ପୋଲ ଉପରେ ୫ ଫୁଟର ବନ୍ୟାଜଳ, ପାଣିରେ ବୁଡ଼ିଛି ଟ୍ରକ୍
କେନ୍ଦୁଝର,୩ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): ଲଘୁଚାପ ଜନିତ ଲଗାଣ ବର୍ଷାରେ ବେହାଲ କେନ୍ଦୁଝର ଜିଲା ବାଂଶପାଳ ସିଂପୁର ବଇଙ୍ଗା ନାଳପୋଲ ଉପରେ ୫ଫୁଟର ବନ୍ୟା ଜଳ ପ୍ରବାହିତ ହେଉଛି। ଅଁରାବ୍ରାହ୍ମଣୀ ନାଳରେ ୧୦ ଫୁଟର ବନ୍ୟାଜଳ ପ୍ରବାହିତ ହେଉଛି। ପାଣିରେ ବୁଡ଼ି ରହିଛି…
ବର୍ଷା ଧୋଇନେଲା ପୋଲ, ଯାତାୟାତ ଠପ୍
ଅମରପାଲି,୩ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଅଞ୍ଚଳରେ ଲଗାଣ ବର୍ଷା ପ୍ରଭାବରେ ବିଭିନ୍ନ ଯୋର ନାଳରେ ବନ୍ୟାପାଣି ପ୍ରବାହିତ ହେଉଛି l ବୁଧବାର ସକାଳୁ ଠେଙ୍ଗା ଡ୍ୟାମରୁ ୬ ଟି ଫାଟକ ଦେଇ ବନ୍ୟା ଜଳ ନିଷ୍କାସନ ହେବା ଫଳରେ ହରିହର…
ବିସ୍ଥାପିତଙ୍କ ଦୁଃଖ ଦ୍ୱିଗୁଣିତ କଲା ଲଗାଣବର୍ଷା
ବଲାଙ୍ଗୀର,୩ା୮(ବୀରେନ୍ଦ୍ର କୁମାର ଝାଙ୍କର): ଲୋୟର ସୁକ୍ତେଲ ପ୍ରକଳ୍ପ ଯୋଗୁଁ କିଛିଦିନ ତଳେ ବିସ୍ଥାପିତ ହୋଇଥିବା ଗଡଶଙ୍କର ଡୁଙ୍ଗୁରିପାଲି ଗ୍ରାମର ପ୍ରାୟ ୨ଶହରୁ ଉର୍ଦ୍ଧ୍ୱ ପରିବାର ଏବେ ଝାଙ୍କରପାଲି ଥଇଥାନ କଲୋନୀର ଅସ୍ଥାୟୀ ଘରେ ରହୁଛନ୍ତି। ଅସ୍ଥାୟୀ ଘର ନିମ୍ନମାନର ହୋଇଥିତ୍ବାରୁ ଲୋକେ…
ମନ୍ଦିର, ଘର ଭିତରେ ଲହଡ଼ି ମାରିଲା ଡ୍ରେନ୍ପାଣି
ବଲାଙ୍ଗୀର,୩ା୮(ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ଏକ ପୁରୁଣା ଏବଂ ଯୋଜନବଦ୍ଧ ସହର ଭାବେ ସାରା ଓଡିଶାରେ ପରିଚିତ। ଏଠାକାର ବାଗଡି ଘର ଭଳି ବର୍ଗାକାର ରାସ୍ତା, ଜଳ ପରିଚାଳନା ଦିନେ ଜାତୀୟସ୍ତରରେ ଚର୍ଚ୍ଚାର ବିଷୟ ହୋଇଥିଲା। ଏବେ ଗୋଟିଏ ବର୍ଷ ହେଲେ…
ଲଘୁଚାପଜନିତ ବର୍ଷାରେ ଭାଙ୍ଗିଲା ୩ଜଣଙ୍କ ଘର
ଖଡ଼ିଆଳ,୩।୮(ସୁଜିତ୍ କୁମାର ପ୍ରଧାନ): ନୂଆପଡା ଜିଲାରେ ଲଘୁଚାପଜନିତ ଲଗାଣ ବର୍ଷା ଜାରି ରହିଛି। ଖଡ଼ିଆଳ ବ୍ଲକରେ ଗତ ଦୁଇ ଦିନ ହେଲା ବର୍ଷା ହେବା ଦ୍ୱାରା ଜନଜୀବନ ଅସ୍ତ ବ୍ୟସ୍ତ ହୋଇପଡିଛି। ବର୍ଷା ଯୋଗୁ ଖଡ଼ିଆଳ ବ୍ଲକ ତିଖାଲି ଗ୍ରାମର ଏକଲବ୍ୟ…
ଭାଙ୍ଗିଲା ଘର, ଉଜୁଡ଼ିଲା ଫସଲ
ଦେଓଗାଁ,୩ା୮(କୃଷ୍ଣ ପ୍ରସାଦ ପାଣିଗ୍ରାହୀ): ଗତ ଦୁଇଦିନ ହେଲା ଲଗାଣ ବର୍ଷା ଲାଗିରହିଛି। ଏହାର ପ୍ରଭାବରେ ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକର ବ୍ୟାପକ ଅଞ୍ଚଳ ପାଣିଘେରରେ ରହିଛି। ବିଭିନ୍ନ ଗାଁରେ ଗଛ ଉପୁଡି ପଡିବା ସହ ଲୋକଙ୍କ ଘର ଭାଙ୍ଗିଯାଇଛି। ଧାନ ଓ…
ବସ୍ତିକୁ ମାଡ଼ିଲା ବର୍ଷାପାଣି
ଲୋଇସିଂହା,୩।୮(ସୁଶାନ୍ତ ବାରିକ): ଲଘୁଚାପ ଜନିତ ଲଗାଣ ବର୍ଷା ପରେ ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ବାଦିମୁଣ୍ଡା ପଞ୍ଚାୟତ ବିରକେଲ ଗ୍ରାମରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଗ୍ରାମର ମହାଲିଙ୍ଗ ଜଳାଶୟକୁ ଉଦବୃତ୍ତ ବର୍ଷା ଜଳକୁ କେତେକ ଗ୍ରାମବାସୀ ପ୍ରବେଶ କରି ନ…
୩ ସ୍କୁଲ ଭିତରେ ପଶିଲା ବନ୍ୟାଜଳ
ଅମରପାଲି,୩ା୮(ପୀତାମ୍ବର ସାହୁ): ଗତ ୪ ଦିନ ହେଲା ବୀରମହାରାଜପୁର ଅଞ୍ଚଳରେ ବର୍ଷା ଲାଗି ରହିଛି। ଏଭଳି ପରିସ୍ଥିତିରେ ବୁଧବାର ଠେଙ୍ଗୋ ଡ୍ୟାମରୁ ୬ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସନ କରାଯାଉଛି। ଫଳରେ ତଳମୁଣ୍ଡରେ ଅନେକ ଗାଁକୁ ବନ୍ୟାଜଳ ପ୍ରବେଶ କରିଛି। ବ୍ଲକର…
ଲଗାଣ ବର୍ଷାରେ ସୁବର୍ଣ୍ଣପୁର ବେହାଲ୍
ସୋନପୁର,୩।୮(ମୃତ୍ୟୁଞ୍ଜୟ ଶତପଥୀ): ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ସୁବର୍ଣ୍ଣପୁର ସହର ସମେତ ସମଗ୍ର ଜିଲାରେ ପରିସ୍ଥିତି ବେହାଲ୍ ହୋଇପଡିଛି। ଲୋକେ ଘରୁ ବାହାରକୁ ଯାଇ ପାରୁନାହାନ୍ତି। ତଳିଆ ଅଞ୍ଚଳରେ ପାଣି ଜମି ରହିଛି। ସହରର ବିଭିନ୍ନ ଓ୍ବାର୍ଡରେ ଲୋକଙ୍କ ଘରେ ପାଣି…
ବଢୁଛି ମହାନଦୀ ଜଳସ୍ତର,ତଳିଆ ଅଞ୍ଚଳ ଜଳମଗ୍ନ
ବୌଦ୍ଧ,୩ା୮(ଅଜିତ କୁମାର ବାରିକ): ବୌଦ୍ଧ ଜିଲାରେ ଲଗାଣ ବର୍ଷା ଯୋଗୁ ଏକ ପ୍ରକାର ବନ୍ୟା ପରିସ୍ଥିତି ଦେଖାଦେଇଛି। ମହାନଦୀ ଜଳସ୍ତର ବଢିବା ସହିତ ବିଭିନ୍ନ ନଦୀ ଫୁଲିବାରେ ଲାଗିଛି। ଜିଲାର ତଳିଆ ଅଞ୍ଚଳ ଜଳମଗ୍ନ ହୋଇପଡିଛି। ଅନେକ ଲୋକଙ୍କ ଘରେ ପାଣି…
କାମରେ ଆସୁନି ସୋଲାର ଚାଳିତ ନଳକୂପ, ବର୍ଷାଦିନରେ ବି ଜଳକଷ୍ଟ
ଦାରିଙ୍ଗବାଡ଼ି,୩ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ପଞ୍ଚାୟତ ଦୁର୍ଗମ ଆଡ଼କି ଗ୍ରାମରେ ପିଇବା ପାଇଁ ପାଣିର ଅଭାବ ଦେଖା ଯାଇଛି। ଏବେ ଲଘୁଚାପ ଜନିତ ବର୍ଷାରେ ସବୁଠାରୁ ଅଧିକ କଷ୍ଟ ଦେଖାଯାଇଛି। ଗ୍ରାମରେ ଶୁଦ୍ଧ ପାନୀୟଜଳ ପାଇବା ପାଇଁ…
ଲଗାଣ ବର୍ଷାରେ ଭାଙ୍ଗିଲା ଘର
ଦେବଗଡ଼,୩ା୮(ଶଶାଙ୍କ ଶେଖର ଝାଙ୍କର): ଲଗାଣ ବର୍ଷା ପ୍ରଭାବରେ ଦେବଗଡ଼ ପୌରାଞ୍ଚଳ ୧୧ ନମ୍ବର ଓ୍ବାର୍ଡ ମ୍ୟୁନିସିପାଲିଟି ସାହିର ଭକ୍ତବନ୍ଧୁ ହାତୀଙ୍କ ଘର ଭାଙ୍ଗି ଯାଇଥିବା ବେଳେ ପରିବାର ଲୋକେ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡ଼ିଛି। ଭକ୍ତବନ୍ଧୁଙ୍କ ସ୍ତ୍ରୀ ଘର ଭିତରେ ରୋଷେଇ…

