ସିମନବାଡ଼ି ଅଞ୍ଚଳରେ ହାତୀ ବୁଲୁଥିବା ଗୁଜବ: ଜଙ୍ଗଲ ଓ ପରିବେଶ ବିଭାଗର ଯାଞ୍ଚ

ଦାରିଙ୍ଗବାଡ଼ି,୧୪ା୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବନାଞ୍ଚଳର ସିମନବାଡ଼ି ସେକ୍ସନର ୫୯ ନଂ ଜାତୀୟ ରାଜପଥର ଟୋଲ୍‌ ଗେଟ୍‌ ନିକଟରେ ହାତୀ ବୁଲୁଥିବା ନେଇ କେହି ଏକ ଜଙ୍ଗଲ ହାତୀର ଫଟୋ ଭାଇରାଲ କରିଛି। ଫଳରେ ଜଙ୍ଗଲ ଓ ପରିବେଶ ବିଭାଗ ଘଟଣାଟିକୁ ଗୁରୁତର ଭାବେ ଗ୍ରହଣ କରି ବାଲିଗୁଡ଼ା ଏସିଏଫ୍‌ ସତୀଶ କୁମାର ଧରୁଆଙ୍କ ନେତୃତ୍ୱରେ କର୍ମଚାରୀମାନେ ଜଙ୍ଗଲରେ ହାତୀ ଖୋଜିବା ସହ ତାର ପାଦ ଚିହ୍ନ ଓ ଜଙ୍ଗଲରେ ଗଛ ଭାଙ୍ଗିଛି କି ନାହିଁ ତାହା ଖୋଜା ଚାଲିଛି। ତେବେ ଜଙ୍ଗଲୀ ହାତୀର କୌଣସି ସନ୍ଧାନ ନ ଥିବା ଏସିଏଫ୍‌ ସତୀଶ ଧାରୁଆ କହିଛନ୍ତି। ହାତୀ ଜଙ୍ଗଲରେ ବୁଲିବା ସମୟରେ ଏକାଧିକ ସ୍ଥାନରେ ଡାଳପତ୍ର ଖାଇଥାଏ। ଏହା ସହଜରେ ହାତୀ ରହିଥିବା ଜଣାପଡ଼ିଥାଏ କିନ୍ତୁ ଯେଉଁ ଅଞ୍ଚଳ ଦେଇ ହାତୀ ଯାଇଥିବା କିଛି ଲୋକ ଗୁଜବ କରୁଛନ୍ତି ତାହା ଏବେ ସୁଦ୍ଧା କୌଣସି ସତ୍ୟତା ଜଣାପଡ଼ି ନ ଥିବା ବିଭାଗ ପକ୍ଷରୁ କୁହାଯାଇଛି। ତଥାପି ବିଭାଗ ପକ୍ଷରୁ ପାଟ୍ରୋଲିଂକୁ କଡ଼ାକଡ଼ି କରାଯାଉଥିବା ଏସିଏଫ୍‌ ଧାରୁଆ କହିଛନ୍ତି। ସେହିପରି ହାତୀ ବୁଲୁଥିବା ଯେଉଁ ବ୍ୟକ୍ତି ଖବର ଦେଇଛନ୍ତି ସେ ଆଉ ଫୋନ୍‌ ରିସିଭ୍‌ କରୁ ନ ଥିବା ବିଭାଗ ପକ୍ଷରୁ କୁହାଯାଇଛି।
ସୂଚନାଯୋଗ୍ୟ, ୨୦୦୯/୨୦୧୦ରେ ଲଖାରି ଜଙ୍ଗଲରୁ ହାତୀପଲ ଗଞ୍ଜାମ ଜିଲା ଗଜଲବାଡ଼ି ଦେଇ କନ୍ଧମାଳ ଜିଲାର ରାଇକିଆ ବ୍ଲକ ହୋଇ ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ଓ କିରିକୁଟି, ବାଡ଼ାବାଙ୍ଗା ପଞ୍ଚାୟତ ଅଞ୍ଚଳରେ ଉପଦ୍ରବ କରିବା ସହ ଏକାଧିକ ଲୋକଙ୍କ ଜୀବନ ଚାଲିଯିବା ସହ ବହୁ ଧନ ସମ୍ପତ୍ତି ନଷ୍ଟ କରିଥିଲେ। ତେଣୁ ବନବିଭାଗ ଏବେ ହାତୀ ଆସିଛିକି ନାହିଁ ତାହା ସ୍ପଷ୍ଟ ହୋଇ ନ ଥିବା ବେଳେ ଏହା ଗୁଜବ କି ବୋଲି ଆଶଙ୍କା କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ୍‌-ରୁଷିଆ ଯୁଦ୍ଧ: ୟୁକ୍ରେନ୍‌ର ଡ୍ରୋନ ଆକ୍ରମଣରେ ଜଳିଗଲା ରୁଷିଆର ବଡ଼ ଗୋଦାମ ଘର

ମସ୍କୋ,୧୬ା୮: ରୁଷିଆ ୟୁକ୍ରେନ୍‌ ଉପରେ ଜୋର୍‌ଦାର ଏୟାରଷ୍ଟ୍ରାଇକ୍‌ କରିଥିବା ବେଳେ କିଭ୍‌ ମଧ୍ୟ ଏହାର କଡ଼ା ଜବାବ ଦେଇଛି। ମସ୍କୋ ଅଞ୍ଚଳରେ ୟୁକ୍ରେନ୍‌ ଓଜନଦାର ଡ୍ରୋନ୍‌ ଯୋଗେ…

ଗାଲେ ଟେଷ୍ଟରେ ପଡିକଲଙ୍କ ଦମ୍‌ଦାର ଶତକ, ଭାରତ ୪୬୦/୯

ଗାଲେ, ୧୬ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଭାରତୀୟ ବ୍ୟାଟର ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ବ୍ୟାଟର ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ…

କେନାଲରେ ଫସି ରହିଥିଲା ବାର୍‌ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

UGC NET 2026: ପରୀକ୍ଷା ନେଇ ବଡ଼ ଖବର: ଏହି ୩ବିଷୟରେ ପୁନଃ ପରୀକ୍ଷା ଦେବେ ଛାତ୍ରୀଛାତ୍ର!

ନୂଆଦିଲ୍ଲୀ,୧୬।୮: UGC-NET ଜୁନ୍ ୨୦୨୬ ପରୀକ୍ଷାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଇଂରାଜୀ, କମର୍ସ ଏବଂ…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri