୧୭୧୯ ବୋତଲ କଫ୍‌ ସିରପ ଜବତ୍‌, ୧୮ ଗିରଫ

ବଲାଙ୍ଗୀର, ୧୮ା୯ (ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ପୋଲିସ ସୋମବାର ଆନ୍ତଃରାଜ୍ୟ କଫ୍‌ ସିରପ ଚୋରାଚାଲାଣ ର଼୍ୟାକେଟର ପର୍ଦ୍ଦାଫାଶ କରିଛି। ପୋଲିସ ଟିମ୍‌ ରବିବାର ବିଳମ୍ବିତ ରାତିରେ ଚଢ଼ାଉ କରି ୧୭୧୯ ବୋତଲ କଫ୍‌ ସିରପ ଜବତ କରିବା ସହ ଦୁଇ ମୁଖ୍ୟ ଚୋରାଚାଲାଣକାରୀଙ୍କ ସମେତ ୧୮ ଜଣଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ଦୁଇଟି କାର, ୩ଟି ବାଇକ, ୧୩ଟି ମୋବାଇଲ ଫୋନ୍‌, ଏକ ଟାଙ୍ଗିଆ ଏବଂ ଏକ ହକିବାଡି ଜବତ କରିଛି। ଏହି ଆନ୍ତଃରାଜ୍ୟ କଫ୍‌ ସିରପ ଚୋରାଚାଲାଣ ର଼୍ୟାକେଟର ପର୍ଦ୍ଦଫାଶ ପରେ ସୋମବାର ଏସ୍‌ପି ଋଷିକେଶ ଖିଲାରି ସ୍ଥାନୀୟ ରିଜର୍ଭ ପୋଲିସ ବାରାକ୍‌ ଠାରେ ଖବରଦାତା ସମ୍ମିଳନୀ କରି ସୂଚନା ଦେଇଛନ୍ତି।
ପଶ୍ଚିମବଙ୍ଗରୁ ଏସକଫ୍‌ ବ୍ରାଣ୍ଡ ଏବଂ ୱିନ୍‌ସେରେକ୍ସ-ଟି ବ୍ରାଣ୍ଡର କଫ୍‌ ସିରପ ବଲାଙ୍ଗୀର ସମେତ ଆଖପାଖ ପଡୋଶୀ ଜିଲାକୁ ଚୋରାଚାଲାଣ ହେଉଥିବା ସମ୍ପର୍କରେ ନିର୍ଦ୍ଦିଷ୍ଟ ଖବର ପାଇଲା ପରେ ବଲାଙ୍ଗୀର ପୋଲିସ ଟିମ୍‌ ସଜାଗ ହୋଇଥିଲା। ରବିବାର ରାତି ପ୍ରାୟ ୩ଟାରେ ବଲାଙ୍ଗୀର ପୋଲିସ ପାଟ୍ରୋଲିଂ କରୁଥିବାବେଳେ ସହରର ସୁଦପଡା କଲ୍ୟାଣମଣ୍ଡପ ନିକଟରେ ୨/୩ଟି ଗାଡିରେ ବଡଧରଣର କଫ୍‌ ସିରପ ଚୋରାଚାଲାଣ ହେଉଥିବା ଖବର ମିଳିଥିଲା। ସ୍ବତନ୍ତ୍ର ପୋଲିସ ଟିମ୍‌ ଉକ୍ତ ସ୍ଥାନରେ ଚଢ଼ାଉ କରି ସେଠାରେ ଥିବା ଦୁଇ କାର (ନିସାନ୍‌ ଓଡି୩୪ଏଲ୧୭୮୬ ଏବଂ ବାଲେନୋ ଓଡି୧୭ଏଏ୧୫୨୯) ଏବଂ ତିନୋଟି ବାଇକକୁ ଅଟକ ରଖି ଯାଞ୍ଚ କରିଥିଲା। ଉକ୍ତ କାରରୁ କଫ ସିରପ ଜବତ ହୋଇଥିଲା। ଏହାପରେ ବଲାଙ୍ଗୀର ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୧୮ ଜଣଙ୍କୁ ଗିରଫ କରିଥିଲା। ଜବତ ୧୭୧୯ ବୋତଲ କଫ୍‌ ସିରପରେ ୧୬୦୦ ବୋତଲ ଏସକଫ୍‌ ବ୍ରାଣ୍ଡ ଏବଂ ଏକ ନୂଆବ୍ରାଣ୍ଡ ୱିନସେରେକ୍ସ ୧୧୯ ବୋତଲ ଜବତ କରାଯାଇଛି। କଟକରୁ ଦୁଇ କଫ୍‌ ସିରପ ଯୋଗାଣକାରୀଙ୍କୁ ଗିରଫ କରାଯିବା ପରେ ସହର, ଜିଲା ତଥା ପଡୋଶୀ ଜିଲାରେ କଫ୍‌ ସିରପ ବିକ୍ରି ଏବଂ ଚାଲାଣରେ ସକ୍ରିୟ ଥିବା ୧୬ ଜଣଙ୍କୁ ପୋଲିସ ବାନ୍ଧିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆହତ ସତ୍ତ୍ୱେ ଖେଳିଲେ ବରୁଣ, ହସ୍ତକ୍ଷେପ କରିପାରେ ବିସିସିଆଇ ମେଡିକାଲ ଦଳ

ନୂଆଦିଲ୍ଲୀ,୧୭ା୫: ଆହତ ସତ୍ତ୍ୱେ ବରୁଣ ଚକ୍ରବର୍ତ୍ତୀ ଶନିବାର ଗୁଜରାଟ ଟାଇଟନ୍ସ ବିପକ୍ଷ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ ପାଇଁ ସମ୍ପୂର୍ଣ୍ଣ ୪ ଓଭର ବୋଲିଂ କରିଥିଲେ। ଏହି…

ସୁନାଥରରେ ଗ୍ଯାସ ସିଲିଣ୍ଡର ବିସ୍ଫୋରଣ ଘଟଣା, ଆଠଦିନର ସଂଗ୍ରାମ ପରେ ଆଖିପୁଜିଲେ ପ୍ରଶନ

ପୁରୁଷୋତ୍ତମପୁର,୧୭ା୫(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ସୁନାଥର ଗ୍ରାମରେ ସିଲିଣ୍ଡର ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ହୋଇଛି । ଗତ ରବିବାର ସନ୍ଧ୍ୟାରେ…

ଭାରସାମ୍ଯ ହରାଇ ଗଛକୁ ପିଟିଲା ଟ୍ରକ, ଡ୍ରାଇଭର ମୃତ

ପୁରୁଷୋତ୍ତମପୁର,୧୭ା୫( ସବିତା ମିଶ୍ର): ଗଞ୍ଜାମ ଜିଲା ପରୁଷୋତ୍ତମପୁର ଥାନା ଆନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ଯରାସ୍ତାର ବାଇଧର ମନ୍ଦିର ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ବୁଲାଣି ଠାରେ ଏକ…

ନିଖିଲଙ୍କୁ ଗୋଡ଼ାଇ ଗୁଳି କରିଥିଲେ ଦୁର୍ବୃତ୍ତ, ୯ ଜଣଙ୍କୁ ବାନ୍ଧିଲା ପୋଲିସ

ଗୁଣପୁର,୧୭ା୫(ସୁଜାତା ପାଢ଼ୀ)- ରାୟଗଡ଼ା ଥାନା ପୋଲିସ ନିଖିଳଙ୍କୁ ଗୁଳି କରି ହତ୍ୟା କରାଯିବା ମାମଲାର ପର୍ଦ୍ଦାଫାଶ କରିଛି । ହତ୍ୟାକାଣ୍ଡରେ ଜଡ଼ିତ ଥିବା ୯ ଜଣଙ୍କୁ ଗିରଫ…

ଲକ୍ଷ୍ୟ ସ୍ଥିର ରହିଲେ ସଫଳତା ନିଶ୍ଚିତ ମିଳିବ, ମେଧାବୀ ଛାତ୍ରୀଛାତ୍ରଙ୍କୁ ଆହ୍ବାନ ଦେଇ…

ଭଞ୍ଜନଗର,୧୭ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଘୁମୁସର ସ୍କଲାର୍ସ ରେକୋଗନାଇଜେଶନ କମିଟି ପକ୍ଷରୁ ରବିବାର ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ମାଟ୍ରିକ ପରୀକ୍ଷାରେ ଭଲ ପ୍ରଦର୍ଶନ…

ଇଲେକ୍ଟ୍ରି ବିଲ୍‌ ନ ଦେଲେ ଜବତ ହେବ ଘରବାଡି ସମ୍ପତ୍ତି! କଠୋର ହେଲା ନିୟମ

ନୂଆଦିଲ୍ଲୀ,୧୭।୫: ରାଜ୍ୟବାସୀଙ୍କ ପାଇଁ ବଡ଼ ଖବର। ରାଜ୍ୟର ବିଜୁଳି ବିଭାଗ ଏବେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରସ୍ତୁତ ହେଉଛି। ବିଦ୍ୟୁତ ନିଗମ ଦୀର୍ଘ ସମୟ ଧରି…

ଗଞ୍ଜାମ ପୋଲିସ ଜିଲାରେ ସ୍ବତନ୍ତ୍ର ଡ୍ରାଇଭ୍‌: ୪୪୪ ଓ୍ବାରେଣ୍ଟି କାର୍ଯ୍ୟକାରୀ

ଛତ୍ରପୁର,୧୭ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ପୋଲିସ ଜିଲା ଅଧୀନରେ ଗତ ୧୧ ଦିନ ଧରି ସ୍ବତନ୍ତ୍ର ଡ୍ରାଇଭ ଯୋଗେ ପୁରୁଣା ଓ୍ବାରେଣ୍ଟି ଧରପଗଡ଼ରେ ୪୪୪ଟି ଓ୍ବାରେଣ୍ଟି ଧରି କାର୍ଯ୍ୟକାରୀ…

ଇତିହାସ ରଚିଲେ ବିରାଟ, ୫୦୦ ରନ କରି କଲେ ଏମିତି ରେକର୍ଡ ଯାହା ଭାଙ୍ଗିବା ହେବ ଅସମ୍ଭବ!

ନୂଆଦିଲ୍ଲୀ,୧୭।୫: ବିରାଟ କୋହଲିଙ୍କୁ ‘ରେକର୍ଡର ରାଜା’ ଖାଲିଟାରେ କୁହାଯାଏ ନାହିଁ। ସେ ଏବେ ଇଣ୍ଡିଆନ ପ୍ରିମିୟର ଲିଗରେ ଆଉ ଏକ ରେକର୍ଡ ସ୍ଥାପନ କରିଛନ୍ତି, ଯାହା ଭାଙ୍ଗିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri