୧୭୧୯ ବୋତଲ କଫ୍‌ ସିରପ ଜବତ୍‌, ୧୮ ଗିରଫ

ବଲାଙ୍ଗୀର, ୧୮ା୯ (ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ପୋଲିସ ସୋମବାର ଆନ୍ତଃରାଜ୍ୟ କଫ୍‌ ସିରପ ଚୋରାଚାଲାଣ ର଼୍ୟାକେଟର ପର୍ଦ୍ଦାଫାଶ କରିଛି। ପୋଲିସ ଟିମ୍‌ ରବିବାର ବିଳମ୍ବିତ ରାତିରେ ଚଢ଼ାଉ କରି ୧୭୧୯ ବୋତଲ କଫ୍‌ ସିରପ ଜବତ କରିବା ସହ ଦୁଇ ମୁଖ୍ୟ ଚୋରାଚାଲାଣକାରୀଙ୍କ ସମେତ ୧୮ ଜଣଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ଦୁଇଟି କାର, ୩ଟି ବାଇକ, ୧୩ଟି ମୋବାଇଲ ଫୋନ୍‌, ଏକ ଟାଙ୍ଗିଆ ଏବଂ ଏକ ହକିବାଡି ଜବତ କରିଛି। ଏହି ଆନ୍ତଃରାଜ୍ୟ କଫ୍‌ ସିରପ ଚୋରାଚାଲାଣ ର଼୍ୟାକେଟର ପର୍ଦ୍ଦଫାଶ ପରେ ସୋମବାର ଏସ୍‌ପି ଋଷିକେଶ ଖିଲାରି ସ୍ଥାନୀୟ ରିଜର୍ଭ ପୋଲିସ ବାରାକ୍‌ ଠାରେ ଖବରଦାତା ସମ୍ମିଳନୀ କରି ସୂଚନା ଦେଇଛନ୍ତି।
ପଶ୍ଚିମବଙ୍ଗରୁ ଏସକଫ୍‌ ବ୍ରାଣ୍ଡ ଏବଂ ୱିନ୍‌ସେରେକ୍ସ-ଟି ବ୍ରାଣ୍ଡର କଫ୍‌ ସିରପ ବଲାଙ୍ଗୀର ସମେତ ଆଖପାଖ ପଡୋଶୀ ଜିଲାକୁ ଚୋରାଚାଲାଣ ହେଉଥିବା ସମ୍ପର୍କରେ ନିର୍ଦ୍ଦିଷ୍ଟ ଖବର ପାଇଲା ପରେ ବଲାଙ୍ଗୀର ପୋଲିସ ଟିମ୍‌ ସଜାଗ ହୋଇଥିଲା। ରବିବାର ରାତି ପ୍ରାୟ ୩ଟାରେ ବଲାଙ୍ଗୀର ପୋଲିସ ପାଟ୍ରୋଲିଂ କରୁଥିବାବେଳେ ସହରର ସୁଦପଡା କଲ୍ୟାଣମଣ୍ଡପ ନିକଟରେ ୨/୩ଟି ଗାଡିରେ ବଡଧରଣର କଫ୍‌ ସିରପ ଚୋରାଚାଲାଣ ହେଉଥିବା ଖବର ମିଳିଥିଲା। ସ୍ବତନ୍ତ୍ର ପୋଲିସ ଟିମ୍‌ ଉକ୍ତ ସ୍ଥାନରେ ଚଢ଼ାଉ କରି ସେଠାରେ ଥିବା ଦୁଇ କାର (ନିସାନ୍‌ ଓଡି୩୪ଏଲ୧୭୮୬ ଏବଂ ବାଲେନୋ ଓଡି୧୭ଏଏ୧୫୨୯) ଏବଂ ତିନୋଟି ବାଇକକୁ ଅଟକ ରଖି ଯାଞ୍ଚ କରିଥିଲା। ଉକ୍ତ କାରରୁ କଫ ସିରପ ଜବତ ହୋଇଥିଲା। ଏହାପରେ ବଲାଙ୍ଗୀର ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୧୮ ଜଣଙ୍କୁ ଗିରଫ କରିଥିଲା। ଜବତ ୧୭୧୯ ବୋତଲ କଫ୍‌ ସିରପରେ ୧୬୦୦ ବୋତଲ ଏସକଫ୍‌ ବ୍ରାଣ୍ଡ ଏବଂ ଏକ ନୂଆବ୍ରାଣ୍ଡ ୱିନସେରେକ୍ସ ୧୧୯ ବୋତଲ ଜବତ କରାଯାଇଛି। କଟକରୁ ଦୁଇ କଫ୍‌ ସିରପ ଯୋଗାଣକାରୀଙ୍କୁ ଗିରଫ କରାଯିବା ପରେ ସହର, ଜିଲା ତଥା ପଡୋଶୀ ଜିଲାରେ କଫ୍‌ ସିରପ ବିକ୍ରି ଏବଂ ଚାଲାଣରେ ସକ୍ରିୟ ଥିବା ୧୬ ଜଣଙ୍କୁ ପୋଲିସ ବାନ୍ଧିଛି।


Enter your email to get our daily news in your inbox.

All Right Reserved By Dharitri.Com

ଠିକାଦାର ସଂସ୍ଥା କବ୍‌ଜାରେ ସରକାରୀ ଜମି: ଭିଟାମାଟି ଛାଡିବେ ୧୦ଗଁ। ର ବାସିନ୍ଦା

ଖଇରା, ୨୧।୭(ଡି.ଏନ.ଏ.)-ଦିଲ୍ଲୀର ଏକ ଠିକାଦାର ସଂସ୍ଥା ଦ୍ୱାରା ସରକାରୀ ତଥା ଚାଷୀଙ୍କ ଜମି ଜବରଦଖଲ ହୋଇଚାଲିଛି। ଏସବୁ ରାଜସ୍ବ ବିଭାଗର ଅଧିକାରୀମାନେ ଜାଣି ମଧ୍ୟ ନୀରବଦ୍ରଷ୍ଟା...

ସମୁଦ୍ରରେ ଚାଲିଛି ବେଆଇନ ମାଛଧରା: ଅଲିଭ ରିଡଲେଙ୍କ ଅଣ୍ଡାଦାନ ବାଧାପ୍ରାପ୍ତ

ଛତ୍ରପୁର,୧୦।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ସମୁଦ୍ରରୁ ବେଆଇନ ଭାବରେ ମାଛଧରାକୁ ବନ୍ଦ କରିବା ନେଇ ଅତିରିକ୍ତ ଜିଲାପାଳ କବିନ୍ଦ୍ର କୁମାର ସାହୁଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।...

‘ମାଓବାଦୀ ମୁଖ୍ୟସ୍ରୋତରେ ସାମିଲ ହୁଅନ୍ତୁ’

ମାଲକାନଗିରି/ଖଇରପୁଟ, ୩୦।୯(ଡି.ଏନ୍‌.ଏ.): ବଣ୍ଡାଘାଟି ଅଞ୍ଚଳର ବିକାଶକୁ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ମାଓବାଦୀମାନେ ବିକାଶରେ ବାଧକ ନ ସାଜି ସମାଜର ମୁଖ୍ୟସ୍ରୋତରେ ସାମିଲ ହୁଅନ୍ତୁ। ବିଏସ୍‌ଏଫ୍‌...

ଚୁଲି ଜାଳି ପ୍ରତିବାଦ କଲେ ମହିଳା

ନିଶ୍ଚିନ୍ତକୋଇଲି,୨୨।୧୧(ସ୍ବ.ପ୍ର): ନିଶ୍ଚିନ୍ତକୋଇଲି ବ୍ଲକ ମହିଳା,ଯୁବ ଓ ଛାତ୍ର ବିଜେଡି ପକ୍ଷରୁ ରନ୍ଧନ ଗ୍ୟାସ ଦର ବୃଦ୍ଧି ନେଇ ପ୍ରତିବାଦ ସଭା କରାଯାଇଛି । ନିଶ୍ଚିନ୍ତକୋଇଲି ବଉଳ...

ଢେଙ୍କାନାଳ ଜିଲା କୋଭିଡ ହେଲ୍‌ଥ୍‌ ସେଣ୍ଟର ପରିଦର୍ଶନ କଲେ ୫ଟି ସଚିବ

ଢୋଙ୍କାନାଳ ଅଫିସ, ୧୭।୪: କରୋନା ମୁକାବିଲା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଜିଲାରେ ସ୍ବତନ୍ତ୍ର କୋଭିଡ-୧୯ ହସ୍ପିଟାଲ ନିର୍ମାଣ କରାଯାଉଛି। ଏହି କ୍ରମରେ ଢେଙ୍କାନାଳ...

ସହରରେ ଚୋରି ବଢ଼ୁଛି, ଟେର୍‌ ପାଉନି ପୋଲିସ

ରାୟଗଡ଼ା(ସ୍ବ.ପ୍ର.)/ରାୟଗଡ଼ା ଅଫିସ,୧।୩:  ରାୟଗଡ଼ା ଜିଲା ସଦର ମହକୁମାରେ ଜିଲାପାଳଙ୍କ କାର୍ଯ୍ୟାଳୟ, ଜିଲା ପୋଲିସ କାର୍ଯ୍ୟାଳୟ ସମେତ ବହୁ ଜିଲାସ୍ତରୀୟ ଅଧିକାରୀଙ୍କ କାର୍ଯ୍ୟାଳୟ ରହିଛି। ଏଭଳି ଗୁରୁତ୍ୱପୂର୍ଣ୍ଣ...

ମହିଳାଙ୍କୁ ସ୍ବାବଲମ୍ବୀ ଲାଗି ସାପ୍ତାହିକ ହାଟ ଉଦ୍‌ଘାଟନ କଲେ ଜିଲାପାଳ

ମୁନିଗୁଡ଼ା,୨୬।୨(ଡି.ଏନ୍‌.ଏ.): ରାୟଗଡା ଜିଲା ମୁନିଗୁଡା ବ୍ଲକ ଅନ୍ତର୍ଗତ ମୁନିଖୋଲ ଗ୍ରାମପଞ୍ଚାୟତର ସ୍ବାବଲମ୍ବୀ ସାପ୍ତାହିକ ହାଟ ବୁଧବାର ଉଦ୍‌ଘାଟନ ହୋଇଛି। ଅଞ୍ଚଳର ମହିଳାମାନଙ୍କୁ ସ୍ବାବଲମ୍ବୀ କରିବା ଉଦ୍ଦେଶ୍ୟରେ...

ଅପହରଣ ମାମଲାରେ ଜେଲଗଲେ ଭାଜପା ଯୁବମୋର୍ଚ୍ଚା ସଭାପତି

ସମ୍ବଲପୁର,୨୧ା୨(ବ୍ୟୁରୋ): ସମ୍ବଲପୁର ଜିଲାରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି। ବିଜେଡି କର୍ମୀ ନିଶିକାନ୍ତ ଦୀକ୍ଷିତଙ୍କୁ ଅପହରଣ ଓ ହତ୍ୟା ଉଦ୍ୟମ ଅଭିଯୋଗରେ ଭାଜପାର ୭ଜଣ ଗିରଫ...

Advertisement
Archives

Model This Week