ଆମ ଜିଲା ଖବର

ପୂର୍ବତନ ବ୍ଲକ୍‌ ଅଧ୍ୟକ୍ଷଙ୍କ ଘରେ ସଶସ୍ତ୍ର ଡକାୟତି, ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନାଗହଣା

ହେମଗିରି,୪ା୮(ଚୈତନ୍ୟ ପଟେଲ): ସୁନ୍ଦରଗଡ଼ ଜିଲା ହେମଗିରି ବ୍ଲକସ୍ଥିତ ବିଲେଇମୁଣ୍ଡାର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ ଏବଂ ବର୍ତ୍ତମାନର ବିଜେଡି ଜିଲା କୃଷକ ମୋର୍ଚ୍ଚା ସଭାପତି ଗୋପାଳ ପ୍ରଧାନଙ୍କ ଘରୁ ଡକାୟତି ହୋଇଛି। ଗୁରୁବାର ରାତିରେ ୫…

ଟ୍ରକ୍‌ ପଛରେ ପିଟିଲା ଟ୍ରକ୍‌ , ଜିଅନ୍ତା ଜଳିଗଲେ ଚାଳକ

କେନ୍ଦୁଝର,୪ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ଅନ୍ତର୍ଗତ କେନ୍ଦୁଆ ନିକଟରେ ଏଏନ୍‌ ୪୯ରେ ଏକ ଟ୍ରକ୍‌ ପଛରେ ଆଉ ଗୋଟିଏ ଟ୍ରକ୍‌ ପିଟି ହେବାରୁ ଚାଳକ ଜିଅନ୍ତା ଜଳି ଯାଇଛନ୍ତି। ଏନେଇ ସଦରପଡ଼ା ପ୍ରତ୍ୟକ୍ଷଦର୍ଶୀ ଡମ୍ବରୁଧର ମହାନ୍ତଙ୍କ କହିବାନୁଯାୟୀ, ଶୁକ୍ରବାର…

ପୋଖରୀକୁ ଗାଧୋଇବାକୁ ଯାଇ ଶିଶୁପୁତ୍ରର ଜୀବନ ଗଲା

ପାଟଣା,୪ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତ ବଡ଼ନୂଆଗାଁ ଏତାଙ୍ଗ ସାହିରେ ଘର ପାଖ ପୋଖରୀରେ ଶୁକ୍ରବାର ଜଣେ ୫ ବର୍ଷର ଶିଶୁପୁତ୍ର ମୃତଦେହ ଭାସୁଛି। ନାବାଳକ ଜଣକ ହେଉଛନ୍ତି ଉକ୍ତ ସାହିର ମାଧ ମୁଣ୍ଡାଙ୍କ ପୁଅ ଟୁକୁନା(୫)।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ

ଅମରପାଲି,୪ା୮(ପୀତାମ୍ବର ସାହୁ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଜନିତ ଲଗାଣ ବର୍ଷାରେ ବୀରମହାରାଜପୁରରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବିଭିନ୍ନ ସ୍ଥାନରେ ଅନେକ ଗରିବ ଲୋକଙ୍କ କଚ୍ଚା ଘର ଭାଙ୍ଗି ଯାଇଛି। ରାସ୍ତା ଘାଟ,ପୋଲ ଭାଙ୍ଗି ଯାଇଛି। ଅନେକ ସ୍ଥାନରେ ଯାତାୟାତରେ ବାଧାପ୍ରାପ୍ତ…

ମାଗଣା ଫସଲ ବୀମା ପଞ୍ଜୀକରଣ ଫାର୍ସ

ନୟାଗଡ଼,୪।୮(ଲୋକନାଥ ମିଶ୍ର): ପ୍ରଧାନମନ୍ତ୍ରୀ ଫସଲ ବୀମା ପଞ୍ଜୀକରଣ ଅବଧି ଅଗଷ୍ଟ ୫ ରହିଥିବାବେଳେ ଅଗଷ୍ଟ ୪ ସୁଦ୍ଧା ଚାଷୀ ପଞ୍ଜୀକରଣ ନେଇ ଅବଗତ ନ ଥିବା ଅଭିଯୋଗ ହୋଇ ଆସୁଛି। ବିଶେଷ କରି ଅଣଋଣୀ ଚାଷୀ ପାଇଁ ବୀମା ଅପହଞ୍ଚ ହୋଇ…

ଗଣିଆ-ବଡ଼ମୂଳ ରାସ୍ତାରେ ବନ୍ୟାଜଳ

ଗଣିଆ,୪ା୮(ସନ୍ତୋଷ କୁମାର ପ୍ରଧାନ): ଲଗାଣ ବର୍ଷା ପ୍ରଭାବରେ ନୟାଗଡ଼ ଜିଲା ଗଣିଆ ବ୍ଲକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଗଣିଆ-ବଡ଼ମୂଳ ରାସ୍ତାର କେତେକ ସ୍ଥାନରେ ୨ରୁ ୫ଫୁଟ ଉଚ୍ଚର ବନ୍ୟାଜଳ ପ୍ରବାହିତ ହେଉଛି। ଗତ ମଙ୍ଗଳବାର ରାତିରୁ ଳଘୁଚାପଜନିତ ଲଗାଣ ବର୍ଷା…

ଦବିଲା କୁଆଁରିଆ ସେତୁ

ଖଣ୍ଡପଡ଼ା,୪ା୮(ଅଜୟ କୁମାର ମହାରଣା): ଖଣ୍ଡପଡ଼ା ବ୍ଲକ୍‌ ଅଧୀନ ଖଳିସାହିରୁ କୋସକା, ଆଡକଟା ଦେଇ ଦଶପଲ୍ଲା ଅଞ୍ଚଳକୁ ସଂଯୋଗ କରୁଥିବା ରାସ୍ତାରେ ଥିବା କୁଆଁରିଆ ସେତୁଟି ଗୁରୁବାର ଦବି ଯାଇ ବିପଦଶଙ୍କୁଳ ଅବସ୍ଥାରେ ରହିଛି। ଉକ୍ତ ରାସ୍ତା ଦେଇ ଯାତାୟତ ସମ୍ପୂର୍ଣ୍ଣ ବନ୍ଦ…

ନିର୍ଦ୍ଦିଷ୍ଟ ଅବଧି ମଧ୍ୟରେ ଶେଷ ହେଉ ଜାଇକା କାମ

କଟକ,୪ା୮ (କାର୍ତ୍ତିକ ସାହୁ): କଟକ ସହରରେ ଚାଲିଥିବା ଜାଇକା କାର୍ଯ୍ୟ ଏକ ନିର୍ଦ୍ଦିଷ୍ଟ ସମୟ ଅବଧି ମଧ୍ୟରେ ଶେଷ କରାଯିବାକୁ ନେଇ ହାଇକୋର୍ଟରେ ବୁଧବାର ଏକ ପିଟିଶନ ଦାୟର ହୋଇଛି। ଜାଇକା କାର୍ଯ୍ୟ ବିଳମ୍ବିତ ହେଉଥିବା କାରଣରୁ ସହରବାସୀ ଦୁର୍ଦ୍ଦଶା ଭୋଗୁଛନ୍ତି।…

କୁଶଭଦ୍ରା, ଭାର୍ଗବୀରେ ବଢୁଛି ଜଳସ୍ତର

ବାଲିପାଟଣା,୪ା୮(ଅଭିମନ୍ୟୁ ନାୟକ): ରାଜ୍ୟରେ ବର୍ଷା ଥମୁ ନ ଥିବା ବେଳେ ବିଭିନ୍ନ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। କୁଶଭଦ୍ରା ଓ ଭାର୍ଗବୀ ନଦୀର ଜଳସ୍ତର ବଢ଼ିବାରେ ଲାଗିଛି। ବନ୍ୟାଜଳ ପ୍ରବେଶ କରିବାରୁ ସରିପୁର ଗ୍ରାମ ନିକଟ କୁଶଭଦ୍ରା ନଦୀ ଭିତରେ…

୯ ପଞ୍ଚାୟତରେ ବନ୍ୟା ପରିସ୍ଥିତି, ହରିପୁର ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ

କୁଜଙ୍ଗ,୪।୮(ମନୋଜ ପ୍ରଧାନ): ମହାନଦୀରେ ପ୍ରଥମ ବନ୍ୟାଜଳ ଆସିବା ଫଳରେ କୁଜଙ୍ଗ ବ୍ଲକର ୯ଟି ପଞ୍ଚାୟତରେ ବନ୍ୟାପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ ଧୋଇଆ ଅଞ୍ଚଳବାସୀ ଆତଙ୍କିତ ହୋଇପଡ଼ିଛନ୍ତି। ଗୁରୁବାର କୁଜଙ୍ଗ ବ୍ଲକ ସାଇଲୋ ପଞ୍ଚାୟତର ହରିପୁର ଗ୍ରାମକୁ ବନ୍ୟାଜଳ ପ୍ରବେଶ କରି ନ…

ଚାଲିପାରିଲା ନାହିଁ ପାସେଞ୍ଜର ଟ୍ରେନ୍‌

ଚଣ୍ଡିଖୋଲ,୪ା୮(ପ୍ରଦୀପ୍ତ କୁମାର ପୃଷ୍ଟି):ହରିଦାସପୁର-ପାରାଦୀପ ରେଳପଥ ନିର୍ମାଣ ହେଲେ ବିଶ୍ୱପ୍ରସିଦ୍ଧ ବୌଦ୍ଧ ପୀଠ ରନତ୍ଗିରି, ଉଦୟଗିରି, ଲଳିତଗିରି ସହିତ ଜାତୀୟ ଉଦ୍ୟାନ ଭିତର କନିକାକୁ ଦେଶ ବିଦେଶର ପର୍ଯ୍ୟଟକମାନେ ଆସିପାରିବେ। ଗମନାଗମନ ସୁବିଧା ହେଲେ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରରେ ବିକାଶ ହେବ। ପ୍ରକଳ୍ପ…

୨ ମାସରେ ପୂରଣ ପାଇଁ ସରକାରଙ୍କୁ ନିର୍ଦ୍ଦେଶ

କଟକ ଅଫିସ, ୪ା୮:ଓଡ଼ିଶା ହ୍ୟୁମାନ ରାଇଟ୍‌ସ କମିଶନ (ଓଏଚ୍‌ଆର୍‌ସି)ରେ ଖାଲି ପଡିଥିବା ସଦସ୍ୟ ପଦବୀ ଆସନ୍ତା ୨ ମାସ ମଧ୍ୟରେ ପୂରଣ କରିବାକୁ ହାଇକୋର୍ଟ ଗୁରୁବାର ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟ ବିଚାରପତି ଶୁଭାଶିଷ ତାଳପତ୍ର ଓ ବିଚାରପତି ସାବିତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?