ମନ୍ଦିର, ଘର ଭିତରେ ଲହଡ଼ି ମାରିଲା ଡ୍ରେନ୍‌ପାଣି

ବଲାଙ୍ଗୀର,୩ା୮(ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ଏକ ପୁରୁଣା ଏବଂ ଯୋଜନବଦ୍ଧ ସହର ଭାବେ ସାରା ଓଡିଶାରେ ପରିଚିତ। ଏଠାକାର ବାଗଡି ଘର ଭଳି ବର୍ଗାକାର ରାସ୍ତା, ଜଳ ପରିଚାଳନା ଦିନେ ଜାତୀୟସ୍ତରରେ ଚର୍ଚ୍ଚାର ବିଷୟ ହୋଇଥିଲା। ଏବେ ଗୋଟିଏ ବର୍ଷ ହେଲେ ଜଣାପଡିଯାଉଛି ସହର ସ୍ବାସ୍ଥ୍ୟ ଭଲନାହିଁ। ଗତ ଦୁଇଦିନର ଲଗାଣ ବର୍ଷାରେ ଉବୁଡୁବ ସହର। ଇଷ୍ଟଦେବୀଙ୍କ ମନ୍ଦିରଠୁ ଲୋକଙ୍କ ଘରେ ଆଣ୍ଠୁଏ ପାଣି। କିଛି ରାସ୍ତାରେ ଛାତିଏ ପାଣି ଯୋଗୁଁ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଛି। ରାତିରୁ ଘର ମନ୍ଦିରରେ ଡ୍ରେନ୍‌ ପାଣି ପଶି ଯିବାରୁ ଉଜାଗର ରହି ଲୋକେ ପାଣି ନିଷ୍କାସନରେ ମାତିଛନ୍ତି। ଗତ ମଙ୍ଗଳବାରଠାରୁ ଆରମ୍ଭ ହୋଇଥିବା ଅବିଶ୍ରାନ୍ତ ବର୍ଷା ବୁଧବାର ରାତି ସୁଦ୍ଧା ଜାରି ରହିଛି।
ସରକାରୀ ସୂଚନା ମୁତାବକ ମଙ୍ଗଳବାର ସକାଳୁ ବୁଧବାର ସକାଳ ପର୍ଯ୍ୟନ୍ତ ବଲାଙ୍ଗୀର ସହରରେ ୧୭୩ ମିଲିମିଟର ବୃଷ୍ଟିପାତ ରେକର୍ଡ କରାଯାଇଛି। ପ୍ରବଳ ବର୍ଷା ବେହାଲ ମ୍ୟୁନିସିପାଲିଟି ଡ୍ରେନ୍‌ ସମସ୍ୟା ଏବଂ ଜବରଦଖଲ ସମସ୍ୟାକୁ ଉଜାଗର କରିଛି। ସହରର ଅନେକ ପୁରୁଣା ମନ୍ଦିର ଏବେ ସାମାନ୍ୟାବର୍ଷା ହେଲେ ଜଳାଶୟ ଭିତରେ ମନ୍ଦିର ଭ୍ରମ ସୃଷ୍ଟି କରୁଛି। ପାଟଣା ରାଜ୍ୟ ଅଧିଷ୍ଠାତ୍ରୀ ଦେବୀ ମା’ପାଟଣେଶ୍ୱରୀଙ୍କ ମନ୍ଦିର ଭିତରେ ଡ୍ରେନ୍‌ ପାଣି ପଶିଯିବାରୁ ଦେବୀ ପାଣି ଘେରରେ ରହିଯାଇଥିଲେ। ଏହି ମନ୍ଦିରଟି ରାସ୍ତାରୁ ପ୍ରାୟ ଦୁଇଫୁଟ୍‌ ତଳ ହୋଇଗଲାଣି। ମନ୍ଦିର ସାମ୍ନାରେ ଯେଉଁ ଡ୍ରେନ୍‌ ଯାଇଛି ସେଥିରେ ଜଳ ନିଷ୍କାସନ କ୍ଷମତା ନାହିଁ। ଫଳରେ ସାମାନ୍ୟ ବର୍ଷା ହେଲେ ମନ୍ଦିର ଭିତରକୁ ବର୍ଷାଜଳ ପଶିଯାଉଛି। ଆଜି ବର୍ଷାଜଳରେ ମନ୍ଦିର ଭିତର ଦେବୀ ପ୍ରତିମା ବୁଡିବା ଅବସ୍ଥା ସୃଷ୍ଟି ହୋଇଥିଲା। କେତେଜଣ ଶ୍ରଦ୍ଧାଳୁ ପାଣିପମ୍ପ ଆଣି ଜଳ ନିଷ୍କାସନ କରିବା ପରେ ମନ୍ଦିର ଭିତରୁ ବର୍ଷାଜଳ ବାହାରିଥିଲା। ବର୍ଷା ଓ ଡ୍ରେନ୍‌ ପାଣି ମନ୍ଦିର ଭିତରକୁ ପଶିବା ଏବଂ ଦେବୀଙ୍କ ପ୍ରତିମା ଅର୍ଦ୍ଧ ବୁଡିବା ଅବସ୍ଥାକୁ ଚାଲିଯିବା ଘଟଣାକୁ ଶ୍ରଦ୍ଧାଳୁମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ମନ୍ଦିର ଅବସ୍ଥା ସମ୍ପର୍କରେ ଖବର ପାଇ ଉପଜିଲାପାଳ କୁମାର ନାଗଭୂଷଣ, ମ୍ୟୁନିସିପାଲିଟି ଅଧ୍ୟକ୍ଷା ଲିକା ସାହୁ ଏବଂ ଅନ୍ୟମାନେ ଘଟଣା ସ୍ଥଳକୁ ଆସି ସ୍ଥିତି ସମୀକ୍ଷା କରିଥିଲେ। ସ୍ବେଚ୍ଛାସେବୀ ପ୍ରଶାନ୍ତ ମହାକୁରଙ୍କ ନେତୃତ୍ୱରେ ମନ୍ଦିରରୁ ପାଣି ନିଷ୍କାସନ କରାଯାଇଥିଲା। ମନ୍ଦିର ଅବସ୍ଥା ଦେଖି ପୂଜକ ମଳୟ ଦିଶ୍ରୀ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ତୁରନ୍ତ ମନ୍ଦିର ମରାମତି ଏବଂ ଆନୁସଙ୍ଗିକ ପୁନରୁଦ୍ଧାର କାର୍ଯ୍ୟ କରିବାକୁ ଦାବି କରିଛନ୍ତି। ପାଟଣେଶ୍ୱରୀ ମନ୍ଦିର ସମେତ ସମଲେଶ୍ୱରୀ ମନ୍ଦିର, ଗୋପାଲଜୀ ମନ୍ଦିର, ଲୋକନାଥ ମନ୍ଦିରରେ ବର୍ଷାଜଳ ଲହଡି ମାରୁଥିଲା। ବହୁ କଷ୍ଟରେ ମନ୍ଦିର ଭିତରୁ ପାଣି ନିଷ୍କାସନ କରାଯାଇଛି।
ଏହାସହିତ ଲଗାଣବର୍ଷା ଯୋଗୁଁ ସହରର ଖାଡିଆପଡା, ସାଲେପାଲି, ତେଲିଗୋଠପଡା, ତୁଲସୀନଗର, ପ୍ରତାପସାଗରପଡା, କଲେଜ ଛକ, ଶାନ୍ତିପଡା, ଖର୍ସେଲପଡା, ବରପାଲିପଡା, ତାଲପାଲିପଡା, ମାଲପଡା, ସାଗରପଡା, ରୁଗୁଡିପଡା, ଉଦୟନଗର, ମାଲଗୋଦାମପଡା ସମେତ ଅନ୍ୟ ତଳି ଅଞ୍ଚଳରେ ବର୍ଷା ପାଣି ଯୋଗୁ ବହୁ ଲୋକଙ୍କ ଘର ଭିତରକୁ ବର୍ଷା ପାଣି ପଶିଯିବାରୁ ଲୋକେ ରାନ୍ଧିକରି ଖାଇବା ସ୍ଥିତିରେ ମଧ୍ୟ ନାହାନ୍ତି। ଖାଡିଆପଡାରେ ମହିଳାମାନେ ତାଙ୍କ ଦୁଃସ୍ଥିତି ସମ୍ପର୍କରେ ଜଣାଇଛନ୍ତି। ମଙ୍ଗଳବାର ରାତିରୁ ସେମାନଙ୍କ ଘରେ ପାଣି ପଶି ଯିବାରୁ ରାତିରେ ବହୁ କଷ୍ଟ ଭୋଗିଥିବା କହିଛନ୍ତି। ଖର୍ସେଲପଡାରେ ରାସ୍ତା ଉପରେ ଆଣ୍ଠୁଏ ପାଣି ଚାଲିଛି। କଦମପଡା-ରେଲୱେ ଅଣ୍ଡର ବ୍ରିଜ୍‌ରେ ଛାତିଏ ପାଣି ଥିବାରୁ ଆଠଗଁା, ମହୀମୁଣ୍ଡା-ବଲାଙ୍ଗୀର ଯାତାୟାତ ବିଚ୍ଛିନ୍ନ ହୋଇଯାଇଛି। ଜିଲାପାଳ କାର୍ଯ୍ୟାଳୟ, ପୌର କାର୍ଯ୍ୟାଳୟ, ପ୍ରାଣୀଧନ କାଯର୍‌ୟାଳୟ ସମେତ ବିଭିନ୍ନ ଅଫିସରେ ବର୍ଷାପାଣି ଜଳଡା ମାରୁଥିଲା। ପୌରାଧ୍ୟକ୍ଷା ସାହୁ ଓ ମ୍ୟୁନିସିପାଲିଟି ଟିମ୍‌ ବିଭିନ୍ନ ସ୍ଥାନ ପରିଦର୍ଶନ କରିଥିଲେ। ଜିଲାପାଳ ଚଞ୍ଚଳ ରାଣା ସ୍ଥିତି ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତହସିଲଦାର, ମ୍ୟୁନିସିପାଲିଟି ଅଧିକାରୀମାନଙ୍କୁ ସ୍ଥିତି ସମୀକ୍ଷା କରିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି। ଓଡ୍ରାଫ, ଅଗ୍ନିଶମ ବିଭାଗ ଏବଂ ପୋଲିସ ବାହିନୀ ମଧ୍ୟ ସ୍ଥିତି ଉପରେ ନଜର ରଖି ବିଭିନ୍ନ ଲୋକଙ୍କୁ ସହାୟତା ଯୋଗାଉଛନ୍ତି ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମଇଁଷି ଚରାଇବାକୁ ଯାଇ ଆଉ ଫେରିଲେନି: କେନାଲରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଗାଁରେ ଶୋକର ଛାୟା

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରଥମ ଢେପାଗୁଡ଼ା ଗ୍ରାମର ରଘୁ ମଲ୍ଲିକ (୬୩) ନାମକ ଜଣେ ବୃଦ୍ଧଙ୍କ ମୃତଦେହ କେନାଲ ପାଣିରୁ…

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଦିଗପହଣ୍ଡି ଗଞ୍ଜେଇ ଚୋରା ଚାଲାଣ ଘଟଣା: ଗିରଫ ହେଲେ ଅଭିଯୁକ୍ତ ୨ ଭାଇ, କାରବାର ପଛର ଗୁମର ଖୋଲିଲା…

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଏକ ବଡ଼ ସଫଳତା ହାସଲ କରିଛି। ଗଞ୍ଜେଇ କାରବାର…

ଗିଲ୍‌ଙ୍କ ଦ୍ୱିଶତକ, ରୋହିତଙ୍କ ଶତକ: ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇଲା ଭାରତ

ଗୁଆହାଟୀ,୩୦ା୯: ଶୁବମନ ଗିଲଙ୍କ ଦ୍ୱିଶତକ ଏବଂ ରୋହିତ ଶର୍ମାଙ୍କ ଧମାକାଦାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ୮ ୱିକେଟ୍‌ରେ ବଡ଼ ବିଜୟ ହାସଲ…

ସ୍ୱାମୀ-ବର୍ଷକର ପୁଅ ଆଖି ଆଗରେ ଚାଲିଗଲା ମା’ର ଜୀବନ! ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ମହିଳାଙ୍କ ମୃତ୍ୟୁ,ଅପରାହ୍ନରୁ ଅଟକିଛି…

କୋକସରା, ୩୦ା୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥ କୋକସରା ଥାନା ମୋଟେର ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଲି…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

ବିମାନକୁ କ୍ରାଶ କରିବାକୁ….ବଡ଼ ବୟାନ ଦେଲେ ପ୍ରଧାନମନ୍ତ୍ରୀ, ବିଶ୍ବରେ ହଇଚଇ!

ଦୁବାଇରୁ ଇସ୍ରାଏଲ ଯାଉଥିବା ଏକ ଫ୍ଲାଇଦୁବାଇ ବିମାନରେ ହୋଇଥିବା ଅଘଟଣକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ । ବିମାନ ଇସ୍ରାଏଲ ନିକଟରେ ପହଞ୍ଚିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?