ଆମ ଜିଲା ଖବର

ବଢ଼ୁଛି ଓ୍ବାର୍ଡ, ବଢ଼ୁନାହାନ୍ତି କର୍ମଚାରୀ

ବ୍ରିଟିଶ ଶାସନରେ ଗଞ୍ଜାମ ଜିଲା ମାଡ୍ରାସ ପ୍ରେସିଡେନ୍ସି ଅଧୀନ ଥିଲା। ୧୮୬୭ରେ ବ୍ରହ୍ମପୁର ପୌରପାଳିକା ଗଠନ ହୋଇଥିଲା। ସେତେବେଳେ ରେଶମ ସହର ଜନସଂଖ୍ୟା ୩୦ ହଜାରରୁ ଅଧିକ ଥିଲା। ପରିସୀମାକୁ ନେଇ ମାତ୍ର ୨୭ଟି ୱାର୍ଡ ଗଠନ କରାଯାଇଥିଲା। ଏବେ ଏହି…

ଗର୍ଭବତୀଙ୍କୁ ଷ୍ଟ୍ରେଚରରେ ବୋହିଆଣି ଜୀବନ ବଞ୍ଚାଇଲେ

ନନ୍ଦପୁର, ୩୧ା୮ (ଶଙ୍କର ପୂଜାରୀ)ଥମୁନି ଜନନୀ ଜନ୍ତ୍ରଣା। ରାସ୍ତାଘାଟ ନ ଥିବାରୁ ଗ୍ରାମବାସୀଙ୍କୁ ମିଳିପାରୁନି ମୌଳିକ ସୁବିଧା ସହ ଆବଶ୍ୟକ ସମୟରେ ଚିକିତ୍ସା ସେବା। ଜରୁରୀ ସମୟରେ ଭାରରେ ଓ ଷ୍ଟ୍ରେଚରରେ ବୁହା ହେଉଛନ୍ତି ରୋଗୀ। ଏଭଳି ଏକ ଘଟଣା ନନ୍ଦପୁର…

ଅଭିମାନିନୀ, ମହିରୁହକୁ ୭ ପୁରସ୍କାର

ଯାଜପୁର,୩୧ା୮(ହର୍ଷବର୍ଦ୍ଧନ ବେହେରା)ବିହାରର ନୱାଦା ସହରରେ ଆୟୋଜିତ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବର ୪ର୍ଥ ସଂସ୍କରଣରେ ଯାଜପୁର ଜିଲା ବ୍ୟାସନଗରର ହିତେଶ କୁମାର ମହାପାତ୍ର କୃତିତ୍ୱ ଅର୍ଜନ କରିଛନ୍ତି। ତାଙ୍କ ନିର୍ମିତ ଦୁଇଟି ଚଳଚ୍ଚିତ୍ର ଅଭିମାନିନୀ ଓ ମହିରୁହକୁ ୭ ଟି ପୁରସ୍କାର ମିଳିଛି।…

ନାମୀ ବ୍ରାଣ୍ଡ୍‌ରେ ନକଲି ପୋଷାକ

ବଲାଙ୍ଗୀର ଅଫିସ,୩୧ା୮(ବୀରେନ୍ଦ୍ର କୁମାର ଝାଙ୍କର)ବଲାଙ୍ଗୀର ଟାଉନ୍‌ ଥାନା ପୋଲିସ ବୁଧବାର ସହରର ଲଖାନୀ ନ୍ୟୁ ଗାର୍ମେଣ୍ଟସ୍‌ରେ ଚଢ଼ାଉକରି ପ୍ରାୟ ୪୦ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ନକଲି ବ୍ରାଣ୍ଡେଡ୍‌ ରେଡିମେଡ୍‌ ଲୁଗାପଟା ଜବତ କରିଛି। ଏଥିସହ ଦୋକାନ ମାଲିକ ରାଜେଶ କୁମାର ଲଖାନୀ (୫୩)ଙ୍କୁ…

ଜିଏମ୍‌ ଆଇରନ ପ୍ଲାଣ୍ଟରେ ବିସ୍ଫୋରଣ, ୬ ଆହତ

ପରଜଙ୍ଗ, ୩୦ା୮ (ନିଗମାନନ୍ଦ ଦଳବେହେରା)/ ଢେଙ୍କାନାଳ (ରତନ ନାୟାର): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଦଦରାଘାଟି ଫାଣ୍ଡି ଅଧୀନ ଗେଙ୍ଗୁଟିଆ ପଞ୍ଚାୟତର କୁଲେଇସ୍ଥିତ ଜିଏମ୍‌ ଆଇରନ ଆଣ୍ଡ ଷ୍ଟିଲ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ୩ ନମ୍ବର ଫର୍ନେସରେ ବୁଧବାର ଅପରାହ୍ନରେ ବିସ୍ଫୋରଣ ଘଟିଛି।…

ପୋଖରୀରେ ବୁଡ଼ି ଯୁବକଙ୍କ ଜୀବନ ଗଲା

ରାଇରଙ୍ଗପୁର,୩୦ା୮(ମାନସ ମହାନ୍ତି): ମୟୂରଭଞ୍ଜ ଜିଲା ବିଶୋଇ ଥାନା ଅନ୍ତର୍ଗତ ଭୋଳ ବେଢ଼ା ଗ୍ରାମରେ ରାଖୀ ପୂର୍ଣ୍ଣିମା ( ବୁଧବାର ) ଏକ ଦୁଃଖଦ ଘଟଣା ଘଟିଛି। ଉକ୍ତ ଗ୍ରାମର ପରମେଶ୍ବର ଗିରିଙ୍କ ପୁଅ ଦୀପକ(୩୫) ଆଜି ସକାଳେ ତାଙ୍କ ଗ୍ରାମ ନିକଟସ୍ଥ…

ବର୍ଷା ନାହିଁ, ଚାଷଜମିରେ ଗୋରୁ ଛାଡ଼ିଲେ ଚାଷୀ

କୋକସରା,୩୦ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକରେ ନିଅଣ୍ଟିଆ ବର୍ଷା ଯୋଗୁ ଅନେକ ପଞ୍ଚାୟତରେ ସମ୍ଭାବ୍ୟ ମରୁଡ଼ି ପରିସ୍ଥିତି ଦେଖାଦେଇଛି। ନିଅଣ୍ଟିଆ ବର୍ଷା ଯୋଗୁ ମାଟି ଫାଟି ଆଁ କରିଥିବା ବେଳେ ନିଜର ସୁନାର ଫସଲ ଆଖି ଆଗରେ ଉଜୁଡିବା…

ସୁନା ବ୍ୟବସାୟୀଙ୍କୁ ଖଣ୍ଡାରେ ଆକ୍ରମଣ କରି ଲୁଟ୍‌ ଘଟଣା: ଅପରେଶନରେ ବହୁ ଯବାନ ସାମିଲ

ଦାରିଙ୍ଗବାଡ଼ି,୩୦ା୮(ଅରୁଣ ସାହୁ): କନ୍ଧମାଳ ଜିଲା ବାଲିଗୁଡ଼ା ସହରରେ ମଙ୍ଗଳବାର ପୂର୍ବାହ୍ନରେ ଡକାୟତି ହୋଇଥିବା ଘଟଣା ପରେ ଏବେ ଫେରାର ଥିବା ଡକାୟତି ଦଳକୁ ଧରିବା ପାଇଁ ପୋଲିସ ପକ୍ଷରୁ ଜୋରଦାର ଅପରେଶନ ଚାଲିଛି। କନ୍ଧମାଳ ଏସ୍‌ପି ଶୁଭେନ୍ଦୁ ପାତ୍ରଙ୍କ ତତ୍ତ୍ୱାବଧାନରେ ପାଞ୍ଚଟି…

ଗାଧୋଇବାକୁ ଯାଇ କେନାଲରେ ବୁଡ଼ିଗଲେ ମହିଳା

ମୋରଡ଼ା,୩୦ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ଥାନା ତଥା ଚିତ୍ରଡ଼ା ଫାଣ୍ଡି ଅଧୀନ କୋହି ପଞ୍ଚାୟତର ପ୍ରତାପଚନ୍ଦ୍ରପୁର ନିକଟ ସୁବର୍ଣ୍ଣରେଖା କେନାଲ ପାଣିରୁ ବୁଧବାର ଅପରାହ୍ନରେ ଜଣେ ମହିଳାଙ୍କ ମୃତଦେହ ଜବତ କରିଛି ପୋଲିସ। ସୂଚନାନୁଯାୟୀ, ଆଜି ଅପରାହ୍ନରେ ଉକ୍ତ କେନାଲ…

ଗଛକୁ ରାଖୀ ବାନ୍ଧିଲେ ବନ କର୍ମଚାରୀ

ମୋରଡ଼ା,୩୦ା୮(ସ୍ମାରକ ମାଜୀ): ଆଜି ରକ୍ଷାବନ୍ଧନ ଅବସରରେ ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ରେଞ୍ଜରେ ନିଆରା ଢଙ୍ଗରେ ରାଖୀ ଉତ୍ସବ ପାଳନ କରାଯାଇଛି। ଭାଇମାନଙ୍କ ହାତରେ ଭଉଣୀ ରାଖୀ ବାନ୍ଧି ନିଜର ସୁରକ୍ଷା କରିବାର ସଂକଳ୍ପ ଭାଇଠାରୁ ନେଇଥାଏ। ଠିକ୍‌ ସେହିପରି ଗଛ ଜୀବଜଗତ…

ଯବାନଙ୍କ ହାତରେ ରାଖୀ ବାନ୍ଧିଲେ ବିଭିନ୍ନ ଅନୁଷ୍ଠାନର ସଦସ୍ୟ

ମାଲକାନଗିରି,୩୦ା୮(ନୃସିଂହ ଚରଣ ମହାନ୍ତି): ଭଉଣୀ ହାତରୁ ରାଖୀ ବାନ୍ଧିବା ପାଇଁ ଆଜି ଦିନରେ ଭାଇ ଚାହିଁ ରହିଥାନ୍ତି। କିନ୍ତୁ ଦେଶ ମାତୃକାକୁ ସୁରକ୍ଷା ଦେବାକୁ ଯେଉଁ ଯବାନ ଭାଇ କର୍ତ୍ତବ୍ୟରତ ସେହି ଯବାନଙ୍କ ଭଉଣୀ ଭାଇଙ୍କୁ ଅନାଇ ଲୁହ ଗଡ଼ାଉଥିବା ବେଳେ…

ରାସ୍ତା ଉନ୍ନତିକରଣ କାମରେ ଅନିମିୟତତା : ତଦନ୍ତ ପାଇଁ ବିଡିଓଙ୍କୁ ଗୁହାରୀ କଲେ କୁସୁମକଟା ଗ୍ରାମବାସୀ

ଦେବଗଡ,୩୦।୮(ଶଶାଙ୍କ ଶେଖର ଝାଙ୍କର ): ବାରକୋଟ ବ୍ଲକ ଦନ୍ତାରୀବାହାଳ ଗ୍ରାମ ପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ କୁସୁମକଟାରୁ ଗ୍ରାମ ପଞ୍ଚାୟତ ସଦର ମହକୁମାକୁ ସଂଯୋଗ କରୁଥିବା ମାଟି ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିବା ସହ ବ୍ୟବହାର ଅନୁପଯୋଗୀ ହୋଇପଡିଛି । ଫଳରେ ପଞ୍ଚାୟତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?