ନଦୀବନ୍ଧରେ ଗର୍ତ୍ତ, ବିପଦ ଆଶଙ୍କା

ନିଶ୍ଚିନ୍ତକୋଇଲି,୭।୮(ଅଶୋକ କୁମାର ମହାପାତ୍ର): ନଦୀ ବନ୍ଧର ସୁରକ୍ଷା,ପଥର ପ୍ୟାକିଂ ଓ ଉନ୍ନତିକରଣ ପାଇଁ ସରକାର ଜଳ ସମ୍ପଦ ବିଭାଗ ଜରିଆରେ କୋଟି କୋଟି ଟଙ୍କାର ଅନୁଦାନ ଯୋଗାଇ ଦେଇଆସୁଥିବା ବେଳେ ବିଭାଗୀୟ ଦାୟିତ୍ୱ ହୀନତା ଓ ଅବହେଳା କାରଣରୁ ନିର୍ମାଣର ମାତ୍ର ଅଳ୍ପ ଦିନ ପରେ ନଦୀ ବନ୍ଧରେ ଗର୍ତ୍ତ ହୋଇଯାଉଛି। ଏହା ଉଦାହରଣ କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକରେ ଦେଖିବାକୁ ମିଳିଛି। ଏହି ବ୍ଲକ ଦେଇ ପ୍ରବାହିତ ମଦାନଦୀ ଓ ଏହାର ଶାଖାନଦୀରେ ଏବେ ବନ୍ୟାଜଳ ପ୍ରବାହିତ ହେଉଛି। ଏପରିସ୍ଥଳେ ନଦୀ ତଟବର୍ତ୍ତୀ ଦୀପାଞ୍ଚଳବାସୀଙ୍କୁ ଦୁର୍ବଳ ନଦୀବନ୍ଧ ଚିନ୍ତା ଘାରିବାରେ ଲାଗିଛି। କିଛି ବର୍ଷ ତଳେ ଲୁଣାନଦୀର ତିଳକଣା ଓ ଚିତ୍ରୋପତ୍ଳା ନଦୀର ନାହାଳପୁର ନିକଟରେ ଦୁଇ ଘାଇ ସୃଷ୍ଟି ହୋଇଥିଲା। ଏହାଦ୍ୱାରା ବ୍ଲକର ଅଧିକାଂଶ ଲୋକେ ପ୍ରଭାବିତ ହୋଇଥିଲେ। ଏବେ ନିଶ୍ଚିନ୍ତକୋଇଲି ବ୍ଲକ ଦେଇ ପ୍ରବାହିତ ମହାନଦୀ ଓ ଚିତ୍ରୋପତ୍ଳା ନଦୀର ଏକାଧିକ ସ୍ଥାନରେ ବଡ଼ ବଡ଼ ଗର୍ତ୍ତ ସୃଷ୍ଟି ହୋଇଛି। ଏପରିସ୍ଥଳେ ଜଳ ସମ୍ପଦ ବିଭାଗ କୌଣସି ତପତ୍ରତା ପ୍ରକାଶ କରୁଥିବା ନ ଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।
ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ଏହି ବ୍ଲକ ଦେଇ ପ୍ରବାହିତ ଲୁଣା, ଚିତ୍ରୋପତ୍ଳା ଓ ମହାନଦୀରେ ବନ୍ୟାଜଳ ପ୍ରବାହିତ ହେଉଛି। ମାତ୍ର ନରେନ୍ଦ୍ରପୁର ଠାରେ ଚିତ୍ରୋପତ୍ଳା ନଦୀର ବାମପାର୍ଶ୍ୱରେ ଏକ ବଡ ଗର୍ତ୍ତ ସୃଷ୍ଟି ହୋଇଥିବାର ସ୍ଥାନୀୟ ଲୋକେ କହିଛନ୍ତି। ସେହିପରି ଚିତ୍ରୋପତ୍ଳା ନଦୀର ତିଳକଣ ଠାରୁ ନେମାଳ ପର୍ଯ୍ୟନ୍ତ ବାମ ପାର୍ଶ୍ୱରେ ଏକାଧିକସ୍ଥାନରେ ଗର୍ତ୍ତ ହୋଇଛି। ଏହାଛଡ଼ା ମହାନଦୀର ବାମ ପାର୍ଶ୍ୱରେ ଥିବା ଉତ୍ତରକୂଳ ଓ ବାବୁଜଙ୍ଗ ପଞ୍ଚାୟତର ଏକାଧିକ ସ୍ଥାନରେ ମଧ୍ୟ ଏପରି ଅବସ୍ଥା ଦେଖିବାକୁ ମିଳିଛି। ଏଗୁଡ଼ିକୁ ତୁରନ୍ତ ମରାମତି କରାନଗଲେ ଆଗାମୀ ଦିନରେ ବଡ଼ ଧରଣ ବିପଦକୁ ଏଡ଼ାଇ ଦେଇହେବ ନାହିଁ ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ପ୍ରଶାସନ ତରଫରୁ ତୁରନ୍ତ ଏନେଇ ପଦକ୍ଷେପ ନେବାକୁ ଦାବି କରାଯାଇଛି। ଏସମ୍ପର୍କରେ ଜଳ ସମ୍ପଦ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଅକ୍ଷୟ କୁମାର ମଲିକ କୁହନ୍ତି, ନଦୀରେ ବନ୍ୟା ଜଳ ପ୍ରବାହିତ ପରେ ସମସ୍ତ ନଦୀ ବନ୍ଧର ସୁରକ୍ଷା ନେଇ ସମୀକ୍ଷା ହୋଇଛି। ଯେଉଁ ଜାଗାରେ ବିପଦ ସଙ୍କୁଳ ରହିଛି ବୋଲି କୁହାଯାଉଛି ଉକ୍ତ ସ୍ଥାନଗୁଡ଼ିକୁ ଚିହ୍ନଟ କରାଯାଇ ପରବର୍ତ୍ତୀ ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧୀ ସୁବାସ ଆହତ

କାମାକ୍ଷାନଗର,୨୯ା୪(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ପୋଲିସ କୁଖ୍ୟାତ ଅପରାଧୀ ସୁବାସ ଖୁଣ୍ଟିଆଙ୍କୁ ଏନ୍‌କାଉଣ୍ଟର କରିଛି। ଫଳରେ ସେ ଆହତ ହୋଇଛନ୍ତି। ତାଙ୍କ ଡାହାଣ...

ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ବର୍ଷା, ବାପାଙ୍କ ସମାଧିପୀଠରେ ପୂଜାର୍ଚ୍ଚନା କରି ହେଲେ ଭାବବିହ୍ବଳ

ପଦ୍ମପୁର,୨୯ା୪(ପ୍ରଦୀପ୍ତ ଦାଶ): ସୋମବାର ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟିକା ବର୍ଷା ସିଂ ବରିହା ତାଙ୍କ ନାମାଙ୍କନପତ୍ର ଦାଖଲ କରିବା କାର୍ଯ୍ୟକ୍ରମ ରହିଥିବାବେଳେ ସକାଳୁ ସକାଳୁ ପଦ୍ମପୁରସ୍ଥିତ...

ପଖାଳକୁ ଭାରି ପଡ଼ିଲାଣି ପିଆଜ, ଆଳୁ

ବଲାଙ୍ଗୀର,୨୯ା୪(ବୀରେନ୍ଦ୍ର କୁମାର ଝାଙ୍କର): ପ୍ରଚଣ୍ଡ ଖରାରେ ତାପମାତ୍ରା ବୃଦ୍ଧି ଏବେ ଲୋକଙ୍କୁ ଅସ୍ତବ୍ୟସ୍ତ କରି ପକାଇଛି। ଏତିକି ବେଳେ ଆଳୁ, ପିଆଜ ଏବଂ ପନିପରିବା ଦରବୃଦ୍ଧି...

ବାସି, ଦୂଷିତ ଖାଦ୍ୟ ବିକ୍ରି ବଢ଼ୁଛି

ନୟାଗଡ଼,୨୯।୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ବିଭିନ୍ନ ହୋଟେଲ, ଢ଼ାବା, ଜଳଖିଆ ଦୋକାନରେ ବିକ୍ରି ହେଉଥିବା ଖାଦ୍ୟ ଆଖିକୁ ଭଲ ଦେଖାଯାଉଥିଲେ ହେଁ ଗୁଣବତ୍ତା(ମାନ) ଠିକ୍‌ ରହୁନି...

ଲୁରୁ ଗ୍ରାମରେ ପଡ଼ିନାହିଁ ବିକାଶର ପାଦଚିହ୍ନ

ପାରଳାଖେମୁଣ୍ଡି,୨୯ା୪ (ଗିରିଧାରୀ ପରିଛା): ସରକାର ଯୋଜନା ଉପରେ ଯୋଜନା କରୁଛନ୍ତି। ହେଲେ ଅନେକ ଯୋଜନା ବହୁ ଜାଗାରେ ପହଞ୍ଚି ପାରୁନାହିଁ। ଦୀର୍ଘ ବର୍ଷର ସ୍ଥାୟୀ ସରକାର...

ସରୁନି ପୋଲ ସଂଯୋଗୀକରଣ ରାସ୍ତା

ବାଲେଶ୍ୱର,୨୯ା୪(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲା ରେମୁଣା ବ୍ଲକ ତେନ୍ତୁଳିଦା ପଞ୍ଚାୟତ ବୋଇତବାଙ୍କ ଘାଟରେ ଦୀର୍ଘ ଦିନ ହେବ ବିଜୁ ସେତୁ ନିର୍ମାଣ ସରିଥିଲେ ମଧ୍ୟ ସଂଯୋଗୀକରଣ...

୮ ଟଙ୍କାରେ ବିକିଥିଲେ, ୩୦ରେ କିଣୁଛନ୍ତିି

ରାମଚନ୍ଦ୍ରପୁର,୨୯ା୪(ଗଣେଶ୍ୱର ସା): ରାଜ୍ୟକୁ ଆଳୁ ଉତ୍ପାଦନ କ୍ଷେତ୍ରରେ ସ୍ବାବଲମ୍ବୀ କରିବାପାଇଁ ସରକାର ଉଦ୍ୟାନ ବିଭାଗ ଜରିଆରେ ଆଳୁ ମିଶନ କାର୍ଯ୍ୟକାରୀ କରିଛନ୍ତି। ମାତ୍ର ଏହା ଠିକ୍‌...

୧୨ ବର୍ଷ ଧରି କୁକୁଡ଼ା ଚିଆଁ ଉତ୍ପାଦନ କେନ୍ଦ୍ର ବନ୍ଦ

କେନ୍ଦ୍ରାପଡ଼ା,୨୯ା୪ (ଜଗନ୍ନାଥ ଧଳ): ଛକ ବଜାରଠାରୁ ଗ୍ରାମାଞ୍ଚଳରେ କୁକୁଡା ମାଂସ ବିକ୍ରୟ କେନ୍ଦ୍ର ଭରପୂର ରହିଛି। କେଜି ପ୍ରତି ୨୨୦ରୁ ୩୫୦ ଟଙ୍କାରେ ମାଂସ ବିକ୍ରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri