ଆମ ଜିଲା ଖବର

ନିର୍ମାଣ ହେଲାନି ବ୍ରିଜ୍‌ ଡାଇଭର୍ସନ

କୁଚିଣ୍ଡା,୩୦ା୬(ବିରଞ୍ଚତ୍ ଦର୍କା): ଲଘୁଚାପ ଜନିତ ପ୍ରବଳ ବର୍ଷାରେ କୁଚିଣ୍ଡା ବ୍ଲକ ଟାଇଁସର ବ୍ରିଜର ଡ଼ାଇଭର୍ସନ ରାସ୍ତା ଧୋଇ ହୋଇଯାଇଥିଲା। ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ପ୍ରଶାସନିକ ଅଧିକାରୀ ବ୍ରିଜ ଅବସ୍ଥା ପରିଦର୍ଶନ କରି ଡ଼ାଇଭର୍ସନ ରାସ୍ତା ଦୁଇଦିନ ମଧ୍ୟରେ ନିର୍ମାଣ…

ପ୍ରଦୂଷଣ ବଢାଉଛି ବିରାଜ ଷ୍ଟିଲ୍‌

ସମ୍ବଲପୁର,୩୦ା୬(ଶୁଭାଶିଷ ପାଢ଼ୀ): ଚିମିନିରୁ ଅନବରତ ନିଷ୍କାସିତ ହେଉଛି କଳା ଧୂଆଁ। ବାୟୁମଣ୍ଡଳରେ ଉଡୁଛି ଧୁଳିଗୁଣ୍ଡ। ପୂର୍ବପରି ଆଉ ଚାଷ ବି ହେଉନି। ମଣିଷ, ଜୀବଜନ୍ତୁଙ୍କ ଉପରେ ମଧ୍ୟ ଏହାର ପ୍ରଭାବ ପଡୁଛି। ଏପରି କି ସେହି ରାସ୍ତା ଦେଇ ଯିବା କଷ୍ଟକର…

ବେଆଇନ ବିସ୍ଫୋରକ ସାମଗ୍ରୀ କାରବାର

ରାୟଗଡ଼ା,୩୦।୬(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରର ଜନବସତି ଅଞ୍ଚଳରେ ବେଆଇନ ଭାବେ ବିସ୍ଫୋରକ ସାମଗ୍ରୀ କରାବାର ଚାଲିଥିବା ଅଭିଯୋଗ ହୋଇଛି। ସାଇପ୍ରିୟା ନଗର ଏକ ଭଡ଼ା ଘରେ ବେଆଇନ ଭାବେ ବିସ୍ଫୋରକ ସାମଗ୍ରୀ ରଖାଯାଇ ବିଭିନ୍ନ ପଥର କୁଆରୀକୁ ଚାଲାଣ କରାଯାଉଥିଲେ…

ସବ୍‌ସିଡି ଅର୍ଥ ନ ପାଇ ଚାଷୀ ହନ୍ତସନ୍ତ

ଉମରକୋଟ,୩୦।୬(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ ବଙ୍ଗୀୟ ଗ୍ରାମ ବଡକୁମାରୀ ଅଞ୍ଚଳର ଚାଷୀଙ୍କୁ ଉଦ୍ୟାନ ବିଭାଗ ସବ୍‌ସିଡି ଅର୍ଥ ବର୍ଷେ ହେଲା ପୈଠ ନ କରିବାରୁ ଚାଷୀ ମହଲରେ ଅସନ୍ତୋଷ ଦେଖାଯାଇଛି। ଏ ନେଇ ଜିଲାପାଳ ଓ କୃଷି ସଚିବଙ୍କ…

ଶିସକୁଡ଼ିବାସୀଙ୍କ ବିକାଶରେ ବାଧକ ଅନ୍ଧାରୀ ନଦୀ

ଦଶମନ୍ତପୁର,୩୦ା୬ (ଅରବିନ୍ଦ ନାୟକ ): ଗ୍ରାମବାସୀଙ୍କ ବିକାଶରେ ପ୍ରତିବନ୍ଧକ ସାଜିଛି ଅନ୍ଧାରୀ ନଦୀ। ଉକ୍ତ ନଦୀ ପଇଁ ବର୍ଷାଦିନ ଆସିଲେ ଜଳବନ୍ଦୀ ଜୀବନ ବିତାଉଛନ୍ତି କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ପିଣ୍ଡାପଦର ପଞ୍ଚାୟତର ଶିସକୁଡ଼ି ଗ୍ରାମବାସୀ। ଏହି ଗ୍ରାମ ଚାରିପଟେ…

ଆଶ୍‌ ପାଇପ ଫାଟି ରାସ୍ତା ଅବରୋଧ

କଣିହାଁ,୩୦।୬(ସଚିଦାନନ୍ଦ ପ୍ରଧାନ): କଣିହାଁ ବ୍ଲକସ୍ଥିତ ଏନ୍‌ଟିପିସି ପ୍ରକଳ୍ପର ଏକ ଆଶ୍‌ ପାଇପ ଫାଟି ଯିବାରୁ ଗୁରୁବାର ଅଧଘଣ୍ଟାରୁ ଅଧିକ ସମୟ ଧରି କଣିହାଁକୁ ସଂଯୋଗ କରୁଥିବା କାକୁଡିଆ-ଡେରେଙ୍ଗ ପୂର୍ତ୍ତ ବିଭାଗ ରାସ୍ତାରେ ଯାତାୟତ ବ୍ୟାହତ ହୋଇଥିଲା। ଖବରପାଇ ପ୍ରକଳ୍ପ କର୍ତ୍ତୃପକ୍ଷ ପାଉଁଶ…

ନିର୍ମାଣ ହେଉନି ପକ୍କାରାସ୍ତା, ବଢୁଛି ଅସନ୍ତୋଷ

ବଇଣ୍ଡା,୩୦।୬(ପରିକ୍ଷିତ ସାହୁ): ପ୍ରତ୍ୟେକ ଗ୍ରାମକୁ ଗମନାଗମନ କିଭଳି ସଦୃଢ଼ ହେବ ସେ ନେଇ କେନ୍ଦ୍ର ଓ ରାଜ୍ୟ ସରକାର ବହୁ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ହେଲେ ଏସବୁ ଯୋଜନା ସିଧାସଳଖ ଭାବେ ଅନେକ ଗ୍ରାମାଞ୍ଚଳରେ ପହଞ୍ଚି ପାରୁନାହିଁ। କେଉଁଠି ରାସ୍ତା ଦୀର୍ଘଦିନ…

ସ୍ଥିତି ସୁଧାରିଲା ପ୍ରଶାସନ

ମାଧପୁର,୩୦ା୬(ମନୋଜ ପ୍ରଧାନ): ଆଠମଲ୍ଲିକ ବ୍ଲକ ମାଧପୁର ପଞ୍ଚାୟତର କୁନ୍ଦନାଳି ରେଞ୍ଜ ଅଫିସ ଠାରୁ ନୂଆଗାଁ ଗ୍ରାମ୍ୟ ଉନ୍ନୟନ ରାସ୍ତାକୁ ସଂଯୋଗ କରୁଥିବା ସୋରିଷପଙ୍କ କୁଡ଼ାସାହି ଗ୍ରାମ୍ୟ ରାସ୍ତା ପାର୍ଶ୍ୱରେ ଥିବା ଏକ ନଳକୂଅ ବର୍ଷା ପାଣି ଘେରରେ ରହିଥିଲା। ଫଳରେ କୁଡ଼ାସାହିରେ…

ନାଲ୍‌କୋ ସିପିପିରେ ବିଦ୍ୟୁତ୍‌ ଉତ୍ପାଦନ ହ୍ରାସ

ବଅଁରପାଳ,୩୦ା୬(ଉପେନ୍ଦ୍ର ରାଉତ): ଅନୁଗୋଳ ଜିଲାରେ ଥିବା ନବରତ୍ନ ମାନ୍ୟତାପ୍ରାପ୍ତ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନାଲ୍‌କୋର ସିପିପିରେ ବିଦ୍ୟୁତ୍‌ ଉତ୍ପାଦନ ହ୍ରାସ ପାଇଛି। ଷ୍ଟକୟାର୍ଡରେ ବର୍ଷା ପାଣି ପଶିଯିବାରୁ କୋଇଲା ଫିଡିଂରେ ସମସ୍ୟା ହେଉଥିବା ଓ ବଏଲର ଷ୍ଟାର୍ଟ ପାଇଁ ଆବଶ୍ୟକ ପଡ଼ୁଥିବା ହେଭି…

ପୋଲିସ ବେଶରେ କରୁଥିଲେ ଡକାୟତି

ଭବାନୀପାଟଣା,୩୦।୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ପୋଲିସ ଏକ ୧୩ଜଣିଆ ଆନ୍ତଃଜିଲା ଡକାୟତି ଗ୍ୟାଙ୍ଗଙ୍କୁ ଧରିଛି। ୧୩ ଡକାୟତଙ୍କ ମଧ୍ୟରୁ ୧୦ଜଣ କଳାହାଣ୍ଡି ଓ ୩ଜଣ ବଲାଙ୍ଗୀର ଜିଲାର ବୋଲି ଜଣାପଡିଛି। ସେମାନେ ହେଲେ ବଲାଙ୍ଗୀର ଜିଲା ସଇଁତଲା ଥାନା ଅନ୍ତର୍ଗତ ରେଙ୍ଗାଲି…

ଏସ୍‌ଏଚ୍‌ଜି ସଭ୍ୟାଙ୍କୁ ମିଳୁନି ସାଇକେଲ

ବ୍ରହ୍ମପୁର,୩୦ା୬(ସ୍ମୃତି ରଞ୍ଜନ ମହାଲିକ): ମହିଳାଙ୍କୁ ସ୍ବାବଲମ୍ବୀ କରିବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ମିଶନ ଶକ୍ତି ମାଧ୍ୟମରେ ବିଭିନ୍ନ ସହାୟତା ପ୍ରଦାନ କରାଯାଉଛି। ଏହାଦ୍ୱାରା ଗାଁଠାରୁ ଆରମ୍ଭ କରି ସହରାଞ୍ଚଳର ମହିଳାମାନେ ସ୍ବାବଲମ୍ବୀ ହୋଇପାରିଛନ୍ତି। ଏପରିକି ସହରାଞ୍ଚଳର ବିଭିନ୍ନ ଉନ୍ନୟନ ମୂଳକ…

‘ସୁନା ନୁହେଁ, ପିତ୍ତଳ ଥାଳିରେ ଖାଉଛନ୍ତି ମହାପ୍ରଭୁ’

ପୁରୀ, ୩୦ା୬(ଅଜିତ୍‌ ମହାନ୍ତି): କୋଟି କୋଟି ଓଡ଼ିଆଙ୍କ ମଉଡ଼ମଣି ମହାପ୍ରଭୁ ଶ୍ରୀଜଗନ୍ନାଥ ପିତ୍ତଳ ଥାଳିରେ ଖାଉଛନ୍ତି ଏବଂ ପୁରୁଣା ଅଳଙ୍କାର ପରିଧାନ କରୁଛନ୍ତି। ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ପ୍ରଚୁର ରତ୍ନଅଳଙ୍କାର ଗଚ୍ଛିତ ରହିଥିଲେ ମଧ୍ୟ ଜଗତ ଠାକୁରଙ୍କ ବ୍ୟବହାରରେ ତାହା ଲାଗିପାରୁନାହିଁ। ଏହାଠୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?