ଆମ ଜିଲା ଖବର

ତଳି ଅଞ୍ଚଳ ଜଳାର୍ଣ୍ଣବ

ଅନୁଗୋଳ/ତାଳଚେର, ୨୬।୬(ଅମିତ ସାମଲ/ମନୋଜ ନନ୍ଦ): ଉଛୁଳିଲା ଡ୍ରେନ୍‌। ରାସ୍ତାରେ ଚାଲିଲା ଆଣ୍ଠୁଏ ଉଚ୍ଚତାର ପାଣି। କେବଳ ସହରତଳି ଅଞ୍ଚଳ ନୁହେଁ, କେଇ ଘଣ୍ଟାରେ ଜଳାର୍ଣ୍ଣବ ହୋଇଗଲା ବ୍ୟସ୍ତବହୁଳ ସଡ଼କ। ଲଘୁଚାପଜନିତ ଲଗାଣବର୍ଷାରେ ରବିବାର ଅନୁଗୋଳ ସହରରେ ଦେଖିବାକୁ ମିଳିଥିଲା ଏଭଳି ଦୃଶ୍ୟ।…

ଭାସିଗଲା କାଠପୋଲ, ଦ୍ରୁମ ଧରାଶାୟୀ

କଣିହାଁ,୨୬।୬(ସଚ୍ଚିଦାନନ୍ଦ ପ୍ରଧାନ): ଅନୁଗୋଳ ଜିଲା କଣିହାଁ ବ୍ଲକ ଟୋଲକବେଡ଼ା ଗ୍ରାମ ଟିକିରା ନଦୀରେ ଗ୍ରାମବାସୀଙ୍କ ଦ୍ୱାରା ନିର୍ମିତ ଅସ୍ଥାୟୀ କାଠପୋଲର ଅର୍ଦ୍ଧାଧିକ ଅଂଶ ରବିବାର ଭାସିଯାଇଛି। ଲଘୁଚାପଜନିତ ଲଗାଣ ବର୍ଷାରେ ହଠାତ୍‌ ନଦୀ ଫୁଲି ଉଠିବାରୁ ଏଭଳି ଅଘଟଣ ଘଟିଥିବା ଗ୍ରାମବାସୀ…

ଦିଗପହଣ୍ଡି ବସ୍‌ ଦୁର୍ଘଟଣା: ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏ ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୬ା୬: ଓଡ଼ିଶାର ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ସହାୟତା ରାଶି ଘୋଷଣା କରିଛନ୍ତି। ପ୍ରତ୍ୟେକ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏ ସହାୟତା ରାଶି ଘୋଷଣା କରିଥିବା ବେଳେ ଆହତଙ୍କ…

ଧୋଇଗଲା ଆପ୍ରୋଚ୍‌ ରୋଡ୍‌

ପରଜଙ୍ଗ,୨୬।୬(ନିଗମାନନ୍ଦ ଦଳବେହେରା): ପ୍ରବଳ ବର୍ଷାରେ ପରଜଙ୍ଗ ବ୍ଲକ ଚାନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ବତାସିଂହ ନାଳ ଉପର ନିର୍ମିତ ଆପ୍ରୋଚ୍‌ ରୋଡ୍‌ ଧୋଇଯାଇଛି। ଫଳରେ ପଣ୍ଡୁଆ-ଭାଲୁମୁଣ୍ଡାକୁ ଯାତାୟାତ ଠପ୍‌ ହୋଇଯାଇଛି। କାମାକ୍ଷାନଗର, ପରଜଙ୍ଗ ବ୍ଲକର ୧୦ ପଞ୍ଚାୟତର ଲୋକେ ଏହାଦ୍ୱାରା ଊଣାଅଧିକେ ପ୍ରଭାବିତ…

ଆରମ୍ଭରୁ ଏମିତି…

ଢେଙ୍କାନାଳ, ୨୬।୬(ରତନ ନାୟାର): ସାରା ରାଜ୍ୟକୁ ଛୁଇଁଛି ମୌସୁମୀ। ଦୁଇଦିନ ହେଲା ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଛି ଲଗାଣ ବର୍ଷା। ତେବେ ରବିବାର ଅବିଶ୍ରାନ୍ତ ବର୍ଷା ଢେଙ୍କାନାଳ ସହରତଳି ଅଞ୍ଚଳବାସୀଙ୍କ ଦୁଃଖ ବଢ଼ାଇଦେଇଛି। ଟାଉନ ପ୍ଲାନିଂ ଅଞ୍ଚଳରେ ପାଣି ପଶି କୃତ୍ରିମ…

ରାସ୍ତା ମଝିରେ ପୋଖରୀର ଭ୍ରମ

ଯୋଡ଼ା,୨୬ା୬(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ବ୍ଲକ୍‌ ଅନ୍ତର୍ଗତ ବଡ଼କାଳିମାଟି ପଞ୍ଚାୟତର କାଳିମାଟି- ଦବୁନା ରାସ୍ତା ବିପର୍ଯ୍ୟସ୍ତ ହୋଇପଡ଼ିଛି। ରାସ୍ତାରେ ବଡ଼ ଖାଲ ହୋଇ ଅଣ୍ଟା ଉଚ୍ଚରେ ପାଣି ଜମୁଛି। ରାସ୍ତା ବିପର୍ଯ୍ୟସ୍ତ କାରଣରୁ ସ୍କୁଲ ବସ୍‌ ଯାଉପାରୁ ନ ଥିବା…

ଅବ୍ୟବସ୍ଥାରେ ପୁରାତନ ଭାରତୀ ବିଦ୍ୟାପୀଠ

ଗଞ୍ଜାମ,୨୬ା୬(ବିଦ୍ୟାଧର ସାହୁ): ଗଞ୍ଜାମ ସହର ବଡ ବଜାରଠାରେ ବହୁ ପୁରାତନ ଭାରତୀ ବିଦ୍ୟାପୀଠ ଅବସ୍ଥିତ। ଏହି ସ୍କୁଲକୁ ୬୭ ପୂରି ୬୮ବର୍ଷ ଚାଲିଛି। ବର୍ତ୍ତମାନ ଏହି ପୁରାତନ ସ୍କୁଲଟି ବିଭିନ୍ନ ସମସ୍ୟା ଦେଇ ଗତି କରୁଛି। ମିଳିଛି ସ୍ମାର୍ଟ ସ୍କୁଲ ମାନ୍ୟତା।…

ଜି.ଉଦୟଗିରି ବନାଞ୍ଚଳରେ ହାତୀ ଉପଦ୍ରବ

ଜି.ଉଦୟଗିରି,୨୬ା୬(ଶିଶିର ପଟ୍ଟନାୟକ): ଜି.ଉଦୟଗିରି ବ୍ଲକ ଅଞ୍ଚଳରେ ଗତ କିଛି ଦିନ ହେବ ହାତୀ ଉପଦ୍ରବ ଦେଖିବାକୁ ମିଳିଛି। ୧୭ ଟିକିଆ ହାତୀ ପଲ ବନବିଭାଗ ଓ କେତେକ ଗ୍ରାମବାସୀଙ୍କ ନିଦ ହଜାଇ ଦେଲେଣି। ଏଇ ହାତୀପଲ ଜି.ଉଦୟଗିରି କଳିଙ୍ଗା ମଝିରେ ଥିବା…

କାଦୁଅରେ ରାସ୍ତା ପରିପୂର୍ଣ୍ଣ: ଯାତାୟାତ ବାଧାପ୍ରାପ୍ତ

ନାଉଗାଁ,୨୬ା୬ (ସୁଧା ବେହୁରା): ନାଉଗାଁ ବ୍ଲକ ନରଣପୁର-ଚକୁଳିପଡ଼ା, ଦେଓପଡ଼ା-ତିରୁଣା, ନାଉଗାଁ -ଡାବରକୁ ସଂଯୋଗୀକରଣ ରାସ୍ତା ରହିଛି। ଏହି ରାସ୍ତାଗୁଡିକୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି। ରାସ୍ତା ତଦାରଖ ଦାୟିତ୍ୱ ଗ୍ରାମ୍ୟ ଉନ୍ନୟନ ବିଭାଗ ଜଗତ୍‌ସିଂହପୁର ଅଧୀନରେ ରହିଛି। ଚଳିତ…

ଟମାଟୋ ଦର ଆକାଶଛୁଆଁ, ଗ୍ରାହକ ଅତିଷ୍ଠ

କେନ୍ଦ୍ରାପଡ଼ା,୨୬ା୬ (ଜଗନ୍ନାଥ ଧଳ): ପଟ୍ଟାମୁଣ୍ଡାଇ ଓ ଆଖପାଖ ଅଞ୍ଚଳରେ ଟମାଟୋ ଦର ଆକାଶଛୁଆଁ ହୋଇଛି। ସାଧାରଣ ଖାଉଟି ଟମାଟୋ ବଜାରରୁ କିଣିପାରୁନାହିଁ। ୨ ସପ୍ତାହ ମଧ୍ୟରେ ଟମାଟୋ ଦର ୪୦ ଟଙ୍କାରୁ ବୃଦ୍ଧି ପାଇ ୮୦ ଟଙ୍କାରେ ପହଞ୍ଚତ୍ଛି। ଚାଷୀ ସୁରେନ୍ଦ୍ର…

ଖୋଲୁନି ଆଦର୍ଶ ବିଦ୍ୟାଳୟ: ଅନ୍ୟତ୍ର ପଢୁଛନ୍ତି ଛାତ୍ରୀଛାତ୍ର

ଆଳି,୨୬।୬(ବନମାଳୀ ସେନାପତି): ରାଜ୍ୟ ସରକାର ଛାତ୍ରୀଛାତ୍ରମାନଙ୍କୁ ଉତ୍ତମ ପରିବେଶ ଓ ଶିକ୍ଷା ଦେବା ନିମନ୍ତେ ଆଦର୍ଶ ବିଦ୍ୟାଳୟ ଗଠନ କରିଥିଲେ। ଆଳି ବ୍ଲକରେ ଦୀର୍ଘ ୨ବର୍ଷ ହେବ ଆଦର୍ଶ ବିଦ୍ୟାଳୟ ଆରମ୍ଭ ହୋଇଛି। ମାତ୍ର ଆଦର୍ଶ ବିଦ୍ୟାଳୟର ନିଜସ୍ବ ଗୃହ ନ…

ସିନ୍ଦୂରିଆରେ ଫେରିବାଲାଙ୍କ ସଂଖ୍ୟା ବଢ଼ୁଛି

ନୟାଗଡ଼,୨୬।୬(ଲୋକନାଥ ମିଶ୍ର): ନୟାଗଡ଼ ସହର ଉପକଣ୍ଠ ସିନ୍ଦୂରିଆରେ ଫେରିବାଲାଙ୍କ ସଂଖ୍ୟା ବଢ଼ି ଚାଲିଛି। ଏହି ଫେରିବାଲା ବାଂଲାଦେଶୀ ନା ପଶ୍ଚିମବଙ୍ଗ ବାସିନ୍ଦା ଜାଣିହେଉନାହିଁ। ଅଧିକ ଭଡ଼ା ଦେଉଥିବାରୁ ସ୍ଥାନୀୟ ବାସିନ୍ଦା ଫେରିବାଲାଙ୍କୁ ଘରଭଡା ଦେବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। ସିନ୍ଦୂରିଆରେ ଫେରିବାଲାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?