ହଳଦୀ ଚାଷୀଙ୍କୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଆସିଲା ଚିଠି

ଦାରିଙ୍ଗବାଡି,୧୧।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳର ଅନୁସୂଚିତ ଜନଜାତି ସମ୍ପ୍ରଦାୟର ହଳଦୀ ଚାଷୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟାଳୟରୁ ଚିଠି ଆସିଛି। ଦିଲ୍ଲୀ ଲାଲକିଲ୍ଲାଠାରେ ଚଳିତ ସ୍ବାଧୀନତା ଦିବସ ପାଳନ ଅବସରରେ ଉପସ୍ଥିତ ରହିବାକୁ ନିମନ୍ତ୍ରଣ ମିଳିଛି। ନିମନ୍ତ୍ରଣ ପାଇଥିବା ଜନଜାତି ସମ୍ପ୍ରଦାୟର ହଳଦୀ ଚାଷୀ ହେଉଛନ୍ତି ଦାରିଙ୍ଗବାଡି ପଞ୍ଚାୟତ କାଣ୍ଡାପା ଗ୍ରାମର ମିନୁରା ପ୍ରଧାନ ଏବଂ ତାଙ୍କ ସ୍ତ୍ରୀ ନିମନ୍ତି ପ୍ରଧାନ। ଉକ୍ତ ଅଞ୍ଚଳର ଜଣେ ଜନଜାତି ସମ୍ପ୍ରଦାୟର ହଳଦୀ ଚାଷୀଙ୍କୁ ଦେଶର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରଥମଥର ପାଇଁ ଏଭଳି ନିମନ୍ତ୍ରଣ ଆସିଥିବା ଜଣାପଡିଛି । ମିନୁରା ଜଣେ ସଫଳ ଚାଷୀ ହୋଇଥିବା ବେଳେ ବର୍ତ୍ତମାନ ଦାରିଙ୍ଗବାଡି ଫାର୍ମର ପ୍ରଡ୍ୟୁସର କମ୍ପାନୀ ଲିମିଟେଡ଼ର ଅଧ୍ୟକ୍ଷ ରହିଛନ୍ତି।

ଉକ୍ତ କମ୍ପାନୀ ଅଞ୍ଚଳରେ ଚାଷୀଙ୍କଠାରୁ ହଳଦୀ ଏବଂ କନ୍ଧମାଳ ଜିଲାରେ ଜଙ୍ଗଲରୁ ମିଳୁଥିବା ବିଭିନ୍ନ ଜଙ୍ଗଲଜାତୀୟ ଦ୍ରବ୍ୟକୁ ଠିକ୍‌ ଦରରେ କିଣି ପ୍ରକ୍ରିୟାକରଣ ପରେ ବିକ୍ରି କରାଯାଉଛି। ଏଥିସହ ରାଜ୍ୟ ତଥା ରାଜ୍ୟ ବାହାରେ ବିଭିନ୍ନ ଆଦିବାସୀ ମେଳାରେ ସରକାରଙ୍କ ସହଯୋଗରେ କନ୍ଧମାଳ ହଳଦୀ, ଅଦା, ଦାରିଙ୍ଗବାଡି କଫି ପାଉଡର, ଝୁଣା, ପାଳୁଅ, ସୋରିଷ, ବିଭିନ୍ନ ଡାଲି ଜାତୀୟ ଫସଲ ଆଦି ମେଳାରେ ବିକ୍ରି କରି ଚାଷୀ ଭଲ ରୋଜଗାରକ୍ଷମ ହୋଇପାରିଛନ୍ତି। ଏହି କମ୍ପାନୀ ପକ୍ଷରୁ ଦିଲ୍ଲୀରେ ଏକାଧିକ ଥର ମେଳାରେ କନ୍ଧମାଳ ହଳଦୀ ଓ ଅନ୍ୟ ସାମଗ୍ରୀ ବିକ୍ରି କରିଥିବା ବେଳେ ଫେବୃୟାରୀରେ ଏକ ମେଳାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉକ୍ତ ପ୍ରଡ୍ୟୁସର କମ୍ପାନୀରୁ ଦାରିଙ୍ଗବାଡି କଫି କିଣିଥିଲେ। ସେହି ସମୟରେ ଏହା ବହୁ ଚର୍ଚ୍ଚା ହୋଇଥିଲା। ପ୍ରଡ୍ୟୁସର ଗ୍ରୁପର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ସହ ହଳଦୀ ସମ୍ପର୍କରେ ଆଲୋଚନା କରିଥିଲେ। ସେହି ସମୟରେ ହଳଦୀ କିଲୋ ୪୦ ଟଙ୍କା ରହିଥିବା ବେଳେ ଏବେ ତାହା ୧୦୦ ଟଙ୍କାରେ ପହଞ୍ଚିଛି। କନ୍ଧମାଳ ଜିଲା ଅନୁସୂଚିତଜାତି ସମ୍ପ୍ରଦାୟର ଜଣେ ଚାଷୀଙ୍କୁ ଦିଲ୍ଲୀ ଡକାଯିବା ଘଟଣା ଏବେ ଜିଲାରେ ଚର୍ଚ୍ଚା ଜୋର ଧରିଛି।


Enter your email to get our daily news in your inbox.

All Right Reserved By Dharitri.Com

କିଏ ସେ ଅଭିନେତ୍ରୀ, ଯାହାଙ୍କୁ ୬୨ ବର୍ଷ ବୟସରେ ଦ୍ୱିତୀୟ ବିବାହ କରିବାକୁ ଯୋଜନା କରୁଛନ୍ତି ଗୋବିନ୍ଦା? ସ୍ତ୍ରୀଙ୍କ ଖୁଲାସା ପରେ…

ମୁମ୍ବାଇ: ଆଜିକାଲି ନିଜର କର୍ମ ଜୀବନକୁ ନେଇ କମ୍‌ ବରଂ ବ୍ୟକ୍ତିଗତ ଜୀବନକୁ ନେଇ ଅଧିକ ଚର୍ଚ୍ଚାରେ ରହୁଛନ୍ତି ବଲିଉଡ ସୁପରଷ୍ଟାର ଗୋବିନ୍ଦା। ୬୨ ବର୍ଷ ବୟସରେ…

ବ୍ୟାଡ୍‌ମିଣ୍ଟନ ବିଶ୍ୱ ଚାମ୍ପିୟନଶିପ୍‌, ଭାରତ ପାଇଁ ପଦକ ପକ୍କାକଲେ ତ୍ରିସା-ଗାୟତ୍ରୀ

ନୂଆଦିଲ୍ଲୀ, ୨୧ା୮: ଭାରତର ତ୍ରିସା ଜୋଲି ଓ ଗାୟତ୍ରୀ ଗୋପିଚାନ୍ଦ ବ୍ୟାଡ୍‌ମିଣ୍ଟନ ବିଶ୍ୱ ଚାମ୍ପିୟନଶିପ୍‌ ମହିଳା ଡବଲ୍ସ ସେମିଫାଇନାଲରେ ପ୍ରବେଶ କରିବା ସହ ପଦକ ପକ୍କା କରିଛନ୍ତି।…

କ୍ଷେତମୁଣ୍ଡଳି ରାସ୍ତାରେ ୨ କଲରାପତରିଆ ବାଘ ଛୁଆ: ଘୁମୁସର ଉତ୍ତର ବନଖଣ୍ଡରେ ବଢ଼ୁଛି ବନ୍ୟପ୍ରାଣୀଙ୍କ ଚଳପ୍ରଚଳ

ଭଞ୍ଜନଗର, ୨୧।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ଅନ୍ତର୍ଗତ କ୍ଷେତମୁଣ୍ଡଳି-ତିରିକୁପା ରାସ୍ତାରେ ଶୁକ୍ରବାର ସନ୍ଧ୍ୟାରେ ଦୁଇଟି କଲରାପତରିଆ ବାଘ ଛୁଆ ରାସ୍ତା…

ଧରିତ୍ରୀ ପ୍ରଭାବ: ବାପାଙ୍କ ଦଶାହ କାର୍ଯ୍ୟପାଇଁ  ଝିଅପୁଅ ଗାଁ ଲୋକଙ୍କୁ ଭିକ୍ଷା ମାଗିବା ଘଟଣା, ଅସହାୟ ପରିବାରଙ୍କୁ ମିଳିଲା …

ଦିଗପହଣ୍ଡି,୨୧|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୌଡ଼ଗାଁ ନୂଆସାହିର ଗୋବିନ୍ଦ ମହାରଣା(୪୯)ଙ୍କ ୧୫ ତାରିଖ ବିଳମ୍ବିତ ରାତିରେ ଆକସ୍ମିକ ମୃତ୍ୟୁ ଘଟିଥିଲା। ଗୋବିନ୍ଦଙ୍କ ମୃତ୍ୟୁପରେ…

ଟୁରିଷ୍ଟ ବସ୍‌ରେ ଯାତ୍ରୀ ନେବା ପଡ଼ିଲା ମହଙ୍ଗା

କୋକସରା,୨୧।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଳକ ବିଜୁ ଏକ୍ସପ୍ରେସ ୱେ ଏବଂ ୨୬ ନମ୍ବର ଜାତୀୟ ରାଜପଥରେ ୧୫ରୁ ଊଦ୍ଦର୍‌ବ ଟୁରିଷ୍ଟ ବସ୍‌ ବେଆଇନ…

ଘରପଟ୍ଟା ପାଇଁ ତହସିଲଦାରଙ୍କ ଦ୍ୱାରସ୍ଥ ହେଲେ ବଳଦିଆଡ଼ିହ ଗ୍ରାମବାସୀ

ଗଞ୍ଜାମ,୨୧ା୮(ବିଦ୍ୟାଧର ସାହୁ): ଗଞ୍ଚାମ ବ୍ଲକ୍‌ ହୁମା ପଞ୍ଚାୟତ ଅନ୍ତର୍ଗତ ବଳଦିଆଡ଼ିହ ଗ୍ରାମର ଗ୍ରାମବାସୀମାନେ ହୁମା ପଞ୍ଚାୟତର ସମିତି ସଭ୍ୟ ଧ୍ରୁବ ଚରଣ ସାହୁଙ୍କ ନେତୃତ୍ୱରେ ଗଞ୍ଜାମ ତହସିଲଦାର…

ପ୍ରଧାନ ଶିକ୍ଷକଙ୍କ ବାଇକରେ ଥିବା ମଦ ବୋତଲ ଭାଇରାଲ: ପ୍ରଧନଶିକ୍ଷକ ନିଲମ୍ବିତ

ପାତ୍ରପୁର,୨୧ା୮(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ତୁରୁବୁଡି ପଞ୍ଚାୟତ ନୂଆଗଡ଼ ପ୍ରାଥମିକ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କୁ ଗତ ଦୁଇ ଦିନ ହେଲା ମଧ୍ୟାହ୍ନ ଭୋଜନ ମିଳୁ…

ଦୁଇଟି ସନ୍ତାନର ବାପା ହେବା ପରେ ଶେଷରେ ପ୍ରେମିକାଙ୍କ ହାତ ଧରିଲେ ଅର୍ଜୁନ ରାମପାଲ, ଛୁଟୁଛି ଶୁଭେଚ୍ଛାର ସୁଅ

ମୁମ୍ବାଇ: ବିବାହ କରି ଚର୍ଚ୍ଚାକୁ ଆସିଛନ୍ତି ଆଉଜଣେ ଅଭିନେତା । ସେ ହେଲେ ବଲିଉଡ ଅଭିନେତା ଅର୍ଜୁନ ରାମପାଲ। ପ୍ରେମିକା ତଥା ସାଉଥ ଆଫ୍ରିକାନ ମଡେଲ ଫ୍ୟାଶନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri