କର୍ମଚାରୀ ଅଭାବରୁ କାର୍ଯ୍ୟରେ ବାଧା

ଭବାନୀପାଟଣା,୧୧।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ପୂର୍ତ୍ତ ବିଭାଗରେ ଅନେକ ପଦବୀ ଖାଲି ପଡିଥିବାରୁ ଏବେ କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି। ମିଳିଥିବା ସୂଚନା ଅନୁଯାୟୀ, ଜିଲାରେ ୩ଟି ଏସ୍‌ଡିଓ ପଦବି ଖାଲିପଡିଛି। ସେଗୁଡିକ ହେଲା ଏମ୍‌. ରାମପୁର ସବଡିଭିଜନ, କେସିଙ୍ଗା ସବଡିଭିଜନ ଓ ବିଲଡିଙ୍ଗ ସବ୍‌ (୨) ଡିଭିଜନର ଏସଡିଓ ପଦବି ଖାଲିପଡିଛି। କେସିଙ୍ଗା ଏସ୍‌ଡିଓ ଯାଜପୁରକୁ ଡେପୁଟେଶନରେ ଯାଇଥିବା ଓ ଏମ୍‌. ରାମପୁର ସବିଡିଭିଜନ ଏସ୍‌ଡିଓ ଭିଆରଏସ ନେଇଯିବାରୁ ପଦବି ଖାଲିପଡିଛି। ସେହିପରି ଜୁନାଗଡ ସବଡିଭିଜନ ଏସଡିଓ ଜିଲା କାର୍ଯ୍ୟାଳୟର ଇଷ୍ଟିମେଷ୍ଟର ଭାବେ ଦାୟିତ୍ୱ ତୁଲାଉଛନ୍ତି। ଜିଲାରେ ସମୂଦାୟ ୨୫ଟି କନିଷ୍ଠ ଯନ୍ତ୍ରୀ ପଦବୀ ରହିଥିବାବେଳେ ସେଥିମଧ୍ୟରୁ ବର୍ତ୍ତମାନ ୧୫ଜଣ କନିଷ୍ଟ ଯନ୍ତ୍ରୀ ଅଛନ୍ତି। ଅବଶିଷ୍ଟ ୧୦ଜଣ କନିଷ୍ଠ ଯନ୍ତ୍ରୀ ପଦବି ଖାଲିପଡିଛି। ଚଳିତବର୍ଷ ଜିଲାରେ ୧୦ଟି ପୋଲ ନିର୍ମାଣ ପାଇଁ ପ୍ରସ୍ତାବ ଯାଇଥିବାବେଳେ ସେଠାରୁ ଆସି ଟେଣ୍ଡର ହୋଇ ବର୍ଷ ଶେଷ ସୁଦ୍ଧା ନିର୍ମାଣ କାର୍ଯ୍ୟ ସରିବ ବୋଲି ଜଣାପଡିଛି। ସେହିପରି ଚଳିତ ବର୍ଷ ଜିଲାରେ ୨୨ଟି ନୂଆ ପୂର୍ତ୍ତ ବିଭାଗ ରାସ୍ତା ହେବ। ଏଥିରେ ଜିଲାର ଅନେକ ଗୁରୁତ୍ୱ ପୂର୍ଣ୍ଣ ରାସ୍ତା ଥିବାବେଳେ ସେଥିମଧ୍ୟରୁ ଜୁନାଗଡ ହାତୀନଦୀ ବ୍ରିଜଠାରୁ ଆଟିଗଁା ଓ ଆଟିଗଁାଠାରୁ ଏସ୍‌କୁଣ୍ଡାମାଲ ପର୍ଯ୍ୟନ୍ତ ରାସ୍ତା ରହିଛି। ଏହି ମାସ ଶେଷ ସୁଦ୍ଧା ଏହି ରାସ୍ତାର ଟେଣ୍ଡର ଡକାଯାଇ ଆସନ୍ତା ଆର୍ଥତ୍କ ବର୍ଷରେ ରାସ୍ତା ନିର୍ମାଣ ଶେଷ ହେବ ବୋଲି ବିଭାଗ ପକ୍ଷରୁ ଜଣାପଡିଛି। ଏହାସହ ଜିଲାର ୧୦ଟି ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତାକୁ ପିଡବ୍ଲ୍ୟୁଡି ବିଭାଗକୁ ହସ୍ତାନ୍ତର କରାଯାଇଥିବା ବେଳେ ନୂତନ ରାସ୍ତା ପାଇଁ ବିଭାଗ ପକ୍ଷରୁ ଏହାର ପ୍ରସ୍ତାବ ଯାଇଥିବା ଜଣାପଡିଛି। ଏ ନେଇ ଭବାନୀପାଟଣାସ୍ଥିତ ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଇଂ ପ୍ରକାଶ କୁମାର ବେହେରାଙ୍କୁ ପଚାରିବାରୁ କର୍ମଚାରୀ ଅଭାବରୁ କାର୍ଯ୍ୟରେ ବାଧା ସୃଷ୍ଟି ହେଉଥିବା କହିଥିଲେ। ଖାଲିପଡିଥିବା ପଦବି ପୂରଣ କରିବାକୁ ଜିଲାପାଳ ଓ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିବା ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘PM ମୋଦିଙ୍କୁ ରାତିରେ ସେ ପର୍ଯ୍ୟନ୍ତ ଶୋଇବାକୁ ଦେବୁନି, ଯେ ପର୍ଯ୍ୟନ୍ତ…’ ରାହୁଲ ଗାନ୍ଧୀଙ୍କ ତୀବ୍ର ଆକ୍ରମଣ

ନୂଆଦିଲ୍ଲୀ,୧୪।୮: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ମୋଦି ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ଏହି ଲୋକମାନେ ଦେଶକୁ ଭିତରୁ ଦୁର୍ବଳ କରିଦେଇଛନ୍ତି। ଏହା ସହିତ…

କ୍ରିକେଟ୍‌ କୋଚଙ୍କୁ ହତ୍ୟା: ଖେଳାଳିଙ୍କ ସହ ଯୋଇଥିଲା ଯୁକ୍ତିତର୍କ, ଆଉ ତା’ପରେ ଘଟିଲା…

ନୂଆଦିଲ୍ଲୀ,୧୪।୮: ଶ୍ରୀଲଙ୍କାରେ ଜଣେ କ୍ରିକେଟ କୋଚଙ୍କୁ ହତ୍ୟା କରାଯାଇଛି। କଲମ୍ବୋ କ୍ରିକେଟ କ୍ଲବର ପ୍ରଶିକ୍ଷକ ସୁମିଥ ଫର୍ଣ୍ଣାଣ୍ଡୋ ତାଙ୍କ ନିଜ ଖେଳାଳିଙ୍କ ସହ ଝଗଡ଼ା କରିଥିଲେ ଏବଂ…

ଆପଣ ନ କରିପାରିଲେ ଆମେ କରିବୁ…. କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା

ନୂଆଦିଲ୍ଲୀ,୧୪।୮: ଅଧିକ ପରିମାଣର ଚିନି, ଲୁଣ ଏବଂ ସନ୍ତୁଳିତ ଚର୍ବି (ସାଚୁରେଟେଡ୍‌ ଫ୍ୟାଟ୍‌) ଥିବା ପ୍ୟାକେଟଯୁକ୍ତ ଖାଦ୍ୟ ସାମଗ୍ରୀ ଉପରେ ‘ଫ୍ରଣ୍ଟ-ଅଫ୍‌-ପ୍ୟାକ ୱାର୍ଣ୍ଣିଂ ଲେବଲ’(ଖାଦ୍ୟ ପ୍ୟାକେଟ ଉପରେ…

ଲାବ୍‌ରେ ତିଆରି ହେଉଛି ‘ମିନି-ବ୍ରେନ୍‌’: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ, ୧୪ା୮:ଶରୀରର ଛୋଟ ଚର୍ମ କୋଷିକାରୁ ମାନବ ମସ୍ତିଷ୍କର ଜୀବନ୍ତ ଟିସୁ ପ୍ରସ୍ତୁତ କରିବା ଆଉ କେବଳ କଳ୍ପନା କିମ୍ବା ବିଜ୍ଞାନ କାହାଣୀରେ ସୀମିତ ହୋଇରହିନାହିଁ। ଆମେରିକା…

ଆଜି ମେଷ-ମିଥୁନ ସମେତ ୫ ରାଶିର ଭାଗ୍ୟୋଦୟ, ଗ୍ରହ ଚଳନରୁ ଧନ- କ୍ୟାରିୟରରେ ମିଳିବ ବଡ଼ ଖୁସିଖବର

ଆଜି ଶ୍ରାବଣ ଶୁକ୍ଳ ପକ୍ଷର ପ୍ରତିପଦା ତିଥି ଏବଂ ଶୁକ୍ରବାର। ଦୃକ ପଞ୍ଚାଙ୍ଗ ଅନୁସାରେ ପ୍ରତିପଦା ତିଥି ସନ୍ଧ୍ୟା ୬ଟା ୪୬ ମିନିଟ ପର୍ଯ୍ୟନ୍ତ ରହିବ। ଏହାପରେ…

ଥମିନି ବର୍ଷାର ପ୍ରକୋପ: ଆଜି ବି ସ୍ଥଗିତ ରହିଲା ସେକେଣ୍ଡ ସେମିଷ୍ଟାର ପରୀକ୍ଷା

ବରଗଡ଼,୧୪।୮(ପ୍ରେମାନନ୍ଦ ଖମାରୀ):ପଶ୍ଚିମ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଗୁରୁବାରରୁ ଲଗାତାର ବର୍ଷା ଯୋଗୁ ଗୁରୁତର ବନ୍ୟା ସଦୃଶ ପରିସ୍ଥିତି ସୃଷ୍ଟି ହୋଇଛି। ଏହାକୁ ଦୃଷ୍ଟିରେ ରଖି ଗୁରୁବାର ସମ୍ବଲପୁର…

ଜେମ୍ସ ୱେବ୍‌ ଟେଲିସ୍କୋପ୍‌ରେ ଧରାପଡ଼ିଲା ‘ବ୍ଲାକ୍‌ ହୋଲ୍‌ ଷ୍ଟାର୍‌’

ଓ୍ବାଶିଂଟନ,୧୪।୮: ମହାକାଶ ବିଜ୍ଞାନ କ୍ଷେତ୍ରରେ ବିରଳ ସଫଳତା ହାସଲ କରିଛନ୍ତି ଜ୍ୟୋତିର୍ବିଜ୍ଞାନୀ। ନାସାର ପ୍ରସିଦ୍ଧ ଜେମ୍ସ ୱେବ୍‌ ସ୍ପେସ୍‌ ଟେଲିସ୍କୋପର ଚିତ୍ରକୁ ଅନୁଧ୍ୟାନ କରି ଗବେଷକମାନେ ସମ୍ପୂର୍ଣ୍ଣ…

ଇଥାନଲରୁ ଖରାପ ହେବା ସୁନିଶ୍ଚିତ: ଗାଡ଼ି ନିର୍ମାତା

ନୂଆଦିଲ୍ଲୀ,୧୪।୮(ରଏଟର୍ସ):ବିଗତ ଏକ ବର୍ଷ ମଧ୍ୟରେ କମ୍ପାନୀଗୁଡ଼ିକ ଦେଶର ୨୧ ରାଜ୍ୟର ପେଟ୍ରୋଲ ପମ୍ପରୁ ୨୫୦ରୁ ଅଧିକ ଇ୨୦ ପେଟ୍ରୋଲ ନମୁନା ସଂଗ୍ରହ କରି ପରୀକ୍ଷା କରିଥିଲେ। ଏଥିରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri