୧୦ ହଜାର ହେକ୍ଟର ଚାଷ ଜମି ଜଳମଗ୍ନ

ଜଗତ୍‌ସିଂହପୁର, ୧୯ା୯ (ପ୍ରମୋଦ କୁମାର ନାୟକ): ତିର୍ତ୍ତୋଲ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିରିଡ଼ି, ରଘୁନାଥପୁର ଓ ତିର୍ତ୍ତୋଲ ବ୍ଲକ ଅଞ୍ଚଳର ଚାଷୀଙ୍କ ପାଇଁ ହଂସୁଆ ନଦୀ ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ଏହି ନଦୀର ଜଳ ଉପରେ ଶହସ୍ରାଧିକ ଚାଷୀ ନିର୍ଭରଶୀଳ। କିନ୍ତୁ ହଂସୁଆ ସୁଖ ଦେବା ପରିବର୍ତ୍ତେ ଚାଷୀଙ୍କୁ ଦୁଃଖ ଦେଉଛି। କାରଣ ଏହି ନଦୀର ଶଯ୍ୟା ଖନନ ନ ହେବାରୁ ଜଳ ନିଷ୍କାସନରେ ବାଧା ସୃଷ୍ଟି କରୁଛି। ଏଥିସହ ଆବଶ୍ୟକ ପୁନରୁଦ୍ଧାର କରାଯାଉ ନ ଥିବାରୁ ତାହା ଚାଷୀଙ୍କ ଜୀବନ ଜୀବିକାକୁ ବିପର୍ଯ୍ୟସ୍ତ କରି ଦେଲାଣି। ରାଜ୍ୟ ସରକାର ଏହାର ପ୍ରତିକାର ପାଇଁ ୧ ମାସ ଭିତରେ ପଦକ୍ଷେପ ନ ନେଲେ ଆନ୍ଦୋଳନ ତୀବ୍ର କରାଯିବ ବୋଲି ସୋମବାର ତିର୍ତ୍ତୋଲ ବିଧାନସଭା ନିର୍ବାଚନ ମଣ୍ଡଳୀ କଂଗ୍ରେସ କମିଟି ତରଫରୁ ଏଭଳି ଚେତାବନୀ ଦିଆଯାଇଛି।
ଜିଲା କଂଗ୍ରେସ ମୁଖପାତ୍ର ଇଂ.ହିମାଂଶୁ ଭୂଷଣ ମଲ୍ଲିକଙ୍କ ନେତୃତ୍ୱରେ ଏକ ଦଳ ଜଗତ୍‌ସିଂହପୁର ଜଳ ସମ୍ପଦ ବିଭାଗ (ଜଳ ସମ୍ପଦ ଓ ଜଳ ନିକାଶ) ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପହଞ୍ଚତ୍ ଏନେଇ ୫ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଛନ୍ତି। ସେମାନେ କହିଛନ୍ତି, ପ୍ରତିବର୍ଷ ବର୍ଷା ଦିନେ ହଂସୁଆ ନଦୀରେ ପ୍ରାୟ ୫ରୁ ୬ ଥର ବନ୍ୟା ଆସେ। ଏଥିଯୋଗୁ ନଦୀ ଉଭୟ ପାର୍ଶ୍ୱରେ ଥିବା ଚାଷ ଜମିରେ ବନ୍ୟା ଜଳ ମାଡ଼ିଯାଏ । ଏହାଦ୍ୱାରା ପ୍ରତିବର୍ଷ ଶହ ଶହ ଏକର ଚାଷ ଜମି ଜଳମଗ୍ନ ହୋଇଯାଏ। ଏପରି କି ସାମାନ୍ୟ ଲଗାଣ ବର୍ଷାରେ ମଧ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥାଏ। ଚଳିତବର୍ଷ ଲଘୁଚାପଜନିତ ଲଗାଣ ବର୍ଷାରେ ଏହି ୩ ବ୍ଲକର ପାଖାପାଖି ୧୦ ହଜାର ହେକ୍ଟର ଚାଷ ଜମିରେ ରୂଆ ଯାଇଥିବା ଧାନ ଫସଲ ଉପରେ ୩ ଫୁଟ ଉଚ୍ଚତାର ବନ୍ୟାଜଳ ପ୍ରବାହିତ ହେଉଛି। ଶଯ୍ୟା ଖୋଳା ନ ଯିବା ଓ ନଦୀ ଉପରେ ତିଆରି କରାଯାଇଥିବା ପୋଲଗୁଡ଼ିକର ସ୍ତମ୍ଭରେ ଦଳ ଓ ଅଳିଆ ଲାଗିଯିବାରୁ ଜଳ ପ୍ରବାହରେ ବାଧା ଉପୁଜିଛି। ଏ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଯିବା ପରେ ମଧ୍ୟ କୌଣସି ପଦକ୍ଷେପ ନିଆଗଲା ନାହିଁ। ଫଳରେ ଚାଷୀଙ୍କ ଧାନ ଚାଷଠାରୁ ଆରମ୍ଭ କରି ଫୁଲ ଚାଷ ପର୍ଯନ୍ତୁ ସବୁ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଏନେଇ ସେମାନେ ମୁଣ୍ଡରେ ହାତଦେଇ ବସିଛନ୍ତି । ସରକାର ଏହି ପ୍ରସଙ୍ଗର ଗମ୍ଭୀରତା ହୃଦୟଙ୍ଗମ କରି ଆବଶ୍ୟକ ପଦକ୍ଷେପସ୍ବରୂପ ନଦୀର ପୁନରୁଦ୍ଧାର, ଶଯ୍ୟା ଖନନ, ଜଳ ନିଷ୍କାସନ, ନଦୀ ବନ୍ଧର ସୁଦୃଢୀକରଣ ସମେତ ବନ୍ୟା ଜଳ ମାଡି ଯାଇ କ୍ଷତି ସହିଥିବା ଚାଷୀଙ୍କୁ କ୍ଷତି ପୂରଣ ଦେବା ଓ ହଂସୁଆ ସଫେଇ କରିବା ପାଇଁ ଦାବି ହୋଇଛି । ଏହି ଦାବିପତ୍ରର ନକଲ ମୁଖ୍ୟମନ୍ତ୍ରୀ, ୫-ଟି ସଚିବ, ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ, ବିକାଶ କମିଶନର ତଥା ଅତିରିକ୍ତ ମୁଖ୍ୟ ସଚିବ, ମହାନଦୀ ପ୍ରକଳ୍ପର ସ୍ବତନ୍ତ୍ର ସଚିବ, ଜଳ ସମ୍ପଦ ବଭାଗ ପ୍ରମୁଖ ଯନ୍ତ୍ରୀ ଓ ଜଗତ୍‌ସିଂହପୁର ଜିଲାପାଳଙ୍କ ଅବଗତି ନିମନ୍ତେ ପଠାଯାଇଛି। ଦାବିପତ୍ର ପ୍ରଦାନ ସମୟରେ ଜିଲା କଂଗ୍ରେସ ସଭାପତି ନଟବର ବାରିକ, ତିର୍ତ୍ତୋଲ ବ୍ଲକ କଂଗ୍ରେସ ସଭାପତି ନିହାର ରଞ୍ଜନ ନାୟକ, ରଘୁନାଥପୁର ବ୍ଲକ କଂଗ୍ରେସ ଉପସଭାପତି ଆର୍ତ୍ତତ୍ରାଣ ପଣ୍ଡା, ମନମୋହନ ଗୋଚ୍ଛାୟତ, ଜିଲା କଂଗ୍ରେସ ସମ୍ପାଦକ ମନୋରଞ୍ଜନ ଜେନା, ନାରାୟଣ ନାୟକ, ବଂଶୀଧର ପାତ୍ର, ଚୌଧୁରୀ ବିମଳାକାନ୍ତ ଦାସ, ହେମନ୍ତ କୁମାର ବେହେରା, ଅନିରୁଦ୍ଧ ନାୟକ, ଅଭୟ କୁମାର ସ୍ବାଇଁ, ପ୍ରଦୀପ୍ତ କୁମାର ରାଉତ, ବିଶ୍ୱଜିତ ମହାନ୍ତି, ଲୋକନାଥ ସ୍ବାଇଁ, ବିକ୍ରମ କିଶୋର ଦାଶ, ସୁଶାନ୍ତ କୁମାର ବାରିକ, ସୁଧାଂଶୁ ବିଶ୍ୱାଳ, ବ୍ଲକ ଯୁବ କଂଗ୍ରେସ ସଭାପତି ମୁକ୍ତାର ଅଲ୍ଲୀ, ସୁରେନ୍ଦ୍ର ବିଶ୍ୱାଳ, କିଶୋର ପଟ୍ଟନାୟକ ଓ ପରିକ୍ଷିତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସହରରେ ବୃଦ୍ଧିପାଉଛି ଜଳ ଅପବ୍ୟବହାର

ରାଉରକେଲା,୨୯ା୪(ବିପ୍ଳବ ରଞ୍ଜନ ଦାଶ): ରାଉରକେଲା ସହରର ଜୀବନରେଖା କୁହାଯାଉଥିବା ବ୍ରାହ୍ମଣୀ, ଶଙ୍ଖ ଓ କୋଏଲ୍‌ ନଦୀର ପରିସୀମା ଦିନକୁଦିନ ସଙ୍କୁଚିତ ହେବାରେ ଲାଗିଛି। ଏହାର ପ୍ରଭାବ...

ଚାଷୀ ଭୋଟ ଉପରେ ସଭିଙ୍କ ନଜର

ବରଗଡ଼,୨୯ା୪(ପ୍ରେମାନନ୍ଦ ଖମାରୀ): ଆସନ୍ତା ମେ ୨୦’ରେ ବରଗଡ଼ ଜିଲାରେ ସାଧାରଣ ନିର୍ବାଚନକୁ ନେଇ ମତଦାନ ହେବ। ଅନ୍ୟପଟେ ସେହି ମାସ ୧୦ ତାରିଖରୁ ବରଗଡ଼ ସମେତ...

ଘାଟିରୁ ଖସିଲା ପେପର ରୋଲ୍‌ ବୋଝେଇ ଟ୍ରକ୍‌: ଡ୍ରାଇଭର, ହେଲପର ଆହତ

ଖଲ୍ଲିକୋଟ,୨୯ା୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ବଡ଼ଘାଟିରେ ସୋମବାର ଭାରସାମ୍ୟ ହରାଇ ୫୦ଫୁଟ ତଳକୁ ଏକ...

ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧୀ ସୁବାସ ଆହତ

କାମାକ୍ଷାନଗର,୨୯ା୪(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ପୋଲିସ କୁଖ୍ୟାତ ଅପରାଧୀ ସୁବାସ ଖୁଣ୍ଟିଆଙ୍କୁ ଏନ୍‌କାଉଣ୍ଟର କରିଛି। ଫଳରେ ସେ ଆହତ ହୋଇଛନ୍ତି। ତାଙ୍କ ଡାହାଣ...

ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ବର୍ଷା, ବାପାଙ୍କ ସମାଧିପୀଠରେ ପୂଜାର୍ଚ୍ଚନା କରି ହେଲେ ଭାବବିହ୍ବଳ

ପଦ୍ମପୁର,୨୯ା୪(ପ୍ରଦୀପ୍ତ ଦାଶ): ସୋମବାର ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟିକା ବର୍ଷା ସିଂ ବରିହା ତାଙ୍କ ନାମାଙ୍କନପତ୍ର ଦାଖଲ କରିବା କାର୍ଯ୍ୟକ୍ରମ ରହିଥିବାବେଳେ ସକାଳୁ ସକାଳୁ ପଦ୍ମପୁରସ୍ଥିତ...

ପଖାଳକୁ ଭାରି ପଡ଼ିଲାଣି ପିଆଜ, ଆଳୁ

ବଲାଙ୍ଗୀର,୨୯ା୪(ବୀରେନ୍ଦ୍ର କୁମାର ଝାଙ୍କର): ପ୍ରଚଣ୍ଡ ଖରାରେ ତାପମାତ୍ରା ବୃଦ୍ଧି ଏବେ ଲୋକଙ୍କୁ ଅସ୍ତବ୍ୟସ୍ତ କରି ପକାଇଛି। ଏତିକି ବେଳେ ଆଳୁ, ପିଆଜ ଏବଂ ପନିପରିବା ଦରବୃଦ୍ଧି...

ବାସି, ଦୂଷିତ ଖାଦ୍ୟ ବିକ୍ରି ବଢ଼ୁଛି

ନୟାଗଡ଼,୨୯।୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ବିଭିନ୍ନ ହୋଟେଲ, ଢ଼ାବା, ଜଳଖିଆ ଦୋକାନରେ ବିକ୍ରି ହେଉଥିବା ଖାଦ୍ୟ ଆଖିକୁ ଭଲ ଦେଖାଯାଉଥିଲେ ହେଁ ଗୁଣବତ୍ତା(ମାନ) ଠିକ୍‌ ରହୁନି...

ଲୁରୁ ଗ୍ରାମରେ ପଡ଼ିନାହିଁ ବିକାଶର ପାଦଚିହ୍ନ

ପାରଳାଖେମୁଣ୍ଡି,୨୯ା୪ (ଗିରିଧାରୀ ପରିଛା): ସରକାର ଯୋଜନା ଉପରେ ଯୋଜନା କରୁଛନ୍ତି। ହେଲେ ଅନେକ ଯୋଜନା ବହୁ ଜାଗାରେ ପହଞ୍ଚି ପାରୁନାହିଁ। ଦୀର୍ଘ ବର୍ଷର ସ୍ଥାୟୀ ସରକାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri