚାକିରି ମିଳିଛି ଓ ଏହା ଏକ ଉଚିତ୍‌ ପଦକ୍ଷେପ ବୋଲି ଚାକିରୀ ପାଇଥିବା କେତେକ ଯୁବତୀ, ଯୁବକ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯିଏ ଜଗୁଥିଲେ ସିଏ ଖାଇଗଲେ: ହରିଣ ମାରି ମାଂସ ରାନ୍ଧି ଖାଉଥିଲେ ଧରାପଡ଼ିଲେ ବନ ଜଗୁଆଳି

ଅନୁଗୋଳ, ୪।୭: ବନ୍ୟପ୍ରାଣୀଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ବନ ଜଗୁଆଳିମାନେ ହିଁ ହରିଣ ଶିକାର କରି ତାହାର ମାଂସ ରାନ୍ଧି ଖାଉଥିବା ଘଟଣା ସାମ୍ନାକୁ ଆସିଛି। ଅନୁଗୋଳ…

ଅଦିନିଆ ବର୍ଷା ସହ ଘନ କୁହୁଡ଼ି: ଜନଜୀବନ ଅସ୍ତବ୍ୟସ୍ତ

ଥୁଆମୂଳ ରାମପୁର,୪।୭,(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ଗତ ତିନି ଦିନ ହେଲା ପାଣିପାଗରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ଲଗାତାର ଲାଗି…

ଘାଟିରେ ବାରମ୍ବାର ଅଟକୁଛି ଭାରୀଯାନ, ଯାତାୟାତ ବାଧାପ୍ରାପ୍ତ

ଦାରିଙ୍ଗବାଡ଼ି,୪ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ଗାଜଲବାଡ଼ି ଘାଟିରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ କଣ୍ଟେନର ଉକ୍ତ ଘାଟି…

୧୧ଦିନ ହେବ ଅନ୍ଧାରରେ ସିର୍ଲା ପଞ୍ଚାୟତ, ପଞ୍ଚାୟତ ବାସୀ ଘେରିଲେ ବିଦ୍ୟୁତ କାର୍ଯ୍ୟାଳୟ

ତୁମୁଡିବନ୍ଧ,୪।୭,(ଦିପକ କୁମାର ପରାସେଠ): ପ୍ରାୟ ୧୧ ଦିନ ହେବ ସିର୍ଲା ପଞ୍ଚାୟତ ଅନ୍ଧାରରେ ରହିଛି। ଏଥିରେ ଅତିଷ୍ଠ ହୋଇ ପଞ୍ଚାୟତ ବାସୀ ବିଦ୍ୟୁତ କାର୍ଯ୍ୟାଳୟ ଘେରାଉ କରିଛନ୍ତି।ଏହି…

କେସିଙ୍ଗା ଏନ୍‌ଏସି ନିର୍ବାଚନରେ ବିଜେଡିର ବିଜୟକୁ ନେଇ ଗୁପ୍ତ ବୈଠକ

କେସିଙ୍ଗା,୪ା୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର ପ୍ରମୁଖ ସହର କେସିଙ୍ଗା ବିଜ୍ଞାପିତ ଅଞ୍ଚଳ ପରିଷଦରେ କିଛି ମାସ ପରେ ନିର୍ବାଚନ ହେବାର ସଙ୍କେତ ମିଳିବା ପରେ ବିଜେଡି ପକ୍ଷରୁ…

ତୃତୀୟ ଥର କେମିତି ପ୍ରେମରେ ପଡ଼ିଥିଲେ ଆମିର, ଜାଣନ୍ତୁ ଗୌରୀଙ୍କ ସହ ଭେଟର କାହାଣୀ-ଲଭ୍‌ଷ୍ଟୋରୀ

ମୁମ୍ବାଇ: ବଲିଉଡର ‘ମିଷ୍ଟର ପରଫେକ୍ଟନିଷ୍ଟ’ ଆମିର ଖାନ ପୁଣିଥରେ ବିବାହ ବନ୍ଧନରେ ବାନ୍ଧିହେବେ। ଆସନ୍ତା ଜୁଲାଇ ୫ ତାରିଖରେ ସେ ତାଙ୍କର ଦୀର୍ଘଦିନର ବାନ୍ଧବୀ ଗୌରୀ ସ୍ପ୍ରାଟ୍‌ଙ୍କ…

ବାଣୀବିହାର ଡ୍ରେନ୍‌ରେ ଭାସିଗଲେ ଯୁବକ, ଅଗ୍ନିଶମ ବାହିନୀର ଚାଲିଛି ଖୋଜାଖୋଜି

ଭୁବନେଶ୍ୱର, ୪।୭: ରାଜଧାନୀରେ ବର୍ଷା ଆରମ୍ଭ ହେଉ ହେଉ ଏକ ଅଘଟଣ ଘଟିଛି। ଭୁବନେଶ୍ୱରର ବାଣୀବିହାର ଅଞ୍ଚଳରେ ଥିବା ପ୍ରମୁଖ ଡ୍ରେନ୍‌ରେ ପ୍ରବଳ ସ୍ରୋତରେ ଭାସି ଜଣେ…

ବିଜେଡ଼ି ନେତା ଭୃଗୁ ବକ୍ସିପାତ୍ରଙ୍କ ହୁମ୍ମା ରେଳ ଷ୍ଟେଶନ ଗ୍ରସ୍ତ, ଯାତ୍ରୀଙ୍କ ବିଭିନ୍ନ ସମସ୍ୟା ନେଇ କଲେ ଆଲୋଚନା

ଗଞ୍ଜାମ,୪।୭,(ବିଦ୍ୟାଧର ସାହୁ ): ବରିଷ୍ଟ ବିଜେଡ଼ି ନେତା ତଥା ରାଜ୍ୟ ବିଜେଡ଼ି ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର ହୁମ୍ମା ରେଳ ଷ୍ଟେଶନରେ ପହଞ୍ଚି ଯାତ୍ରୀଙ୍କ ସୁବିଧା ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri