ନଦୀବନ୍ଧରେ ଗର୍ତ୍ତ, ବିପଦ ଆଶଙ୍କା

ନିଶ୍ଚିନ୍ତକୋଇଲି,୭।୮(ଅଶୋକ କୁମାର ମହାପାତ୍ର): ନଦୀ ବନ୍ଧର ସୁରକ୍ଷା,ପଥର ପ୍ୟାକିଂ ଓ ଉନ୍ନତିକରଣ ପାଇଁ ସରକାର ଜଳ ସମ୍ପଦ ବିଭାଗ ଜରିଆରେ କୋଟି କୋଟି ଟଙ୍କାର ଅନୁଦାନ ଯୋଗାଇ ଦେଇଆସୁଥିବା ବେଳେ ବିଭାଗୀୟ ଦାୟିତ୍ୱ ହୀନତା ଓ ଅବହେଳା କାରଣରୁ ନିର୍ମାଣର ମାତ୍ର ଅଳ୍ପ ଦିନ ପରେ ନଦୀ ବନ୍ଧରେ ଗର୍ତ୍ତ ହୋଇଯାଉଛି। ଏହା ଉଦାହରଣ କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକରେ ଦେଖିବାକୁ ମିଳିଛି। ଏହି ବ୍ଲକ ଦେଇ ପ୍ରବାହିତ ମଦାନଦୀ ଓ ଏହାର ଶାଖାନଦୀରେ ଏବେ ବନ୍ୟାଜଳ ପ୍ରବାହିତ ହେଉଛି। ଏପରିସ୍ଥଳେ ନଦୀ ତଟବର୍ତ୍ତୀ ଦୀପାଞ୍ଚଳବାସୀଙ୍କୁ ଦୁର୍ବଳ ନଦୀବନ୍ଧ ଚିନ୍ତା ଘାରିବାରେ ଲାଗିଛି। କିଛି ବର୍ଷ ତଳେ ଲୁଣାନଦୀର ତିଳକଣା ଓ ଚିତ୍ରୋପତ୍ଳା ନଦୀର ନାହାଳପୁର ନିକଟରେ ଦୁଇ ଘାଇ ସୃଷ୍ଟି ହୋଇଥିଲା। ଏହାଦ୍ୱାରା ବ୍ଲକର ଅଧିକାଂଶ ଲୋକେ ପ୍ରଭାବିତ ହୋଇଥିଲେ। ଏବେ ନିଶ୍ଚିନ୍ତକୋଇଲି ବ୍ଲକ ଦେଇ ପ୍ରବାହିତ ମହାନଦୀ ଓ ଚିତ୍ରୋପତ୍ଳା ନଦୀର ଏକାଧିକ ସ୍ଥାନରେ ବଡ଼ ବଡ଼ ଗର୍ତ୍ତ ସୃଷ୍ଟି ହୋଇଛି। ଏପରିସ୍ଥଳେ ଜଳ ସମ୍ପଦ ବିଭାଗ କୌଣସି ତପତ୍ରତା ପ୍ରକାଶ କରୁଥିବା ନ ଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।
ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ଏହି ବ୍ଲକ ଦେଇ ପ୍ରବାହିତ ଲୁଣା, ଚିତ୍ରୋପତ୍ଳା ଓ ମହାନଦୀରେ ବନ୍ୟାଜଳ ପ୍ରବାହିତ ହେଉଛି। ମାତ୍ର ନରେନ୍ଦ୍ରପୁର ଠାରେ ଚିତ୍ରୋପତ୍ଳା ନଦୀର ବାମପାର୍ଶ୍ୱରେ ଏକ ବଡ ଗର୍ତ୍ତ ସୃଷ୍ଟି ହୋଇଥିବାର ସ୍ଥାନୀୟ ଲୋକେ କହିଛନ୍ତି। ସେହିପରି ଚିତ୍ରୋପତ୍ଳା ନଦୀର ତିଳକଣ ଠାରୁ ନେମାଳ ପର୍ଯ୍ୟନ୍ତ ବାମ ପାର୍ଶ୍ୱରେ ଏକାଧିକସ୍ଥାନରେ ଗର୍ତ୍ତ ହୋଇଛି। ଏହାଛଡ଼ା ମହାନଦୀର ବାମ ପାର୍ଶ୍ୱରେ ଥିବା ଉତ୍ତରକୂଳ ଓ ବାବୁଜଙ୍ଗ ପଞ୍ଚାୟତର ଏକାଧିକ ସ୍ଥାନରେ ମଧ୍ୟ ଏପରି ଅବସ୍ଥା ଦେଖିବାକୁ ମିଳିଛି। ଏଗୁଡ଼ିକୁ ତୁରନ୍ତ ମରାମତି କରାନଗଲେ ଆଗାମୀ ଦିନରେ ବଡ଼ ଧରଣ ବିପଦକୁ ଏଡ଼ାଇ ଦେଇହେବ ନାହିଁ ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ପ୍ରଶାସନ ତରଫରୁ ତୁରନ୍ତ ଏନେଇ ପଦକ୍ଷେପ ନେବାକୁ ଦାବି କରାଯାଇଛି। ଏସମ୍ପର୍କରେ ଜଳ ସମ୍ପଦ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଅକ୍ଷୟ କୁମାର ମଲିକ କୁହନ୍ତି, ନଦୀରେ ବନ୍ୟା ଜଳ ପ୍ରବାହିତ ପରେ ସମସ୍ତ ନଦୀ ବନ୍ଧର ସୁରକ୍ଷା ନେଇ ସମୀକ୍ଷା ହୋଇଛି। ଯେଉଁ ଜାଗାରେ ବିପଦ ସଙ୍କୁଳ ରହିଛି ବୋଲି କୁହାଯାଉଛି ଉକ୍ତ ସ୍ଥାନଗୁଡ଼ିକୁ ଚିହ୍ନଟ କରାଯାଇ ପରବର୍ତ୍ତୀ ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ୍‌-ରୁଷିଆ ଯୁଦ୍ଧ: ୟୁକ୍ରେନ୍‌ର ଡ୍ରୋନ ଆକ୍ରମଣରେ ଜଳିଗଲା ରୁଷିଆର ବଡ଼ ଗୋଦାମ ଘର

ମସ୍କୋ,୧୬ା୮: ରୁଷିଆ ୟୁକ୍ରେନ୍‌ ଉପରେ ଜୋର୍‌ଦାର ଏୟାରଷ୍ଟ୍ରାଇକ୍‌ କରିଥିବା ବେଳେ କିଭ୍‌ ମଧ୍ୟ ଏହାର କଡ଼ା ଜବାବ ଦେଇଛି। ମସ୍କୋ ଅଞ୍ଚଳରେ ୟୁକ୍ରେନ୍‌ ଓଜନଦାର ଡ୍ରୋନ୍‌ ଯୋଗେ…

ଗାଲେ ଟେଷ୍ଟରେ ପଡିକଲଙ୍କ ଦମ୍‌ଦାର ଶତକ, ଭାରତ ୪୬୦/୯

ଗାଲେ, ୧୬ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଭାରତୀୟ ବ୍ୟାଟର ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ବ୍ୟାଟର ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ…

କେନାଲରେ ଫସି ରହିଥିଲା ବାର୍‌ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

UGC NET 2026: ପରୀକ୍ଷା ନେଇ ବଡ଼ ଖବର: ଏହି ୩ବିଷୟରେ ପୁନଃ ପରୀକ୍ଷା ଦେବେ ଛାତ୍ରୀଛାତ୍ର!

ନୂଆଦିଲ୍ଲୀ,୧୬।୮: UGC-NET ଜୁନ୍ ୨୦୨୬ ପରୀକ୍ଷାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଇଂରାଜୀ, କମର୍ସ ଏବଂ…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri