ଜିଲାରେ ବୃଦ୍ଧି ପାଉଛି ମକାଚାଷ

ବ୍ରହ୍ମପୁର,୧୯ା୯ (ସ୍ମୃତି ରଞ୍ଜନ ମହାଲିକ): ଧାନ ଭଳି ମକା ଚାଷ ମଧ୍ୟ ଗଞ୍ଜାମ ଜିଲାରେ ଚାଷୀଙ୍କ କ୍ଷେତ୍ରରେ ଆଗ୍ରହ ବୃଦ୍ଧି ପାଇବାରେ ଲାଗିଛି। ଜିଲାରେ ପ୍ରାୟ ୩୦ ହଜାରରୁ ଉର୍ଦ୍ଧ୍ୱ ମକା ଚାଷୀ ପରିବାର ରହିଥିବା ଅନୁମାନ କରାଯାଉଛି। ଏହି ଚାଷରେ କମ ପରିମାଣର ପାଣି ଆବଶ୍ୟକ ହେଉଥିବା ବେଳେ କମ ଖର୍ଚ୍ଚରେ ଚାଷୀ ଅଧିକ ଲାଭବାନ ହୋଇଥାଏ। ଫଳରେ ଜିଲାରେ ମକା ଚାଷୀଙ୍କ ସଂଖ୍ୟା କ୍ରମଶଃ ବୃଦ୍ଧି ପାଇଛି। ମକା ମାଟିରୁ ଅଧିକ ଖାଦ୍ୟ ସାର ଗ୍ରହଣ କରିଥାଏ। ଯାହାଦ୍ୱାରା ମକାକୁ ଅଧିକ ପ୍ରୋଟିନଯୁକ୍ତ ଖାଦ୍ୟ ଭାବେ ଗ୍ରହଣ କରାଯାଇଥାଏ। କିନ୍ତୁ ମକା ଚାଷୀଙ୍କୁ ସରକାରୀ ପ୍ରୋତ୍ସାହନ ମିଳୁ ନାହିଁ। ଫଳରେ ଚାଷୀ ନିଜସ୍ବ ଉଦ୍ୟମରେ ଜିଲା ଏବଂ ଜିଲା ବାହାର ବ୍ୟବସାୟୀଙ୍କୁ ରପ୍ତାନୀ କରି ଅର୍ଥ ଉପାର୍ଜନ କରିଥାଏ। ଅନ୍ୟପଟେ ଚାଷର କ୍ଷତି ପୂରଣ ଦିଗରେ କାୈଣସି ସରକାରୀ ସହାୟତା ମିଳୁ ନ ଥିବା କାରଣରୁ ବହୁ ଚାଷୀ ଅସନ୍ତୋଷ ପ୍ରକାଶ କରିଛନ୍ତି।
ସୂଚନା ମୁତାବକ, ଗଞ୍ଜାମ ଜିଲାରେ ବିଶେଷ କରି ଦେଶୀ ତଥା ଉନ୍ନତ କିସମ, ଶଙ୍କରଜାତୀୟ ଓ ମିଠା ମକା ଚାଷ ହୋଇଥାଏ। ଚଳିତ ଖରିଫ ଋତୁରେ ଜିଲାରେ ୩୭ ହଜାର ୫୩୦ ହେକ୍ଟର ମକା ଚାଷ ପାଇଁ ଲକ୍ଷ୍ୟ ରଖାଯାଇଥିଲା। ବର୍ତ୍ତମାନ ଜିଲାରେ ୩୧ ହଜାର ୫୧୩ ହେକ୍ଟର ଜମିରେ ଚାଷ ହେଉଥିବା ଜିଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ସୂଚନା ମିଳିଛି। ଏଥିମଧ୍ୟରୁ ଆସ୍କା ବ୍ଲକରେ ୧୪୦୫ ହେକ୍ଟର, ଶେରଗଡ ୮୨୫, ଧରାକୋଟ ୧୬୬୦, ସୋରଡା ୧୯୪୫, ପାତ୍ରପୁର ୧୫୨୬, ଚିକିଟି ୭୩୦, ରଙ୍ଗେଇଲୁଣ୍ଡା ୩୪୫, ଭଞ୍ଜନଗର ୩୧୮୫, ବେଲଗୁଣ୍ଠା ୨୦୬୮, ଜଗନ୍ନାଥପ୍ରସାଦ ୩୮୦୦, ବୁଗୁଡା ୨୮୪୧, ଛତ୍ରପୁର ୧୫୫, ପୁରୁଷୋତ୍ତମପୁର ୬୮୩, ଗଞ୍ଜାମ ୨୩୫୦, ହିଞ୍ଜିଳିକାଟୁ ୨୬୫, ଦିଗପହଣ୍ଡି ୬୫୦, ସାନଖେମୁଣ୍ଡି ୮୪୧, କୁକୁଡାଖଣ୍ଡି ୫୧୫, ଖଲିକୋଟ ୨୧୯୫, ବେଗୁନିଆପଡା ୧୩୧୧, କବିସୂର୍ଯ୍ୟନଗର ୭୭୩, ପୋଲସରା ୧୪୦୫ ହେକ୍ଟର ଜମିରେ ମକା ଚାଷ ହୋଇଥିବା ସୂଚନା ମିଳିଛି। ତେବେ ଜିଲାରେ ପ୍ରାୟ ୩୦ ହଜାରରୁ ଊର୍ଦ୍ଧ୍ୱ ମକା ଚାଷୀ ପରିବାର ରହିଥିବା ସୂଚନା ମିଳିଛି। ତେବେ ଆସିକା ଅଞ୍ଚଳର ଚେରମାଳିଆ, ସାନରାମଚନ୍ଦ୍ରପୁର, ବୁଗୁଡା, ଗଞ୍ଜାମ ଓ ରମ୍ଭା ଅନ୍ତର୍ଗତ ବିରୁଡିଗଡ ଅଞ୍ଚଳରେ ଅଧିକ ପରିମାଣର ମକା ଉପତ୍ାଦନ ହେଉଛି। ମକା ବିହନ ଯୋଗାଇବା କ୍ଷେତ୍ରରେ ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନ ଥିବା କାରଣରୁ ଚାଷୀମାନେ ବିଭିନ୍ନ ବେସରକାରୀ ସଂସ୍ଥାରୁ ବିହନ କିଣି ଚାଷ କରିଥାନ୍ତି। ଗୋଟିଏ ହେକ୍ଟର ମକା ଚାଷ ନିମନ୍ତେ ୭୪ ହଜାର ୨୫୦ ଟଙ୍କା ଖର୍ଚ୍ଚ ହୋଇଥାଏ। ଚାଷରେ ଯଦି କୌଣସି କ୍ଷତି ଘଟେ ତେବେ ଚାଷୀଙ୍କୁ ସେ କରିଥିବା ବୀମା ଅନୁଯାୟୀ କ୍ଷତିପୂରଣ ମିଳିଥାଏ ବୋଲି ଜିଲା ମୁଖ୍ୟ କୃଷି ଅଧିକାରୀ ସୁବ୍ରତ କୁମାର ସାହୁ କହିଛନ୍ତି। କିନ୍ତୁ ମକା ଚାଷରେ ପାରା କିମ୍ବା ବାରହା ଖାଇଗଲେ ସରକାରଙ୍କ ପକ୍ଷରୁ କୌଣସି କ୍ଷତିପୂରଣ ବ୍ୟବସ୍ଥା ନ ଥିବା ସେ କହିଛନ୍ତି।
ତେବେ ଜିଲାରେ ମକା ଚାଷୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ତଦନୁଯାୟୀ ସରକାର ଚାଷୀଙ୍କୁ ଉତ୍ତମ କିସମର ବିହନ ଯୋଗାଇବା ସହ ଫସଲ ନଷ୍ଟ ବାବଦକୁ କ୍ଷତିପୂରଣ ଯୋଗାଇବା ପାଇଁ ମକା ଚାଷୀମାନେ ଦାବି କରିଛନ୍ତି। ଆସ୍କା ଅଞ୍ଚଳର ଚାଷୀ ଜିତେନ୍ଦ୍ର କୁମାର ବିଶୋୟୀ କହିଛନ୍ତି ଯେ, ମକା ଚାଷ କରିବା ପରେ ପାରା, ବାରହା ଓ ବିଲୁଆ ଖାଇ ଦେବା ଭୟ ରହୁଛି। ଯେଉଁଥିପାଇଁ ୨୪ ଘଣ୍ଟା ଜମିରେ ଜଗିବାକୁ ପଡୁଛି। ତଥାପି ପଶୁ ଉପଦ୍ରବରେ କ୍ଷତି ସହୁଛୁ। କିନ୍ତୁ କ୍ଷତି ପୂରଣ ବାବଦକୁ ସରକାରଙ୍କ ପକ୍ଷରୁ କୌଣସି କ୍ଷତି ପୂରଣ ମିଳି ନାହିଁ। ଏପରିକି ମକା ଚାଷ ପାଇଁ ବିହନ ମଧ୍ୟ ବେସରକାରୀ ସଂସ୍ଥାରୁ କିଣି ଚାଷ କରୁଛୁ। ଫଳରେ ଦର ମଧ୍ୟ ଅଧିକ ରହୁଛି। ଏଣୁ ଧାନ ଭଳି ସୋସାଇଟି ମାଧ୍ୟମରେ ମକା ବିହନ ପ୍ରଦାନ କରାଗଲେ ଚାଷୀ ଉପକୃତ ହେବା ସାଙ୍ଗକୁ ଅଧିକ ଖର୍ଚ୍ଚାନ୍ତର ଶିକାର ହେବେ ନାହିଁ ବୋଲି ସେ କହିଛନ୍ତି। ସେହିଭଳି ଋଷିକୁଲ୍ୟା ରୟତ ମହାସଭାର ସଂପାଦକ ସୀମାଞ୍ଚଳ ନାହାକ କହିଛନ୍ତି ଯେ, ଜିଲାରେ ମକା ଚାଷୀଙ୍କ ନିମନ୍ତେ ସରକାର କୌଣସି ସହାୟତାର ବ୍ୟବସ୍ଥା କରି ନାହାନ୍ତି। ଫଳରେ ଜିଲାରେ ଅନେକ ମକା ଚାଷୀ ଫସଲ କ୍ଷତିରେ ଦୁଃଖ ଦୁର୍ଦ୍ଦଶା ଭୋଗୁଛନ୍ତି। ଏଣୁ ଧାନ ଭଳି ମକା ଚାଷୀଙ୍କୁ ମଧ୍ୟ ସରକାରୀ ସହାୟତା ସାଙ୍ଗକୁ ପ୍ରୋତ୍ସାହନ ପ୍ରଦାନ କରିବା ପାଇଁ ସେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?